୭ ବର୍ଷ ପରେ ପଡିଆକୁ ଫେରିବେ ଏସ ଶ୍ରୀସନ୍ଥ

ନୂଆଦିଲ୍ଲୀ ୨୮।୧୧: ପୂର୍ବତନ ଭାରତୀୟ ଦ୍ରୁତ ବୋଲର ଏସ ଶ୍ରୀସନ୍ଥ ମ୍ୟାଚ୍ ଫିକ୍ସିଂ ଅଭିଯୋଗରେ ସାତ ବର୍ଷର ବାସନ୍ଦାଦେଶ ଭୋଗିବା ପରେ କ୍ରିକେଟ୍‌ ପଡିଆକୁ ପ୍ରତ୍ୟାବର୍ତ୍ତନ କରିବାକୁ ପ୍ରସ୍ତୁତ। ଶ୍ରୀସନ୍ଥ ସ୍ଥାନୀୟ ଟି-୨୦ ଟୂର୍ଣ୍ଣାମେଣ୍ଟ ସହିତ ପ୍ରତିଯୋଗିତାମୂଳଖ କ୍ରିକେଟ୍‌କୁ ଫେରିବାକୁ ଯାଉଛନ୍ତି। କେରଳ କ୍ରିକେଟ୍ ସଂଘ ଏହି ଟୂର୍ଣ୍ଣାମେଣ୍ଟର ଆୟୋଜନ କରୁଛି। ବିସିସିଆଇ ଆଇପିଏଲରେ ସ୍ପଟ୍ ଫିକ୍ସିଂ ଅଭିଯୋଗରେ ଶ୍ରୀସନ୍ଥଙ୍କ ଉପରେ ପ୍ରତିବନ୍ଧକ ଲଗାଇଥିଲା। ଚଳିତ ବର୍ଷ ସେପ୍ଟେମ୍ବରରେ ତାଙ୍କର ବାସନ୍ଦାଦେଶ ସମାପ୍ତ ହୋଇଥିଲା। ଶ୍ରୀସନ୍ଥ ପଡିଆକୁ ଫେରିବାକୁ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି। ତାଙ୍କର ଲକ୍ଷ୍ୟ ୨୦୨୩ ବିଶ୍ଵକପରେ ଭାରତୀୟ ଦଳରେ ସାମିଲ ସାମିଲ ହେବା। ଏଥିପାଇଁ ସେ ନିଜର ଯୋଜନା ପ୍ରସ୍ତୁତ କରିଛନ୍ତି। ସେ କହିଛନ୍ତି, ସଂପ୍ରତି ତାଙ୍କର ନଜର ଡିସେମ୍ବରରେ ହେବାକୁ ଥିବା ପ୍ରେସିଡେଣ୍ଟ ଟି-୨୦ କପ୍‌ ଉପରେ ରହିଛି। ଏହା ପରେ…

ବାତ୍ୟାର ରୂପ ନେଇପାରେ ଲଘୁଚାପ, ୨ରେ ଛୁଇଁବ ଉପକୂଳ !

ଦକ୍ଷିଣ ଆଣ୍ଡାମାନ ସାଗର ଓ ଏହାର ପାଶ୍ୱରର୍ତ୍ତୀ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହୋଇଛି । ସୃଷ୍ଟ ଲଘୁଚାପ ଘନୀଭୂତ ହୋଇ ଉତ୍ତର- ପଶ୍ଚିମ ଦିଗରେ ଗତି କରିବ । ଏହା ଆସନ୍ତା ୨ ତାରିଖରେ ତାମିଲନାଡ଼ୁ ଉପକୂଳ ଛୁଇଁପାରେ । ଏତତ୍ ବ୍ୟତୀତ ଏହା ବାତ୍ୟା ରୂପ ମଧ୍ୟ ନେଇପାରେ । ବାତ୍ୟା ସମ୍ଭାବନାକୁ ଏଡାଇ ଦିଆଯାଇପାରିବ ନାହିଁ । ପାଣିପାଗ ବିଭାଗର ସୂଚନାନୁସାରେ, ଓଡ଼ିଶାରେ ଏହି ଲଘୁଚାପ କିମ୍ବା ସମ୍ଭାବ୍ୟ ବାତ୍ୟାର ବିଶେଷ ପ୍ରଭାବ ପଡ଼ିବ ନାହିଁ । ଆସନ୍ତା ୨ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବ। ସେହିପରି ଆସନ୍ତା ୩ ତାରିଖବେଳକୁ ଦକ୍ଷିଣ ଓଡ଼ିଶାରେ ପାଗ କୋହଲା ରହିବା ସହ କାଁ ଭାଁ ବର୍ଷା ହେବାର ସମ୍ଭାବନା ରହିଛି । ଏବେ ରାଜ୍ୟରେ ଥଣ୍ଡା ବଢ଼ିଛି…