ରାଜ୍ୟରେ କୋହଲା ପାଗ ସାଙ୍ଗକୁ ବଢୁଛି ଶୀତ

ଭୁବନେଶ୍ୱର,୨୬|୧୧: ବାତ୍ୟା ନିଭାର ଅତି ଭୟଙ୍କର ରୂପ ନେଇ ତାମିଲନାଡ଼ୁ ଓ ପୁଡୁଚେରିରେ ବ୍ୟାପକ କ୍ଷୟକ୍ଷତି କରିଛି। ଏହାର ପ୍ରଭାବରେ ବୁଧବାରଠାରୁ ଏହି ଦୁଇ ରାଜ୍ୟରେ ପ୍ରବଳ ବର୍ଷା, ପବନ ଆରମ୍ଭ ହୋଇଯାଇଛି। ସେହିପରି ବିଳମ୍ବିତ ରାତିରେ ବର୍ଷା ସାଙ୍ଗକୁ ପବନ ପ୍ରକୋପ ବଢ଼ି ଚାଲିଛି । ଅନେକ ଅଞ୍ଚଳରେ ବିଜୁଳି ଖୁଣ୍ଟ, ଗଛ ଉପୁଡ଼ିଥିବାବେଳେ କଚ୍ଚା ଘର ମାଟିରେ ମିଶିଯାଇଥିବା ଜଣାପଡିଛି । ନିଭାର ପ୍ରକୋପରେ ଓଡ଼ିଶାରେ ବୁଧବାର ପାଗ ମେଘୁଆ ରହିଥିଲା। ତେବେ ଦିନ ଭିତରେ କୌଣସି ସ୍ଥାନରେ ବର୍ଷା ହୋଇଥିବା ରେକର୍ଡ ହୋଇନାହିଁ । ଦିନର ତାପମାତ୍ରା ଅସ୍ୱାଭାବିକ ଭାବେ କମିଯାଇଛି । ପ୍ରାୟତଃ ସର୍ବୋଚ୍ଚ ତାପମାତ୍ରା ୨୫ରୁ ୨୮ ଡିଗ୍ରୀ ସେଲସିୟସ୍‌ ମଧ୍ୟରେ ରହିଛି । ଦିନବେଳା ଥଣ୍ଡା ପବନ ଯୋଗୁ ଭୀଷଣ ଶୀତ ମଧ୍ୟ ଅନୁଭୂତ ହେଉଛି । ଅନୁମାନ…

୨୬/୧୧ ମୁମ୍ବାଇ ଆକ୍ରମଣକୁ ପୁରିଲା ୧୨ବର୍ଷ

ମୁମ୍ବାଇ ୨୬।୧୧: ମୁମ୍ବାଇ ଆତଙ୍କବାଦୀ ଆକ୍ରମଣକୁ ୧୨ ବର୍ଷ ପୂରଣ ହୋଇଛି।  ୨୦୦୮ ନଭେମ୍ବର ୨୬ରେ ମୁମ୍ବାଇରେ ଆକ୍ରଣ ହୋଇଥିଲା । ଆଜି ମାନେ ଗୁରୁବାର ଦିନ ଏହି ଘଟଣାକୁ ୧୨ ବର୍ଷ ପୂରୁଛି । ସହିଦ ପୋଲିସ ଓ ସୁରକ୍ଷକର୍ମୀମାନଙ୍କୁ ଶ୍ରଦ୍ଧାଞ୍ଜଳୀ ନିମନ୍ତେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । କରୋନା ମହାମାରୀକୁ ଦୃଷ୍ଟିରେ ରଖି କେବଳ ସୀମିତ ସଂଖ୍ୟକ ଲୋକଙ୍କୁ ନେଇ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ତେବେ ଅନୁଷ୍ଠିତେ ହେବାକୁ ଥିବା କାର୍ଯ୍ୟକ୍ରମ ଦକ୍ଷିଣ ମୁମ୍ବାଇର ପୋଲିସ ମୁଖ୍ୟାଳୟରେ ନବନିର୍ମିତ ସ୍ମାରକ ସ୍ଥଳରେ ହେବ । ଏହି କାର୍ଯ୍ୟକ୍ରମରେ ସହିଦ ସୁରକ୍ଷାକର୍ମୀଙ୍କୁ ପରିବାର ଲୋକ ସାମିଲ ହେବ । ଏହି କାର୍ଯ୍ୟକ୍ରମରେ ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂହ କେଶୟାରୀ, ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ, ଗୃହମନ୍ତ୍ରୀ ଅନିତ ଦେଶମୁଖ, ପୋଲିସ ମହାନିର୍ଦ୍ଦେଶକ ସୁବୋଧ…

