ହିନ୍ଦୀ ଫିଲ୍ମରେ ଓଡିଆ ଛାପ, ‘ତ୍ରିଭଙ୍ଗ’ରେ ଦେଖିବାକୁ ମିଳିବ ଓଡିଶୀ ନୃତ୍ୟ

ଭୁବନେଶ୍ୱର, ୦୪/୦୧ : ହିନ୍ଦୀ ଫିଲ୍ମ ତ୍ରିଭଙ୍ଗରେ ଦେଖିବାକୁ ମିଳିବ ଓଡ଼ିଶୀ ଡ୍ୟାନ୍‌ସ। କାଜୋଲଙ୍କ ଅଭିନୀତ ଏହି ଫିଲ୍ମରେ ତିନି ମହିଳାଙ୍କ ତ୍ରିଭଙ୍ଗୀ ଠାଣି ରହିଛି। ଫିଲ୍ମରେ ରହିଛି ଅନେକ କିଛି ରହସ୍ୟ ଓ ରୋମାଞ୍ଚ। ତେବେ କାଜୋଲଙ୍କ କମ୍‌ ବ୍ୟାକ ଦର୍ଶକଙ୍କୁ ବେଶୀ ଉତ୍ସାହିତ କରିଛି।

 

ତ୍ରିଭଙ୍ଗ। ଓଡ଼ିଶୀ ନାଚର ଏହି ତିନି ଭଙ୍ଗୀ ଠାଣିରେ ରହିଛି ନାରୀ ଜୀବନର ତିନି ଅବସ୍ଥା। ଏହି ତ୍ରିଭଙ୍ଗ ଓଡ଼ିଶୀକୁ ନେଇ ଆସୁଛି ହିନ୍ଦି ଫିଲ୍ମ ତ୍ରିଭଙ୍ଗ। ଯେଉଁଥିରେ କାଜୋଲଙ୍କୁ ଓଡ଼ିଶୀ ନୃତ୍ୟଶିଳ୍ପୀ ଭୂମିକାରେ ଦେଖିବାକୁ ମିଳିବ। ତେବେ ଏହି ଫିଲ୍ମର କାହାଣୀ ଗୋଟିଏ ପରିବାରର ତିନି ନାରୀଙ୍କ ମଧୁର ଓ ଜଟିଳ ସଂପର୍କକୁ ନେଇ ଗଢ଼ି ଉଠିଛି । କାଜଲ ଏଥିରେ ଅନୁ ଭୂମିକାରେ ଆସୁଥିବା ବେଳେ ତାଙ୍କ ମା ଭୂମିକାରେ ଆସୁଛନ୍ତି ତନ୍ବି ଆଜମି। ଯିଏକ ଏକ ଦୁର୍ଘଟଣାରେ କୋମାକୁ ଚାଲିଯାଇଛନ୍ତି।

 

  1. ସେପଟେ ମାସା ବା କାଜୋଲଙ୍କ ଝିଅ ଭୂମିକାରେ ଆସିଛନ୍ତି ମିଥିଲା ପାଲକର। ଫିଲ୍ମରେ କୁନାଲ ରୟ କପୁର କନୱଲଜିତ ସିଂହ ମଧ୍ୟ ନଜର ଆସିବେ। ପୂର୍ବରୁ ତେଲୁଗୁ ଫିଲ୍ମ ସ୍ବର୍ଣ୍ଣ କମଳମ ଏବଂ ହିନ୍ଦି ଫିଲ୍ମ ପାୟଲ କି ଝନକାର ରେ ମଧ୍ୟ ଓଡ଼ିଶୀ ନୃତ୍ୟୁ ଦେଖିବାକୁ ମିଳିଥିଲା। ଏବେ ଓଡ଼ିଶୀ କଷ୍ଟ୍ୟୁମରେ ଆସୁଛନ୍ତି ପ୍ରସିଦ୍ଧ ଅଭିନେତ୍ରୀ କାଜୋଲ। ଯେଉଁଥିରେ ସେ ନଜ ମନର ଭାବକୁ ଓଡ଼ିଶୀ ସହିତ ଯୋଡ଼ିଛନ୍ତି। ରେଣୁକା ସାହାନେଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମର ସହ ପ୍ରଯୋଜନା କରିଛନ୍ତି ଅଜୟ ଦେବଗନ। ନେଟଫ୍ଲିକ୍ସରେ ଏହି ଫିଲ୍ମ ଜାନୁଆରି ୧୫ରେ ରିଲିଜ ହେବ।

Related posts

Leave a Comment