ଫିଲ୍ମ ‘ମ୍ୟାଡ଼ାମ୍ ଚିଫ୍ ମିନିଷ୍ଟର’କୁ ନେଇ ବିବାଦ

ମୁମ୍ବାଇ ୧୦/୦୧ : ୧୨ ଦିନ ପରେ ଜାନୁଆରୀ ୨୨ ତାରିଖରେ ରିଲିଜ ହେବାକୁ ଯାଉଛି ରିଚା ଚଡ୍ଢାଙ୍କ ଫିଲ୍ମ ‘ମ୍ୟାଡ଼ାମ୍ ଚିଫ୍ ମିନିଷ୍ଟର୍’। ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଜଲି ଏଲଏଲବି ନିର୍ଦ୍ଦେଶକ ସୁଭାଷ କପୁର। କାହାଣୀ ଜଣେ ଦଳିତ ଯୁବତୀର ସଂଘର୍ଷ ଉପରେ ଆଧାରିତ ଯିଏ ରାଜନୀତି ପେଞ୍ଚ ଭିତରେ ପେଷି ହୋଇ ଯାଇଥାଏ ଏବଂ ଶେଷରେ ମୁଖ୍ୟମନ୍ତ୍ରୀ ହୋଇଥାଏ। ‘ମ୍ୟାଡ଼ାମ ଚିଫ ମିନିଷ୍ଟର’ ଟ୍ରେଲର ଆରମ୍ଭରେ ହିଁ ଦର୍ଶାଯାଇଛି ଯେ ଏହା ସମ୍ପୂର୍ଣ୍ଣ କାଳ୍ପନିକ। କିନ୍ତୁ ରାଜନୀତିରେ ରୁଚି ରଖୁଥିବା ବ୍ୟକ୍ତି ସହଜରେ ଜାଣିପାରିବେ ଯେ ରିଚା ଚଡ୍ଢାଙ୍କ ଚରିତ୍ର ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ମାୟାବତୀଙ୍କ ଜୀବନିରୁ ପ୍ରେରିତ। ଚଳିତ ସପ୍ତାହରେ ଫିଲ୍ମର ଟ୍ରେଲର ରିଲିଜ ହୋଇଥିଲା। ଟ୍ରେଲର ରିଲିଜ ହେବାପରେ ରାଜନୀତି ମାହୋଲରେ ଆଲୋଚନା ଆରମ୍ଭ ହୋଇଥିଲା ଯେ ମାୟାବତୀଙ୍କ କାହାଣୀରେ ପରଦାକୁ ଆସୁଛି।ମାୟାବତୀଙ୍କ ଜୀବନି ସହ ଫିଲ୍ମର ଅନେକ ସାମଞ୍ଜସ୍ୟ ରହିଛି। ଫିଲ୍ମରେ ଦଳିତ ଯୁବତୀଙ୍କ ସଂଘର୍ଷ ସହ ତାଙ୍କ ରାଜନୈତିକ ଗୁରୁଙ୍କ ସମ୍ପର୍କରେ ମଧ୍ୟ ରହିଛି। ଗୁରୁଙ୍କ ଚରିତ୍ରରେ ଅଭିନୟ କରୁଛନ୍ତି ସୌରଭ ଶୁକ୍ଲା। ଗୁରୁଙ୍କ ଚରିତ୍ର ବହୁଜନ ସମାଜବାଦୀ ପାର୍ଟି ସଂସ୍ଥାପକ ନେତା କାଂଶୀରାମଙ୍କ ଦ୍ୱାରା ପ୍ରେରିତ। ସେ ମାୟାବତୀଙ୍କ ରାଜନୈତିକ ଗୁରୁ ଥିଲେ।ଫିଲ୍ମରେ ରିଚା ଚଡ୍ଢା ଶୋଷିତ ଦଳିତ ବର୍ଗର ଜଣେ ସାହସୀ ମହିଳା ଚରିତ୍ରରେ ଅଭିନୟ କରିଛନ୍ତି। ପରେ ସେ ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ମାୟାବତୀଙ୍କ ସହ ଘଟିଥିବା ଗେଷ୍ଟହାଉସ କାଣ୍ଡ ଯେଉଁଥିରେ ମାୟାବତୀଙ୍କ ଉପରେ ହମଲା ହୋଇଥିଲା ସେହି ଘଟଣାକୁ ଦର୍ଶାଯାଇଛି। ସମାଜବାଦୀ ପାର୍ଟି କାର୍ଯ୍ୟକର୍ତ୍ତା ଏଥିପାଇଁ ବହୁତ କ୍ରୋଧିତ ହୋଇଛନ୍ତି ବୋଲି ଜଣାପଡିଛି। ଫିଲ୍ମରେ ଆଲୋକ ଯାଦବ ନାମକ ଜଣେ ଚରିତ୍ର ଅଛି। ଏହାଦ୍ୱାରା ଯାଦବଙ୍କ ଛବି ଖରାପ କରିବାକୁ ଚେଷ୍ଟା କରାଯାଇଛି ବୋଲି ଅଭିଯୋଗ ହୋଇଛିଫିଲ୍ମକୁ ନେଇ ବହୁଜନ ସମାଜବାଦୀ ପାର୍ଟି ନେତା ମଧ୍ୟ ରାଗିଛନ୍ତି ବୋଲି ଶୁଣିବାକୁ ମିଳିଛି। ଫିଲ୍ମରେ ସେମାନଙ୍କ ନେତାଙ୍କ ସହ ଜଡିତ କାହାଣୀକୁ ଓଲଟା ପାଲଟା କରି ଦର୍ଶାଯାଇଛି ବୋଲି କାର୍ଯ୍ୟକର୍ତ୍ତା ଅଭିଯୋଗ କରିଛନ୍ତି। ଫିଲ୍ମରେ ରାମ ମନ୍ଦିରର ଏକ ଡାଏଲଗ ଅଛି ଯାହା ବିଜେପିର ଜଣେ ବରିଷ୍ଠ ନେତାଙ୍କ ବୟାନ ସହ ସମାନ। ଅର୍ଥାତ ଫିଲ୍ମ ‘ମ୍ୟାଡ଼ାମ ଚିଫ ମିନିଷ୍ଟର’ର ଟ୍ରେଲରରେ ଉତ୍ତର ପ୍ରଦେଶର ଦୁଇଟି ବଡ ରାଜନୈତିକ ଦଳକୁ ଆହତ କରିବାକୁ ସବୁ ମସଲା ରହିଛି।ଏହା ପୂର୍ବରୁ ମଧ୍ୟ ମହିଳା ନେତ୍ରୀଙ୍କ ଯିବନି ଉପରେ ଆଧାରିତ ଅନେକ ଫିଲ୍ମ ଆସିଛି ଯାହାକୁ ନେଇ ବିବାଦ ମୁଣ୍ଡ ଟେକିଥିଲା। ଆନ୍ଧି, କିସ୍ସା କୁର୍ସି କା, ରାଜନୀତି, ସୋନିଆ, ଇନ୍ଦୁ ସରକାର, କ୍ୱିନ, ତାଣ୍ଡବ ଆଦି ସାମିଲ ରହିଛି।

Related posts

Leave a Comment