ଟ୍ରେନ୍‌ରେ ଆରମ୍ଭ ହେବ ଇ-କ୍ୟାଟରିଂ ବ୍ୟବସ୍ଥା

ନୂଆଦିଲ୍ଲୀ ୨୧।୧: ଫେବୃଆରୀରୁ ପୁଣି ଥରେ ଆରମ୍ଭ ହେବାକୁ ଯାଉଛି ଇ-କ୍ୟାଟେରିଂ ସେବା । ଯାତ୍ରୀମାନେ ପୁଣି ଥରେ ନିଜ ମନ ପସନ୍ଦ ବ୍ରାଣ୍ଡର ଖାଇବା ଅର୍ଡର କରିପାରିବେ । ଏଥିପାଇଁ ଭାରତୀୟ ରେଳବାଇ ଏବଂ ପର୍ଯ୍ୟଟନ ନିଗମ ସମ୍ପୂର୍ଣ୍ଣ ପ୍ରସ୍ତୁତି କରିସାରିଛି । ମାର୍ଚ୍ଚ ୨୦୨୦ରେ କରୋନା ମହାମାରୀ ପାଇଁ ଟ୍ରେନ୍ ରେ ଖାଦ୍ୟପେୟ ବ୍ୟବସ୍ଥାକୁ ବନ୍ଦ କରାଯାଇଥିଲା । ଜୁନ୍ ୨୦୨୦ରୁ ସ୍ବତନ୍ତ୍ର ଟ୍ରେନ୍ ଆରମ୍ଭ କରାଯାଇଥିଲେ ମଧ୍ୟ ଖାଦ୍ୟପେୟ ବ୍ୟବସ୍ଥା ସୀମିତସ୍ତରରେ ଆରମ୍ଭ କରାଯାଇଥିଲା । ପ୍ୟାଣ୍ଟ୍ରି କାର୍ ସେବା ଏବେ ବନ୍ଦ ରହିଛି । ଫଳରେ ରାଜଧାନୀ, ଶତାବ୍ଦୀ, ହମସଫର ସହ ଅନ୍ୟ ଦୂରଗାମୀ ଟ୍ରେନ୍ ରେ ଯାତ୍ର କରୁଥିବା ଯାତ୍ରୀଙ୍କୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି । ସୂଚନା ଅନୁସାରେ ନୂଆଦିଲ୍ଲୀ, ପୁରୁଣା ଦିଲ୍ଲୀ ସହ ଦିଲ୍ଲୀର ଅନ୍ୟ ରେଲଓ୍ବେ ଷ୍ଟେସନରୁ…

ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୪୩ କୋଭିଡ୍ ସଂକ୍ରମିତ

ଭୁବନେଶ୍ବର ୨୧।୦୧: ରାଜ୍ୟରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି । ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ୧୪୩ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୩୩୮୬୬ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୮୪ ଜଣ କ୍ବାରେଣ୍ଟାଇନ୍‌ରେ ରହିଥିବା ବେଳେ ୬୯ ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୋଳ ଜିଲ୍ଲାରୁ ୧୩ଜଣ, ବାଲେଶ୍ୱର ଜିଲ୍ଲାରୁ ୮ଜଣ, ବରଗଡ଼ ଜିଲ୍ଲାରୁ ୧୨ଜଣ, ବଲାଙ୍ଗୀର ଜିଲ୍ଲାରୁ ୨ଜଣ, ବୌଦ୍ଧ ଜିଲ୍ଲାରୁ ଜଣେ, କଟକ ଜିଲ୍ଲାରୁ ୬ଜଣ, ଦେଓଗଡ଼ ଜିଲ୍ଲାରୁ…

