ବିଧାନସଭା ଆଗରେ ମାଆ ଓ ପୁଅଙ୍କ ଆତ୍ମାହୁତି ଉଦ୍ୟମ ଘଟଣା

ଭୁବନେଶ୍ବର: ବିଧାନସଭା ଆଗରେ ମାଆ ଓ ପୁଅଙ୍କ ଆତ୍ମାହୁତି ଉଦ୍ୟମ ଘଟଣାରେ ସ୍ପଷ୍ଟୀକରଣ ରଖିଲା ଜଗତସିଂହପୁର ପୋଲିସ। ଟ୍ରକ୍‌ ଦୁର୍ଘଟଣାରେ ଅମୃତ ଦାସଙ୍କ ମୃତ୍ୟୁ ହୋଇଥିଲା। ବାଇକ୍‌ ପଛରେ ବସିଥିବା ଅରୁଣ ପଟ୍ଟନାୟକ ଗୁରୁତର ହୋଇଥିଲେ। ଦୀର୍ଘ ୧୫ ଧରି ଅରୁଣ କଟକ ଏସ୍‌ସିବିରେ ୧୫ ଦିନ ଚିକିତ୍ସା ହୋଇଥିଲେ। କଟକ-ପାରାଦୀପ ରାସ୍ତାରେ ଏହି ଦୁର୍ଘଟଣା ଘଟିଥିଲା। ଏହା ଦୁର୍ଘଟଣାଜନିତ ମୃତ୍ୟୁ ବୋଲି ପୋଷ୍ଟ ମର୍ଟମ ରିପୋର୍ଟରେ ଉଲ୍ଲେଖ ରହିଥିଲା। ଦୁର୍ଘଟଣାର ୭ ମାସ ପରେ କୋର୍ଟରେ ହତ୍ୟା ଅଭିଯୋଗ କରିଥିଲେ ମାଆ। ପୋଲିସ ତଦନ୍ତରୁ ଏହା ଦୁର୍ଘଟଣାଜନିତ ମୃତ୍ୟୁ ବୋଲି ପ୍ରମାଣିତ ହୋଇଥିଲା। ସୂଚନାଥାଉକି ଶନିବାର ବିଧାନ ସଭା ଚାଲିଥିବା ବେଳେ ଜଣେ ମା’ ଏବଂ ତାଙ୍କ ପୁଅ କିରୋସିନ ଢ଼ାଳି ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଠିକ୍‌ ସମୟରେ କମିଶନରେଟ୍ ପୋଲିସ ଘଟଣା ସ୍ଥଳରେ ପହଁଞ୍ଚି ପୁଅକୁ…

କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

ମେଷ – ବିଭିନ୍ନ ସମସ୍ୟାରେ ଜଡିତ ରହିଲେ ମଧ୍ୟ ଆନନ୍ଦର ଅନୁଭୂତି ଲାଭ କରିବେ । ବନ୍ଧୁଙ୍କ ସାହାର୍ଯ୍ୟରୁ  ପ୍ରତିଦ୍ୱନ୍ଦ୍ୱିତାରେ ବିଜୟୀ ଓ ପାରିବାରିକ ସମସ୍ୟା ସାମାଧାନ ହେବ । ଶୁଭ ରଙ୍ଗ ପିଚ୍ । ଶୁଭ ଅଙ୍କ ୮ । ଚାଷୀ- ଜଳ ସଞ୍ଚୟ କରନ୍ତୁ । ରୋଗୀ- ସତର୍କତାର ଦିନ । ଛାତ୍ରଛାତ୍ରୀ- ବିଦ୍ୱାନ୍ ହେବେ । କର୍ମଜୀବି- ପ୍ରଶଂସିତ ହେବେ । ବ୍ୟବସାୟୀ- ଅର୍ଥ ହାନୀ ହେବ । ଗୃହିଣୀ- ସୁଖଭାରା ଦିନଟି । ବୃଷ – ସ୍ୱାସ୍ଥ୍ୟ ସମସ୍ୟା ପୂର୍ବପରି ରହିଲେ ମଧ୍ୟ ବିଶେଷ କିଛି ଗୁରୁତର ହେବ ନାହିଁ । ପରିବାରରୁ ପୂର୍ଣ୍ଣ ସମର୍ଥନ ନ ପାଇଲେ ମଧ୍ୟ କର୍ମକ୍ଷେତ୍ରରେ ଗଠନ ମୂଳକ କାର୍ଯ୍ୟରୁ ପ୍ରଶଂସିତ ହେବେ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୬ । ଚାଷୀ- କୀଟ…