ବ୍ରିସବେନରେ ଲକ୍‌ଡାଉନ୍‌ ଲାଗୁ, ସଙ୍କଟରେ ଶେଷ ଟେଷ୍ଟ ମ୍ୟାଚ୍

ବ୍ରିସବେନ ୦୮।୦୧: ଅଷ୍ଟ୍ରେଲିଆର ତୃତୀୟ ସବୁଠୁ ବଡ ସହର ବ୍ରିସବେନରେ ଶୁକ୍ରବାରଠୁ ତିନି ଦିନ ପାଇଁ ଲକ୍‌ଡାଉନ୍ ଘୋଷଣା କରାଯାଇଛି। ଫଳରେ ପୁଣି ଥରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚତୁର୍ଥ ଟେଷ୍ଟ ମ୍ୟାଚ୍‌ ଉପରେ ସଙ୍କଟର ବାଦଲ ଛାଇ ଯାଇଛି। ସ୍ଥାନୀୟ ଲୋକଙ୍କଠାରେ କରୋନା ଭାଇରସ୍‌ର ନୂତନ ସଂକ୍ରମଣ ଠାବ ହେବା ପରେ ଏହି ପଦକ୍ଷେପ ଉଠାଯାଇଛି। କ୍ଵିନ୍ସଲାଣ୍ଡ ରାଜ୍ୟର ସ୍ଵାସ୍ଥ୍ୟ ବିଭାଗ ଅନୁଯାୟୀ, ସହର ସ୍ଥିତ ଗ୍ରେଟର ବ୍ରିସବେନ ଅଞ୍ଚଳରେ ଜାନୁଆରୀ ୧୧ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ ଲାଗୁ କରାଯାଇଛି। ଏଠାରେ  ଜାନୁଆରୀ ୧୫ରୁ ଶେଷ ତଥା ଚତୁର୍ଥ ଟେଷ୍ଟ ମ୍ୟାଚ୍‌ ଆରମ୍ଭ ହେବ। କିନ୍ତୁ ଏ ପର୍ଯ୍ୟନ୍ତ ମ୍ୟାଚ୍‌ର ସ୍ଥିତିକୁ ନେଇ କୌଣସି ପ୍ରକାର ଆନୁଷ୍ଠାନିକ ପ୍ରତିକ୍ରିୟା ଆସିନାହିଁ। ଏବେ ପ୍ରଶ୍ନ ଉଠୁଛି ଯେ ଏମିତି ସ୍ଥିତିରେ ଖେଳାଳି ସେଠାରେ କେମିତି ଖେଳିବେ। ଭାରତୀୟ…

କମିଲା ଶୀତ, ଜାନୁଆରୀ ୧୬ ପର୍ଯ୍ୟନ୍ତ ବୃଦ୍ଧି ପାଇବ ଦିନ ଏବଂ ରାତିର ତାପମାତ୍ରା

ଭୁବନେଶ୍ୱର ୦୮/୦୧ : ଗତ ଦୁଇ ତିନି ଦିନ ହେବ ରାଜ୍ୟରେ ଅସ୍ଵଭାବିକ ଭାବେ ଶୀତ କମିବା ସହିତ ତାପମାତ୍ରା ବୃଦ୍ଧି ପାଇଛି। ପ୍ରତ୍ୟେକ ଦିନ ରାତିର ତାପମାତ୍ରା ବଦଳୁ ଥିବାବେଳେ ଜାନୁଆରୀ ୧୬ ତାରିଖ ପର୍ଯ୍ୟନ୍ତ ଉଭୟ ଦିନ ଏବଂ ରାତିର ତାପମାତ୍ରା ବୃଦ୍ଧି ପାଇପାରେ ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ପରିବେଶ ଏବଂ ଜଳବାୟୁ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ପବନର ଗତି ବଙ୍ଗୋପ ସାଗରରୁ ଆଦ୍ରତା ଆହରଣ ଏହା ନିରୂପଣ କରିଥାଏ ବୋଲି କେନ୍ଦ୍ର ପକ୍ଷରୁ କୁହାଯାଇଛି। ରାତ୍ରିରେ ସାଧାରଣତଃ ପୃଥିବୀ ପୃଷ୍ଠର ବିକିରଣ ଦ୍ୱାରା ଓ ଉତ୍ତର ଭାରତରୁ ପ୍ରବାହିତ ହେଉଥିବା ଥଣ୍ଡା ପବନ ଦ୍ୱାରା ତାପମାତ୍ରା କମିଥାଏ । ଏହି ଅବସ୍ଥା ଓଡ଼ିଶାରେ ଡ଼ିସେମ୍ବର ଶେଷ ପର୍ଯ୍ୟନ୍ତ ରହିଥିଲା । ଜାନୁଆରୀ ୧୫ ତାରିଖରୁ ରାତିର…

