ଭୟ ବଢ଼ାଉଛି ମେଡ୍‌-ଇନ୍‌ ଚାଇନା ଜିନିଷ !

 ବେଜିଂ ୦୩/୦୧: ବର୍ଷେ ହେଲା ସାରା ବିଶ୍ବକୁ ଘାରିଛି କରୋନା ଭୂତାଣୁ ଭୟ। ଗୋଟିଏ ପରେ ଗୋଟିଏ ରୂପ ବଦଳାଉଛି କରୋନା ଭୂତାଣୁ। ଚୀନର ଉହାନ ସହରରୁ ଅସ୍ତିତ୍ବ ପାଇଥିବା କୋଭିଡ-୧୯ ଭାଇରସ୍‌ ସାରା ବିଶ୍ବରେ ନିଜର କାୟା ବିସ୍ତାର କରି ରଖିଛି। ବିଶ୍ବାବାସୀଙ୍କୁ ମରଣ ମୁହଁକୁ ଠେଲି ଦେଇଥିବା ଚୀନ ଭସ୍ମାସୁର ନୀତି ଆପଣାଇଛି। ଏବେ ଚୀନରେ ମିଳୁଛି କରୋନା ଭାଇରସ୍‌ ପ୍ୟାକେଟ୍। ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ଗାଡ଼ି ସରଞ୍ଜାମ ପ୍ୟାକେଟ୍‌ରେ କରୋନା ଭାଇରସ୍‌ ଉପସ୍ଥିତି ଏବେ ଚୀନରେ ଚିନ୍ତାର କାରଣ ପାଲଟିଛି। ଅଟୋ ପାର୍ଟ ବିକ୍ରି କରୁଥିବା ଏକ କମ୍ପାନୀ କରୋନା ଭାଇରସ୍‌ ପ୍ୟାକେଟ୍‌ରେ ଥିବା ନେଇ ସ୍ପଷ୍ଟ କରିବା ପରେ ଦେଶରେ ହଇଚଇ ସୃଷ୍ଟି ହୋଇଛି । ଏପରିକି ପାର୍ଟ ବିକ୍ରି କରୁଥିବା କର୍ମଚାରୀଙ୍କୁ କ୍ବାରେଣ୍ଟାଇନ୍‌ରେ ରହିବାକୁ ନିର୍ଦେଶ ଦିଆଯାଇଛି। ଦକ୍ଷିଣ ଚୀନର…

ଲଣ୍ଡନରେ କରୋନାରେ ସଂକ୍ରମିତ ହେଲେ ଗୌତମ ଗୁଲାଟି

ନୂଆଦିଲ୍ଲୀ ୦୩/୦୧ : ସୂତ୍ର ଅନୁଯାୟୀ, ବିଗ ବସ-୮ ର ବିଜେତା ଗୌତମ ଗୁଲାଟି ଦିଲ୍ଲୀରେ ହୋଟେଲ ବ୍ୟବସାୟ ଆରମ୍ଭ କରିଛନ୍ତି। ଶୋ’ ପରେ ଗୌତମ ଗୁଲାଟି ଫିଲ୍ମ ‘ବେହେନ ହୋଗୀ ତେରି’ରେ ନଜର ଆସିଥିଲେ। ଦୁନିଆର ଅନେକ ଦେଶରେ କୋଭିଡ ଭ୍ୟାକସିନ କାମ ଆରମ୍ଭ ହୋଇଯାଇଛି। ଏହି ଘାତକ ଭାଇରସ ଏବେ ବି ଲୋକଙ୍କ ମନରେ ଭୟ ସଞ୍ଚାର କରୁଛି। ଇତି ମଧ୍ୟରେ ମନୋରଞ୍ଜନ ଜଗତରୁ ଅନେକ ଖବର ସାମ୍ନାକୁ ଆସିଥିଲେ ଯେଉଁଥିରେ ଅନେକ କଳାକାର କରୋନାରେ ସଂକ୍ରମିତ ହୋଇଥିଲେ। ଏହି ତାଲିକାରେ ଆଉ ଏକ ନାଁ ସାମିଲ ହୋଇଛି। ବିଗ୍ ବସ୍ ବିଜେତା ଗୌତମ ଗୁଲାଟି କରୋନାରେ ସଂକ୍ରମିତ ହୋଇଛନ୍ତି। ଗୌତମ ଗୁଲାଟି ବର୍ତ୍ତମାନ ଲଣ୍ଡନରେ ଅଛନ୍ତି ଏବଂ ସେଠାରେ ତାଙ୍କୁ ଆଇସୋଲେସନରେ ରଖାଯାଇଛି। ସୋସିଆଲ ମିଡ଼ିଆ ପୋଷ୍ଟ ଜରିଆରେ ସେ କରୋନାରେ ସଂକ୍ରମିତ…

