ସୋନୁ ସୁଦ୍ ହେଲେ ଟପ୍ ଗ୍ଲୋବାଲ ଏସିଆନ୍ ସେଲିବ୍ରିଟି ୨୦୨୦

ମୁମ୍ବାଇ ୧୦।୧୨: ବଲିଉଡ୍ ଅଭିନେତା ସୋନୁ ସୁଦଙ୍କ ନାଁ ଏବେ ସମସ୍ତଙ୍କ ମୁହଁରେ ରହୁଛି । କରୋନା ମହାମାରୀ ଯୋଗୁଁ ଲକ୍ ଡାଉନ୍ ସମୟରେ ଅସହାୟ ଲୋକଙ୍କୁ ସାହାଯ୍ୟ କରିଥିବାରୁ ଲୋକେ ଅଭିନେତା ସୋନୁ ସୁଦଙ୍କୁ ରିଲ୍ ହିରୋ ନୁହେଁ ବରଂ ରିୟଲ ହିରୋ ବୋଲି କହୁଛନ୍ତି। ତାଙ୍କ ନାଁ ଗ୍ଲୋବାଲ ଏସିଆନ୍ ସେଲିବ୍ରିଟି ୨୦୨୦ ତାଲିକାରେ ଶୀର୍ଷ ସ୍ଥାନରେ ରହିଛି । ଅନେକ ବଲିଉଡ୍ ସେଲିବ୍ରିଟିଙ୍କୁ ପଛରେ ପକାଇ ସେ ଏହି ସ୍ଥାନ ଅଧିକାର କରିଛନ୍ତି । ବ୍ରିଟେନର ସାପ୍ତାହିକ ଖବରକାଗଜ ‘ଇଷ୍ଟର୍ଣ୍ଣ ଆଇ’ ଦ୍ବାରା ପ୍ରକାଶିତ ‘ବିଶ୍ବର ୫୦ ଏସିଆନ୍ ସେଲିବ୍ରିଟି’ ତାଲିକାରେ ବଲିଉଡ୍ ଅଭିନେତା ସୋନୁ ସୁଦ୍ ଶୀର୍ଷ ସ୍ଥାନ ହାସଲ କରିଛନ୍ତି ।

ସୂଚନା ଅନୁସାରେ ଏହି ସୂଚୀ ମାଧ୍ୟମରେ ସେହି କଳାକାରଙ୍କୁ ସମ୍ମାନିତ କରାଯାଇଛି ଯେଉଁମାନେ ନିଜ କାମ ମାଧ୍ୟମରେ ସମାଜରେ ସକାରାତ୍ମକ ଛାପ ଛାଡିଛନ୍ତି ଏବଂ ଲୋକମାନଙ୍କ ପାଇଁ ପ୍ରେରଣା ହୋଇପାରିଛନ୍ତି । ଏହି ସମ୍ମାନ ପାଇଁ କୃତଜ୍ଞତା ଜଣାଇ ସୋନୁ ସୁଦ୍‌ କହିଛନ୍ତି, ମହାମାରୀ ସମୟରେ ମୁଁ ଅନୁଭବ କଲି ଯେ, ‘ମୋ ଦେଶର ଲୋକଙ୍କୁ ସାହାଯ୍ୟ କରିବା ମୋର କର୍ତ୍ତବ୍ୟ।’ କୋଭିଡ୍-୧୯ ଲକଡାଉନ୍ ସମୟରେ, ସୋନୁ ସୁଦ୍‌ ଭାରତୀୟ ପ୍ରବାସୀ ଶ୍ରମିକମାନଙ୍କୁ ସେମାନଙ୍କ ଘରକୁ ପଠାଇବାରେ ସାହାଯ୍ୟ କରିଥିଲେ, ଯେଉଁଥିପାଇଁ ତାଙ୍କୁ ଏହି ସମ୍ମାନ ଦିଆଯାଇଛି।

‘ଇଷ୍ଟର୍ଣ୍ଣ ଆଇ’ ସଂପାଦକ ଅସଜଦ ନାଜିର ଏହି ତାଲିକା ପ୍ରସ୍ତୁତ କରିଛନ୍ତି । ସେ କହିଛନ୍ତି ଯେ, ‘ସୋନୁ ସୁଦ୍ ଏହି ସମ୍ମାନ ପାଇବାର ଯୋଗ୍ୟ, କାରଣ ଲକଡାଉନ୍ ସମୟରେ ଅନ୍ୟ କୌଣସି ବ୍ୟକ୍ତି ଏଭଳି କାମ କରିନାହାଁନ୍ତି।’

ଦେଖନ୍ତୁ ସମ୍ପୂର୍ଣ୍ଣ ତାଲିକା…

ଅରମାନ ମଲିକ ୫ମ ସ୍ଥାନରେ ଅଛନ୍ତି ।

ପ୍ରିୟଙ୍କା ଚୋପ୍ରା ଜୋନାସ ୬ଷ୍ଠ ସ୍ଥାନରେ ଅଛନ୍ତି।

ତେଲୁଗୁ ସୁପରଷ୍ଟାର ପ୍ରଭାସ ୭ମ ସ୍ଥାନରେ ଅଛନ୍ତି।

ଆୟୁଷ୍ମାନ ଖୁରାନା ଏକାଦଶ ସ୍ଥାନରେ ଅଛନ୍ତି।

ଦିଲଜିତ ଦୋସାଞ୍ଜ ୧୪ତମ ସ୍ଥାନରେ ଅଛନ୍ତି।

ଶେହନାଜ ଗିଲ ୧୬ତମ ସ୍ଥାନରେ ଅଛନ୍ତି ।

ଅମିତାଭ ବଚ୍ଚନ ୨୦ତମ ସ୍ଥାନରେ ଅଛନ୍ତି।

ପଙ୍କଜ ତ୍ରିପାଠୀ ୨୩ତମ ସ୍ଥାନରେ ଅଛନ୍ତି ।

ଆସିମ୍ ରିଆଜ୍ ୨୫ତମ ସ୍ଥାନରେ ଅଛନ୍ତି ।

ଡିଜାଇନର୍ ମସାବା ଗୁପ୍ତା ୩୨ତମ ସ୍ଥାନରେ ଅଛନ୍ତି ।

ହାସ୍ୟ ଅଭିନେତା ସାଲୋନି ଗୌର ୩୬ତମ ସ୍ଥାନରେ ଅଛନ୍ତି |

ଧ୍ବନି ଭାନୁଶାଲୀ ୪୨ତମ ସ୍ଥାନରେ ଅଛନ୍ତି ।

ହେଲି ଶାହା ୪୭ତମ ସ୍ଥାନରେ ଅଛନ୍ତି ।

ଅନୁଷ୍କା ଶଙ୍କର ୫୦ର ସ୍ଥାନରେ ଅଛନ୍ତି ।

Related posts

Leave a Comment