ରାସ୍ତାରେ ଓଲଟିଲା ଫଳ ବୋଝେଇ ପିକ୍ଅପ୍ ଭ୍ୟାନ୍

ଧର୍ମଗଡ ୨୧।୧: ଓଲଟିଲା ଫଳ ବୋଝେଇ ପିକଅପ ଭ୍ୟାନ୍ । ଦୁର୍ଘଟଣା ଫଳରେ ୨ ଜଣ ଆହତ ହୋଇଛନ୍ତି । ଆହତଙ୍କୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି । ସୂଚନାଯୋଗ୍ୟ ଯେ, କଳାହାଣ୍ଡି ଜିଲ୍ଲା କୋକସରା ଥାନା ୧୬ ନମ୍ବର ଜାତୀୟ ରାଜପଥ ଚିଲିଗୁଡା ନିକଟରେ ଭାରସାମ୍ୟ ହରାଇ ଓଲଟିଲା ଫଳ ବୋଝେଇ ପିକଅପ୍ ଭ୍ୟାନ୍ । ଦୁର୍ଘଟଣାରେ ପିକଅପ ଭ୍ୟାନ୍ ଡ୍ରାଇଭର ମଳୟ ନାଏକ ଓ ହେଲପର ଆହତ ହୋଇଛନ୍ତି । ଖବର ପାଇ କୋକସରା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ଗୁରୁବାର ଦିନ ଭବାନୀପାଟଣାରୁ ନବରଙ୍ଗପୁର ଯାଉଥିବା ବେଳେ ପଛ ଚକା ଫାଟିବା ଯୋଗୁଁ ଭାରସାମ୍ୟ ହରାଇ ଗାଡିଟି ଓଲଟି ପଡିଥିବା ଜଣାପଡିଛି ।

ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ

ଭୁବନେଶ୍ବର ୨୧।୧: ରାଜ୍ୟରେ ବଢିବାରେ ଲାଗିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ୨୪ ଘଣ୍ଟା ମଧ୍ୟରେ ୧୪୩ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୯୦୩କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ମୃତକ ଜଣଙ୍କ କଟକ ଜିଲ୍ଲାର ବୋଲି ଜଣାପଡିଛି ।ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୩୩୩୮୬୬ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ୧୫୮୯ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୩୩୦୩୨୧ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ୧୯୦୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୩ ଜଣଙ୍କ ମୃତ୍ୟୁ ଅନ୍ୟ ରୋଗ ଯୋଗୁଁ ହୋଇଛି । ଏବେ ସୁଦ୍ଧା ରାଜ୍ୟରେ ୭୪୭୭୭୫୭ଟି…

ଗୁଗଲ୍ କ୍ରୋମର ନୂଆ ଅପଡେଟ୍ ରୋକିବ ହ୍ୟାକିଙ୍ଗ୍

ନୂଆଦିଲ୍ଲୀ ୨୧/୦୧ : ଇଣ୍ଟରନେଟ୍ ୟୁଜର୍ସଙ୍କ ସୁରକ୍ଷା ପାଇଁ ଗୁଗଲ୍ ନିଜ ସର୍ଚ୍ଚ ଇଂଜିନ ଗୁଗଲ୍ କ୍ରୋମକୁ ଲଗାତାର ଅପଡେଟ କରୁଥାଏ। ବର୍ତ୍ତମାନ ଗୁଗଲ୍ ଲେଟେଷ୍ଟ କ୍ରୋମ୍ ୮୮ ଭର୍ସନରେ ଅନେକ ଫିଚର୍ସ ଲଞ୍ଚ୍ କରିଛି ଯାହା ୟୁଜର୍ସଙ୍କ ସେଫଟି ଦୃଷ୍ଟିରୁ ମହତ୍ତ୍ୱପୂର୍ଣ୍ଣ। ଏହି ଫିଚର୍ ୟୁଜର୍ସଙ୍କ ଦୁର୍ବଳ ପାସୱାର୍ଡ଼ରେ ମଧ୍ୟ ଆଲର୍ଟ ପଠାଇବ। ଗୁଗଲ୍ ଏହି ଫିଚର୍ ରୋଲଆଉଟ୍ କରିବା ଆରମ୍ଭ କରିଛି। ଗୁଗଲ୍ କହିଛି କ୍ରୋମ୍ ୮୮ ଭର୍ସନର ନୂଆ ପ୍ରାଇଭେସି ଫିଚର୍ ଆସିବା ପରେ ୟୁଜର୍ସଙ୍କୁ ମଜବୁତ ପାସୱାର୍ଡ଼ କ୍ରିଏଟ୍ କରିବାକୁ ଅନେକ ବିକଳ୍ପ ମିଳିବ। ୟୁଜର୍ସ କ୍ରୋମ୍ ସେଟିଙ୍ଗକୁ ଯାଇ ସରଳ ପାସୱାର୍ଡ଼ ଯାଞ୍ଚ କରି ତାକୁ ସହଜରେ ଫିକ୍ସ କରିପାରିବେ। ଗୁଗଲ୍ କ୍ରୋମ୍ ୟୁଜର୍ସଙ୍କୁ ଏକ ସର୍ଟକର୍ଟ ଉପଲବ୍ଧ କରାଯିବ ଯାହା ସରଳ ପାସୱାର୍ଡ଼କୁ ଆଇଡେଣ୍ଟିଫାଏ କରିବ। ଏହି ପାସୱାର୍ଡ଼ରେ…