ନୂଆ ଘର ଖୋଜୁଛନ୍ତି ରିୟା

ମୁମ୍ବାଇ ୦୩/୦୧ : ନୂଆ ଘର ଖୋଜୁଛନ୍ତି ରିୟା ଚକ୍ରବର୍ତ୍ତୀ। ନୂଆବର୍ଷରେ ଏକ ନୂଆ ଆରମ୍ଭ କରିବାକୁ ରିୟା ମୁମ୍ବାଇରେ ନିଜ ପାଇଁ ଘର ଖୋଜୁଛନ୍ତି। ରବିବାର ଦିନ ସେ ବାନ୍ଦ୍ରାରେ ଭାଇ ଷୌଭିକ ଚକ୍ରବର୍ତ୍ତୀଙ୍କ ସହ ନଜର ଆସିଥିଲେ। ଷୌଭିକ ମଧ୍ୟ ଭଉଣୀ ସହ ମିଶି ଘର ଖୋଜୁଛନ୍ତି। କରୋନା ଯୋଗୁଁ ଉଭୟ ଭାଇଭଉଣୀ ମାସ୍କ ପିନ୍ଧିଥିଲେ। ଜାମିନ ମିଳିବା ପରେ ରିୟା ପ୍ରଥମଥର ପାଇଁ ପବ୍ଲିକରେ ନଜର ଆସିଛନ୍ତି। ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାର ଯାଞ୍ଚ ବେଳେ ଏନସିବି ରିୟା ଓ ଷୌଭିକଙ୍କୁ ଜେରା କରିଥିଲା। ଡ୍ରଗ୍ସ ମାମଲା ସାମ୍ନାକୁ ଆସିବା ପରେ ଏନସିବି ଉଭୟଙ୍କୁ ଗିରଫ କରିଥିଲା। ୨୦୨୦ ରେ ଭାଇଭଉଣୀଙ୍କୁ ନାନା ସମସ୍ୟାର ସମ୍ମୁଖୀନ ହେବାକୁ ପଡିଛି। ରିୟାଙ୍କୁ ସେପ୍ଟେମ୍ବର ୮ ତାରିଖରେ ଏନସିବି ହାଜତକୁ ନେଇଥିଲା। ଏହାପରେ ସେ…

