ଦେଶରେ ୧ କୋଟି ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ ୧୯।୧୨: ଦେଶରେ କରୋନା ଭାଇରସର ସଂଖ୍ୟା ବଢିବା-କମିବାରେ ଲାଗିଛି । ଇତିମଧ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦେଶରେ ଏକ କୋଟି ପାର୍‌ ହୋଇଛି । କରୋନାର ଦୈନିକ ସଂକ୍ରମଣ ପୁଣି ଥରେ ବଢିବାରେ ଲାଗିଛି । ଦେଶରେ ଶନିବାର ଦିନ ୨୫୧୫୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଶୁକ୍ରବାର ଦିନ ୨୨୮୮୯ ସଂକ୍ରମିତ ଚିହ୍ନଟ ହୋଇଥିଲେ ।

କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ଗତ ୨୪ଘଣ୍ଟାରେ ଦେଶରେ ୨୫,୧୫୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯାହାକୁ ନେଇ ଦେଶରେ ଏବେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଏକ କୋଟିରେ ପହଞ୍ଚିଛି । ସେହିପରି ଦେଶରେ କରୋନାରେ ମୃତ୍ୟୁବରଣ କରିଥିବା ଲୋକଙ୍କ ସଂଖ୍ୟା ୧,୪୫,୧୩୬ରେ ପହଞ୍ଚିଛି ।

ସେହିପରି ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଲୋକଙ୍କ ସଂଖ୍ୟା ୯୫ଲକ୍ଷରୁ ଅଧିକ ରହିଛି । ବର୍ତ୍ତମାନ ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୯୫,୫୦,୭୧୨ରେ ପହଞ୍ଚିଛି । ଲଗାତର ଭାବେ କରୋନାର ଆକ୍ଟିଭ୍ କେସ୍‌ କମ୍‌ ହୋଇଚାଲିଛି । ଦେଶରେ ଏବେ କରୋନାର ଆକ୍ଟିଭ୍‌ କେସ୍‌ ୩,୦୮,୭୫୧ରେ ରହିଛି ।

Related posts

Leave a Comment