ଭଦ୍ରକ ଜିଲ୍ଲାରେ ଭାରତ ବନ୍ଦର ପ୍ରଭାବ

ଭଦ୍ରକ  ୨୬।୧୧: ବିଭିନ୍ନ ଦାବି ନେଇ ବିଭିନ୍ନ ସଂଗଠନ ପକ୍ଷରୁ ଆଜି ଭାରତ ବନ୍ଦ ଡାକରା ଦିଆଯାଇଛି । ତେବେ ଭାରତ ବନ୍ଦର ପ୍ରଭାବ ଭଦ୍ରକ ଜିଲ୍ଲାରେ ପରିଲକ୍ଷିତ ହେଉଛି । ଭଦ୍ରକ ଜିଲ୍ଲା ବନ୍ତ ଛକ ନିକଟରେ କେନ୍ଦ୍ରୀୟ ଶ୍ରମିକ ସଂଗଠନ ଆବାହନରେ ଏଆଇସିସିଟିୟୁ ବନ୍ଦ ପାଳନ କରୁଛି । ଭଦ୍ରକ ଜିଲ୍ଲା ବନ୍ତ ଛକ ନିକଟରେ ଏଆଇସିସିଟିୟୁ ରାଜପଥ ଅବରୋଧ କରିଛି । ଜିଲ୍ଲାର ବିଭିନ୍ନ ସଂଗଠନ ଭିନ୍ନ ଭିନ୍ନ ସ୍ଥାନରେ ବନ୍ଦ ପାଳନ କରୁଛି । କେନ୍ଦ୍ର ସରକାରଙ୍କ କୃଷି ବିଲକୁ ବିରୋଧ , ଶ୍ରମ କୋଡ଼କୁ ବାତିଲ , ମନେରେଗା ଶ୍ରମିକଙ୍କୁ ଦୈନିକ ୭୦୦ ଟଙ୍କା ଦରମା ଓ ବିଭିନ୍ନ ଦାବି ନେଇ ବନ୍ଦ ଘୋଷଣା କରିଛି ବିଭିନ୍ନ ସଂଗଠନ । ଦେଶବ୍ୟାପୀ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି । ବିଭିନ୍ନ…

ଲଗାତର ଭାବେ ବଢୁଛି ପେଟ୍ରୋଲ ଓ ଡିଜେଲ ଦର।

ନୂଆଦିଲ୍ଲୀ,୨୬|୧୧: ଗୋଟିଏ ଦିନ ପେଟ୍ରୋଲ ଓ ଡିଜେଲର ଦାମ୍ କମିବା ପରେ ପୁଣି ଥରେ ମୂଲ୍ୟ ବୃଦ୍ଧି ଘଟିଛି । ଆଇଓସିଏଲର ସୂଚନା ଅନୁସାରେ, ଦେଶର ଚାରୋଟି ମହାନଗରରେ ପେଟ୍ରୋଲ ଦାମ୍ ଲିଟର ପିଛା ୧୧ ପଇସା ବୃଦ୍ଧି ପାଇଛି । ସେହିପରି ଡିଜେଲ୍ ଦାମ ମଧ୍ୟ ୨୧ ପଇସା ବୃଦ୍ଧି ପାଇଛି । ଅଶୋଦ୍ଧିତ ତୈଳ ଦରଦାମ୍ ବୃଦ୍ଧି ପାଇଁ ଦେଶରେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଉଛି । ଅନ୍ତର୍ଜାତୀୟ ବଜାରରେ ଅଶୋଦ୍ଧିତ ତୈଳ ଦର ବ୍ୟାରେଲ୍ ପିଛା ୪୯ ଡଲାର ରହିଛି । ଆମେରିକାରେ ଅଶୋଦ୍ଧିତ ତୈଳ ଦର ବ୍ୟାରେଲ୍ ପିଛା ୪୬ ଡଲାର ରହିଛି । ରାଜଧାନୀ ଦିଲ୍ଲୀରେ ଡିଜେଲ ଦର ଲିଟର ପିଛା ୨୧ ପଇସା ବୃଦ୍ଧି ପାଇ ୭୧.୬୨ରେ ପହଁଚିଛି । ସେହିପରି କୋଲକାତାରେ ୭୫.୧୯ ଟଙ୍କା…

ମଧ୍ୟାହ୍ନ ଭୋଜନରେ ସିଦ୍ଧୁଙ୍କୁ ମନାଇବାକୁ ଉଦ୍ୟମ

ଚଣ୍ଡିଗଡ,୨୬|୧୧: ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ୍ ଅମରିନ୍ଦର ସିଂ ପୂର୍ବତନ ମନ୍ତ୍ରୀ ନବଜ୍ୟୋତ ସିଂ ସିଦ୍ଧୁଙ୍କୁ ପୁଣି ମନ୍ତ୍ରୀ ମଣ୍ଡଳରେ ସାମିଲ କରିବାକୁ ପ୍ରସ୍ତାବ ଦେଇଛନ୍ତି । କିନ୍ତୁ ସିଦ୍ଧୁଙ୍କ ତରଫରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ । ଅମରିନ୍ଦର ବୁଧବାର ଦ୍ୱିପହରରେ ସିଦ୍ଧୁଙ୍କୁ ଭୋଜନ ପାଇଁ ଆମନ୍ତ୍ରଣ କରିଥିଲେ । ଏହି ଭୋଜନ ପରେ ମନୋମାଳିନ୍ୟ ଦୂର ହେବା ସହ ସିଦ୍ଧୁଙ୍କୁ ମନ୍ତ୍ରୀ ମଣ୍ଡଳରେ ସାମିଲ କରିବା ପାଇଁ ଅମରିନ୍ଦର ଚାହୁଁଥିବା ଅନୁମାନ କରାଯାଉଛି । ବୁଧବାର ଉଭୟ ନେତାଙ୍କ ମଧ୍ୟରେ ଭୋଜନ ସମୟରେ ଅନେକ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା । ଅମରିନ୍ଦର ସିଦ୍ଧୁଙ୍କ ସହ ସାମ୍ପ୍ରତିକ ରାଜନୀତି ଉପରେ ବେସ୍ ଚର୍ଚ୍ଚା କରିଥିଲେ । ପ୍ରାୟ ୧ ଘଣ୍ଟାରୁ ଅଧିକ ସମୟ ଧରି ଉଭୟଙ୍କ ମଧ୍ୟରେ ଆଲୋଚନା ଓ ପର୍ଯ୍ୟାଲୋଚନା ହୋଇଥିଲା । ଏହାସହ…