ରାଜଧାନୀରେ ବଢିଛି ନକଲି ହେଲମେଟ୍ ବିକ୍ରି

ଭୁବନେଶ୍ବର,୧୧/ ୦୧:  ସଡ଼କ ଦୁର୍ଘଟଣାରେ ମୃତାହତ ସଂଖ୍ୟା କମାଇବାକୁ ଟ୍ରାଫିକ୍‌ ନିୟମକୁ କଡ଼ାକଡ଼ କରିଛନ୍ତି ସରକାର। ବାଇକ୍‌ ପଛରେ ବସି ଯାଉଥିବା ଆରୋହୀଙ୍କ ପାଇଁ ମଧ୍ୟ ହେଲମେଟ୍  ବାଧ୍ୟତାମୂଳକ କରାଯାଇଛି। ଅମାନିଆଙ୍କଠାରୁ କରିମାନା ବି ଆଦାୟ କରାଯାଉଛି। କିନ୍ତୁ ପୋଲିସର ଏପରି ତଣ୍ଡରୁ ବର୍ତ୍ତିବା ପାଇଁ ଲୋକେ କାମଚଳା ଉପାୟ ବାଛିଛନ୍ତି। ରାସ୍ତାକଡ଼ରେ ମିଳୁଥିବା ଶସ୍ତା ଓ ନକଲି ହେଲ୍‌ମେଟ୍‌ ପିନ୍ଧୁଛନ୍ତି। ଦୁର୍ଘଟଣା ବେଳେ ବିପଦକୁ ଆମନ୍ତ୍ରଣ କରୁଛନ୍ତି। ରାଜଧାନୀର ରାଜରାସ୍ତା ହେଉ କି ୧୬ ନମ୍ବର ଜାତୀୟ ରାଜପଥ। ସବୁଠି ରାସ୍ତାକଡ଼ରେ ଖେଳି ଯାଇଛି ନକଲି ହେଲ୍‌ମେଟ୍‌ର ପସରା। କିଛି ବେପାରୀ ଠେଲା ଦୋକାନ ଖଣ୍ଡେ ପକାଇ ସେଠି ବେନାମୀ ବ୍ରାଣ୍ଡ ହେଲମେଟ୍‌ ବିକୁଛନ୍ତି। ଏଥିରେ ଇଣ୍ଡିଆନ୍‌ ଷ୍ଟାଣ୍ଡାର୍ଡ ଇନ୍‌ଷ୍ଟିଚ୍ୟୁସନ୍‌ର ନକଲି ଜରି ଷ୍ଟିକର ଛପାଯାଇଛି। ଏସବୁ ହେଲ୍‌ମେଟ୍‌ ମାତ୍ର ୨୫୦ ଟଙ୍କାରେ ମିଳୁଛି। ଆଉ କିଛି ବ୍ରାଣ୍ଡେଡ୍‌…

ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ

ଭୁବନେଶ୍ବର ୧୧।୧: ରାଜ୍ୟରେ ବଢିବାରେ ଲାଗିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ୨୪ ଘଣ୍ଟା ମଧ୍ୟରେ ୨୪୪ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୮୯୨କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ମୃତକ ଜଣଙ୍କ ହେଉଛନ୍ତି ଖୋର୍ଦ୍ଧା ଜିଲ୍ଲାର ୪୮ ବର୍ଷ ବୟସ୍କ ପୁରୁଷ । ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୩୩୨୧୦୬ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ୨୧୧୮ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୩୨୮୦୪୩ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ୧୮୯୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୩ ଜଣଙ୍କ ମୃତ୍ୟୁ ଅନ୍ୟ ରୋଗ ଯୋଗୁଁ ହୋଇଛି ।…

ଟିକାକରଣର ୨-୩ ଦିନ ପୂର୍ବରୁ ରାଜ୍ୟକୁ ଆସିବ ଭ୍ୟାକ୍ସିନ

ଭୁବନେଶ୍ବର ୧୧।୧: ଟିକାକରଣର ଦୁଇ ତିନି ଦିନ ପୂର୍ବରୁ ରାଜ୍ୟକୁ ଆସିପାରେ ଟିକା । ଆସନ୍ତା ୧୬ ତାରିଖରେ ଦେଶରେ ଟିକାକରଣ ନେଇ ପୂର୍ବରୁ ସୂଚନା ଦିଆଯାଇଥିଲା । ତେବେ ଏହା ପୂର୍ବରୁ ରାଜ୍ୟରେ ଟିକା ପହଞ୍ଚିପାରେ ବୋଲି କୁହାଯାଉଛି । ଓଡ଼ିଶାର ୧୬୦ଟି ସ୍ଥାନରେ ଟିକାକରଣ ହେବ । ଦୁଇଟି ସ୍ଥାନରେ ଟୁ ଓ୍ବେ କମ୍ୟୁନିକେଶନ ରହିବ । ଡିଏଚଏଚ ସୁନ୍ଦରଗଡ଼ ଓ କ୍ୟାପିଟାଲ ହସ୍ପିଟାଲରେ ରହିବ ଏହି ବ୍ୟବସ୍ଥା । ସିଧାସଳଖ ଏହି ଦୁଇ ସ୍ଥାନରେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଟିକା ସମ୍ପର୍କରେ ଫିଡ୍ ବ୍ୟାକ୍ ନେଇପାରିବେ । ଟିକାକରଣକୁ ସୁପରିଚାଳନା କରିବା ପାଇଁ ରାଜ୍ୟସ୍ତରରେ ଷ୍ଟେଟ୍ ମନିଟରିଂ ଟିମ୍ ଗଠନ ହୋଇଛି । ସେମାନେ ଜିଲ୍ଲା ସ୍ତରରେ ଯାଇ ମନିଟରିଂ କରିବେ । ସେପଟେ କରୋନା ଟିକାକରଣ ପାଇଁ ୧୭, ୧୮ ଓ ୧୯ରେ…

