ଟ୍ରକ୍ ପଛରେ ପିଟିହେଲା ବାଇକ୍, ଘଟଣାସ୍ଥଳରେ ବାଇକ୍ ଆରୋହୀ ମୃତ

ବୌଦ୍ଧ ୧୫।୧୨: ବୌଦ୍ଧ ଜିଲ୍ଲାର ୫୭ନଂ ଜାତୀୟ ରାଜପଥ ବାଉଁଶୁଣୀ ଛକ ଡିମିରିପାଲି ସ୍କୁଲ ଆଗରେ ଠିଆ ହୋଇଥିବା ଟ୍ରକ୍ ପଛରେ ପିଟିହେଲା ବାଇକ୍ । ଦୁର୍ଘଟଣା ଫଳରେ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଛି । ମୃତକ ଜଣକ ହେଲେ ଟାଇଞ୍ଜନ ଗ୍ରାମର ଦୁଃଶାସନ ଭୋଇ ।

ସୂଚନାଯୋଗ୍ୟ ଯେ, ସୋମବାର ବିଳମ୍ବିତ ରାତିରେ ଦୁଃଶାସନ କୌଣସି କାମରେ ବାଉଁଶୁଣୀକୁ ଆସୁଥିବା ବେଳେ ଦୁର୍ଘଟଣାର ହୋଇଥିଲେ । ତେବେ ବିଳମ୍ବିତ ରାତିରେ ଦୁର୍ଘଟଣା ହୋଇଥିବାରୁ ତାଙ୍କ ଉପରେ କାହାରି ନଜର ପଡିନଥିଲା । ସକାଳୁ ସକାଳୁ ସ୍ଥାନୀୟ ଲୋକେ ଦେଖି  ବାଉଁଶୁଣୀ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଆରମ୍ଭ କରିଛି । ବାଉଁଶୁଣୀ ଅଞ୍ଚଳ ଜନଗହଳିପୂର୍ଣ୍ଣ ହୋଇଥିବା ବେଳେ ରାତି ଅଧିଆ ରାସ୍ତା କଡରେ ବେଆଇନ ଭାବରେ ଏଣେତେଣେ ଛୋଟ ବଡ ଗାଡି ପାର୍କିଂ କରାଯାଉଛି । ଫଳରେ ଦୁର୍ଘଟଣା ଘଟି ଅକାରଣରେ ଲୋକଙ୍କ ଜୀବନ ଯାଉଛି । ପୋଲିସ ପକ୍ଷରୁ ପାଟ୍ରୋଲିଂ କରି ଏଭଳି ସମସ୍ୟାକୁ ନିୟନ୍ତ୍ରଣ କରିବା ପାଇଁ ଦାବି ହେଉଛି।

Related posts

Leave a Comment