ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ୱ ନେଲେ ସୁରେଶ ମହାପାତ୍ର

ଭୁବନେଶ୍ୱର,୦୧/୦୧: ଶୁକ୍ରବାର ବରିଷ୍ଠ ଆଇଏଏସ ଅଧିକାରୀ ସୁରେଶ ମହାପାତ୍ର ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଶ୍ରୀ ଅସିତ ତ୍ରିପାଠୀଙ୍କ ଅବସର ପରେ ସୁରେଶ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ୱ ତୁଲାଇବେ । ତେବେ ଅସିତ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧକ୍ଷ ଭାବେ ଦାୟିତ୍ୱ ତୁଲାଇବେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରମୁଖ ପରାମର୍ଶଦାତା ଭାବେ ମଧ୍ୟ ଅସିତ୍‌ ଦାୟିତ୍ୱ ତୁଲାଇବେ। ଆଞ୍ଚଳିକ ବିକାଶ, ପର୍ଯ୍ୟଟନ, କୃଷି, ବ୍ୟବସାୟ ଓ ଶିଳ୍ପ କ୍ଷେତ୍ରରେ ସେ ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ଭାବେ ମଧ୍ୟ କାର୍ଯ୍ୟ କରିବେ । ଏତତ୍ ବ୍ୟତୀତ ଆଇଏଏସ ପ୍ରଦୀପ ଜେନା ଉନ୍ନୟନ କମିଶନର ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି

ନୂଆବର୍ଷର ପ୍ରଥମ ଦିନରେ କେତେ ରହିଛି ପେଟ୍ରୋଲ୍ ଏବଂ ଡିଜେଲ୍ ମୂଲ୍ୟ, ଜାଣନ୍ତୁ

ନୂଆଦିଲ୍ଲୀ ୧।୧: ସରକାରୀ ତୈଳ କମ୍ପାନୀଗୁଡିକ ନୂତନ ବର୍ଷର ପ୍ରଥମ ଦିନରେ ପେଟ୍ରୋଲ-ଡିଜେଲ ମୂଲ୍ୟରେ କୌଣସି ପରିବର୍ତ୍ତନ କରିନାହାଁନ୍ତି । କ୍ରମାଗତ ୨୫ଦିନ ପାଇଁ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ସ୍ଥିର ରହିଛି । ରାଜଧାନୀ ଦିଲ୍ଲୀରେ ଆଜି ପେଟ୍ରୋଲ ଲିଟର ପିଛା ୮୩.୭୧ଟଙ୍କାରେ ବିକ୍ରି ହେଉଥିବାବେଳେ ଡିଜେଲ ଲିଟର ପିଛା ୭୩.୮୭ଟଙ୍କାରେ ବିକ୍ରି ହେଉଛି । ତେବେ ୨୦ନ ଭେମ୍ବରଠାରୁ ୧୫ ଥର ମୂଲ୍ୟ ବୃଦ୍ଧି ସହ ପେଟ୍ରୋଲ ଲିଟର ପିଛା ୨.୫୫ ଟଙ୍କା ମହଙ୍ଗା ହୋଇଛି । ବେଙ୍ଗାଲୁରୁରେ ପେଟ୍ରୋଲ ଲିଟର ପିଛା ୮୬.୫୧ ଟଙ୍କା ଏବଂ ଡିଜେଲ ମୂଲ୍ୟ ଲିଟର ପିଛା ୭୮.୩୧ ଟଙ୍କା ରହିଛି । ସେହିଭଳି ନୋଏଡାରେ ପେଟ୍ରୋଲ ଲିଟର ପିଛା ୮୩.୬୭ ଟଙ୍କା ଏବଂ ଡିଜେଲ ଲିଟର ପିଛା ୭୪.୨୯ ଟଙ୍କା ରହିଛି । ଲକ୍ଷ୍ନୌରେ ପେଟ୍ରୋଲ ହେଉଛି ୮୩.୫୯…

ନୂତନ ବର୍ଷର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର,୦୧/୦୧:  ଆଜି ସାରା ଦେଶ ପାଳନ କରୁଛି ଇଂରାଜୀ ନୂଆବର୍ଷ । କରୋନା ପାଇଁ ଚଳିତ ଥର ନୂଆବର୍ଷ ଫିକା ପଡିଥିଲେ ମଧ୍ୟ ସମସ୍ତେ ସାଙ୍ଗ, ସାଥୀ ଓ ପରିଜନଙ୍କୁ ମେସେଜ୍, ହ୍ୱାଟସଆପ୍, ଫେସବୁକରେ ଶୁଭେଚ୍ଛା ଜଣାଉଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଏକ ଭିଡିଓ ବାର୍ତ୍ତାରେ ରାଜ୍ୟବାସୀଙ୍କୁ ନବବର୍ଶର ଶୁଭକାମନା ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ ଟ୍ୱିଟରରେ ଉଲ୍ଲେଖ କରିଛନ୍ତି ଯେ, ନୂତନ ବର୍ଷ ଉପଲକ୍ଷେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ । ମହାପ୍ରଭୂଙ୍କ କୃପାରୁ ନୂଆବର୍ଷ ସମସ୍ତଙ୍କ ପାଇଁ ସୁଖ ଓ ସମୃଦ୍ଧିର ବର୍ଷ ହେଉ ବୋଲି ସେ କହିଛନ୍ତି । ଏହାସହ ସେ ଏକ ଭିଡିଓ ବାର୍ତ୍ତା ମଧ୍ୟ ଜାରି କରିଛନ୍ତି  ।

