ଶିବସେନାରେ ସାମିଲ ହେବେ ଅଭିନେତ୍ରୀ ଉର୍ମିଳା ମାତୋଣ୍ଡକର

ମୁମ୍ବାଇ ୩୦।୧୧: ବଲିଉଡ୍ ଅଭିନେତ୍ରୀ ତଥା ରାଜନୀତିରେ ପାଦ ଦେଇସାରିଥିବା ଉର୍ମିଳା ମାତୋଣ୍ଡକର ସୋମବାର ଦିନ ଶିବସେନାରେ ସାମିଲ ହେବେ । ଉର୍ମିଳା ଗତ ବର୍ଷ ସକ୍ରିୟ ରାଜନୀତିରେ ପାଦ ଦେଇଥିଲେ । ସେ ୨୦୧୯ ଲୋକସଭା ନିର୍ବାଚନରେ କଂଗ୍ରେସ ଟିକେଟରେ ଲଢିଥିଲେ । ନିର୍ବାଚନର ୫ ମାସ ପରେ ହିଁ ସେ କଂଗ୍ରେସ ଛାଡିଥିଲେ । ଶିବସେବା ପକ୍ଷରୁ ଉର୍ମିଳାଙ୍କୁ ନେଇ କିଛି ସୂଚନା ଦିଆଯାଇନାହିଁ । ଉର୍ମିଳା ୨୦୧୯ ମସିହା ମାର୍ଚ୍ଚ ମାସରେ କଂଗ୍ରେସରେ ଯୋଗଦେଇଥିଲେ । ପରେ ସେପ୍ଟେମ୍ବର ମାସରେ ସେ ଦଳର କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନ ଉଠାଇବା ସହ କଂଗ୍ରେସ ଛାଡିଥିଲେ । ଉର୍ମିଳା ସେତେବେଳେ ନିଜ ବୟାନରେ କହିଥିଲେ ଯେ, ମୋର ରାଜନୈତିକ ଏବଂ ସାମାଜିକ ସମ୍ବେଦନା ମୁମ୍ବାଇ କଂଗ୍ରେସରେ ଏକ ବଡ ଲକ୍ଷ୍ୟ ଉପରେ କାମ କରିବା ପରିବର୍ତ୍ତେ ଛୋଟ…

ଡିସେମ୍ବରରେ ଏହି ସବୁ ଜିଲ୍ଲାରେ ରହିବ ନାଇଟ୍ କର୍ଫ୍ୟୁ

ଜୟପୁର ୩୦।୧୧: ଅନେକ ଦେଶରେ କରୋନା ଭାଇରସର ଦ୍ୱିତୀୟ ଲହର ଚାଲିଛି । ଭାରତରେ ସଂକ୍ରମଣ କମିଥିଲେ ମଧ୍ୟ ବିପଦ ଟଳିନି ।ଦେଶରେ କିଛି ଅଞ୍ଚଳରେ ଏବେ କରୋନାର ୨ୟ ଲହରୀ ଦେଖାଦେଇଛି ।  କରୋନା ଭାଇରସର ଦ୍ୱିତୀୟ ପ୍ରବାହକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ର, ଗୁଜୁରାଟ, ରାଜସ୍ଥାନ ଓ ମଧ୍ୟପ୍ରଦେଶ ଭଳି ରାଜ୍ୟ ଗୁଡ଼ିକରେ ବ୍ୟାପକ ପଦକ୍ଷେପ ନିଆଯାଇଛି । ସେହି ସବୁ ରାଜ୍ୟର କିଛି ଅଞ୍ଚଳରେ କରୋନା ସଂକ୍ରମଣ ସଂଖ୍ୟା ବଢିବାର ଲାଗିଛି । ଯାହାକୁ ନେଇ ରାଜ୍ୟ ସରକାର ବିଭିନ୍ନ କଟକଣା ଲଗାଇଛନ୍ତି । ଖାସ୍‌କରି ରାଜସ୍ଥାନରେ ନାଇଟ୍‌ କର୍ଫ୍ୟୁ ଥିବା ଅଞ୍ଚଳର ସଂଖ୍ୟାକୁ ବୃଦ୍ଧି କରାଯାଇଛି । ରାଜସ୍ଥାନ ସରକାର କରୋନାର ପ୍ରବାହକୁ ନିୟନ୍ତ୍ରଣକୁ ଆଣିବା ପାଇଁ ୩୧ ଡିସେମ୍ବର ପର୍ଯ୍ୟନ୍ତ କିଛି ଅଞ୍ଚଳରେ କଟକଣା ଜାରି କରିଛନ୍ତି । ରାଜ୍ୟର କୋଟା, ଜୟପୁର,…