ପରଲୋକରେ ବରିଷ୍ଠ ଅଭିନେତା ରବି ମିଶ୍ର

ଭୁବନେଶ୍ୱର ୨୦।୦୧: ଓଡିଆ ସିନେ ଜଗତ ପାଇଁ ଆଉ ଏକ ଦୁଃଖ ଖବର । ପରଲୋକରେ ବରିଷ୍ଠ ଅଭିନେତା ରବି ମିଶ୍ର । ବୁଧବାର ଦିନ ରବି ମିଶ୍ରଙ୍କ ପରଲୋକ ହୋଇଯାଇଛି । ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ପରଲୋକ ହୋଇଛି । ମୃତ୍ୟୁ ବେଳକୁ ରବି ମିଶ୍ରଙ୍କୁ ୬୪ବର୍ଷ ହୋଇଥିଲା । ବିଶିଷ୍ଟ ଓଡ଼ିଆ ଅଭିନେତା ରବି ମିଶ୍ରଙ୍କ ହୃଦଘାତରେ ପରଲୋକ ହୋଇଛି । ଯାହାପରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ସେଠାରେ ତାଙ୍କର ଆଜି ପରଲୋକ ହୋଇଯାଇଛି । ତାଙ୍କର ମୃତ୍ୟୁ ଖବର ପାଇବା ପରେ ଓଲିଉଡରେ ଶୋକର ଛାୟା ଖେଳିଯାଇଛି । ରବି ମିଶ୍ର ଅନେକ ମଞ୍ଚ, ସିରିଏଲ ଓ ଫିଲ୍ମରେ ଅଭିନୟ କରିଛନ୍ତି । ଖାସ୍‌ କରି ହାସ୍ୟ…

ଦେଶରେ ଗତ ୨୪ଘଣ୍ଟାରେ ୧୩,୮୨୩ କୋଭିଡ଼ ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ ୨୦।୦୧:  ଦେଶରେ କରୋନା ସଂକ୍ରମଣ ସଂଖ୍ୟା ହ୍ରାସ-ବୃଦ୍ଧି ପାଇବାରେ ଲାଗିଛି । ଗତ ୨୪ଘଣ୍ଟା ମଧ୍ୟରେ ଦେଶରେ ୧୩,୮୨୩ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୧୬୨ଜଣଙ୍କ ମୃତ୍ୟୁ ହୋଇଛି । ଦେଶରେ ଲଗାତର ଭାବେ ସୁସ୍ଥ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଅନ୍ୟପଟେ ଦେଶରେ କରୋନା ଆକ୍ଟିଭ୍‌ କେସ୍‌ ୨ଲକ୍ଷ ତଳକୁ ଆସିଛି । କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ଦେଶରେ ଗତ ୨୪ ୧୩,୮୨୩ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।  ଯାହାକୁ ମିଶାଇ ଦେଶରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧,୦୫,୯୫,୬୬୦ରେ ପହଞ୍ଚିଛି । ସେହିପରି ଗତ  ୨୪ଘଣ୍ଟାରେ ୧୬୨ଜଣଙ୍କ ମୃତ୍ୟୁ ହୋଇଛି । ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ ମୃତ୍ୟୁ ସଂଖ୍ୟା ୧,୫୨,୭୧୮ରେ ପହଞ୍ଚିଛି । ସେହିପରି ଦେଶରେ କରୋନାରୁ ସୁସ୍ଥ ହେଉଥିବା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି…

