ଦେଶରେ ଗତ ୨୪ଘଣ୍ଟାରେ ୨୪୭୧୨ କୋଭିଡ଼ ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ ୨୪।୧୨: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ଓ ହ୍ରାସ ପାଇବାରେ ଲାଗିଛି । ଗତ ୨୪ଘଣ୍ଟାରେ ଦେଶରେ ୨୪,୭୧୨ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ବୁଧବାର ଦିନ ୨୩,୯୫୦ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ । ଦେଶରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ଏକ କୋଟିରୁ ଅଧିକ ରହିଛି । କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ଦେଶରେ ଗତ ୨୪ଘଣ୍ଟାରେ ୨୪,୭୧୨ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୩୧୨ଜଣଙ୍କ ମୃତ୍ୟୁ ହୋଇଛି । ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧,୦୧,୨୩,୭୭୮ରେ ପହଞ୍ଚିଛି । ସେହିପରି ମୋଟ ମୃତକଙ୍କ ସଂଖ୍ୟା ମୋଟ ୧,୪୬,୭୫୬ରେ ପହଞ୍ଚିଛି । ଦେଶରେ ଏବେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୯୬ଲକ୍ଷ ପାର୍‌ ହୋଇଛି । ଦେଶରେ ହତ ୨୪ଘଣ୍ଟାରେ ୨୯,୭୯୧ କରୋନା ସଂକ୍ରମିତ ସୁସ୍ଥ…

ଅଶ୍ୱିନଙ୍କ ଜାଲରେ ଫସିଗଲା କଙ୍ଗାରୁ ଟିମ୍

ନୂଆଦିଲ୍ଲୀ,୦୧/୦୧: ଭାରତୀୟ ସ୍ପିନର ଆର ଅଶ୍ୱିନଙ୍କ ଚତୁର ବୋଲିଂରେ ଫସିଗଲା ଅଷ୍ଟ୍ରେଲିଆ ଟିମ୍ । ତେଣୁ ମେଲବର୍ଣ୍ଣରେ ମାତ୍ ଖାଇଲା କଙ୍ଗାରୁ ବାହିନୀ । ଏକଥା ମାନିଛନ୍ତି ଅଷ୍ଟ୍ରେଲୀୟ ବ୍ୟାଟସମ୍ୟାନ୍ ମାର୍ଣ୍ଣସ୍ ଲାବୁସେନ୍ । ଏବେସୁଦ୍ଧା ଖେଳାଯାଇଥିବା ଦୁଇଟି ଟେଷ୍ଟର ୩ଟି ଇନିଂସରେ ଅଷ୍ଟ୍ରେଲିଆ ୧୯୧, ୧୯୫ ଓ ୨୦୦ ରନରେ ଅଲଆଉଟ୍ ହୋଇଯାଇଥିଲା । ଦୁଇଟି ଟେଷ୍ଟରେ ଅଶ୍ୱିନ୍ ୧୦ଟି ଓ୍ୱିକେଟ୍ ନେଇଥିଲେ । ଏହାମଧ୍ୟରୁ ସେ ଷ୍ଟିଭ୍ ସ୍ମିଥଙ୍କୁ ଦୁଇ ଥର ଓ ଲାବୁସେନଙ୍କୁ ଥରଟିଏ ଆଉଟ୍ କରିଛନ୍ତି । ଲାବୁସେନ ଏକ ଭର୍ଚ୍ୟୁଆଲ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ସେ ପୂର୍ବରୁ କେବେ ଅଶ୍ୱିନଙ୍କୁ ସାମ୍ନା କରିନଥିଲେ । ସେ ଜଣେ ମହାନ ସ୍ପିନର ସହ ଚତୁର ବୋଲର ମଧ୍ୟ । ସେ ସମସ୍ତ ପ୍ରସ୍ତୁତି କରି ଷ୍ଟାଡିୟମକୁ ଆସିଥିଲେ । ଭାରତୀୟ…

ପାକିସ୍ତାନକୁ ଗୋପନୀୟ ତଥ୍ୟ ପ୍ରଦାନ କରୁଥିବା ଅଭିଯୋଗରେ ହିମାଚଳର ଦୁଇ ଯୁବକ ଗିରଫ

ଉନା ୦୨/୦୧ : ପାକିସ୍ତାନକୁ ଗୁପ୍ତ ସୂଚନା ଦେଉଥିବା ଅଭିଯୋଗରେ ପଞ୍ଜାବ ପୋଲିସ ଟିମ ହିମାଚଳ ପ୍ରଦେଶର ଦୁଇ ଯୁବକଙ୍କୁ ଗିରଫ କରିଛି। ପଞ୍ଜାବ ପୋଲିସ ଦୁଇ ଦିନ ପୂର୍ବରୁ ହିମାଚଳ ପ୍ରଦେଶ ଉନା ଜିଲ୍ଲାର ଏହି ଦୁଇ ଯୁବକଙ୍କୁ ଗିରଫ କରି ନେଇଛି। ଏହା ପୂର୍ବରୁ କାଲାଅମ୍ବର ଜଣେ ଯୁବକକୁ ମଧ୍ୟ ପଞ୍ଜାବ ପୋଲିସ ଗିରଫ କରିଥିଲା। ସୂଚନା ଅନୁଯାୟୀ, ଅଭିଯୁକ୍ତ ଯୁବକ ହଲୱାରା ଏୟାରଫୋର୍ସ ଷ୍ଟେସନ ସହ ଜଡିତ ଗୋପନୀୟ ସୂଚନା ପାକିସ୍ତାନୀ ଗୁଇନ୍ଦା ବିଭାଗ ଆଇଏସଆଇ (ISI)କୁ ଦେଉଥିଲା। ୧୯ ବର୍ଷ ବୟସ୍କ ଏହି ଯୁବକକୁ ପୋଲିସ ଉନା ଜିଲ୍ଲା ମୁଖ୍ୟାଳୟ ନିକଟସ୍ଥ ଗାଁରୁ ଗିରଫ କରିଛି। ସୂଚନା ଅନୁଯାୟୀ, ବୁଧବାର ଦିନ ପଞ୍ଜାବ ପୋଲିସ ୩ ଜଣଙ୍କୁ ଗିରଫ କରିଥିଲା ଏବଂ ଯାଞ୍ଚ ବେଳେ ଏହି ଯୁବକଙ୍କ ସହ ସେମାନଙ୍କ ଲିଙ୍କ…

