ଓଡିଶା ଅଭିମୁଖେ ବାହାରିଲା କରୋନା ଟିକା

ଟିକାକରଣ ନେଇ ସ୍ୱାସ୍ଥ୍ୟବିଭାଗର ଅତିରିକ୍ତ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ରାଜ୍ୟ ଟିକାକରଣ କେନ୍ଦ୍ରରେ ପହଚିଂ ସ୍ଥିତି ପରଖିଛନ୍ତି । ଟିକା ପାଇଁ ଯେଉଁ ଅପେକ୍ଷା ଥିଲା ଶେଷ ହୋଇଛି । ପ୍ରଥମ ପର୍ଯ୍ୟାୟରେ କୋଭିସିଲ୍ଡର  ୪୦ ହଜାର ୮ ଶହ ସିସି ଆସିବ । ଗୋଟିଏ ବୋତଲରୁ ୧୦ଟି ଡୋଜ ଦିଆଯାଇପାରିବ । ଯେଉଁ ଜିଲ୍ଲାରେ କୋଭିଡ ସ୍ଥିତି ସଂଗୀନ ଥିଲା  ସେ ସ୍ଥାନକୁ ଗୁରୁତ୍ୱ ଦିଆଯିବ । ରାଜ୍ୟ ଭ୍ୟାକସିନ ଷ୍ଟୋରରେ ଟିକା ପହଚିଂବା ପରେ ଜିଲ୍ଲାସ୍ତରକୁ ନେବାକୁ ଜିଲ୍ଲାପାଳ ମାନଙ୍କୁ ଚିଠି କରାଯାଇଛି ।କୋଭାକ୍ସିନ ମଧ୍ୟ ରାଜ୍ୟକୁ ୨୦ ହଜାର ଆସିବ ବୋଲି କେନ୍ଦ୍ର ସରକାର ଜଣାଇଥିବା ପ୍ରଦୀପ୍ତ ମହାପାତ୍ର କହିଛନ୍ତି । ସେକେଣ୍ଡ ଫେଜ ଡାଟା ପ୍ରସ୍ତୁତ କରିବା ଲାଗି ଗୃହ, ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ଓ ଅର୍ବାନ ବିଭାଗକୁ ଚିଠି…

ବିବାହ ଶୋଭାଯାତ୍ରାକୁ ଅନୁମତି । ବିବାହ ଉତ୍ସବରେ ସାମିଲ ହୋଇପାରିବେ ୨୦୦ ଜଣ

ରାଜ୍ୟ ସରକାରଙ୍କ ପକ୍ଷରୁ ବାହାଘର ଓ ଅନ୍ତିମ ସଂସ୍କାର ନେଇ ପୂର୍ବରୁ ଜାରି କରାଯାଇଥିବା ଗାଇଡଲାଇନରେ କେତେକ ପରିବର୍ତ୍ତନ କରାଯାଇଛି। ଏ ନେଇ ସ୍ୱତନ୍ତ୍ର ରିଲିଫ୍ କମିସନର୍ ତଥା ଅତିରକ୍ତ ଶାସନ ସଚିବ ପ୍ରଦୀପ ଜେନା ଏକ ପ୍ରେସ୍ ବିଜ୍ଞପ୍ତି ଜରିଆରେ ସୂଚନା ଦେଇଛନ୍ତି। କୋଭିଡ ମହାମାରୀ ହେତୁ ପୂର୍ବରୁ ବାହାଘର ଶୋଭାଯାତ୍ରା ଉପରେ ଲାଗୁ କରାଯାଇଥିବା କଟକଣାକୁ ଓଡ଼ିଶା ସରକାର ଆଜି ପ୍ରତ୍ୟାହାର କରି ନେଇଛନ୍ତି। ବର୍ତ୍ତମାନର ପରିସ୍ଥିତିକୁ ଧ୍ୟାନରେ ରଖି ବାହାଘରରେ ବର, କନ୍ୟା, ପୁରୋହିତ, ବନ୍ଧୁ, ସମ୍ପର୍କୀୟ, ଅତିଥି, ବ୍ୟାଣ୍ଡ ପାର୍ଟି, ଆଲୋକ ଏବଂ ସାଉଣ୍ଡ ସିଷ୍ଟମର ସଦସ୍ୟଙ୍କ ସମେତ ଅଂଶଗ୍ରହଣକାରୀଙ୍କ ସଂଖ୍ୟା ସର୍ବାଧିକ ୨୦୦ ହୋଇପାରିବ ବୋଲି ନିଷ୍ପତ୍ତି ହୋଇଛି। ତେବେ ବିବାହ ଉତ୍ସବରେ କୋଭିଡ-୧୯ କଟକଣା ନିୟମକୁ କଡ଼ାକଡ଼ି ପାଳନ କରାଯିବ ବୋଲି ସ୍ବତନ୍ତ୍ର ରିଲିଫ କମିସନରଙ୍କର ବିଜ୍ଞପ୍ତିରେ କୁହାଯାଇଛି।…

