ପୁରୀ,୨୯/୧୧: ଆଜି ବୈକୁଣ୍ଠ ଚତୁର୍ଦ୍ଦଶୀରେ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ଲକ୍ଷ୍ମୀନୃସିଂହ ବା ଡାଳିକିଆ ବେଶ । ଶ୍ରୀଅଙ୍ଗରେ ସୁବର୍ଣ୍ଣ କିଆ ଡାଳି ଭଳି ଖଞ୍ଜାଯାଉଥିବାରୁ ବେଶର ନାମ ଏଭଳି ହୋଇଛି । ଏହି ବେଶରେ ଶ୍ରୀଜଗନ୍ନାଥ ଓ ଶ୍ରୀବଳଭଦ୍ରଙ୍କ ଶ୍ରୀମସ୍ତକରେ ଦୁଇଟି ଡ଼ାଳି ଚୂଳ ଶୋଭା ପାଏ । ଧାଡ଼ି ଧାଡ଼ି ହୋଇ ପୁଷ୍ପ ଅଳଙ୍କାର ଖଞ୍ଜା ଯାଇଥାଏ । ମଝିରେ ସୁବର୍ଣ୍ଣ କିଆ ସବୁ ଖଞ୍ଜା ଯାଏ । ସମଗ୍ର ବେଶକୁ ଧରି ରଖେ ଶ୍ରୀମୁଖରେ ଲାଗିହୋଇଥିବା ଗୋଟିଏ ଲେଖାଏଁ ବଳା । ସେହିପରି ଦେବୀ ସୁଭଦ୍ରାଙ୍କ ଶ୍ରୀମସ୍ତକରେ ସୁବର୍ଣ୍ଣ କିରିଟ ଶୋଭା ପାଇବ । ଏହିଦିନ ମଧ୍ୟ ଠାକୁରଙ୍କ ରାହାସ ନୀତି ରହିଛି ।
Day: November 29, 2020
କମେଡିଆନ୍ ଭାରତୀଙ୍କ ପାଇଁ ବଢ଼ିଲା ଅଡ଼ୁଆ
ମୁମ୍ବାଇ ୨୮/୧୧: କପିଲ ଶର୍ମା ସୋ’ରେ ମନୋରଞ୍ଜନର ଉତ୍ସ ପାଲଟିଥିଲେ କମେଡିଆନ୍ ଭାରତୀ ସିଂହ ।ତାଙ୍କ ତିତଲିରୁ ବୁଆ ପର୍ଯ୍ୟନ୍ତ ଆକ୍ଟିଂ ଦର୍ଶକଙ୍କ ମନରେ ଏଭଳି ଘର କରିଛି ଯେ ତାଙ୍କ ବିନା ସୋ’ ଅଧୁରା। କିନ୍ତୁ ଡ୍ରଗ୍ସ ମାମଲାରେ ଯେବେଠୁ ଛନ୍ଦି ହୋଇଛନ୍ତି ଭାରତୀ ତାଙ୍କ ଲୋକପ୍ରିୟତା ବିପଦ ଆଡ଼କୁ ଠେଲି ହୋଇଯାଇଛି। ସୋସିଆଲ୍ ମିଡିଆରେ ଭାରତୀଙ୍କୁ ନେଇ ଭିନ୍ନ ଭିନ୍ନ କମେଣ୍ଟ ଦେଖିବାକୁ ମିଳୁଛି। ଡ୍ରଗ୍ସ ମାମଲାରେ ଭାରତୀ ସିଂହ ଗିରଫ ହେବା କଥାକୁ ନେଇ ଏମିତି ଆକଳନ କରାଯାଉଛି ଯେ ତାଙ୍କୁ ଏବେ କପିଲ ଶର୍ମା ସୋ’ରୁ ଆଉଟ୍ ହେବାକୁ ପଡ଼ିପାରେ । ମିଳିଥିବା ସୂଚନା ଅନୁସାରେ ସୋ’ର ନିର୍ମାତା କୌଣସି ପ୍ରକାର ବିବାଦ ଭିତରକୁ ପଶିବାକୁ ଚାହୁଁନାହାନ୍ତି। ତେବେ ‘ସ୍ପଟ୍ବୟ’ରୁ ମିଳିଥିବା ଏକ ରିପୋର୍ଟ ଅନୁସାରେ ସୋ’ ନିର୍ମାତା ଏଭଳି କିଛି ଯୋଜନା…
ଶ୍ବଶୁର ଘର ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଲେ ଓ୍ବାଜିଦ ଖାନଙ୍କ ପତ୍ନୀ
