ପୋଲ ବାଡାରେ ଧକ୍କା ହେଲା ବାଇକ୍, ତଳକୁ ଖସିପଡିଲେ ଆରୋହୀ

ବାରିପଦା ୭।୧: ମୟୁରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା ଅଧିନ କତରା ପୋଲ ବାଡାକୁ ଧକ୍କା ଦେଲା ବାଇକ୍ । ପୋଲ ତଳକୁ ଖସିପ ବାଇକ୍ ଆରହୀ ଗୁରୁତର ହୋଇଛନ୍ତି । ସୂଚନାଯୋଗ୍ୟ ଯେ, ବାଇକ୍ ଆରୋହୀ ବାଙ୍ଗିରିପୋଷି ଥାନା ଅଧିନ ପଥୁରି ନିକଟସ୍ଥ କତରା ନଦୀ ପୋଲ ପାର ହେଉଥିବା ବେଳେ ଭାରସାମ୍ୟ ହରାଇ ପୋଲ ବାଡ଼ାରେ ପିଟି ହୋଇଯାଇଥିଲେ । ଫଳରେ ଆରୋହୀ ଜଣଙ୍କ ପୋଲ ତଳକୁ ଖସିପଡି ଗୁରୁତର ହେଇଛନ୍ତି । ସ୍ଥାନୀୟ ଲୋକମାନେ ସଂଗେ ସଂଗେ ଘଟଣା ସ୍ଥଳରେ ପହଞ୍ଚି ଗୁରୁତର ବାଇକ୍ ଆରୋହୀଙ୍କୁ ଉଦ୍ଧାର କରି ୧୦୮ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନା ପଠାଇଥିଲେ । ବାଇକ୍ ଆରୋହୀଙ୍କ ପରିଚୟ ମିଳିପାରିନାହିଁ । ଗତ କିଛି ବର୍ଷ ଧରି ବାଙ୍ଗିରିପୋଷି ଘାଟି ଏବଂ ଆଖପାଖ ଅଞ୍ଚଳରେ ନିୟମିତ ଭାବରେ ଦୁର୍ଘଟଣା ବଢି ଚାଲିଛି । ହେଲେ…

ଶୀଘ୍ର ମିଳିବ ଖୁସି ଖବର : କୋହଲିଙ୍କ ସହ କ୍ଲିନିକରେ ନଜର ଆସିଲେ ଅନୁଷ୍କା ଶର୍ମା

ମୁମ୍ବାଇ ୦୭/୦୧ : ଅଭିନେତ୍ରୀ ଅନୁଷ୍କା ଶର୍ମା ଗର୍ଭବତୀ ଅଛନ୍ତି। ନିଜ ଗର୍ଭାବସ୍ଥା ସମୟକୁ ସେ ମନ ଭାରି ଉପଭୋଗ କରୁଛନ୍ତି। ଅନୁଷ୍କା ଗର୍ଭବତୀ ଥିବାବେଳେ ବି ସୋସିଆଲ ମିଡ଼ିଆରେ ଆକ୍ଟିଭ ଅଛନ୍ତି। ସେ ପ୍ରତିଦିନ ସୋସିଆଲ ମିଡ଼ିଆରେ କିଛି କିଛି ପୋଷ୍ଟ କରିଥାନ୍ତି ଯାହାକୁ ନେଇ ପ୍ରଶଂସକଙ୍କ ମଧ୍ୟରେ ଚର୍ଚ୍ଚା ହୋଇଥାଏ। ଗୁରୁବାର ଦିନ ସେ ସ୍ୱାମୀ ବିରାଟ କୋହଲିଙ୍କ ସହ ବାନ୍ଦ୍ରାର ଏକ କ୍ଲିନିକକୁ ଯାଇଥିଲେ। ଅନୁଷ୍କା ଶର୍ମା ଏହି ଜାନୁଆରୀ ମାସରେ ନିଜର ପ୍ରଥମ ଶିଶୁକୁ ଜନ୍ମ ଦେଇ ମା’ ହେବାର ସୌଭାଗ୍ୟ ପାଇବେ। ତାଙ୍କୁ କୋହଲିଙ୍କ ସହ କ୍ଲିନିକ ବାହାରେ ଦେଖିବା ପରେ ତାଙ୍କର ପ୍ରସବକୁ ଚର୍ଚ୍ଚା ଆରମ୍ଭ ହୋଇଥିଲା। କୋହଲି ଓ ଅନୁଷ୍କାଙ୍କ ଏକ ଫଟୋ ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ହୋଇଛି। ଫଟୋ ସାମ୍ନାକୁ ଆସିବା ପରେ ଖୁବ ଶୀଘ୍ର…