ମହଙ୍ଗା ଭତ୍ତା ବୃଦ୍ଧି କରିବେ ସରକାର

ନୂଆଦିଲ୍ଲୀ ୨୦।୧: କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ ଖୁସି ଖବର ଦେବାକୁ ଯାଉଛନ୍ତି କେନ୍ଦ୍ର ସରକାର । ଦରବୃଦ୍ଧିକୁ ଦେଖି ସରକାର ଖୁବ୍ ଶୀଘ୍ର ମହଙ୍ଗା ଭତ୍ତା ବୃଦ୍ଧି କରିବାକୁ ଯାଉଛନ୍ତି । ମହଙ୍ଗା ଭତ୍ତା ୪ ପ୍ରତିଶତ ବଢାଇବାକୁ ସରକାର ଯୋଜନା କରୁଥିବା କୁହାଯାଉଛି । ସରକାର ଏଭଳି ନିଷ୍ପତ୍ତି ନେଲେ ୫୦ ଲକ୍ଷ କର୍ମଚାରୀ ଏବଂ ୬୧ ଲକ୍ଷ ପେନସନଭୋଗୀ ଉପକୃତ ହେବେ । କରୋନା ଭାଇରସ୍ ସଂକ୍ରମଣ ଯୋଗୁଁ ଆର୍ଥିକ ମାନ୍ଦାବସ୍ଥାକୁ ଦେଖି ଅପ୍ରେଲ ୨୦୨୦ରୁ ମହଙ୍ଗା ଭତ୍ତା ବୃଦ୍ଧି କରିବା ଉପରେ ରୋକ୍ ଲଗାଇଥିଲେ ସରକାର । ମାତ୍ର ଏବେ ଅନେକ ରିପୋର୍ଟରେ ଏହା କୁହାଯାଉଛି ଯେ, ସରକାର ମହଙ୍ଗା ଭତ୍ତା ବଢାଇପାରନ୍ତି । କିନ୍ତୁ କେନ୍ଦ୍ର ସରକାରଙ୍କ ତରଫରୁ ଏହାକୁ ନେଇ ଔପଚାରିକ ଭାବେ କିଛି ଘୋଷଣା କରାଯାଇନାହିଁ । ବର୍ତ୍ତମାନ କେନ୍ଦ୍ର…