ନୂଆବର୍ଷରେ ୬ ରାଜ୍ୟକୁ ମୋଦୀଙ୍କ ଲାଇଟ୍ ହାଉସ୍ ପ୍ରକଳ୍ପ ଉପହାର

ନୂଆଦିଲ୍ଲୀ,୦୧/୦୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଭିଡିଓ କନଫରେନ୍ସିଂ ଯୋଗେ ୬ଟି ରାଜ୍ୟରେ ଲାଇଟ୍ ହାଉସ୍ ପ୍ରୋଜେକ୍ଟର ଭିତ୍ତି ପ୍ରସ୍ଥର ସ୍ଥାପନା କରିଛନ୍ତି । ନୂଆବର୍ଷରେ ଏହା ପ୍ରଧାନମନ୍ତ୍ରୀଙ୍କ ପ୍ରଥମ କାର୍ଯ୍ୟକ୍ରମ ଅଟେ । ମୋଦୀ ଗ୍ଲୋବାଲ ହାଉସିଂ ଟେକ୍ନୋଲୋଜି ଚ୍ୟାଲେଞ୍ଜ୍ ଇଣ୍ଡିଆ ଆଧାରରେ ୬ ରାଜ୍ୟରେ ଏହି ପ୍ରକଳ୍ପ ପାଇଁ ଭିତ୍ତି ପ୍ରସ୍ଥର ସ୍ଥାପନା କରିଛନ୍ତି । ମୋଦୀଙ୍କ ଏହି କାର୍ଯ୍ୟକ୍ରମ  ସହରୀ ଭାରତର ରୂପରେଖ ବଦଳାଇବାରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସାବ୍ୟସ୍ତ ହେବ । ଏହା ବ୍ୟତୀତ ପ୍ରଧାନମନ୍ତ୍ରୀ ପିଏମଏଓ୍ୱାଇ ଓ ଆଶା-ଇଣ୍ଡିଆ ଆଓ୍ୱାର୍ଡ ମଧ୍ୟ ବିତରଣ କରିଛନ୍ତି ।  ଏହାସହ ସହରୀ ଆବାସ କାର୍ଯ୍ୟକ୍ରମ ଲାଗୁ କରିଥିବା ଶ୍ରେଷ୍ଠ ରାଜ୍ୟକୁ ପୁରସ୍କାର ଦେଇଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ଆର୍କିଟେକଚର୍, ପ୍ଲାନିଂ ଓ ନିର୍ମାଣ କ୍ଷେତ୍ର ସହ ଜଡିତ ସମସ୍ତ ବ୍ୟକ୍ତି ବିଶେଷଙ୍କ…

ନୂଆବର୍ଷରେ ନୂଆ ଫିଲ୍ମର ଘୋଷଣା କଲେ ରଣବୀର କପୁର, ସାମ୍ନାକୁ ଆସିଲା ‘Animal’ର ପ୍ରଥମ ଭିଡିଓ

ମୁମ୍ବାଇ ୧।୧: ବଲିଉଡ୍ ଅଭିନେତା ରଣବୀର କପୁର ୨୦୨୧ ଅର୍ଥାତ୍ ନୂଆବର୍ଷକୁ ଧମାକାଦାର ଆନ୍ଦାଜରେ ସ୍ବାଗତ କରିଛନ୍ତି । ଅଭିନେତା ବର୍ଷର ପ୍ରଥମ ଦିନରେ ୧୨ଟା ୧ମିନିଟରେ ତାଙ୍କ ନୂଆ ଫିଲ୍ମର ଘୋଷଣା କରିଛନ୍ତି । ରଣବୀର କପୁର ତାଙ୍କ ନୂଆ ଫିଲ୍ମର ଘୋଷଣା ସହିତ ଫ୍ୟାନ୍ସଙ୍କୁ ସପ୍ରାଇଜ୍ ଦେଇଛନ୍ତି । ରଣବୀରଙ୍କ ନୂଆ ଫିଲ୍ମର ନାଁ ‘ଆନିମଲ’ ରହିଛି । ଯାହାର ନିର୍ଦ୍ଦେଶନା ଦେବେ ‘କବୀର ସିଂ’ ଫେମ୍ ସନ୍ଦୀପ ରେଡ୍ଡୀ । ଟି ସିରିଜ୍ ପକ୍ଷରୁ ଏହାର ଏକ ଟିଜର ଭିଡିଓ ମଧ୍ୟ ସେୟାର କରାଯାଇଛି । ଏମିତିରେଫ୍ୟାନ୍ସ ତାଙ୍କ ନୂଆ ଫିଲ୍ମ ବିଷୟରେ ଜାଣିବାକୁ ବ୍ୟାକୁଳ ଅଛନ୍ତି । ଏହି ଫିଲ୍ମରେ ରଣବୀର କପୁରଙ୍କ ସହ ଅନିଲ କପୁର, ପରଣୀତି ଚୋପ୍ରା ଏବଂ ବବି ଦେଓଲ ମଧ୍ୟ ନଜର ଆସିବେ । ଅନୀଲ କପୁର…