ଇଂଲଣ୍ଡ ବିପକ୍ଷ ପ୍ରଥମ ଦୁଇଟି ଟେଷ୍ଟରୁ ବାଦ୍ ପଡିଲେ ଜାଡେଜା

  ନୂଆଦିଲ୍ଲୀ ୧୦।୦୧: ଅଷ୍ଟ୍ରେଲିଆ ବିପକ୍ଷ ସିଡନୀରେ ଖେଳାଯାଉଥିବା ତୃତୀୟ ଟେଷ୍ଟରେ ଶନିବାର ଆଙ୍ଗୁଠି ଭାଙ୍ଗି ଯିବାରୁ ଭାରତୀୟ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଅଷ୍ଟ୍ରେଲିଆ ବିପକ୍ଷ ଶେଷ ଟେଷ୍ଟ ମ୍ୟାଚ୍‌ରୁ ବାଦ୍ ପଡିବା ସହିତ ଇଂଲଣ୍ଡ ବିପକ୍ଷ ଆଗାମୀ ସିରିଜ୍‌ର ପ୍ରଥମ ଦୁଇଟି ଟେଷ୍ଟରୁ ମଧ୍ୟ ଦଳରୁ ବାହାରି ଯାଇଛନ୍ତି। ଭାରତର ପ୍ରଥମ ଇନିଂସରେ ବ୍ୟାଟିଂ ସମୟରେ ମିଚେଲ ଷ୍ଟାର୍କଙ୍କ ସଟ୍‌ ପିଚ୍ ବଲ୍ ଜାଡେଜାଙ୍କ ବାମହାତର ଆଙ୍ଗୁଠିରେ ବାଜିଥିଲା। ଆହତ କାରଣରୁ ସେ ଅଷ୍ଟ୍ରେଲିଆର ଦ୍ଵିତୀୟ ଇନିଂସରେ ବୋଲିଂ କରି ପାରିନଥିଲେ। ଭରାତୀୟ କ୍ରିକେଟ୍ ବୋର୍ଡ(ବିସିସିଆଇ)ର ମଧ୍ୟସ୍ଥ ସୂତ୍ର ଅନୁଯାୟୀ ରବୀନ୍ଦ୍ର ଜାଡେଜା ଇଂଲଣ୍ଡ ବିପକ୍ଷ ପ୍ରଥମ ଦୁଇଟି ଟେଷ୍ଟରୁ ବାଦ୍ ପଡିଛନ୍ତି। ତାଙ୍କୁ ସଂପୂର୍ଣ୍ଣ ଭାବେ ସୁସ୍ଥ ହେବାକକୁ ଚାରିରୁ ଛଅ ସପ୍ତାହ ସମୟ ଲାଗିପାରେ। ଇଂଲଣ୍ଡ ବିପକ୍ଷ ଚାରି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ…

ଫିଲ୍ମ ‘ମ୍ୟାଡ଼ାମ୍ ଚିଫ୍ ମିନିଷ୍ଟର’କୁ ନେଇ ବିବାଦ

ମୁମ୍ବାଇ ୧୦/୦୧ : ୧୨ ଦିନ ପରେ ଜାନୁଆରୀ ୨୨ ତାରିଖରେ ରିଲିଜ ହେବାକୁ ଯାଉଛି ରିଚା ଚଡ୍ଢାଙ୍କ ଫିଲ୍ମ ‘ମ୍ୟାଡ଼ାମ୍ ଚିଫ୍ ମିନିଷ୍ଟର୍’। ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଜଲି ଏଲଏଲବି ନିର୍ଦ୍ଦେଶକ ସୁଭାଷ କପୁର। କାହାଣୀ ଜଣେ ଦଳିତ ଯୁବତୀର ସଂଘର୍ଷ ଉପରେ ଆଧାରିତ ଯିଏ ରାଜନୀତି ପେଞ୍ଚ ଭିତରେ ପେଷି ହୋଇ ଯାଇଥାଏ ଏବଂ ଶେଷରେ ମୁଖ୍ୟମନ୍ତ୍ରୀ ହୋଇଥାଏ। ‘ମ୍ୟାଡ଼ାମ ଚିଫ ମିନିଷ୍ଟର’ ଟ୍ରେଲର ଆରମ୍ଭରେ ହିଁ ଦର୍ଶାଯାଇଛି ଯେ ଏହା ସମ୍ପୂର୍ଣ୍ଣ କାଳ୍ପନିକ। କିନ୍ତୁ ରାଜନୀତିରେ ରୁଚି ରଖୁଥିବା ବ୍ୟକ୍ତି ସହଜରେ ଜାଣିପାରିବେ ଯେ ରିଚା ଚଡ୍ଢାଙ୍କ ଚରିତ୍ର ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ମାୟାବତୀଙ୍କ ଜୀବନିରୁ ପ୍ରେରିତ। ଚଳିତ ସପ୍ତାହରେ ଫିଲ୍ମର ଟ୍ରେଲର ରିଲିଜ ହୋଇଥିଲା। ଟ୍ରେଲର ରିଲିଜ ହେବାପରେ ରାଜନୀତି ମାହୋଲରେ ଆଲୋଚନା ଆରମ୍ଭ ହୋଇଥିଲା ଯେ ମାୟାବତୀଙ୍କ କାହାଣୀରେ ପରଦାକୁ…