ସରିଲା ଭ୍ୟାକସିନର ଦ୍ଵିତୀୟ ରାଉଣ୍ଡ ଡ୍ରାଏ ରନ

ଭୁବନେଶ୍ଵର ୦୮।୦୧: କରୋନା ଟିକାକରଣ ପାଇଁ ସରିଲା ଦ୍ଵିତୀୟ ରାଉଣ୍ଡ ଡ୍ରାଏରନ। ସାରା ଦେଶରେ ୭୩୬ ଟି ଜିଲ୍ଲାରେ ଆଜି ଡ୍ରାଏ ରନ୍ କରାଯାଇଛି। ବାସ୍ତବ ଟିକାକରଣ ସମୟରେ ଯଦି କାହା ଶରୀରରେ ପାର୍ଶ୍ବ ପ୍ରତିକ୍ରିୟା ଦେଖାଦିଏ ତାହାକୁ କିଭଳି ସାମ୍ନା କରାଯିବ ଏବଂ ରାଜ୍ୟସ୍ତରରୁ ବ୍ଲକସ୍ତରୀୟ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ଭିତରେ କିପରି ସମନ୍ବୟ ରହିବା ସେହି ପ୍ରକ୍ରିୟାର ପୂର୍ବଭ୍ୟାସ କରାଯାଇଛି। ୧୩ତାରିଖ ପୂର୍ବରୁ ଟିକା ଉପଲବ୍ଧ ହୋଇପାରେ। ଖୁବଶୀଘ୍ର ଟିକା ଉପଲବ୍ଧ ହେବ । ତେବେ ଟିକାକରଣ ଆଗରୁ ପୂରା ପ୍ରକ୍ରିୟାର ମକଡ୍ରିଲ୍ ହୋଇଛି, ଯେପରି ଅସଲ ସମୟରେ କୌଣସି ସମସ୍ୟା ଉପୁଜିବନି । ଦ୍ବିତୀୟ ପର୍ଯ୍ୟାୟରେ ସାରାଦେଶରେ ୭୩୬ଟି ଜିଲ୍ଲାରେ  ଡ୍ରାଏ ରନ କରାଯାଇଛି। ଓଡିଶାରେ ୧୧୦ଟି ସ୍ଥାନରେ ବ୍ୟବସ୍ଥା କରାଯାଇଛି। ପ୍ରତି ଜିଲ୍ଲାରେ ୩ଟି ସ୍ଥାନରେ- ସିଏଚସି, ପିଏଚସି, ସହରାଞ୍ଚଳ ସ୍ବାସ୍ଥ୍ୟ କେନ୍ଦ୍ର…

