ହାବାର୍ଡର ପ୍ରଫେସରଙ୍କ ଅଜବ ଦାବି, କହିଲେ- ପୃଥିବୀକୁ ଅଳିଆ ଫୋପାଡ଼ୁଛନ୍ତି ଏଲିଏନ୍ସ

ନୂଆଦିଲ୍ଲୀ ୦୪/୦୧: ପୃଥିବୀ ପ୍ରତି ମହାକାଶରୁ ଆସୁଥିବା ବଡ଼ ପଥର, ଉଲ୍‌କାପିଣ୍ଡ ଆଦି ଘାତକ ହେବାକୁ ଯାଉଛି ବୋଲି ବହୁ ଖବର ଶୁଣିବାକୁ ମିଳେ। କିନ୍ତୁ ଏଗୁଡ଼ିକ ଆପେ ଆପେ ନୁହେଁ ବରଂ ଏଲିଏନମାନେ ପୃଥିବୀକୁ ଫିଙ୍ଗୁଛନ୍ତି ବୋଲି ଜଣେ ପ୍ରଫେସର ଦାବି କରିଛନ୍ତି। ପୃଥିବୀକୁ ଏଲିଏନ୍ସ ଅଳିଆ ଭାବେ ବଡ଼ ପଥର, ଉଲ୍‌କାପିଣ୍ଡ ନିକ୍ଷେପ କରୁଛନ୍ତି। ଏହାକୁ ସ୍ପେସ୍‌ ଗାର୍ବେଜ୍‌ କୁହାଯାଏ ବୋଲି ପ୍ରଫେସର ଜଣଙ୍କ କହିଛନ୍ତି। ମହାକାଶରୁ ପୃଥିବୀପୃଷ୍ଠକୁ ଆସୁଥିବା ଉଜ୍ଜ୍ବଳ ପଥର ପ୍ରମାଣ ଦିଏ ଯେ ପୃଥିବୀ ବ୍ୟତୀତ ବିଶ୍ବରେ ଅନ୍ୟ କେଉଁଠି ଜୀବନ ରହିଛି।ଏହି ସବୁ ପଥର ଏଲିଏନ କିମ୍ବା ମହାକାଶରେ ବାସ କରୁଥିବା ଅନ୍ୟ ସଭ୍ୟତାର ଜୀବଙ୍କ ଦ୍ବାରା ଫୋପାଡ଼ାଯାଉଥିବା କଚରା ବା ଅଳିଆ ବୋଲି ହାବାର୍ଡ ବିଶ୍ବବିଦ୍ୟାଳୟର ମହାକାଶ ବିଜ୍ଞାନ ବିଭାଗର ପ୍ରଫେସର ଅଭି ଲୋଏବ କହିଛନ୍ତି। ପ୍ରଫେସର ଅଭି…

ଭ୍ୟାକସିନ ଆସିବା ପରେ ୨ ପ୍ରଜାତି ବହୁତ ଚିନ୍ତିତ, ଗୋଟିଏ କରୋନା ଭାଇରସ୍ ଏବଂ ଅନ୍ୟଟି କଂଗ୍ରେସ ପାର୍ଟି:

ନୂଆଦିଲ୍ଲୀ ୦୪।୦୧: ଭାରତୀୟ ଜନତା ପାର୍ଟିର ମୁଖପାତ୍ର ସମ୍ବିତ ପାତ୍ର ସୋମବାର କହିଛନ୍ତି ଭ୍ୟାକସିନ ଆସିବା ପରେ ୨ ପ୍ରଜାତି ବହୁତ ଚିନ୍ତିତ ଅଛନ୍ତି। ଗୋଟିଏ କରୋନା ଭାଇରସ୍ ଏବଂ ଅନ୍ୟଟି କଂଗ୍ରେସ ପାର୍ଟି। ଆମେ ସମୟ ସମୟରେ କଂଗ୍ରେସର ମ୍ୟୁଟେଣ୍ଟ ଶୈଳୀରେ ପରିବର୍ତ୍ତନ ଦେଖିଛୁ। କଂଗ୍ରେସ ଗୋଟିଏ ପରେ ଗୋଟିଏ ଭୟଙ୍କର ରୂପ ଧାରଣ କରୁଛି। ସମ୍ବିତ ପାତ୍ର କହିଛନ୍ତି ଦେଶରେ ସଂପ୍ରତି ଭାକସିନକୁ ନେଇ ଯେଉଁ ପ୍ରକାରର ରାଜନୀତି ଚାଲିଛି ସେଥିରୁ ଦୁଃଖ ଏବଂ କଷ୍ଟଦାୟକ ଆଉ କିଛି ନୁହେଁ। ସମ୍ବିତ ପାତ୍ର କହିଛନ୍ତି ବିରୋଧୀ ଏମିତି ପ୍ରସଙ୍ଗ ଘୋଷାଡୁଛନ୍ତି ଯଦ୍ଵାରା ଭ୍ୟାକସିନ ଆବିଷ୍କାର ଖବର ନଗଣ୍ୟ ହୋଇଯିବ। ଆଦରଣୀ ଜେପି ନଡ୍ଡା ମଧ୍ୟ ଏହି କଥା କହିଛନ୍ତି ଯେ କଂଗ୍ରେସ ଏବଂ ବିରୋଧୀ ଏହା ଉପରେ ରାଜନୀତି କରୁଛନ୍ତି। ସେମାନଙ୍କୁ ଆତ୍ମଚିନ୍ତନ କରିବା…