ଜିପସମ୍‌ ଗୁ୍‌ଣ୍ଡରୁ ମିଳିବ ମୁକ୍ତି ! ସ୍କୁଲ ଛାତ୍ରଙ୍କ ବିରଳ ଆବିଷ୍କାର

ହାଇଦ୍ରାବାଦ ୧୦/୦୧: ସ୍କୁଲରେ ବ୍ୟବହାର ହେଉଥିବା ଜିପସମ୍‌ ଚକ୍‌ ମଣିଷ ଶରୀର ପାଇଁ କ୍ଷତିକାରକ ! ଚକ୍‌ ଗୁଣ୍ଡ ଶରୀର ଭିତରେ ପ୍ରବେଶ କରିବା ଦ୍ବାରା ଫୁସଫୁସ୍‌ ଖରାପ ହେବା ସାଙ୍ଗକୁ ଆଖି ଖରାପ ହେବାର ସମ୍ଭାବନା ରହିଛି। ଏବେ ଆଉ ଚିନ୍ତା ନାହିଁ । ଜିପ୍‌ସମ୍‌ ଚକ୍‌ ଖଡ଼ିର ଯୁଗ ଶେଷ। ଆସିଗଲା ଅର୍ଗାନିକ୍‌ ଚକ୍‌। ତେଲେଙ୍ଗାନା ଷ୍ଟେଟ୍‌ ମଡେଲ ସ୍କୁଲର ଦୁଇ ଛାତ୍ର ପି ହର୍ଷିତ ବର୍ମା ଓ କେ ରୁଦ୍ର ଚାଉଳ ଗୁଣ୍ଡରୁ ଚକ୍‌ ତିଆରି କରିଛନ୍ତି। ଏହି ଅର୍ଗାନିକ୍‌ ଚକ୍‌ ଖଡ଼ି ଚାଉଳ ଗୁଣ୍ଡ ସମେତ ଲେମ୍ବୁ, ନିମ୍ବ, ମାଟି ଓ ଅତ୍ୟାବଶ୍ୟକ ତେଲରୁ ପ୍ରସ୍ତୁତ ହୋଇଥିବା ଜଣାପଡ଼ିଛି। ଜିପସମ୍‌ ଚକ୍‌ର ହାନୀକାରିତାକୁ ଲକ୍ଷ୍ୟରେ ରଖି ଦୁଇ ଛାତ୍ର ପରିବେଶ ଉପଯୋଗୀ ଚକ୍‌ ତିଆରି କରିଛନ୍ତି। ତେବେ ଅର୍ଗାନିକ୍‌ ଚକ୍‌ର ଆବଶ୍ୟକତା ଜରୁରୀ…

ପାଟଣା: ସ୍କୁଲ-କଲେଜ ବୁଲି କରୋନା କଟକଣାର ସ୍ଥିତି ଅନୁଧ୍ୟାନ କଲେ ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶକ

ପାଟଣା୧୦/୧: ଦୀର୍ଘ ୯ ମାସ ପରେ ଖୋଲିଛି ସ୍କୁଲ। ଏ ନେଇ ସରକାରଙ୍କ ପକ୍ଷରୁ ଏସଓପି ଜାରି ହୋଇଛି। ସ୍କୁଲ ମାନଙ୍କରେ ଶିକ୍ଷକ-ଶିକ୍ଷୟତ୍ରୀମାନେ ସଠିକ ଭାବରେ  ସ୍ବଚ୍ଛତା ସହ ମାସ୍କ  ଏବଂ ସାମାଜିକ ଦୂରତା ରଖି ସ୍କୁଲ ଖୋଲାଯିବା ପାଇଁ ସରକାରଙ୍କ ପକ୍ଷରୁ ଏସ୍‌ଓପି ଜାରି ହୋଇଛି। ସ୍କୁଲରେ ଏହା ସଠିକ ଭାବେ ପାଳନ କରାଯାଉଛି କି ନାହିଁ, ଏହାର ସ୍ଥିତି ଅନୁଧ୍ୟାନ ପାଇଁ ରବିବାର ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶକ ବୃନ୍ଦାବନ ବେହେରା କେନ୍ଦୁଝର ଜିଲ୍ଲାର ପାଟଣା ବ୍ଲକ ମୁଖ୍ୟାଳୟସ୍ଥିତ ଜିଏନ୍ ହାଇସ୍କୁଲ, ବାଳିକା ହାଇସ୍କୁଲ ସମେତ ଆଞ୍ଚଳିକ ମହାବିଦ୍ୟାଳୟ, ଟାଙ୍ଗରପଡା ଉଚ୍ଚ ବିଦ୍ୟାଳୟ ଓ କେନ୍ଦେଇପଶି ଆଦି ଉଚ୍ଚ ବିଦ୍ୟାଳୟକୁ ପରିଦର୍ଶନ କରିଛନ୍ତି। ଏହି ପରିଦର୍ଶନରେ ଜିଲ୍ଲା ଶିକ୍ଷା ଅଧିକାରୀ ସଂଗ୍ରାମ ସାହୁ, ବିଜ୍ଞାନ ସୁପରଭାଇଜର କୃଷ୍ଣଚନ୍ଦ୍ର ମହାନ୍ତ, ବିଇଓ ପୂର୍ଣ୍ଣଚନ୍ଦ୍ର ଅମାତ ସିଆରସି ଓ ସି…

ପିକ୍‌ନିକ୍ ସାରି ହସ-ଖୁସିରେ ଫେରିବା ବେଳେ ଘଟିଲା ଦୁର୍ଘଟଣା

ଟାଙ୍ଗୀ୧୦/୧:  ସାମ୍ନାକୁ ଆସିଲା ଏକ ଅଭାବନୀୟ ଘଟଣା। ପିକ୍‌ନିକ୍ ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ଜଣେ ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ମିଳିଥିବା ସୂଚନା ମୁତାବକ, ପୋଲିସ ଟ୍ରେନିଂ ସ୍କୁଲ( ନୟାଗଡ )ର ଦୁଇ ଜଣ କର୍ମଚାରୀ ନିଜ ପରିବାର ସହ ଚିଲିକା ଭ୍ରମଣ ପାଇଁ  ଆସିଥିଲେ। ସେମାନେ ସମୁଦାୟ ୫ ଜଣ ଏକ ଟାଟା ନାନୋ କାର ଯୋଗେ ବୁଲିବାକୁ ଆସିଥିଲେ। ହେଲେ ଭ୍ରମଣ ସାରି ନୟାଗଡ ଫେରୁଥିବା ବେଳେ ନାଚୁଣୀ ଫାଣ୍ଡି ନିକଟସ୍ଥ କହେଁଇପୁର ଛକ ନିକଟରେ ସେମାନଙ୍କ କାରଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ତେବେ ଘଟଣାସ୍ଥଳରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ଚାରିଜଣଙ୍କ ଅବସ୍ଥା ଗୁରୁତର ରହିଛି। ମୃତକ ମହିଳା ଜଣକ ହେଲେ ବୈଜୟନ୍ତୀ ପଟ୍ଟନାୟକ, ତାଙ୍କ ବୟସ ୫୨ ବର୍ଷ। ଆହତ…