ଆଜି ୨୦୨୦ର ଶେଷ ଚନ୍ଦ୍ର ଗ୍ରହଣ

୨୦୨୦ମସିହାର ଶେଷ ଚନ୍ଦ୍ରଗ୍ରହଣ ଆଜି କାର୍ତ୍ତିକ ପୂର୍ଣ୍ଣିମାରେ ପଡ଼ିଛି। ଏହି ଗ୍ରହଣ ଭାରତ ସମେତ କେତେକ ଦେଶରେ ହେବ। ୨୦୨୦ ମସିହା ନଭେମ୍ବର ୩୦ରେ ପଡ଼ୁଥିବା ଚନ୍ଦ୍ରଗ୍ରହଣ ୨୦୨୦ର ଶେଷ ଚନ୍ଦ୍ରଗ୍ରହଣ ହେବ। ଗ୍ରହଣ ଦ୍ବିପ୍ରହର ୧.୦୪ରେ ଆରମ୍ଭ ହେବ ଏବଂ ସନ୍ଧ୍ୟା ୫.୨୨ରେ ଶେଷ ହେବ। ସୂଚନା ଅନୁଯାୟୀ ଏହା ଏକ ଉପଛାୟା ଗ୍ରହଣ ହେବ ଯାହାକୁ ଖାଲି ଆଖିରେ ଦେଖାଯାଇ ପାରିବ ନାହିଁ। ଭାରତରେ ଏହି ଗ୍ରହଣର ପ୍ରଭାବ କିଛି ଖାସ୍ ହେବ ନାହିଁ। ବର୍ଷର ଶେଷ ସୂର୍ଯ୍ୟ ପରାଗ ୨୦୨୦ ଡିସେମ୍ବର ୧୪ତାରିଖରେ ହେବ। ନଭେମ୍ବର ୩୦ତାରିଖରେ ପଡ଼ୁଥିବା ଚନ୍ଦ୍ର ଗ୍ରହଣ ବୃଷ ରାଶି ଏବଂ ରୋହିଣୀ ନକ୍ଷତ୍ରରେ ପଡ଼ିବ ଯାହା ଫଳରେ ଏହାର ପ୍ରଭାବ ଜ୍ୟୋତିଷ ଅନୁସାରେ ସମସ୍ତ ରାଶିର ବ୍ୟକ୍ତିଙ୍କ ଜୀବନ ଉପରେ ପଡ଼ିବ। କୁହାଯାଏ ଯେ ବ୍ୟକ୍ତିଙ୍କ ଜୀବନରେ…

ଅଷ୍ଟ୍ରେଲିଆକୁ ଝଟକା, ତୃତୀୟ ଦିନିକିଆ ଓ ଟି୨୦ ସିରିଜରୁ ବାଦ୍ ପଡିଲେ ଡେଭିଡ୍ ଓ୍ୱାର୍ଣ୍ଣର

ସିଡନୀ,୩୦/୧୧: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟସମ୍ୟାନ୍ ଡେଭିଡ୍ ଓ୍ୱାର୍ଣ୍ଣର ଭାରତ ବିପକ୍ଷ ବଳକା ମ୍ୟାଚରୁ ବାଦ୍ ପଡିପାରନ୍ତି । ରବିବାର ସିଡନୀରେ ଖେଳାଯାଇଥିବା ଦ୍ୱିତୀୟ ଦିନିକିଆରେ ସେ ଆହତ ହୋଇ ଷ୍ଟାଡିୟମରୁ ବାହରକୁ ଚାଲିଆସିଥିଲେ । ୩୪ ବର୍ଷୀୟ ଓ୍ୱାର୍ଣ୍ଣର ଏବେ ବୁଧବାର ଖେଳାଯିବାକୁ ଥିବା ତୃତୀୟ ଦିନିକିଆ ସହ ଟି୨୦ ସିରିଜ ମଧ୍ୟ ଖେଲିବେ ନାହିଁ । ସେ ଘରକୁ ଫେରିଆସିବେ । ସେଠାରେ ତାଙ୍କର ଚିକିତ୍ସା ଜାରି ରହିବ । କୁହାଯାଉଛି ଯେ, ଡିସେମ୍ବର ୧୭ରୁ ଆରମ୍ଭ ହେବାକୁ ଥିବା ଟେଷ୍ଟ୍ ସିରିଜ ସୁଦ୍ଧା ସେ ଠିକ୍ ହୋଇଯିବେ । ଓ୍ୱାର୍ଣ୍ଣରଙ୍କ ବ୍ୟତୀତ ପ୍ୟାଟ୍ କମିନ୍ସ ମଧ୍ୟ ଭାରତ ବିପକ୍ଷ ଅନ୍ୟ ମୁକାବିଲାରୁ ବାଦ୍ ପଡିଛନ୍ତି । ତାଙ୍କ ସ୍ଥାନରେ ଡାନସୀ ସର୍ଟଙ୍କୁ ଟି୨୦ ଟିମ୍‌ରେ ସାମିଲ କରାଯାଇଛି । ଟି୨୦ ସିରିଜର ପ୍ରଥମ ମ୍ୟାଚ୍…

