ବେଜିଂ ୦୯/୦୧: କରୋନା ମହାମାରୀ ଅପସରି ଯାଉଛି କି କବଳିତ କରୁଛି ସେନେଇ କିଛି ସ୍ପଷ୍ଟ ହୋଇପାରୁନାହିଁ। ଗୋଟିଏ ପଟେ କରୋନା ଭୂତାଣୁ ସହ ଲଢ଼ିବାକୁ ଭ୍ୟାକସିନ୍ ଆସିଛି ଅନ୍ୟପଟେ ଭୂତାଣୁର ନୂଆ ରୂପ ପୁଣି ଥରେ ତାଣ୍ଡବ ଆରମ୍ଭ କରୁଛି। ଏବେ ଭାରତରେ ଦୁଇଟି କରୋନା ଟିକାକୁ ଅନୁମତି ମିଳିବା ପରେ ଲୋକଙ୍କୁ ସାମାନ୍ୟ ଆଶ୍ବସ୍ତି ମିଳିଛି। କିନ୍ତୁ ବ୍ରିଟେନ ଭଳି ଦେଶଗୁଡ଼ିକରେ କରୋନାର ନୂଆ ରୂପ ଦ୍ରୁତ ଗତିରେ ମାଡ଼ି ଚାଲିଛି। ଭାରତରେ ସଂକ୍ରମଣ କମିଥିବାରୁ ସମସ୍ତ ବିଭାଗ ଧିରେଧିରେ ପୂର୍ଣ୍ଣ କାର୍ଯ୍ୟକ୍ଷମ ହେଉଛି। ଦେଶରେ ଶିକ୍ଷାନୁଷ୍ଠାନ ମଧ୍ୟ ଖୋଲୁଛି। କିନ୍ତୁ ଚୀନର ବିଭିନ୍ନ ବିଶ୍ବବିଦ୍ୟାଳୟରେ ନାମ ଲେଖାଇଥିବା ଭାରତୀୟ ଛାତ୍ରଛାତ୍ରୀ ଚିନ୍ତାରେ। ପୁଣିଥରେ ଫେରିବାକୁ ରେଡ୍ ସିଗନାଲ୍ ଦେଖାଇଛି ଚୀନ। ଭାରତୀୟ ଛାତ୍ରଛାତ୍ରୀ କରୋନା ମହାମାରୀ ପାଇଁ ଏବେ ଚୀନ ଯାଇପାରିବେ…
Day: January 9, 2021
ଆରମ୍ଭ ହେବ ସୁଶାନ୍ତ ସିଂହ ରାଜପୁତଙ୍କ ଫିଲ୍ମ ‘ଚନ୍ଦା ମାମା ଦୂର କେ’,
ମୁମ୍ଵାଇ ୦୯।୦୧: ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ପ୍ରଶଂସକ ଏ ପର୍ଯ୍ୟନ୍ତ ନିଜର ପ୍ରିୟ କଳାକାରଙ୍କୁ ଭୁଲି ପାରି ନାହାନ୍ତି। ସୁଶାନ୍ତଙ୍କ ଏକ ଫିଲ୍ମ ବହୁ ପୂର୍ବରୁ ଘୋଷଣା ହୋଇଥିଲା, ଯାହାର ନାମ ‘ଚନ୍ଦା ମାମା ଦୂର କେ’ ଥିଲା। ଏହି ଫିଲ୍ମରେ ସୁଶାନ୍ତଙ୍କୁ ଜଣେ ମହାକାଶଚାରୀ ଭୂମିକାରେ ଅଭିନୟ କରିବାର ଥିଲା। ହେଲେ କିଛି କାରଣରୁ ଏହି ଫିଲ୍ମ ଅଟକି ରହିଥିଲା ଏବଂ ସୁଟିଂ ଆରମ୍ଭ ହୋଇ ପାରିନଥିଲା। ହେଲେ ଏବେ ଏହି ଫିଲ୍ମ ପୁନର୍ବାର ଆରମ୍ଭ ହେବାକୁ ଯାଉଛି। ଖୋଦ୍ ନିର୍ଦ୍ଦେଶକ ସଞ୍ଜୟ ପୂରଣ ସିଂହ ଫିଲ୍ମ ପୁନର୍ବାର ଆରମ୍ଭ ହେବାର ସୂଚନା ଦେଇଛନ୍ତି। ସେ ଏହା ମଧ୍ୟ କହିଛନ୍ତି ସୁଶାନ୍ତଙ୍କ ଜାଗାରେ ଏହି ଫିଲ୍ମରେ ଉକ୍ତ ଚରିତ୍ରରେ ଆଉ କିଏ ଅଭିନୟ କରିବା କଳ୍ପନା କରାଯାଇ ପାରିବ ନାହିଁ। ଏହି…
ଭାରତ ସୀମାରେ ପଶିଲେ ଚୀନ ସୈନିକ, ମାଡି ବସିଲେ ଭାରତୀୟ ଯବାନ, ଚାଲିଛି ଜେରା…
ନୂଆଦିଲ୍ଲୀ ୦୯।୦୧: ଭାରତ ଓ ଚୀନ ମଧ୍ୟରେ ସୀମାରେ ଉତ୍ତେଜନା ଜାରି ରହିଛି। ଏହା ମଧ୍ୟରେ ଭାରତୀୟ ସେନା ଲଦାଖରେ ବାସ୍ତବିକ ନିୟନ୍ତ୍ରଣ ରେଖା ନିକଟସ୍ଥ ପାଙ୍ଗଙ୍ଗ ଅଞ୍ଚଳରେ ଜଣେ ଚୀନ ସୈନିକଙ୍କୁ ଧରିଛନ୍ତି। ଏହି ସୈନିକ ଭାରତୀୟ ଅଞ୍ଚଳରେ କେମିତି ପହଞ୍ଚିଲା ତାର ଯାଞ୍ଚ କରାଯାଉଛି। ବର୍ତ୍ତମାନ ଭାରତୀୟ ସୈନିକ ପଚରାଉଚୁରା କରୁଛନ୍ତି। ସୂଚନା ଅନୁଯାୟୀ, ଏହି ସୈନିକ ଭୋର ସକାଳେ ଭାରତୀୟ ଅଞ୍ଚଳରେ ଦେଖିବାକୁ ମିଳିଥିଲେ। ସୂତ୍ର ଅନୁଯାୟୀ, ପିପୁଲ୍ସ ଲିବେରେସନ ଆର୍ମି(ପିଏଲଏ)ର ଏହି ସୈନିକ ଶୁକ୍ରବାର ଭୋର ସକାଳେ ଭାରତୀୟ ସେନା ହାତରେ ଧରା ପଡିଛନ୍ତି। ଅଧିକାରୀ କହିଛନ୍ତି ପିଲଏର ଏହି ସୈନିକ ଭାରତୀୟ ସୀମାକୁ ପଶି ଆସିଥିଲେ। ଉକ୍ତ ଅଞ୍ଚଳରେ ମୁତୟନ ଭାରତୀୟ ସେନା ତାଙ୍କୁ ଧରି ନିଜ ହେପାଜତକୁ ନେଇ ଯାଇଛନ୍ତି। ସୈନିକ ପୂରା ନିୟମ ଏବଂ ପ୍ରକ୍ରିୟା…
ପରିବା ବୋଝେଇ ଭ୍ୟାନ୍ରେ ଗଞ୍ଜେଇ ଚାଲାଣ