ଶ୍ମଶାନ ଘାଟରେ ଛାତ ଭୁଶୁଡ଼ିବା ଘଟଣା, ମୃତ୍ୟୁ ସଂଖ୍ୟା ୨୩କୁ ବୃଦ୍ଧି

ନୂଆଦିଲ୍ଲୀ ୦୩/୦୧: ଗାଜିଆବାଦର ଏକ ଶ୍ମଶାନରେ ଛାତ ଭୁଶୁଡ଼ିବା ଘଟଣାରେ ଏବେ ସୁଦ୍ଧା ୨୩ ଜଣଙ୍କ ଜୀବନ ଗଲାଣି। ଲଗାତର ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଉଛି। ଗୁରୁତରମାନଙ୍କୁ ହସ୍ପିଟାଲରେ ଚିକିତ୍ସା କରାଯାଉଛି। ଏବେ ସୁଦ୍ଧା ୩୮ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଏବେ ବି ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଗାଜିଆବାଦରେ ଘଟିଥିବା ଦୁଃଖଦ ଘଟଣା ପାଇଁ ଶୋକ ପ୍ରକାଶ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ନ​ରେନ୍ଦ୍ର ମୋଦି। ରାଷ୍ଟ୍ରପତି କୋବିନ୍ଦ ଟ୍ବିଟରରେ ଲେଖିଛନ୍ତି, ‘ମରାଦନଗର, ଗାଜିଆବାଦରେ ଥିବା ଶ୍ମଶାନରେ ଛାତ ଭୁଶୁଡ଼ିବା ଘଟଣା ଅତ୍ୟନ୍ତ ଦୁଃଖଦ। ମୃତକଙ୍କ ପରିବାର ପ୍ରତି ମୋର ସମବେଦନା। ମୁଁ ଆହତ ବ୍ୟକ୍ତିମାନଙ୍କ ଆଶୁ ଆରୋଗ୍ୟ କାମନା କରୁଛି।’ ସେହିଭଳି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲେଖିଛନ୍ତି, ‘ଉତ୍ତରପ୍ରଦେଶର ମୁରାଦନଗରରେ ଦୁର୍ଭାଗ୍ୟପୂର୍ଣ୍ଣ ଦୁର୍ଘଟଣା ଖବର ଅତ୍ୟନ୍ତ ମର୍ମାହତ କରିଛି। ରାଜ୍ୟ ସରକାର…

ଶୀତରେ ଆନ୍ଦୋଳନରତ ଚାଷୀଙ୍କ ଉପରେ ଦାଉସାଧିଛି ବର୍ଷା

ନୂଆଦିଲ୍ଲୀ ୩।୧: ସଂଶୋଧିତ କୃଷି ଆଇନକୁ ନେଇ ଦିଲ୍ଲୀ ସୀମାରେ ମାସାଧିକ କାଳ ହେଲା ବିକ୍ଷୋଭ କରୁଥିବା ଚାଷୀଙ୍କ ଉପରେ ଏବେ ପାଗ ଦୋହରା ଦାଉସାଧିଛି। ଜାତୀୟ ରାଜଧାନୀରେ ପାରଦ ଖସିଚାଲିଥିବା ବେଳେ ଶନିବାରଠାରୁ ବର୍ଷା ବିକ୍ଷୋଭକାରୀଙ୍କୁ ଅସ୍ତବ୍ୟସ୍ତ କରିପକାଇଛି। ଆନ୍ଦୋଳନକାରୀ ପରବର୍ତ୍ତି ଆନ୍ଦୋଳନ ଲାଗି ଏବେ ପ୍ରସ୍ତୁତିରେ ଲାଗି ପଡିଛନ୍ତି।ରାତି ତମାମ ବର୍ଷାରେ ଆନ୍ଦୋଳନ ସ୍ଥଳରେ ଚାଷୀ ଟାଣିଥିବା ତମ୍ବୁ ରବିବାର ସକାଳ ବେଳକୁ ପାଣି ପଶି ଯାଇଥିଲା।  ଏଥିରେ ଚାଷୀଙ୍କ ରୋଷେଇ ଲାଗି ଜାଳ, ରୋଷେଇ ସାମଗ୍ରୀ ସାଙ୍ଗକ ସେମାନଙ୍କ ଗଦି, କମ୍ବଳ ଆଦି ମଧ୍ୟ ଭିଜି ଯାଇଛି। ଗୋଟିଏ ପଟେ ହାଡ ଥରା ଥଣ୍ଡା ସେପଟେ ବର୍ଷା ଚାଷୀଙ୍କ ପରିସ୍ଥିତିକୁ ଜଟିଳ କରିପକାଇଛି।ବର୍ଷାରେ ଆନ୍ଦୋଳନ ସ୍ଥଳରେ ପାଣି ଜମି ଯାଇଥିବା ବେଳେ ବର୍ଷା ପରେ ଥଣ୍ଡା ଅଧିକ ବଢିଛି। ଏଥିରେ ବିକ୍ଷୋଭ ସ୍ଥଳର ପରିସ୍ଥିତି…