୯ଦଫା ଦାବି ନେଇ ପୁଣି ଆନ୍ଦୋଳନକୁ ଓହ୍ଲାଇଲା ଶ୍ରମିକ ସଂଘ

ପାରାଦୀପ ୩୦।୧୧ : ପୁଣି ଥରେ ଆନ୍ଦୋଳନକୁ ଓହ୍ଲାଇଲା ପାରାଦୀପ ଏରସମା ଶିଳ୍ପାଞ୍ଚଳ ଶ୍ରମିକ ସଂଘ । ୯ଦଫା ଦାବି ନେଇ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି ଏରସମା ଶିଳ୍ପାଞ୍ଚଳ ଶ୍ରମିକ ସଂଘ । ତୈଳ ବିଶୋଧନାଗାର ଫାଟକ ସମ୍ମୁଖରେ କଳାପତାକା ଧରି ପ୍ରଦର୍ଶନ ଜାରି ରହିଛି । ୯ ଦଫା ଦାବି ନେଇ ତୈଳବିଶୋଧନାଗାର ଫାଟକ ସମ୍ମୁଖରେ କଳାପତାକା ଧରି ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି ସଙ୍ଘର ପ୍ରାୟ ଶତାଧିକ ଶ୍ରମିକ। ଦୀର୍ଘ ଦିନ ହେବ ତୈଳବିଶୋଧନାଗାର କାର୍ଯ୍ୟରତ ବିଭିନ୍ନ ଠିକାଦାର ଅଧିନରେ କାମ କରୁଥିବା ବେଳେ କମ୍ପାନୀ ପକ୍ଷରୁ ଶ୍ରମିକ ମାନଙ୍କର ମୌଳିକ ସମସ୍ୟା ଉପରେ ଧ୍ୟାନ ଦିଆଯାଉନଥିବା ଅଭିଯୋଗ ହୋଉଛି । ପୂର୍ବରୁ ଅନେକ ଥର ସଙ୍ଘ ପକ୍ଷରୁ ବିଭିନ୍ନ ଦାବି ତଥା ନୁଆ ଶ୍ରମିକମାନଙ୍କର ବେଆଇନ ଭାବେ ଗେଟ୍‌ ପାସ ରଦ୍ଦ କରିବା ।…

ଆଜି ପ୍ରଧାନମନ୍ତ୍ରୀଙ୍କ ‘ଟିକା’ ସମୀକ୍ଷା, ଭ୍ୟାକସିନ୍ ବିକାଶରେ ଲାଗିଥିବା ୩ କମ୍ପାନୀ ସହ ଆଲୋଚନା

ନୂଆଦିଲ୍ଲୀ ୩୦।୧୧:  ଖୁବ୍ ଶୀଘ୍ର ଆସିବ କରୋନା ଟିକା । ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ଟିକା ପ୍ରସ୍ତୁତି । ଦୁଇ ଦିନ ତଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟିକା ସ୍ଥିତିର ସମୀକ୍ଷା ପାଇଁ ଅହମଦାବାଦ, ପୁନେ ଏବଂ ହାଇଦ୍ରାବାଦ ଗସ୍ତ କରିଥିଲେ । ପ୍ରମୁଖ ଟିକା ପ୍ରସ୍ତୁତକାରୀ କମ୍ପାନି ଜାଇଡସ୍ କାଡିଲା ଫାର୍ମ, ହାଇଦ୍ରାବାଦର ଭାରତ ବାୟୋଟେକ୍ ଏବଂ ପୁନେର ସିରମ୍ ଇନ୍ ଷ୍ଟିଚ୍ୟୁଟ୍ ଗସ୍ତ କରି ଟିକା ସ୍ଥିତି ସମୀକ୍ଷା କରିଥିଲେ । ଆଜି ପ୍ରଧାନମନ୍ତ୍ରୀ ଭ୍ୟାକସିନ୍ ବିକାଶରେ ଲାଗିଥିବା ଅନ୍ୟ ୩ ଟି କମ୍ପାନୀ ସହ ଆଲୋଚନା କରିବେ । ଭିଡିଓ କନଫରେସିଂରେ ପ୍ରଧାନମନ୍ତ୍ରୀ ଜେନୋଭା ବାୟୋଫାର୍ମା, ବାୟୋଲୋଜିକାଲ-ଇ ଏବଂ ଡକ୍ଟର ରେଡ୍ଡି ଟିମ୍ ସହ ଆଲୋଚନା କରିବେ । ନିଜେ ପ୍ରଧାନମନ୍ତ୍ରୀ ଟୁଇଟ୍ କରି ଏହି ସୂଚନା ଦେଇଛନ୍ତି । ସେପଟେ ଭାରତ…