‘ଅମିତାଭ ବଚ୍ଚନଙ୍କ କରୋନା କଲର ଟ୍ୟୁନ୍ ଶୁଣିବାକୁ ଚାହୁଁନୁ, ଏହାକୁ ତୁରନ୍ତ ବନ୍ଦ କରାଯାଉ’

ନୂଆଦିଲ୍ଲୀ ୦୭/୦୧ : ଭାରତରେ ଜାନୁୟାରୀ ୨୦୨୦ରେ ପ୍ରଥମେ କରୋନାର ପ୍ରଥମ ଘଟଣା ସାମ୍ନାକୁ ଆସିଥିଲା । ପରେ ମାର୍ଚ୍ଚ ୨୦୨୦ରେ ସଂକ୍ରମଣ ମାମଲା ବୃଦ୍ଧି ପାଇବାରୁ ଦେଶବ୍ୟାପୀ ଲକଡାଉନ୍ ଘୋଷଣା କରିଥିଲେ କେନ୍ଦ୍ର ସରକାର । ଏହାରି ମଧ୍ୟରେ ସବୁଠାରୁ ବେଶୀ ଚର୍ଚ୍ଚାରେ ରହିଆସିଛି କରୋନା ସଚେତନତା କଲର ଟ୍ୟୁନ୍‌ (ହେଲୋ ଟ୍ୟୁନ୍) । ଏହା ପ୍ରାୟତଃ ପ୍ରତି କଲ ଆରମ୍ଭରୁ ଣୁଣିବାକୁ ମିଳୁଥିଲା । ଏହି କଲରଟ୍ୟୁନ୍‌କୁ ବାରମ୍ବାର ଶୁଣି ଅନେକାଂଶରେ ଜନସାଧାରଣ ବିରକ୍ତି ପ୍ରକାଶ କରୁଛନ୍ତି । ତେବେ ଅକ୍ଟୋବର ୨୦୨୦ରୁ ମେଗାଷ୍ଟାର ଅମିତାଭ ବଚ୍ଚନଙ୍କ କଣ୍ଠରୁ ଶୁଣାଯାଉଥିବା କଲର ଟ୍ୟୁନରେ ବ୍ୟତିବ୍ୟସ୍ତ ହୋଇ ପଡିଲେଣି ଜନସାଧାରଣ । ଏହାକୁ ତୁରନ୍ତ ହଟାଇବାକୁ ଦିଲ୍ଲୀ ହାଇକୋର୍ଟରେ ଏକ ଯାଚିକା ରୁଜୁ କରାଯାଇଥିବା ସୂଚନା ମିଳିଛି । ଏହାକୁ ନେଇ ଅମିତାଭ ବଚ୍ଚନଙ୍କର ଜଣେ…

