ମହିଳାଙ୍କୁ ଗଣଦୁଷ୍କର୍ମ ଓ ହତ୍ୟା : ଗୁପ୍ତାଙ୍ଗରେ ଭର୍ତ୍ତି କରିଦେଲେ ଲୁହା ରଡ୍, ଘର ଆଗରେ ମୃତଦେହ ଫିଙ୍ଗିଦେଲେ

ଲକ୍ଷ୍ନୌ,୦୬/୦୧:   ନିର୍ଭୟା ଗଣଦୁଷ୍କର୍ମ ଘଟଣାର ପୁନରାବୃତ୍ତି । ପୁଣି ଜଣେ ମହିଳାଙ୍କୁ କରଗଲା ନୃଂଶସ ଭାବେ ଗଣଦୁଷ୍କର୍ମ ଓ ହତ୍ୟା । ଏପରିକି ଦୁଷ୍କର୍ମକାରୀମାନେ ମହିଳାଙ୍କ ପ୍ରାଇଭେଟ୍ ପାର୍ଟରେ ଲୁହାରଡ୍ ପୁରାଇ ଦେଲେ । ଏପରି ବର୍ବୋରଚିତ କାଣ୍ଡ ଘଟିଛି ଉତ୍ତରପ୍ରଦେଶର ବଡାଓଁରେ । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ସୂଚନାନୁସାରେ, ରବିବାର ରାତିରେ ମେଓ୍ୱାଲି ଗ୍ରାମରେ ଜଣେ ମଧ୍ୟ ବୟସ୍କା ମହିଳାଙ୍କ ସହ ଏପରି ଜଘନ୍ୟ କାଣ୍ଡ ଘଟିଛି । ସେ ଏକ ମନ୍ଦିରକୁ ବୁଲି ଯାଇଥିଲେ । ଘରକୁ ଫେରିବା ସମୟରେ ୩ ଜଣ ଯୁବକ ମହିଳାଙ୍କୁ ଗଣଦୁଷ୍କର୍ମ କରିଥିଲେ । ଏପରିକି ତାଙ୍କ ପ୍ରାଇଭେଟ୍ ପାର୍ଟରେ ଲୁହ ରଡ୍ ପୁରାଇ ଦେଇଥିଲେ । ଫଳରେ ମହିଳାଙ୍କ ମୃତ୍ୟୁ ଘଟିଥିଲା ।ଆହୁରି ମଧ୍ୟ ହତ୍ୟା କରିବା ପରେ ମହିଳାଙ୍କ ମୃତଦେହକୁ ଘର…

୨୯ଦିନ ପରେ ବଢିଲା ପେଟ୍ରୋଲ୍-ଡିଜେଲ୍ ମୂଲ୍ୟ, ଜାଣନ୍ତୁ ପ୍ରମୁଖ ସହରରେ ଦାମ୍ କେତେ

ନୂଆଦିଲ୍ଲୀ ୬।୧: ଦେଶରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ଲଗାତର ୨୯ ଦିନ ସ୍ଥିର ରହିବା ପରେ ବୁଧବାର ଦର ବୃଦ୍ଧି ହୋଇଛି । ତୈଳ ବିତରଣ କମ୍ପାନୀ ମଧ୍ୟରୁ ଅଗ୍ରଣୀ କମ୍ପାନୀ ଇଣ୍ଡିଆନ୍ ଅଏଲ ଅନୁସାରେ ବୁଧବାର ଦିଲ୍ଲୀରେ ପେଟ୍ରୋଲ ମୂଲ୍ୟ ୨୬ ପଇସା ବୃଦ୍ଧି ପାଇ ୮୩.୯୭ ଟଙ୍କା ପ୍ରତି ଲିଟର ଏବଂ ୨୫ ପଇସା ବୃଦ୍ଧି ପାଇ ୭୪.୧୨ ଟଙ୍କା ପ୍ରତି ଲିଟରରେ ପହଞ୍ଚିଛି । ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ଘରୋଇ ବଜାରରେ ମଧ୍ୟ ମୂଲ୍ୟରେ ପ୍ରଭାବ ପଡିଛି । ଦେଶର ପ୍ରମୁଖ ସହରରେ ପେଟ୍ରୋଲ ମୂଲ୍ୟ : ଦିଲ୍ଲୀ- ୮୩ଟଙ୍କା ୯୭ ପଇସା ମୁମ୍ବାଇ- ୯୦ଟଙ୍କା ୬୦ ପଇସା ଚେନ୍ନାଇ- ୮୬ଟଙ୍କା ୭୫ପଇସା କୋଲକତା- ୮୫ଟଙ୍କା ୪୪ ପଇସା ଭୁବନେଶ୍ବର- ୮୪ଟଙ୍କା ୬୧ ପଇସା ଦେଶର ପ୍ରମୁଖ ସହରରେ…