ଲକଡାଉନ୍ ନିୟମ ଭାଙ୍ଗି ଫସିଲେ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା

ନୂଆଦିଲ୍ଲୀ ୦୮/୦୧ : ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା କୋଭିଡ୍-୧୯ ନିୟମ ଭାଙ୍ଗି ଫସିଛନ୍ତି । ଳଣ୍ଡନର ଏକ ସେଲୁନକୁ ଯାଇଥିବା ବେଳେ ପୋଲିସ ତାଙ୍କୁ ଧରିଥିଲା । ପ୍ରିୟଙ୍କା ଚୋପ୍ରାଙ୍କ ସହ ତାଙ୍କ ମା ମଧୁ ମଧ୍ୟ ଥିଲେ । ବ୍ରିଟେନରେ ଏବେ କରୋନା ସଂକ୍ରମଣ ଦ୍ରୁତଗତିରେ ବୃଦ୍ଧି ପାଉଛି । ଏହାକୁ ଲକ୍ଷ୍ୟ କରି ସାରା ଦେଶରେ ଲକଡାଉନ ଘୋଷଣା କରିଛନ୍ତି ସରକାର । ତେବେ କୋଭିଡ୍ ନିୟମକୁ ଉଲ୍ଲଂଘନ କରିବା ଅଭିଯୋଗରେ ଲଣ୍ଡନ ପୋଲିସ, ପ୍ରିୟଙ୍କା ଚୋପ୍ରାଙ୍କୁ ଧରିଥିଲା । ସୂଚନା ଅନୁସାରେ ଅଭିନେତ୍ରୀଜଣକ ସେଲୁନ୍ ଭିତରେ ଥିଲେ । ସେହି ସମୟରେ ପୋଲିସ ସେଠାରେ ପହଞ୍ଚିଥିଲା । ସେଲୁନ୍‌ ମଧ୍ୟରେ ଉପସ୍ଥିତ ସମସ୍ତଙ୍କୁ ବାହାରକୁ ଆସିବା ପାଇଁ କହିଥିଲା ପୋଲିସ । କିନ୍ତୁ ପ୍ରିୟଙ୍କା ଏବଂ ତାଙ୍କ ମା ବାହାରକୁ ଆସିନଥିଲେ…

କରୋନା ଭ୍ୟାକସିନ ଉପରେ ୧୧ରେ ପିଏମ-ସିଏମ ଆଲୋଚନା

ନୂଆଦିଲ୍ଲୀ ୦୮।୦୧: ଦେଶରେ କରୋନାର ଟିକାକରଣ ପ୍ରସ୍ତୁତି ଜୋରସୋରରେ ଚାଲିଛି। ଟିକାକରଣ ପାଇଁ ଡ୍ରାଇରନ ଚାଲିଛି। ଏସବୁ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାନୁଆରୀ ୧୧ରେ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଭିଡିଓ କନଫରେନ୍ସିଂ ଜରିଆରେ କରୋନା ଟିକାକରଣର ପ୍ରସ୍ତୁତି ବିଷୟରେ ଆଲୋଚନା କରିବେ। ସୂତ୍ର ଅନୁଯାୟୀ ବୈଠକ ପରେ ସୋମବାର ଦେଶରେ କରୋନା ଟିକାକରଣର ତାରିଖ ଘୋଷଣା ହୋଇପାରେ। ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଏହି ବୈଠକ ସୋମବାର ଅପରାହ୍ନ ୪ଟାରେ ଆରମ୍ଭ ହୋଇପାରେ। ଶୁକ୍ରବାରଠୁ ଟିକାକରଣ ପାଇଁ ଜରୁରୀ ପ୍ରକ୍ରିୟାର ପ୍ରସ୍ତୁତି ଆରମ୍ଭ ହୋଇ ସାରିଛି। ସମସ୍ତ ରାଜ୍ୟରେ ଡ୍ରାଇ ରନ ଭାବେ କରୋନା ଟିକାକରଣର ପୂର୍ବାଭ୍ୟାସ୍ ହୋଇ ସାରିଛି। ଶୁକ୍ରବାର ଉତ୍ତର ପ୍ରଦେଶ  ଓ ହରିୟାଣାକୁ ବାଦ୍ ଦେଇ ବାକି ସମସ୍ତ ୩୩ ରାଜ୍ୟ ଓ  କେନ୍ଦ୍ର ଶାସିତ ଅଞ୍ଚଳରେ କରୋନା ଭ୍ୟାକସିନର ଦ୍ଵିତୀୟ…