ବଲାଙ୍ଗୀର ଗସ୍ତରେ ମନ୍ତ୍ରୀ ସମୀର ଦାସ

ବଲାଙ୍ଗୀର୧୨/୧: ବଲାଙ୍ଗୀର ଗସ୍ତରେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ। ଦିନିକିଆ ଗସ୍ତରେ ଆସି ବିଭିନ୍ନ ସ୍କୁଲ ବୁଲିବା ସହ ସ୍ଥିତି ପରିଖିଛନ୍ତି। ମଙ୍ଗଳବାର ସକାଳୁ ପ୍ରଥମେ ବଲାଙ୍ଗୀର ପିପି ଏକାଡେମି ସ୍କୁଲରେ ପହଞ୍ଚିଥିଲେ। ସେଠାରେ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିଲେ। ପରେ ଶିକ୍ଷକଙ୍କ ସହ କଥା ହୋଇଥିଲେ। ସେହିପରି ସହରର ପିଆର ହାଇସ୍କୁଲର ସ୍ଥିତି ପରିଖିଥିଲେ ମନ୍ତ୍ରୀ। ସ୍କୁଲ ଖୋଲିବା ଏବଂ ପାଠ ପଢ଼ା ସଂପର୍କରେ ପିଲାଙ୍କୁ ପଚାରି ବୁଝିଥିଲେ ମନ୍ତ୍ର। ସେପଟେ ବିଭିନ୍ନ ସ୍କୁଲ ପରେ ସହରରେ ଥିବା ମହିଳା ମହାବିଦ୍ୟାଳୟରେ ସେ ପହଞ୍ଚିଥିଲେ।କଲେଜର ମଧ୍ୟ କରୋନା କଟକଣା ପରେ ଖୋଲିଛି। କଲେଜରେ କିପରି ପାଠ ପଢ଼ା ଚାଲିଛି, ସେ ସଂପର୍କରେ କଲେଜ କର୍ତ୍ତୁପକ୍ଷଙ୍କୁ ପଚାରି ବୁଝିଥିଲେ। ସେଠାରେ ଉପସ୍ଥିତ ଥିବା କଲେଜ ପ୍ରିନ୍ସିପାଲଙ୍କ ସହ ମନ୍ତ୍ରୀ ଆଲୋଚନ କରିଥିଲେ। ଅନ୍ୟପଟେ ଦୁଇ ଜଣ କର୍ମଚାରୀ କଲେଜରେ…

