ଭୟଙ୍କର ନୁହେଁ କରୋନାର ନୂଆ ଷ୍ଟ୍ରେନ୍, ପୁରୁଣା ତୁଳନାରେ ଅଧିକ ସଂକ୍ରାମକ

ନୂଆଦିଲ୍ଲୀ ୨।୧: କରୋନା ଭାଇରସ୍ ର ନୂଆ ଷ୍ଟ୍ରେନ୍ ଭାରତରେ ମଧ୍ୟ ଦେଖାଗଲାଣି । କିଛି ରାଜ୍ୟରେ କିଛି ଲୋକ ଏହି ଷ୍ଟ୍ରେନ୍ ଦ୍ବାରା ସଂକ୍ରମିତ ହୋଇଛନ୍ତି । ବ୍ରିଟେନ୍ ର ପବ୍ଲିକ୍ ହେଲ୍ଥ ସଂସ୍ଥାର ଗବେଷଣା ଅନୁସାରେ ଏହି ନୂଆ ଷ୍ଟ୍ରେନ୍ କୁ ନେଇ ଚିନ୍ତାକୁ କମ୍ କରିପାରେ । ଗବେଷଣାକୁ ଜଣାପଡିଛି ଯେ,  ପୁରୁଣା ଷ୍ଟ୍ରେନ୍ ତୁଳନାରେ ନୂଆ ଷ୍ଟ୍ରେନ୍ ଅଧିକ କ୍ଷତିକାରକ ନୁହେଁ । ଏହାର ସଂକ୍ରମଣ ପୂର୍ବାପେକ୍ଷା ଅଧିକ ରହିଛି । ସେପଟେ ସ୍ବାସ୍ଥ୍ୟ ବିଶେଷଜ୍ଞ ମଧ୍ୟ ଡରିବାର କୌଣସି କାରଣ ନାହିଁ ବୋଲି କହିଛନ୍ତି ।

ଏକ ରିପୋର୍ଟ ଅନୁସାରେ ଏହି ଗବେଷଣାରେ ୩୬୦୦ ଲୋକ ସାମିଲ ହୋଇଥିଲେ । ରୋଗୀଙ୍କୁ ଦୁଇ ଭାବଗରେ ବିଭକ୍ତ କରାଯାଇଥିଲା । ଗୋଟିଏ ବର୍ଗରେ ପୁରୁଣା ଷ୍ଟ୍ରେନ୍ ସଂକ୍ରମିତ ଏବଂ ଅନ୍ୟ ବର୍ଗରେ ନୂଆ ଷ୍ଟ୍ରେନ୍ ର ସଂକ୍ରମିତ ରହିଥିଲେ । ଏତେ ସଂଖ୍ୟକ ସଂକ୍ରମିତଙ୍କ ମଧ୍ୟରେ ୪୨ ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଯେଉଁମାନଙ୍କ ମଧ୍ୟରେ ପୁରୁଣା ଷ୍ଟ୍ରେନ୍ ଦ୍ବାରା ୨୬ ଏବଂ ନୂଆ ଷ୍ଟ୍ରେନ୍ ଦ୍ବାରା ୧୬ ଜଣ ରହିଥିଲେ ।

ହସ୍ପିଟାଲରେ ଭର୍ତ୍ତି ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୨୨ ଜଣଙ୍କର ମୃତ୍ୟୁ ହୋଇଥିଲା । ଏଥିରୁ ପୁରୁଣା ଷ୍ଟ୍ରେନ୍ ର ୧୨ ଜଣ ସଂକ୍ରମିତ ଥିଲେ । ଅନ୍ୟ ୧୦ ଜଣ ନୂଆ ଷ୍ଟ୍ରେନ୍ ଦ୍ବାରା ସଂକ୍ରମିତ ଥିଲେ । ଏଥିରୁ ଜଣାପଡିଛି ଯେ, ଏହି ନୂଆ ଷ୍ଟ୍ରେନ୍ କମ୍ କ୍ଷତିକାରକ । ଏହି ଗବେଷଣାରୁ ଆଉ ଏକ ଜରୁରୀ କଥା ସାମ୍ନାକୁ ଆସିଛି । ନୂଆ ଷ୍ଟ୍ରେନ୍ କମ୍ କ୍ଷତିକାରକ ହୋଇଥିବା ବେଳେ ଏହା ଅଧିକ ସଂକ୍ରାମକ ।

Related posts

Leave a Comment