ମୁମ୍ବାଇ ୨୮/୧୧: ଦିବଂଗତ ସଙ୍ଗୀତ ନିର୍ଦେଶକ ଓ୍ବାଜିଦ ଖାନଙ୍କ ପରିବାର ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ତାଙ୍କ ପତ୍ନୀ କମଲରୁଖ ଖାନ। ଅନ୍ତର୍ଜାତୀୟ ବିବାହକୁ ନେଇ ପ୍ରଥମ ଥର ନିଜର ପ୍ରତିକ୍ରିୟା ରଖିଛନ୍ତି କମଲରୁଖ। କମଲରୁଖ ନିଜର ଇନ୍ଷ୍ଟାଗ୍ରାମ ଆକାଉଣ୍ଟରେ ଏକ ବଡ଼ ପୋଷ୍ଟ ମାଧ୍ୟମରେ ନିଜ ବିବାହକୁ ନେଇ ଲେଖିଛନ୍ତି। ସେ ଲେଖିଛନ୍ତି, ‘ଓ୍ବାଜିଦଙ୍କୁ ବିବାହ କରିବା ପୂର୍ବରୁ ୧୦ ବର୍ଷ ରିଲେସନ୍ସିପ୍ରେ ଥିଲି। ମୁଁ ପାର୍ସି ଓ ସେ ମୁସଲିମ୍ ଥିଲେ। ଆମେ ଏମିତି ଥିଲୁ ଯାହାକୁ ଆପଣ ‘କଲେଜ୍ ସ୍ବିଟ୍ହାର୍ଟସ୍’ ବୋଲି କହିପାରିବେ। ଶେଷରେ ଯେତେବେଳେ ଆମେ ବିବାହ କଲୁ , ସେତେବେଳ ସ୍ବତନ୍ତ୍ର ବିବାହ ଆକ୍ଟ ଜରିଆରେ ପ୍ରେମ୍ ପାଇଁ ବିବାହ କରିଥିଲୁ।’ ସୂଚନାଯୋଗ୍ୟ, ଓ୍ବାଜିଦ ଖାନ ୧୯୯୮ରେ ସଲମାନ ଖାନଙ୍କ ଫିଲ୍ମ ‘ପ୍ୟାର କ୍ୟା ତୋ ଡରନା କ୍ୟା’ରୁ ନିଜର କ୍ୟାରିୟର…
ଭାରତ-ଅଷ୍ଟ୍ରେଲିଆ ଦ୍ୱିତୀୟ ଦିନିକିଆ
ସିଡନୀ ୨୯।୧୧: ଆଜି ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ ଦ୍ୱିତୀୟ ଦିନିକିଆ । ପ୍ରଥମ ମ୍ୟାଚରେ ପରାସ୍ତ ହେବା ପରେ ଆଜି ବିଜୟ ସହ ସିରିଜକୁ ପ୍ରତ୍ୟାବର୍ତ୍ତନ ପାଇଁ ଲକ୍ଷ୍ୟ ରଖିବ ବିରାଟ ବାହିନୀ । ତେବେ ମ୍ୟାଚ୍ ପୂର୍ବରୁ ଟସ୍ ଜିତିଛି ଅଷ୍ଟ୍ରେଲିଆ । ଅଧିନାୟକ ଆରୋନ ଫିଞ୍ଚ୍ ଟସ୍ ଜିତି ଭାରତକୁ ଫିଲ୍ଡିଂ ପାଇଁ ଆମନ୍ତ୍ରଣ କରିଛନ୍ତି । ଅର୍ଥାତ ପ୍ରଥମେ ବୋଲିଂ କରିବ ଭାରତ । ରବିବାର ଅଷ୍ଟ୍ରେଲିଆ ବିପକ୍ଷରେ ଦ୍ୱିତୀୟ ଦିନିକିଆ ଖେଳିବ ବିରାଟ ବାହିନୀ । ପ୍ରଥମ ମ୍ୟାଚରେ ପରାସ୍ତ ହେବା ପରେ ଆଜିର ମ୍ୟାଚ୍ ଭାରତ ପାଇଁ କର ବା ମର ସଦୃଶ । ସେପଟେ ପ୍ରଥମ ମ୍ୟାଚ୍ ଜିତି ଅଷ୍ଟ୍ରେଲିଆର ମନୋବଳ ଦୃଢ ରହିଛି । ଦ୍ୱିତୀୟ ଦିନିକିଆ ଭାରତୀୟ ସମୟାନୁସାରେ ସକାଳ ୯ଟା ୩୦…