ରଜନୀକାନ୍ତ ଫ୍ୟାନ୍ସଙ୍କୁ କଲେ ଅପିଲ୍

ମୁମ୍ବାଇ ୧୨।୧: ତାମିଲ ସୁପରଷ୍ଟାର ରଜନୀକାନ୍ତ ଏବେ ବେଶ୍ ଚର୍ଚ୍ଚାରେ । ନିକଟରେ ରଜନୀକାନ୍ତ ରାଜନୀତିରେ ପ୍ରବେଶ କରିବାକୁ ଘୋଷଣା କରିଥିଲେ । କିନ୍ତୁ ହଠାତ୍ ତାଙ୍କ ଶରୀର ଅସୁସ୍ଥ ହେବା କାରଣରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହସ୍ପିଟାଲରୁ ସୁସ୍ଥ ହୋଇ ଘରକୁ ଫେରିବା ପରେ ସେ ଏକ ବୟାନ ଜାରି କରି ରାଜନୀତିରେ ପ୍ରବେଶ କରିବେନି ବୋଲି ମନା କରିଦେଇଛନ୍ତି ।ସୁପରଷ୍ଟାର ରଜନୀକାନ୍ତ ତାଙ୍କ ଶରୀର ଅସୁସ୍ଥ ହେବା, ଭଗବାନଙ୍କର ଚେତାବନୀ ବୋଲି କହି ରାଜନୀତିରେ ପ୍ରବେଶ କରିବାକୁ ମନା କରିଦେଇଥିଲେ । କିନ୍ତୁ ଏଭଳି ଘୋଷଣା ଦ୍ବାରା ତାଙ୍କ ଫ୍ୟାନ୍ସଙ୍କୁ ଝଟକା ଲାଗିଥିଲା ଏବଂ ସେବେଠାରୁ ଫ୍ୟାନ୍ସମାନେ ତାଙ୍କ ନିଷ୍ପତ୍ତିକୁ ବଦଳାଇବାକୁ ଅନୁରୋଧ କରୁଥିଲେ ।ଏହା ପରେ ରଜନୀକାନ୍ତ ତାମିଲ ଭାଷାରେ ଟ୍ବିଟ୍ କରି ଲେଖିଛନ୍ତି ଯେ ତାଙ୍କୁ ତାଙ୍କର ନିଷ୍ପତି ବଦଳାଇବାକୁ…

ବିରାଟ ଓ ଅନୁଷ୍କାଙ୍କ ଝିଅର ପ୍ରଥମ ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ।

ଗତକାଲି ଏକ କନ୍ୟା ସନ୍ତାନର ବାପାମାଆ ସାଜିଛନ୍ତି କ୍ରିକେଟର୍‌ ବିରାଟ କୋହଲି ଓ ଅଭିନେତ୍ରୀ ଅନୁଷ୍କା ଶର୍ମା। କନ୍ୟା ସନ୍ତାନର ଜନ୍ମ ପରେ ଏହି ଦମ୍ପତିଙ୍କୁ ପରିବାର, ସଂପର୍କୀୟ, ବନ୍ଧୁ ଓ ଶୁଭେଚ୍ଛୁଙ୍କ ନିକଟରୁ ଶୁଭେଚ୍ଛାର ସୁଅ ଛୁଟିଛି। ସମେସ୍ତ ଅପେକ୍ଷା କରିଛନ୍ତି ଜୁନିୟର୍‌ କୋହଲିଙ୍କର ଏକ ଫଟୋ ଦେଖିବା ପାଇଁ। ତେବେ, ବିରାଟଙ୍କ ବଡ଼ ଭାଇ ବିକାଶ କୋହଲି ପ୍ରଶଂସକ ଉଦ୍ଦେଶ୍ୟରେ ତାଙ୍କ ଝିଆରୀର ପାଦର ଫଟୋ ଉଠାଇ ଇନଷ୍ଟାଗ୍ରାମରେ ପୋଷ୍ଟ୍‌ କରିଥିବା ଦେଖିବାକୁ ମିଳିଛି। ବିକାଶ ସେୟାର୍‌ କରିଥିବା ଫଟୋରେ ବିରାଟଙ୍କ ଝିଅର ପାଦ ଏକ କମ୍ବଳରେ ଗୁଡ଼ା ହୋଇଥିବାର ଦେଖିବାକୁ ମିଳିଛି। ସେ ତାଙ୍କ ପୋଷ୍ଟରେ ଲେଖିଛନ୍ତି ଘରେ ପରୀର ପ୍ରବେଶ। ଏହା ବ୍ୟତୀତ ସେ ଫଟୋରେ ସ୍ବାଗତମ ବୋଲି ମଧ୍ୟ ଲେଖିଛନ୍ତି। ଏହି ପୋଷ୍ଟରେ ଅନେକ ସୋସିଆଲ୍‌ ମିଡିଆ ବ୍ୟବହାରକାରୀ ବିରାଟଙ୍କୁ…