ହିନ୍ଦୀ ଫିଲ୍ମରେ ଓଡିଆ ଛାପ, ‘ତ୍ରିଭଙ୍ଗ’ରେ ଦେଖିବାକୁ ମିଳିବ ଓଡିଶୀ ନୃତ୍ୟ

ଭୁବନେଶ୍ୱର, ୦୪/୦୧ : ହିନ୍ଦୀ ଫିଲ୍ମ ତ୍ରିଭଙ୍ଗରେ ଦେଖିବାକୁ ମିଳିବ ଓଡ଼ିଶୀ ଡ୍ୟାନ୍‌ସ। କାଜୋଲଙ୍କ ଅଭିନୀତ ଏହି ଫିଲ୍ମରେ ତିନି ମହିଳାଙ୍କ ତ୍ରିଭଙ୍ଗୀ ଠାଣି ରହିଛି। ଫିଲ୍ମରେ ରହିଛି ଅନେକ କିଛି ରହସ୍ୟ ଓ ରୋମାଞ୍ଚ। ତେବେ କାଜୋଲଙ୍କ କମ୍‌ ବ୍ୟାକ ଦର୍ଶକଙ୍କୁ ବେଶୀ ଉତ୍ସାହିତ କରିଛି।   ତ୍ରିଭଙ୍ଗ। ଓଡ଼ିଶୀ ନାଚର ଏହି ତିନି ଭଙ୍ଗୀ ଠାଣିରେ ରହିଛି ନାରୀ ଜୀବନର ତିନି ଅବସ୍ଥା। ଏହି ତ୍ରିଭଙ୍ଗ ଓଡ଼ିଶୀକୁ ନେଇ ଆସୁଛି ହିନ୍ଦି ଫିଲ୍ମ ତ୍ରିଭଙ୍ଗ। ଯେଉଁଥିରେ କାଜୋଲଙ୍କୁ ଓଡ଼ିଶୀ ନୃତ୍ୟଶିଳ୍ପୀ ଭୂମିକାରେ ଦେଖିବାକୁ ମିଳିବ। ତେବେ ଏହି ଫିଲ୍ମର କାହାଣୀ ଗୋଟିଏ ପରିବାରର ତିନି ନାରୀଙ୍କ ମଧୁର ଓ ଜଟିଳ ସଂପର୍କକୁ ନେଇ ଗଢ଼ି ଉଠିଛି । କାଜଲ ଏଥିରେ ଅନୁ ଭୂମିକାରେ ଆସୁଥିବା ବେଳେ ତାଙ୍କ ମା ଭୂମିକାରେ ଆସୁଛନ୍ତି ତନ୍ବି ଆଜମି।…

ଡିସେମ୍ବରରେ ତିନି ଗୁଣ ବଢିଲା ହୋଣ୍ଡା ମୋଟର ସାଇକେଲ୍ ବିକ୍ରି

ନୂଆଦିଲ୍ଲୀ ୦୪।୦୧: କରୋନା ଯୋଗୁଁ ଦେଶର ଆର୍ଥିକ ମାନ୍ଦାବସ୍ଥା ମଧ୍ୟରେ ୨୦୨୦ ଡିସେମ୍ବରରେ ହୋଣ୍ଡା ମୋଟର ସାଇକେଲ୍ ଆଣ୍ଡ ସ୍କୁଟର ଇଣ୍ଡିଆ(ଏଚଏମଏସଆଇ)ର ବିକ୍ରି ତିନି ଗୁଣ ବୃଦ୍ଧି ଘଟିଛି। ଗତ ବର୍ଷର ଶେଷ ମାସରେ ହୋଣ୍ଡାର ମୋଟର ସାଇକେଲ୍ ବିକ୍ରି ୨, ୬୩, ୦୧୭ରେ ପହଞ୍ଚିଛି। କମ୍ପାନୀ ୨୦୧୯ ଡିସେମ୍ବରରେ ୨,୫୫, ୨୮୩ ଗାଡି ବିକ୍ରି କରିଥିଲା।   କମ୍ପାନୀ ସୋମବାର ବୟାନରେ କହିଛି, ଡିସେମ୍ବରରେ ଘରୋଇ ବଜାରରେ ଏହାର ବିକ୍ରି ପାଞ୍ଚ ପ୍ରତିଶତ ବଢି ୨,୪୨,୦୪୬ରେ ପହଞ୍ଚିଛି। ଯାହା ୨୦୧୯ ଡିସେମ୍ବରରେ ଏହି ସମାନ ଅବଧିରେ ୨,୩୦,୧୯୭ ଗାଡି ବିକ୍ରି ହୋଇଥିଲା। କମ୍ପାନୀ କହିଛି ଅକ୍ଟୋବର-ଡିସେମ୍ବର ତ୍ରୈମାସିକରେ ଘରୋଇ ବଜାରରେ କମ୍ପାନୀର ବିକ୍ରି ପାଞ୍ଚ ପ୍ରତିଶତ ବଢି ୧୧, ୪୯, ୧୦୧ରେ ରହିଛି। ଯାହା ଗତ ଆର୍ଥିକ ବର୍ଷର ସମାନ ସମୟରେ ୧୦,୯୧,୨୯୯ ରହିଥିଲା।  …