ପୁଣି ଇତିହାସ ରଚିବ ସମ୍ ହସ୍ପିଟାଲ

 IMS & SUM ହସପିଟାଲରେ ପୁଣି ଦ୍ବିତୀୟ ଥର ପାଇଁ ଲିଭର ପ୍ରତିରୋପଣ କରାଯିବ । ଏଥିପାଇଁ ସମ୍ ମେଡିକାଲ୍ ଏବଂ ହାଇଦ୍ରାବାଦ AIG ହସପିଟାଲର ଡାକ୍ତରଙ୍କୁ ନେଇ ୫୦ ଜଣିଆ ସ୍ବତନ୍ତ୍ର ଟିମ୍ ଗଠନ କରାଯାଇଛି । ଏଥିରେ ୭ଟି ବିଭାଗର ଡାକ୍ତର ରହିବେ । ଲିଭର ଟ୍ରାନସପ୍ଲାଣ୍ଟ ପାଇଁ ୧୨ ଘଣ୍ଟା ଅପରେସନ୍ ଚାଲିବ ।ପ୍ରଥମ ଲିଭର ଟ୍ରାନସପ୍ଲାଣ୍ଟର ସଫଳତା ପରେ ଏବେ ପୁଣି ଥରେ SUM ହସପିଟାଲ ଇତିହାସ ରଚିବାକୁ ଯାଉଛି । ଚିକିତ୍ସା କ୍ଷେତ୍ରରେ IMS & SUM ହସପିଟାଲ ପୁଣି ଇତିହାସ ରଚିବାକୁ ଯାଉଛି । ଆସନ୍ତାକାଲି ସମ୍ବଲପୁର ଉମେଶ କୁମାର ରାଉତଙ୍କ ଶରୀରରେ ଲିଭର ଟ୍ରାନସପ୍ଲାଣ୍ଟ ହେବ । ଏହା ହେବ ଓଡ଼ିଶାର ଦ୍ବିତୀୟ ଲିଭର ଟ୍ରାନସପ୍ଲାଣ୍ଟ । ଉମେଶଙ୍କ ଭଉଣୀ ଅନିତା କୁମାରୀ ଲିଭର ଦେବେ ।…

ନୟାଗଡ ପରୀ ହତ୍ୟାର ତଦନ୍ତ କରିବ ଏସଆଇଟି

ଭୁବନେଶ୍ଵର ୨୮।୧୧: ନୟାଗଡ ପରୀ ହତ୍ୟା ମାମଲାର ତଦନ୍ତ କରିବାକୁ ଏସଆଇଟି ଗଠନ କଲେ ରାଜ୍ୟ ସରକାର ।ବରିଷ୍ଠ ଆଇପିଏସ୍ ଅଫିସର ଅରୁଣ ବୋଥ୍ରାଙ୍କ ନେତୃତ୍ବରେ ୫ ଜଣିଆ ଟିମ ଗଠନ କରାଯାଇଛି । ଟିମ ଗଠନ ନେଇ ଗୃହ ବିଭାଗର ସ୍ବତନ୍ତ୍ର ସଚିବ ହାଇକୋର୍ଟଙ୍କ  ରେଜିଷ୍ଟାର ଜେନରାଲଙ୍କୁ ଚିଠି ଲେଖି ଅବଗତ କରିଛନ୍ତି । ଏସଆଇଟି ତଦନ୍ତରେ ତତ୍ତ୍ଵାବଧାନ କରିବାକୁ ହାଇକୋର୍ଟଙ୍କ ଜଣେ ସିଟିଙ୍ଗ୍ ଜଜଙ୍କୁ ଦାୟିତ୍ବ ଦେବାକୁ ନିବେଦନ କରାଯାଇଛି । ଏସଆଇଟି ତଦନ୍ତ ନିର୍ଦେଶକୁ କଂଗ୍ରେସ ସ୍ବାଗତ କରିଥିବା ବେଳେ କୃଷି ମନ୍ତ୍ରୀଙ୍କ ଇସ୍ତଫା ସହ ସିବିଆଇ ତଦନ୍ତ ଦାବିରେ ଅଡି ବସିଛି ବିଜେପି। ପରୀ ହତ୍ୟା ମାମଲାର ତଦନ୍ତ ପାଇଁ ଏସଆଇଟି ଗଠନ କଲେ ରାଜ୍ୟ ସରକାର । ବରିଷ୍ଠ ଆଇପିଏସ୍ ଅରୁଣ ବୋଥ୍ରାଙ୍କ ନେତୃତ୍ବରେ ୫ଜଣିଆ ଟିମ୍ ଏହି ଘଟଣାର…