ସ୍କୁଲ ଫି ଛାଡ ପ୍ରସଙ୍ଗ: ଗଣଶିକ୍ଷା ମନ୍ତ୍ରୀ କହିଲେ-ହାଇକୋର୍ଟଙ୍କ ନିର୍ଦ୍ଦେଶ କପି ମିଳିଲା ପରେ ପରବର୍ତ୍ତୀ ନିଷ୍ପତ୍ତି

  ଭୁବନେଶ୍ୱର ୧୧।୦୧: ସ୍କୁଲ ଫି ଛାଡ ପ୍ରସଙ୍ଗ । ଗତକାଲି ହାଇକୋର୍ଟଙ୍କ ରାୟ ପରେ  ପ୍ରତିକ୍ରିୟା ରଖିଛନ୍ତି ଗଣଶିକ୍ଷା ମନ୍ତ୍ରୀ । ହାଇକୋର୍ଟଙ୍କ ନିର୍ଦ୍ଦେଶ କପି ମିଳିଲା ପରେ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ । କପି ମିଳିଲେ ବିଭାଗ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ । ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ କହିଛନ୍ତି ଯେ, ହାଇକୋର୍ଟଙ୍କ ନିର୍ଦ୍ଦେଶ ଆମ ପାଖରେ ପହଞ୍ଚି ନାହିଁ। ହାଇକୋର୍ଟଙ୍କ ନିର୍ଦ୍ଦେଶ ମିଳିଲା ପରେ ବିଭାଗ ନିଷ୍ପତ୍ତି ନିଆଯିବ। କୋଭିଡ୍ ଯୋଗୁଁ ଘରୋଇ ସ୍କୁଲ ଫି ହ୍ରାସ କରିବା ନେଇ ହାଇକୋର୍ଟରେ ହୋଇଥିଵା ମାମଲାର ରାୟ ପ୍ରକାଶ ପାଇଛି। ରାୟରେ କୋର୍ଟ ସ୍ପଷ୍ଟ କରିଛନ୍ତି ଯେ,ସ୍କୁଲ ଫି ହ୍ରାସ ପାଇଁ ହୋଇଥିଵା ଏମ ଓ ୟୁ କୁ ସ୍କୁଲ ଗୁଡିକ ପାଇଁ ଲାଗୁ କରାଯାଇପାରେ। ୧୪ଟି ଵେସରକାରୀ ସ୍କୁଲ,ଗଣଶିକ୍ଷା ଵିଭାଗ ଓ ଅଭିଭାଵକ…

ସର୍ବସାଧାରଣଙ୍କୁ ଦର୍ଶନ ଦେଉଛନ୍ତି ବାବା ଧବଳେଶ୍ବର

ଆଠଗଡ ୧୧।୧: ଆଜିଠୁ ସର୍ବସାଧାରଣଙ୍କୁ ଦର୍ଶନ ଦେଉଛନ୍ତି ବାବା ଧବଳେଶ୍ବର । କରୋନା ମହାମାରୀ ପାଇଁ ରାଜ୍ୟ ସରକାର ସମସ୍ତ ମନ୍ଦିରଗୁଡିକରେ ସାଧାରଣ ଦର୍ଶନକୁ ବାରଣ କରିଥିଲେ । ତେବେ ଦୀର୍ଘ ୧୦ ମାସ ପରେ ସର୍ବସାଧାରଣଙ୍କୁ ଦର୍ଶନ ଦେଉଛନ୍ତି ବାବା ଧବଳେଶ୍ବର । ୨ରୁ ୧୦ବର୍ଷ ପିଲା ଓ ୬୫ବର୍ଷରୁ ଉର୍ଦ୍ଧ୍ବ ଲୋକଙ୍କୁ ମନ୍ଦିର ଭିତରକୁ ଯିବାକୁ ବାରଣ କରାଯାଇଛି । ମାସ୍କକୁ ବାଧ୍ୟତାମୂଳକ କରାଯିବ ସହ ୬ ଫୁଟ ଦୂରତା ରଖିବାକୁ ଶ୍ରଦ୍ଧାଳୁମାନଙ୍କୁ କୁହାଯାଉଛି । ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ରାତ୍ର ୪ଟାରୁ ପହଡ ଖୋଲାଯାଇ ବାବାଙ୍କ ର ସ୍ନାନ କରାଯାଇ ମଙ୍ଗଳ ଆରତୀ କରାଯାଇଥିଲା । ଗତ ୮ ତାରିଖରୁ ଧବଳେଶ୍ବର ମନ୍ଦିର ଖୋଲିଥିବା ବେଳେ ପ୍ରଥମେ ସେବାୟତଙ୍କ ପରିବାର, ପରେ ମଞ୍ଚେଶ୍ବର ପଞ୍ଚାୟତବାସୀ ଦର୍ଶନର ସୁଯୋଗ ପାଇଥିଲେ…