ଭାରତ ଉପରେ Pfizerର ନଜର

ନୂଆଦିଲ୍ଲୀ ୬।୧୨: ଫାଇଜର ଟିକାକୁ ବ୍ରିଟେନ ମଞ୍ଜୁରି ପ୍ରଦାନ କରିଛି। ଏବେ ଦେଶରେ ଟିକାକରଣ ଲାଗି ବ୍ରିଟେନର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଏଥିରେ ଏକ ବଡ ଖବର ଆସୁଛି। ଫାଇଜର ଭାରତକୁ ମଧ୍ୟ ଟିକାକରଣ ଲାଗି ଅନୁମତି ମାଗିଥିବା ଜଣାପଡିଛି। ଫାଇଜର ପ୍ରଥମ କମ୍ପାନୀ ଯିଏ ସିଧା ଡ୍ରଗ କଣ୍ଟ୍ରୋଲର ଜେନେରାଲ ଅଫ ଇଣ୍ଡିଆ (ଡିସିଜିଆଇ)ଙ୍କୁ ଅନୁମତି ମାଗିଛନ୍ତି।  ସେପଟେ ବ୍ରିଟେନ ସମେତ ବାହାରିନ୍ ଫାଇଜରଙ୍କୁ ଏଥିଲାଗି ଅନୁମତି ଦେଇସାରିଥିବା ଜଣାପଡ଼ିଛି।

ଫାଇଜର ଡିସେମ୍ବର ୪ ତାରିଖ ଦିନ ଡିସିଜିଆଇଙ୍କୁ ଆବେଦନ କରିଥିଲେ। ଯେଉଁଥିରେ ଫାଇଜର ଭାରତରେ ଭାକ୍ସିନର ବିକ୍ରି ଓ ବିତରଣ ଲାଗି ନିବେଦନ କରିଛନ୍ତି। ତେବେ ଭାରତ ସରକାର କୋଭିଡ ଟିକାକରଣରୁ ନେଇ ପ୍ରଥମରୁ ନିଜର ପକ୍ଷ ସ୍ପଷ୍ଟ କରିସାରିଛନ୍ତି। ଯେଉଁ ବି ଟିକା ଭାରତରେ କ୍ଲିନିକାଲ ଟ୍ରାୟଲରେ ସଫଳ ହେବ ସେହି କମ୍ପାନୀ ପ୍ରସ୍ତୁତ ଟିକାକୁ ଦେଶରେ ଅନୁମତି ପ୍ରଦାନ କରାଯିବ। ତେବେ ଫାଇଜର ଅଥବା ତାଙ୍କ ସହଯୋଗୀ କମ୍ପାନୀ ଏଭଳି କୌଣସି ପ୍ରକାର ପରୀକ୍ଷଣକୁ ଅସ୍ୱୀକାର କରିଥିଲେ। ତେବେ ଅଧିକାରୀଙ୍କ ଅନୁସାରେ ଯଦି ଡିସିଜିଆଇ ଚାହିଁବେ ଲୋକାଲ କ୍ଲିନିକାଲ ଟ୍ରାୟଲ ଛାଡ କରିପାରନ୍ତି।

କରୋନା ଭାଇରସ ସଂକ୍ରମଣ ରୋକିବା ଲାଗି ଚୀନ୍‌ ୪, ଋଷିଆ ୨ ଓ ବ୍ରିଟେନ ଗୋଟିଏ ଟିକାକୁ ଜରୁରି ଅନୁମୋଦନ କରିଛନ୍ତି। ଏଥିରେ ଭାରତ କୌଣସିକମ୍ପାନୀଙ୍କୁ ଏପର୍ଯ୍ୟନ୍ତ ଅନୁମୋଦନ କରିନାହାନ୍ତି। ସେପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତ ସପ୍ତାହରୁ ଦେଶରେ କୋଭିଡ ଟିକାକୁ ନେଇ ଉତ୍ସାହୀ ହୋଇଉଠିଛନ୍ତି।  ଏଥିଲାଗି ପ୍ରଧାନମନ୍ତ୍ରୀ ନିଜେ ନଭେମ୍ବର ୨୮ ତାରିଖ ଦିନ ଅହମ୍ମଦାବାଦ, ପୁଣେ ଓ ହାଇଦ୍ରାବାଦସ୍ଥିତ କମ୍ପାନୀକୁ ଯାଇ ଟିକା ପ୍ରସ୍ତୁତି ସମୀକ୍ଷା କରିଛନ୍ତି। ନଭେମ୍ବର ୩୦ ତାରିଖ ଦିନ ପ୍ରଧାନମନ୍ତ୍ରୀ ଟିକା ପ୍ରସ୍ତୁତ କରୁଥିବା କମ୍ପାନୀଙ୍କ ଅଧିକାରୀଙ୍କ ସହ ଭିଡିଓ କନଫରେନସିଂରେ ଆଲୋଚନା ମଧ୍ୟ କରିଥିଲେ। ଏହା ପରେ ଟିକା ଉପରେ ଆଲୋଚନା ଲାଗି ପ୍ରଧାନମନ୍ତ୍ରୀ ଡିସେମ୍ବର ୪ ତାରିଖ ଦିନ ସର୍ବଦଳୀୟ ବୈଠକ ବି ଡାକିଥିଲେ।

Related posts

Leave a Comment