ବିବାହ ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିବା ସର୍ବଦା ଦୁଷ୍କର୍ମ ନୁହେଁ- ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ,୧୮/୧୨:  ଦିଲ୍ଲୀ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଶୁଣାଇଛନ୍ତି । କୋର୍ଟ କହିଛନ୍ତି ଯେ, ବିବାହ ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିବା ସଦାବେଳେ ଦୁଷ୍କର୍ମ ନୁହେଁ । ଜଣେ ମହିଳାଙ୍କ ତରଫରୁ ହୋଇଥିବା ଆବେଦନର ଶୁଣାଣି କରି କୋର୍ଟ ଏହି ଆଦେଶ ଜାରି କରିଛନ୍ତି ।

ମହିଳା ଜଣଙ୍କ ଆବେଦନରେ ଦର୍ଶାଇଥିଲେ ଯେ, ସେ ୨୦୦୮ରୁ ୨୦୧୫ ଯାଏଁ ଜଣେ ବ୍ୟକ୍ତିଙ୍କ ସହ ପ୍ରେମ ସମ୍ପର୍କରେ ରହିଥିଲେ । ପରେ ବ୍ୟକ୍ତିଜଣଙ୍କ ମହିଳାଙ୍କୁ ଛାଡି ଦେଇଥିଲେ । ମହିଳାଜଣଙ୍କ ଅଭିଯୋଗ କରିଛନ୍ତି ଯେ, ବ୍ୟକ୍ତିଜଣଙ୍କ ତାଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିଥିଲେ ।

ପୂର୍ବରୁ ଏହି କେସ୍ ଟ୍ରାଏଲରେ ଥିଲା । ସେଠାରୁ ଅଭିଯୁକ୍ତ ବ୍ୟକ୍ତିଙ୍କୁ ଦୁଷ୍କର୍ମ ମାମଲାରୁ ମୁକ୍ତ କରାଯାଇଥିଲା । ଦିଲ୍ଲୀ ହାଇକୋର୍ଟ କୋର୍ଟଙ୍କ ଏହି ନିଷ୍ପତ୍ତିକୁ କାଏମ ରଖିଛନ୍ତି ।

ଜଷ୍ଟିସ ବିଭୁ ବାଖରୁଙ୍କ ଖଣ୍ଡପୀଠ କହିଥିଲେ ଯେ, କିଛି ମହିଳା ବିବାହ ପ୍ରତିଶ୍ରୁତି ପାଇବା ପରେ ଶାରୀରିକ ସମ୍ପର୍କ ପାଇଁ ରାଜି ହୋଇଯାଆନ୍ତି । ଏଥିରେ ସେମାନଙ୍କର ପୂର୍ଣ୍ଣ ସହମତି ନଥାଏ । ଏହି ମାମଲାରେ ଆଇପିସି ଧାରା ୩୭୫ ଅନୁସାରେ କେସ୍ ଚାଲିଥାଏ । ତେବେ ଦୀର୍ଘ ଦିନ ଧରି ଶାରୀରିକ ସମ୍ପର୍କ ରଖିବା ଅର୍ଥ କେବଳ ବିବାହ ପ୍ରତିଶ୍ରୁତି ପାଇଁ ସମ୍ପର୍କ ରଖିବା ନୁହେଁ ବୋଲି କୋର୍ଟ କହିଛନ୍ତି ।

Related posts

Leave a Comment