ଧାରଣାରେ ବସିଲେ ଜୟପୁର ବିଧାୟକ

ଜୟପୁର ୨୦।୦୧: ଧାରଣାରେ ତାରା ବାହିନୀପତି । ଚାଷୀଙ୍କ ସମସ୍ୟା ନେଇ ଅନେକ ଚାଷୀଙ୍କ ସହ ଧାରଣାରେ ବସିଛନ୍ତି କଂଗ୍ରେସ ବିଧାୟକ ତାରା ବାହିନୀପତି । ରାସ୍ତା ବ୍ଲକ କାରଣରୁ ଗାଡି ଚଳାଚଳ ବନ୍ଦ ରହିଛି। ଖବର ଅନୁଯାୟୀ, ଜାନୁୟାରୀ ୧୫ ତାରିଖରୁ ଜୟପୁର ଉପଖଣ୍ଡର ଅନେକ ମଣ୍ଡିରେ ହଜାର ହଜାର କ୍ବିଣ୍ଟାଲ ଧାନ ଖୋଲା ଆକାଶ ତଳେ ପଡିରହିଛି। ସପ୍ତାହେ ହେବ ଶୀତ କାକରରେ ଧାନକୁ ଜଗି ବସିଛନ୍ତି ଚାଷୀ। ହେଲେ ଖୋଲୁନି ମଣ୍ଡି କି ଉଠୁନି ଧାନ, ଯାହାକୁ ନେଇ ଚିନ୍ତାରେ ଶହ ଶହ ଚାଷୀ। ଚାଷୀଙ୍କ କଷ୍ଟ ଉପାର୍ଜିତ ଧାନ ବିକ୍ରୟ ପାଇଁ ପ୍ରଶାସନ ଉପରେ ଚାପ ପ୍ରୟୋଗ ଲାଗି ଆଗକୁ ଆସିଛି କଂଗ୍ରେସ। ଆଜି ୧୧ଟାରୁ ବୋରିଗୁମ୍ମାର ଟ୍ରାଫିକ ଛକ ନିକଟରେ ରାସ୍ତା ଅବରୋଧ କରିଛି କଂଗ୍ରେସ। ଅପରାହ୍ନ ୨ଟା ପର୍ଯ୍ୟନ୍ତ…

ବିବାହିତା ହୋଇ ପର ପୁରୁଷ ସହ ଲିଭ୍‌ଇନ୍‌ରେ ରହିବା ଅପରାଧ

ପ୍ରୟାଗରାଜ ୨୦/୦୧ : ଇଲାହାବାଦ ହାଇକୋର୍ଟ ଲିଭଇନ ରିଲେସନସିପକୁ ନେଇ ରାୟ ଶୁଣାଇଛନ୍ତି। ହାଇକୋର୍ଟ କହିଛନ୍ତି ବିବାହିତ ହୋଇ ପର ପୁରୁଷ ସହ ସ୍ୱାମୀ-ସ୍ତ୍ରୀ ଭଳି ଲିଭଇନରେ ରହିବା ସମ୍ପର୍କ ନୁହେଁ, ଏହା ଅପରାଧ। ପର ପୁରୁଷ ସହ ଲିଭଇନରେ ରହିବା ଅରପଡ଼ା ଶ୍ରେଣୀଭୁକ୍ତ। ଜଷ୍ଟିସ୍ ଏସପି କେଶରୱାନି, ଡ.ୱାଇକେ ଶ୍ରୀବାସ୍ତବଙ୍କ ଖଣ୍ଡପୀଠ ହାଥରସ ଜିଲ୍ଲା ଶାସନୀ ଥାନା ଅଞ୍ଚଳରେ ରହୁଥିବା ଆଶା ଦେବୀ ଓ ଅରବିନ୍ଦଙ୍କ ଆବେଦନକୁ ଖାରଜ କରି ଏହିଭଳି ରାୟ ଦେଇଛନ୍ତି। ଆଶା ଦେବୀଙ୍କ ବିବାହ ମହେଶ ଚନ୍ଦ୍ରଙ୍କ ସହିତ ହୋଇଛି। ଦୁହିଁଙ୍କର ବିବାହ ବିଚ୍ଛେଦ ହୋଇନି। ଏବେ ବି ସେମାନେ ସ୍ୱାମୀ-ସ୍ତ୍ରୀ। କିନ୍ତୁ ଆଶା ଦେବୀ ନିଜ ସ୍ୱାମୀଙ୍କୁ ଛାଡି ଆଉ ଜଣେ ପୁରୁଷଙ୍କ ସହ ସ୍ୱାମୀ ସ୍ତ୍ରୀ ଭଳି ରୁହନ୍ତି। ଆବେଦନକାରୀ ଆଶା ଦେବୀ ମହେଶ ଚନ୍ଦ୍ରଙ୍କ ବିବାହିତା ସ୍ତ୍ରୀ।…