ବଜେଟ୍ ପୂର୍ବରୁ ଅର୍ଥନୀତିଜ୍ଞଙ୍କ ପରାମର୍ଶ ନେବେ ମୋଦୀ, ଶୁକ୍ରବାର ଡାକିପାରନ୍ତି ବୈଠକ

ନୂଆଦିଲ୍ଲୀ,୦୭/୦୧: କରୋନା ସଙ୍କଟ ଭିତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କ୍ଷତିଗ୍ରସ୍ତ ହୋଇଥିବା ବିଭିନ୍ନ କ୍ଷେତ୍ର ଗୁଡ଼ିକ ପାଇଁ ୮ ତାରିଖ ଦିନ ପୁଣିଥରେ ବୈଠକ ଡାକିବାକୁ ଯାଉଛନ୍ତି। ଏହି ବୈଠକରେ ସେ ମୁଖ୍ୟ ଅର୍ଥନୀତିଜ୍ଞଙ୍କ ସହ ଅନ୍ୟାନ୍ୟ କ୍ଷେତ୍ରର ବିଶେଷଜ୍ଞଙ୍କ ସହ ଆଲୋଚନା କରିବେ। ଯାହାକି ଆଗକୁ ପ୍ରସ୍ତୁତ ହେଉଥିବା ବଜେଟ୍‌ରେ ସାମିଲ କରାଯାଇପାରିବ। ଏହି ବୈଠକ ନୀତି ଆୟୋଗ ଦ୍ୱାରା ଆୟୋଜନ କରାଯିବ। ଏଥିରେ ନୀତି ଆୟୋଗର ଉପାଧ୍ୟ୍ୟକ୍ଷ ରାଜୀବ କୁମାର ଏବଂ ନୀତି ଆୟୋଗର ସିଇଓ ଅମିତାଭ କାନ୍ତ ମଧ୍ୟ ଭାଗ ନେବେ। ଜଣେ ସରକାରୀ ଅଧିକାରୀ ନାମ ଗୋପନ ରଖି ପ୍ରଧାନମନ୍ତ୍ରୀ ଆସନ୍ତା ଶୁକ୍ରବାରକୁ ଆଗାମୀ ବଜେଟ୍ ପ୍ରସ୍ତୁତି ପାଇଁ ଅର୍ଥନୀତିଜ୍ଞଙ୍କ ସହ ବୈଠକ କରିବେ ବୋଲି କହିଛନ୍ତି। ଭାରତୀୟ ରିଜର୍ଭ ବ୍ୟାଙ୍କର ଅନୁମାନ ଅନୁସାରେ ଭାରତୀୟ ଅର୍ଥବ୍ୟବସ୍ଥା ଚଳିତ ବର୍ଷ ୭.୫…

ସୋନୁ ସୁଦ୍‌ଙ୍କ ବିରୋଧରେ BMC ଦାୟର କଲା ମାମଲା, ୬ମହଲା ଆବାସିକ କୋଠାରେ ହୋଟେଲ କରିଥିବା ଅଭିଯୋଗ

ମୁମ୍ବାଇ ୭।୧: ବଲିଉଡ୍ ଅଭିନେତା ସୋନୁ ସୁଦ୍ ଙ୍କ ବିରୋଧରେ ବିଏମସିର ଦୃଢ କାର୍ଯ୍ୟାନୁଷ୍ଠାନ । ଜୁହୁ ସ୍ଥିତ ଏକ ୬ ମହଲା ଆବାସିକ ବିଲ୍ଡିଂକୁ ବିନା ଅନୁମତିରେ ହୋଟେଲ କରିଥିବା ଅଭିଯୋଗରେ ପୋଲିସ ନିକଟରେ ଅଭିଯୋଗ କରିଛି ବିଏମସି । ବିଏମସି ପକ୍ଷରୁ ଜାନୁଆରୀ ୪ ତାରିଖରେ ଜୁହୁ ପୋଲିସ ଷ୍ଟେସନରେ ମାମଲା ରୁଜୁ କରାଯାଇଛି । ଏତଲାରେ ଦର୍ଶାଯାଇଛି ଯେ, ସୋନୁ ସୁଦ୍ ଙ୍କ ବିରୋଧରେ ମହାରାଷ୍ଟ୍ର ରିଜନ ଆଣ୍ଡ୍ ଟାଉନ ପ୍ଲାନିଂ ଆକ୍ଟ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବା ଉଚିତ୍ । ବିଏମସି କହିଛି ଯେ, ଅଭିନେତା ସୋନୁ ସୁଦ୍ ମହାରାଷ୍ଟ୍ର ରିଜନ ଆଣ୍ଡ୍ ଟାଉନ ପ୍ଲାନିଂ ଆକ୍ଟର ସେକ୍ସନ ୭ ଅନୁଯାୟୀ ଦଣ୍ଡନୀୟ ଅପରାଧ କରିଛନ୍ତି । ସୋନୁ ସୁଦଙ୍କ ଏ ବି ନାୟର ରୋଡ୍ ରେ ଥିବା ଶକ୍ତି ସାଗର ବିଲ୍ଡିଂକୁ ବିନା…