ଗମ୍ଭୀର ହେଉଛି ବାର୍ଡ଼ ଫ୍ଲୁ : ପକ୍ଷୀଙ୍କ ମୃତ୍ୟୁ ରିପୋର୍ଟ ଦେବାକୁ ସବୁ ରାଜ୍ୟଙ୍କୁ ପରିବେଶ ମନ୍ତ୍ରାଳୟର ଚିଠି

ନୂଆଦିଲ୍ଲୀ ୦୬/୦୧ : କରୋନା ମହାମାରୀ ସଙ୍କଟ ମଧ୍ୟରେ ପୁଣି ବାର୍ଡ଼ଫ୍ଲୁ ସଙ୍କଟ ଦେଖାଦେଇଛି। କେନ୍ଦ୍ର ପରିବେଶ ମନ୍ତ୍ରାଳୟ (MoEF&CC) ମଙ୍ଗଳବାର ଦିନ ସବୁ ରାଜ୍ୟ ମୁଖ୍ୟ ସଚିବ ଓ ମୁଖ୍ୟ ବନ୍ୟଜୀବ ୱାଡେର୍ନଙ୍କୁ ଚିଠି ଲେଖି ସ୍ୱାଇନ୍ ଫ୍ଲୁ (H5N1) ପାଇଁ ରାଜ୍ୟ ସ୍ତରୀୟ ମନିଟରିଂ କମିଟି ଗଠନ କରିବାକୁ କହିଛନ୍ତି। ପଶୁପାଳନ ବିଭାଗ ଦ୍ୱାରା କୌଶଳ ପ୍ରଶିକ୍ଷଣରେ ଅଂଶଗ୍ରହଣ କରିବାକୁ  ରାଜ୍ୟମାନଙ୍କୁ ପରାମର୍ଶ ଦିଆଯାଇଛି ଏବଂ କର୍ମଚାରୀ ଓ ଅଧିକାରୀମାନଙ୍କୁ ନିୟୋଜିତ କରିବାକୁ ପରାମର୍ଶ ଦିଆଯାଇଛି। ପ୍ରବାସୀ ପକ୍ଷୀମାନଙ୍କର ମୃତ୍ୟୁ ସେମାନଙ୍କ ସଂଖ୍ୟା ଏବଂ କାରଣ (ବାର୍ଡ ଫ୍ଲୁ) ପରିବେଶ ମନ୍ତ୍ରଣାଳୟକୁ ଜଣାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ନମୁନା ଓ ଟେଷ୍ଟିଙ୍ଗ ରିପୋର୍ଟ ସଂଗ୍ରହ କରି ଡିସପାଚ ପାଇଁ ସ୍ଥାନୀୟ ପଶୁ ଚିକିତ୍ସା ବିଭାଗ ସହ ସମ୍ପର୍କ କରିବାକୁ ମନ୍ତ୍ରାଳୟ କହିଛି। ପରିବେଶ ମନ୍ତ୍ରାଳୟ ସବୁ…

