ପାକିସ୍ତାନକୁ ଗୋପନୀୟ ତଥ୍ୟ ପ୍ରଦାନ କରୁଥିବା ଅଭିଯୋଗରେ ହିମାଚଳର ଦୁଇ ଯୁବକ ଗିରଫ

ଉନା ୦୨/୦୧ : ପାକିସ୍ତାନକୁ ଗୁପ୍ତ ସୂଚନା ଦେଉଥିବା ଅଭିଯୋଗରେ ପଞ୍ଜାବ ପୋଲିସ ଟିମ ହିମାଚଳ ପ୍ରଦେଶର ଦୁଇ ଯୁବକଙ୍କୁ ଗିରଫ କରିଛି। ପଞ୍ଜାବ ପୋଲିସ ଦୁଇ ଦିନ ପୂର୍ବରୁ ହିମାଚଳ ପ୍ରଦେଶ ଉନା ଜିଲ୍ଲାର ଏହି ଦୁଇ ଯୁବକଙ୍କୁ ଗିରଫ କରି ନେଇଛି। ଏହା ପୂର୍ବରୁ କାଲାଅମ୍ବର ଜଣେ ଯୁବକକୁ ମଧ୍ୟ ପଞ୍ଜାବ ପୋଲିସ ଗିରଫ କରିଥିଲା।

ସୂଚନା ଅନୁଯାୟୀ, ଅଭିଯୁକ୍ତ ଯୁବକ ହଲୱାରା ଏୟାରଫୋର୍ସ ଷ୍ଟେସନ ସହ ଜଡିତ ଗୋପନୀୟ ସୂଚନା ପାକିସ୍ତାନୀ ଗୁଇନ୍ଦା ବିଭାଗ ଆଇଏସଆଇ (ISI)କୁ ଦେଉଥିଲା। ୧୯ ବର୍ଷ ବୟସ୍କ ଏହି ଯୁବକକୁ ପୋଲିସ ଉନା ଜିଲ୍ଲା ମୁଖ୍ୟାଳୟ ନିକଟସ୍ଥ ଗାଁରୁ ଗିରଫ କରିଛି। ସୂଚନା ଅନୁଯାୟୀ, ବୁଧବାର ଦିନ ପଞ୍ଜାବ ପୋଲିସ ୩ ଜଣଙ୍କୁ ଗିରଫ କରିଥିଲା ଏବଂ ଯାଞ୍ଚ ବେଳେ ଏହି ଯୁବକଙ୍କ ସହ ସେମାନଙ୍କ ଲିଙ୍କ ଥିବା ଜଣାପଡିଥିଲା।

ଏହି ଯୁବକମାନେ ହଲୱାରା ଏୟାରଫୋର୍ସ ଷ୍ଟେସନ ସହ ଜଡିତ ଗୋପନୀୟ ତଥ୍ୟ ପାକିସ୍ତାନକୁ ଦେଉଥିବା ଅଭିଯୋଗ ହୋଇଛି। ହ୍ୱାଟ୍ସଆପ୍ ଓ ଡିଜିଟାଲ୍ ମାଧ୍ୟମରେ ପାକିସ୍ତାନ ସହ ଏୟାରଫୋର୍ସ ଷ୍ଟେସନର ତଥ୍ୟ ସେୟାର କରୁଥିଲେ। ଏମାନେ ଷ୍ଟେସନର ଡ୍ରଇଂ ସେୟାର କରିଥିବା ଅଭିଯୋଗ ହୋଇଛି। ତେବେ ଏହି ମାମଲାରେ ସୁରକ୍ଷା ଏଜେନ୍ସି ଓ ପୋଲିସ କୌଣସି ସୂଚନା ଦେବାକୁ ଅସ୍ବୀକାର କରିଛି।

ଉନା ଏସପି ଅର୍ଜିତ ଠାକୁର କହିଛନ୍ତି ଯେ, ଲୁଧିଆନା ପୋଲିସ ଉନା ପୋଲିସ ସହଯୋଗରେ ଉନା ଜିଲ୍ଲାର ଜଣେ ଯୁବକକୁ ଗିରଫ କରିଛି। ତେବେ ମାମଲା ସମ୍ବେଦନଶୀଳ ହୋଇଥିବାରୁ ଅଧିକ ସୂଚନା ଦିଆଯାଇନାହିଁ।

Related posts

Leave a Comment