ଭ୍ୟାକସିନ୍ ନେବା ପରେ ମଧ୍ୟ ହେଉଛି କରୋନା :

ନୂଆଦିଲ୍ଲୀ ୦୯/୦୧ : ବ୍ରିଟେନ୍‌ରେ କରୋନା କାୟା ମେଲାଇ ଚାଲିଛି । ସେହିଭଳି ଦେଶବାସୀଙ୍କୁ ଭ୍ୟାକସିନ୍‌ ମଧ୍ୟ ଯୁଦ୍ଧାକଳୀନ ଭିତ୍ତିରେ ଦିଆଯାଉଛି । ତେବେ ଏହାକୁ ମଧ୍ୟରେ ଚକିତ କରିବା ଭଳି ଏକ ଘଟଣା ସାମ୍ନାକୁ ଆସିଛି । କରୋନାକୁ ୯୫ ପ୍ରତିଶତ ମାତ୍‌ ଦେଉଥିବା ଦାବି କରୁଥିବା ଫାଇଜର ଭ୍ୟାକସିନ ନେବାର ୩ ସପ୍ତାହ ପରେ ଜଣେ ନର୍ସ କରୋନା ଆକ୍ରାନ୍ତ ହୋଇଛନ୍ତି । ଅନେକ ପରୀକ୍ଷା ପରେ ଫାଇଜର ଭ୍ୟାକସିନ୍‌କୁ ବ୍ୟବହାର ପାଇଁ ଅନୁମତି ଦେଇଥିଲେ ବ୍ରିଟେନ୍‌ ସରକାର ।

ତେବେ ଭ୍ୟାକସିନ୍‌ ନେବାର ୩ ସପ୍ତାହ ପରେ ଜଣେ ନର୍ସ କୋଭିଡ୍‌ ପଜିଟିଭ୍ ଚିହ୍ନଟ ହେବା ପରେ ସମସ୍ତଙ୍କ ଚିନ୍ତା ବଢାଇଦେଇଛି । କିଛି ଦିନ ତଳେ ବ୍ରିଟେନ୍‌ରେ କରୋନାର ନୂଆ ଷ୍ଟ୍ରେନ୍ ଦେଖାଯାଇଥିଲା । ଏହାକୁ ନେଇ ସାରା ବିଶ୍ବରେ ହଟଚମଟ ସୃଷ୍ଟି ହୋଇଛି । ବ୍ରିଟେନ୍‌ରେ ଜଣେ ନର୍ସ ଭ୍ୟାକସିନ୍‌ ନେବା ପରେମ ମଧ୍ୟ  କରୋନା ଆକ୍ରାନ୍ତ ହେବା ପରେ ଏକ୍ସପର୍ଟମାନେ ଏହାକୁ ନେଇ ମତ ଦେଇଛନ୍ତି । ଏକ୍ସପର୍ଟମାନେ କହିଛନ୍ତି ଯେ, ଭ୍ୟାକସିନ୍‌ ନେବା​‌ପରେ ଶରୀରରେ ଇମ୍ୟୁନିଟି ବଢାଇବା ପାଇଁ କିଛି ଦିନ ସମୟ ଲାଗିଥାଏ ।ତେବେ ଅନୁମାନ କରାଯାଉଛି ଯେ ଏଥିପାଇଁ ହୁଏତ ସେହି ନର୍ସଙ୍କୁ କରୋନା ସଂକ୍ରମିତ କରିଥାଇପାରେ । ଏହା ସହ ବୈଜ୍ଞାନିକମାନେ କହିଛନ୍ତି ଟିକା ନେବା ପରେ ମଧ୍ୟ ସମସ୍ତେ ମାସ୍କ ପିନ୍ଧିବା ଏବଂ ସାମାଜିକ ଦୂରତା ମାନିବା ଉଚିତ । ଟିକା ନେବା ପରେ କରୋନା ସଂକ୍ରମଣ ହେବ ନାହିଁ ବୋଲି ବୈଜ୍ଞାନିକମାନେ ଦାବି କରିଥିଲେ । ସେମାନଙ୍କ ଦୀର୍ଘଦିନର ପ୍ରୟାସ ଏବଂ ପରୀକ୍ଷାନିରୀକ୍ଷା ପରେ ଫାଇଜର ଭ୍ୟାକସିନ୍‌କୁ ଅନୁମତି ମିଳିଥିଲା ।ଭ୍ୟାକସିନ୍‌ ନେବା ପରେ କରୋନା ଆକ୍ରାନ୍ତ ହୋଇଥିବା ନର୍ସ କହିଛନ୍ତ, ସେ ପ୍ରଥମ ପର୍ଯ୍ୟାୟ ଫାଇଜର ଭ୍ୟାକସିନ୍‌ ନେଇସାରିଥିଲେ ଏବଂ ଦ୍ବିତୀୟ ପର୍ଯ୍ୟାୟ ଭ୍ୟାକସିନ କିଛି ଦିନ ମଧ୍ୟରେ ନେଇଥାନ୍ତେ । ତେବେ ଏହାରି ମଧ୍ୟରେ ତାଙ୍କୁ କରୋନା ଲକ୍ଷଣ ଦେଖାଦେଇଥିଲା । ଏହା ପୂର୍ବରୁ ଆମେରିକାର ସେନ୍‌ ଡିଆଗୋରେ ଜଣେ ନର୍ସ ମ୍ୟାଥ୍ୟୁ ଡବ୍ଲ୍ୟୁ ଫାଇଜର ଭ୍ୟାକସିନ ନେବାର ୬ ଦିନ ପରେ କରୋନା ଆକ୍ରାନ୍ତ ହୋଇଥିଲେ ।

Related posts

Leave a Comment