ଡିସେମ୍ବରରେ ଏହି ସବୁ ଜିଲ୍ଲାରେ ରହିବ ନାଇଟ୍ କର୍ଫ୍ୟୁ

ଜୟପୁର ୩୦।୧୧: ଅନେକ ଦେଶରେ କରୋନା ଭାଇରସର ଦ୍ୱିତୀୟ ଲହର ଚାଲିଛି । ଭାରତରେ ସଂକ୍ରମଣ କମିଥିଲେ ମଧ୍ୟ ବିପଦ ଟଳିନି ।ଦେଶରେ କିଛି ଅଞ୍ଚଳରେ ଏବେ କରୋନାର ୨ୟ ଲହରୀ ଦେଖାଦେଇଛି ।  କରୋନା ଭାଇରସର ଦ୍ୱିତୀୟ ପ୍ରବାହକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ର, ଗୁଜୁରାଟ, ରାଜସ୍ଥାନ ଓ ମଧ୍ୟପ୍ରଦେଶ ଭଳି ରାଜ୍ୟ ଗୁଡ଼ିକରେ ବ୍ୟାପକ ପଦକ୍ଷେପ ନିଆଯାଇଛି । ସେହି ସବୁ ରାଜ୍ୟର କିଛି ଅଞ୍ଚଳରେ କରୋନା ସଂକ୍ରମଣ ସଂଖ୍ୟା ବଢିବାର ଲାଗିଛି । ଯାହାକୁ ନେଇ ରାଜ୍ୟ ସରକାର ବିଭିନ୍ନ କଟକଣା ଲଗାଇଛନ୍ତି । ଖାସ୍‌କରି ରାଜସ୍ଥାନରେ ନାଇଟ୍‌ କର୍ଫ୍ୟୁ ଥିବା ଅଞ୍ଚଳର ସଂଖ୍ୟାକୁ ବୃଦ୍ଧି କରାଯାଇଛି ।

ରାଜସ୍ଥାନ ସରକାର କରୋନାର ପ୍ରବାହକୁ ନିୟନ୍ତ୍ରଣକୁ ଆଣିବା ପାଇଁ ୩୧ ଡିସେମ୍ବର ପର୍ଯ୍ୟନ୍ତ କିଛି ଅଞ୍ଚଳରେ କଟକଣା ଜାରି କରିଛନ୍ତି । ରାଜ୍ୟର କୋଟା, ଜୟପୁର, ଯୋଧପୁର, ବିକାନେର, ଉଦୟପୁର, ଅଜମେର, ଭିଲଓ୍ୱାଡ଼ା, ନାଗୋର, ପାଲି, ଟୋଙ୍କ, ସିକର ଏବଂ ଗଙ୍ଗାନଗରର ମୁଖ୍ୟାଳୟ ସହରରେ ରାତି ୮ଟାରୁ ସକାଳ ୬ଟା ପର୍ଯ୍ୟନ୍ତ କର୍ଫ୍ୟୁ ଲଗାଇବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି ।

ସେହିପରି  ରାଜସ୍ଥାନ ସରକାରଙ୍କ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁସାରେ,  ୩୧ ଡିସେମ୍ବର ୨୦୨୦ ପର୍ଯ୍ୟନ୍ତ ନିୟନ୍ତ୍ରଣ କ୍ଷେତ୍ରରେ ଲକ୍‌ଡାଉନ୍‌ ଲାଗି ରହିବ । ଏହି ସବୁ ସ୍ଥାନରେ କେବଳେ ଜରୁରୀ ସାମଗ୍ରୀ ପାଇଁ ଅନୁମତି ଦିଆଯିବ । ଏହାସହିତ ସ୍ୱତନ୍ତ୍ର ଟିମ୍‌ ଘର ଘର ବୁଲି ସ୍ୱାସ୍ଥ୍ୟ ଯାଞ୍ଚ କରିବେ । ସରକାରଙ୍କ ପକ୍ଷରୁ ସ୍କୁଲ, କଲେଜ, କୋଚିଂ ସେଣ୍ଟର ଡିସେମ୍ବର ୩୧ ପର୍ଯ୍ୟନ୍ତ ବନ୍ଦ ରହିବ । ଏହାସହିତ ସିନେମା ହଲ୍‌, ସପିଂ ମଲ୍‌ ଏବଂ ଭିଡ ଜମୁଥିବା ସ୍ଥାନ ବନ୍ଦ ରହିବ । ସେହିପରି ସାମାଜିକ , ରାଜନୈତିକ, ଖେଳ, ସାସ୍କୃତିକ, ଧାର୍ମିକ କାର୍ଯ୍ୟ ଓ ଆଦି ବଡ କାର୍ଯ୍ୟକ୍ରମ ଉପରେ ୩୧ ଡିସେମ୍ବର ପର୍ଯ୍ୟନ୍ତ ରୋକ ଲଗାଯାଇଛି । ଏହି ସବୁ କାର୍ଯ୍ୟ ପାଇଁ କୌଣସି ଅନୁମତି ଦିଆଯିବ ନାହିଁ ବୋଲି ନୋଟିସ୍‌ କରାଯାଇଛି ।

Related posts

Leave a Comment