ପଳାତକ ହୀରା ବ୍ୟବସାୟୀ ନୀରବ ମୋଦୀଙ୍କ ପାଇଁ ବଢିଲା ଅଡୁଆ, ସାକ୍ଷୀ ହେବେ ଭଉଣୀ ପୂରବୀ

ମୁମ୍ବାଇ,୦୬/୦୧: ବହୁ ଚର୍ଚ୍ଚିତ ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କ ଦୁର୍ନୀତି ମାମଲାରେ ପଳାତକ ହୀରା ବ୍ୟବସାୟୀ ନୀରବ ମୋଦୀଙ୍କ ଭଉଣୀ ପୂରବୀ ସାକ୍ଷୀ ହୋଇଛନ୍ତି। ଏ ନେଇ ମୁମ୍ୱାଇର ସ୍ୱତନ୍ତ୍ର କୋର୍ଟ ତାଙ୍କୁ ଅନୁମତି ପ୍ରଦାନ କରିଛନ୍ତି। ଅର୍ଥ ହେରଫେର୍ ନିବାରଣ ଆଇନ୍ ବା ପ୍ରିଭେନ୍ସନ୍ ଅଫ ମନି ଲଣ୍ଡ୍ରିଂ ଆଇନର ବିଚାର କରୁଥିବା ସ୍ୱତନ୍ତ୍ର ଜଜ୍ ଭି.ସି. ବାର୍ଡେ ଏହି ମାମଲାରେ ସକ୍ଷୀ ହେବା ପାଇଁ ପୂରବୀଙ୍କ ପକ୍ଷରୁ ଆବେଦନ କରାଯାଇଥିବା ଆବେଦନକୁ ଗତ ସୋମବାର ଗ୍ରହଣ କରିଥିଲେ। ଏହା ପରେ କୋର୍ଟ ମଙ୍ଗଳବାର ଏ ନେଇ ନିର୍ଦ୍ଦେଶନାମା ଜାରି କରିଥିଲେ। ବେଲଜିୟମର ନାଗରିକ ପୂରବୀ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ଏକ ମାମଲାରେ ବର୍ତ୍ତମାନ ଅଭିଯୁକ୍ତ ଅଛନ୍ତି। ତେବେ ମାମଲାର ବିଚାର ସମୟରେ ସେ ସମ୍ପୂର୍ଣ୍ଣ ସହଯୋଗ କରିବା ସହ ଆବେଦନ କରିଥିବା କ୍ଷମା ପ୍ରାର୍ଥନାକୁ ଗ୍ରହଣ…

ଟେଷ୍ଟ୍ ରାଙ୍କିଂରେ ଶୀର୍ଷରେ ନ୍ୟୁଜିଲାଣ୍ଡ, ପଛରେ ପଡିଗଲା ଅଷ୍ଟ୍ରେଲିଆ

ନୂଆଦିଲ୍ଲୀ,୦୬/୦୧: ନ୍ୟୁଜିଲାଣ୍ଡ ଆଇସିସି ଟେଷ୍ଟ ରାଙ୍କିଂରେ ଅଷ୍ଟ୍ରେଲିଆକୁ ପଛରେ ପକାଇ ଶୀର୍ଷ ସ୍ଥାନ ଦଖଲ କରିଛି । ରାଙ୍କିଂ ଇତିହାସରେ ପ୍ରଥମ ଥର ପାଇଁ ଏହି ଉପଲବ୍ଧ ହାସଲ କରିଛି କିଓ୍ୱି ଟିମ୍ । ବୁଧବାର ଦଳ ଖ୍ରୀଷ୍ଟଚର୍ଚ୍ଚରେ ପାକିସ୍ତାନକୁ ଗୋଟିଏ ଇନିଂସ ଓ ୧୭୬ ରନରେ ମାତ୍ ଦେଇଥିଲା । ଏହାସହ ଦଳ ଦୁଇ ମ୍ୟାଚ୍ ବିଶିଷ୍ଟ ସିରିଜକୁ କ୍ଲିନ୍ ସ୍ୱିପ୍ କରିଥିଲା । କେନ୍ ଓ୍ୱିଲମସନଙ୍କ ନେତୃତ୍ୱରେ ଦଳ ପ୍ରଥମ ଟେଷ୍ଟରେ ପାକିସ୍ତାନକୁ ୧୦୧ ରନରେ ହରାଇଥିଲା । ଏହି ସିରିଜ ବିଶ୍ୱ ଟେଷ୍ଟ ଚାମ୍ପିଅନସିପର ଅଂଶ ବିଶେଷ । ଏବେ ନ୍ୟୁଜିଲାଣ୍ଡର ପଏଣ୍ଟ ହେଉଛି ୧୨୦ । ସେହିପରି ଦଳର ରେଟିଂ ଅଙ୍କ ହେଉଛି ୧୧୮ । ଅଷ୍ଟ୍ରେଲିଆ ୧୧୬ ରେଟିଂ ଅଙ୍କ ସହ ଦୁଇ ନମ୍ବରରେ ରହିଛି । ଏବେସୁଦ୍ଧା ଟେଷ୍ଟ…