ରାୟଗଡା ୯।୧: ବାଲେଶ୍ବର ଚାଲାଣ ବେଳେ ଗଞ୍ଜେଇ ଜବତ ହୋଇଛି । ରାୟଗଡା ଟାଉନ ଥାନା ପୋଲିସ ଦ୍ବାରା ଏହି ଗଞ୍ଜେଇ ଜବତ ହୋଇଛି । ଏକ ପରିବା ବୋଝେଇ ଭ୍ୟାନରେ ଚାଲାଣ ବେଳେ ୨୭୧ କେଜି ଗଞ୍ଜେଇ ପୋଲିସ ଜବତ କରିଛି । ଏହି ଘଟଣାରେ ଭ୍ୟାନ୍ ଡ୍ରାଇଭର ଅମରେନ୍ଦ୍ର ଦାଶକୁ ଗିରଫ କରାଯାଇଛି । ଗିରଫ ଅମରେନ୍ଦ୍ରର ଘର ବାଲେଶ୍ବର ସହରରେ ବୋଲି ଜଣାପଡିଛି । ସୂଚନାଯୋଗ୍ୟ ଯେ, ଶୁକ୍ରବାର ବିଳମ୍ବିତ ରାତିରେ ଏକ ପରିବା ବୋଝେଇ ଭ୍ୟାନରେ ପ୍ରାୟ ୧୦ ବସ୍ତା ଗଞ୍ଜେଇ ପ୍ୟାକିଂ କରି ଚାଲାଣ ହେଉଥିଲା । ଏହି ସମୟରେ ପୋଲିସ ପେଟ୍ରୋଲିଂ ଟିମ୍ ସହରର ସିରିଗୁଡା ଠାରେ ଭ୍ୟାନ୍ ଅଟକାଇ ଯାଞ୍ଚ କରିଥିଲେ । ଯାଞ୍ଚ ସମୟରେ ଗଞ୍ଜେଇ ରହିଥିବା ଜଣାପଡିଥିଲା । ତୁରନ୍ତ ଉକ୍ତ ଭ୍ୟାନ ଜବତ କରି…
ଭ୍ୟାକସିନ୍ ନେବା ପରେ ମଧ୍ୟ ହେଉଛି କରୋନା :
ନୂଆଦିଲ୍ଲୀ ୦୯/୦୧ : ବ୍ରିଟେନ୍ରେ କରୋନା କାୟା ମେଲାଇ ଚାଲିଛି । ସେହିଭଳି ଦେଶବାସୀଙ୍କୁ ଭ୍ୟାକସିନ୍ ମଧ୍ୟ ଯୁଦ୍ଧାକଳୀନ ଭିତ୍ତିରେ ଦିଆଯାଉଛି । ତେବେ ଏହାକୁ ମଧ୍ୟରେ ଚକିତ କରିବା ଭଳି ଏକ ଘଟଣା ସାମ୍ନାକୁ ଆସିଛି । କରୋନାକୁ ୯୫ ପ୍ରତିଶତ ମାତ୍ ଦେଉଥିବା ଦାବି କରୁଥିବା ଫାଇଜର ଭ୍ୟାକସିନ ନେବାର ୩ ସପ୍ତାହ ପରେ ଜଣେ ନର୍ସ କରୋନା ଆକ୍ରାନ୍ତ ହୋଇଛନ୍ତି । ଅନେକ ପରୀକ୍ଷା ପରେ ଫାଇଜର ଭ୍ୟାକସିନ୍କୁ ବ୍ୟବହାର ପାଇଁ ଅନୁମତି ଦେଇଥିଲେ ବ୍ରିଟେନ୍ ସରକାର । ତେବେ ଭ୍ୟାକସିନ୍ ନେବାର ୩ ସପ୍ତାହ ପରେ ଜଣେ ନର୍ସ କୋଭିଡ୍ ପଜିଟିଭ୍ ଚିହ୍ନଟ ହେବା ପରେ ସମସ୍ତଙ୍କ ଚିନ୍ତା ବଢାଇଦେଇଛି । କିଛି ଦିନ ତଳେ ବ୍ରିଟେନ୍ରେ କରୋନାର ନୂଆ ଷ୍ଟ୍ରେନ୍ ଦେଖାଯାଇଥିଲା । ଏହାକୁ ନେଇ ସାରା ବିଶ୍ବରେ ହଟଚମଟ…