ଭୟଙ୍କର ନୁହେଁ କରୋନାର ନୂଆ ଷ୍ଟ୍ରେନ୍, ପୁରୁଣା ତୁଳନାରେ ଅଧିକ ସଂକ୍ରାମକ

ନୂଆଦିଲ୍ଲୀ ୨।୧: କରୋନା ଭାଇରସ୍ ର ନୂଆ ଷ୍ଟ୍ରେନ୍ ଭାରତରେ ମଧ୍ୟ ଦେଖାଗଲାଣି । କିଛି ରାଜ୍ୟରେ କିଛି ଲୋକ ଏହି ଷ୍ଟ୍ରେନ୍ ଦ୍ବାରା ସଂକ୍ରମିତ ହୋଇଛନ୍ତି । ବ୍ରିଟେନ୍ ର ପବ୍ଲିକ୍ ହେଲ୍ଥ ସଂସ୍ଥାର ଗବେଷଣା ଅନୁସାରେ ଏହି ନୂଆ ଷ୍ଟ୍ରେନ୍ କୁ ନେଇ ଚିନ୍ତାକୁ କମ୍ କରିପାରେ । ଗବେଷଣାକୁ ଜଣାପଡିଛି ଯେ,  ପୁରୁଣା ଷ୍ଟ୍ରେନ୍ ତୁଳନାରେ ନୂଆ ଷ୍ଟ୍ରେନ୍ ଅଧିକ କ୍ଷତିକାରକ ନୁହେଁ । ଏହାର ସଂକ୍ରମଣ ପୂର୍ବାପେକ୍ଷା ଅଧିକ ରହିଛି । ସେପଟେ ସ୍ବାସ୍ଥ୍ୟ ବିଶେଷଜ୍ଞ ମଧ୍ୟ ଡରିବାର କୌଣସି କାରଣ ନାହିଁ ବୋଲି କହିଛନ୍ତି । ଏକ ରିପୋର୍ଟ ଅନୁସାରେ ଏହି ଗବେଷଣାରେ ୩୬୦୦ ଲୋକ ସାମିଲ ହୋଇଥିଲେ । ରୋଗୀଙ୍କୁ ଦୁଇ ଭାବଗରେ ବିଭକ୍ତ କରାଯାଇଥିଲା । ଗୋଟିଏ ବର୍ଗରେ ପୁରୁଣା ଷ୍ଟ୍ରେନ୍ ସଂକ୍ରମିତ ଏବଂ ଅନ୍ୟ ବର୍ଗରେ ନୂଆ…

କମ୍ ଟଙ୍କା ଖର୍ଚ୍ଚ କରି ଆପଣ ବି ସହଜରେ ଆରମ୍ଭ କରିପାରିବେ ବ୍ୟବସାୟ

ନୂଆଦିଲ୍ଲୀ ୦୨/୦୧ : ଯଦି ଆପଣ ବି ନୂଆ ଚାକିରୀ ଖୋଜୁଛନ୍ତି ତାହେଲେ ଚାକିରୀ କଥା ଭୁଲି ଯାଆନ୍ତୁ ଏବଂ ନିଜର ବ୍ୟବସାୟ ଆରମ୍ଭ କରନ୍ତୁ। ବ୍ୟବସାୟ ଆରମ୍ଭ କରି ପ୍ରଥମ ଦିନରୁ ହିଁ ଭଲ ରୋଜଗାର କରିପାରିବେ। ଡାଏରୀ ପ୍ରଡକ୍ଟ ତିଆରି କରୁଥିବା କମ୍ପାନୀ ଅମୁଲ (Amul) ସହ ମିଶି ନିଜର ବ୍ୟବସାୟ ଆରମ୍ଭ କରିପାରିବେ। ନୂଆବର୍ଷରେ ଅମୁଲ ଫ୍ରାଞ୍ଚାଇଜି ଅଫର କରୁଛି। କମ୍ ଵିନୋଯୋଗ କରି ପ୍ରତି ମାସରେ ଭଲ ବ୍ୟବସାୟ କରିପାରିବେ। ଅମୁଲ୍ ଫ୍ରାଞ୍ଚାଇଜି ନେବା ଲାଭଦାୟକ ସଉଦା ପ୍ରମାଣିତ ହୋଇପାରେ। ଅମୁଲ୍ କୌଣସି ରୟାଲ୍ଟି କିମ୍ବା ପ୍ରଫିଟ୍ ସେୟାରିଂ ବିନା ଫ୍ରାଞ୍ଚାଇଜି ଅଫର କରୁଛି। ଫ୍ରାଞ୍ଚାଇଜି ଆପଣଙ୍କୁ ବେଶୀ ଖର୍ଚ୍ଚ ବି କରିବାକୁ ପଡ଼ିବନି। ୨ ଲକ୍ଷରୁ ୬ ଲକ୍ଷ ଟଙ୍କା ଖର୍ଚ୍ଚ କରି ବ୍ୟବସାୟ ଆରମ୍ଭ କରିପାରିବେ। ବ୍ୟବସାୟ ଆରମ୍ଭରୁ…