ରାତି ଅଧରେ ଜଳିଗଲା ଫଳ ମାର୍କେଟ୍

ବଲାଙ୍ଗୀର ୧୮।୧୨: ବଲାଙ୍ଗୀର ସହରରେ ଅଘଟଣ । ରାତି ଅଧରେ ଜଳିଗଲା ଫଳ ମାର୍କେଟ୍ ।  ନିଆଁରେ ଜଳି ଜଣେ ଗୁରୁତର ହୋଇଥିବା ବେଳେ ଲକ୍ଷାଧିକ ଟଙ୍କାର କ୍ଷୟକ୍ଷତି ହୋଇଛି । ବଲାଙ୍ଗୀର ସହର ସରକାରୀ ବସଷ୍ଟାଣ୍ଡ ପାଖରେ ଥିବା ଫଳ ମାର୍କେଟରେ ଗୁରୁବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ହୋଇଛି । ୭ରୁ ଅଧିକ ଫଳ ଠେଳା ସହ ଦୋକାନ ପୋଡିଯାଇ ନଷ୍ଟ ହୋଇଯାଇଛି । ତେବେ ଫଳ ଦୋକାନରେ ଶୋଇଥିବା ଜଣେ ବ୍ୟକ୍ତି  ମଧ୍ୟ ନିଆଁ ସଂସ୍ପର୍ଶରେ ଆସି ଜଳି ଯାଇଛନ୍ତି । ହେଲେ ଅଳ୍ପକେ ବ୍ୟକ୍ତି ଜଣକ ବର୍ତ୍ତି ଯାଇଛନ୍ତି । ତାଙ୍କ ନାମ କୁନୁ ଘିବେଲା ।

ଗୁରୁବାର ରାତି ପାଖାପାଖି ଗୋଟାଏ ସମୟରେ ହଠାତ୍ ଫଳ ମାର୍କେଟରେ ନିଆଁ ଲାଗିଯାଇଥିଲା । ଟାଉନ ଥାନା ପିସିଆର ଏ ଘଟଣାକୁ ଦେଖିବା ସହ ଅଗ୍ନିଶମ ବିଭାଗକୁ  ସୂଚନା ଦେଇଥିଲା । ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ତେବେ ୪ରୁ ୫ଲକ୍ଷ ଟଙ୍କା କ୍ଷୟକ୍ଷତି ଆକଳନ କରିଛନ୍ତି ଫଳ ବ୍ୟବସାୟୀ । ତେବେ ପୂର୍ବ ଶତ୍ରୁତାରୁ କେହି ଜଣେ ଫଳ ମାର୍କେଟରେ ନିଆଁ ଲଗାଇଥିବା ଅଭିଯୋଗ ଆଣିଛନ୍ତି ବ୍ୟବସାୟୀ ।

ତେବେ ପୂର୍ବରୁ ସରକାରୀ ବସଷ୍ଟାଣ୍ଡଠାରୁ କଚେରୀ ଛକ ରାସ୍ତା କଡରେ ଫଳ ଦୋକାନ ଖୋଲୁଥିଲେ ବ୍ୟବସାୟି ତାଙ୍କୁ ସ୍ଥାୟୀ କରିବା ପାଇଁ ପାଖରେ ଥିବା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଭାଙ୍ଗି ଥଇଥାନ କରାଯାଇଥିଲା । ଫଳ ଭେଣ୍ଡିଙ୍ଗ ଜୋନ୍ ଖୋଲାଯାଇଥିଲା । ତେବେ ପୂର୍ବ ଅପେକ୍ଷା ବ୍ୟବସାୟରେ ମାନ୍ଦାଅବସ୍ଥା ଥିବାବେଳେ ଏଭଳି ଏକ ଘଟଣା ଘଟିବା ଫଳରେ ଅସନ୍ତୋଷ ଫଳ ବ୍ୟବସାୟୀ । ଟାଉନ ଥାନା ପୋଲିସ ନିଆଁ ଲାଗିବା ଘଟଣାକୁ ନେଇ ତଦନ୍ତ ଆରମ୍ଭ କରିଛି ।

Related posts

Leave a Comment