ଓଡିଶା ଅଭିମୁଖେ ବାହାରିଲା କରୋନା ଟିକା

ଟିକାକରଣ ନେଇ ସ୍ୱାସ୍ଥ୍ୟବିଭାଗର ଅତିରିକ୍ତ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ରାଜ୍ୟ ଟିକାକରଣ କେନ୍ଦ୍ରରେ ପହଚିଂ ସ୍ଥିତି ପରଖିଛନ୍ତି । ଟିକା ପାଇଁ ଯେଉଁ ଅପେକ୍ଷା ଥିଲା ଶେଷ ହୋଇଛି । ପ୍ରଥମ ପର୍ଯ୍ୟାୟରେ କୋଭିସିଲ୍ଡର  ୪୦ ହଜାର ୮ ଶହ ସିସି ଆସିବ । ଗୋଟିଏ ବୋତଲରୁ ୧୦ଟି ଡୋଜ ଦିଆଯାଇପାରିବ । ଯେଉଁ ଜିଲ୍ଲାରେ କୋଭିଡ ସ୍ଥିତି ସଂଗୀନ ଥିଲା  ସେ ସ୍ଥାନକୁ ଗୁରୁତ୍ୱ ଦିଆଯିବ । ରାଜ୍ୟ ଭ୍ୟାକସିନ ଷ୍ଟୋରରେ ଟିକା ପହଚିଂବା ପରେ ଜିଲ୍ଲାସ୍ତରକୁ ନେବାକୁ ଜିଲ୍ଲାପାଳ ମାନଙ୍କୁ ଚିଠି କରାଯାଇଛି ।କୋଭାକ୍ସିନ ମଧ୍ୟ ରାଜ୍ୟକୁ ୨୦ ହଜାର ଆସିବ ବୋଲି କେନ୍ଦ୍ର ସରକାର ଜଣାଇଥିବା ପ୍ରଦୀପ୍ତ ମହାପାତ୍ର କହିଛନ୍ତି । ସେକେଣ୍ଡ ଫେଜ ଡାଟା ପ୍ରସ୍ତୁତ କରିବା ଲାଗି ଗୃହ, ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ଓ ଅର୍ବାନ ବିଭାଗକୁ ଚିଠି କରାଯାଇଛି । ଜାନୁଆରୀ ୨୫ ସୁଦ୍ଧା ଡାଟାବେସ  ପ୍ରସ୍ତୁତ କରାଯିବ ବୋଲି ପ୍ରଦୀପ୍ତ ମହାପାତ୍ର କହିଛନ୍ତି ।

ବିଶ୍ୱ ମହାମାରୀ କରୋନାରୁ  ଖୁବ ଶୀଘ୍ର ମିଳିବାକୁ ଯାଉଛି ମୁକ୍ତି । କାରଣ ୧୩୦ କୋଟି ଲୋକଙ୍କ ଦେଶ ଭାରତରେ ଏହି ମହାମାରୀର ମୁକାବିଲା ପାଇଁ ବଡ଼ ଧରଣର ଲଢେଇ ଆରମ୍ଭ ହେବାକୁ ଯାଉଛି। ଭାରତ ସରକାର ଅକ୍ସଫୋର୍ଡ ଓ ଆଷ୍ଟ୍ରାଜେନିକା ପ୪ରୁ ପ୍ରସ୍ତୁତ କୋଭିସିଲ୍ଡ ଟିକାକୁ ଅନୁମତି ଦେବା ପରେ ୧୬ ତାରିଖରେ ଦେଶରେ ଆରମ୍ଭ ହେବ ଟିକାକରଣ । ଏଥିପାଇଁ ପୁଣେର ସିରମ ଇନଷ୍ଟିଚ୍ୟୁଟକୁ ଟିକ ଯୋଗାଇଦେବା ପାଇଁ କୁହାଯାଇଛି । କମ୍ପାନୀର ପୁଣେ ସ୍ଥିତ ଫ୍ୟାକ୍ଟ୍ରିରୁ ଦେଶର ବିଭିନ୍ନ ଭାଗକୁ  ଟିକା ପହଚାଂଇବା କାମ ଆରମ୍ଭ ହୋଇଯାଇଛି । ଦିଲ୍ଲୀରେ ଟିକା ପହଚିଂ ସାରିଥିବା ବେଳେ ଭୁବନେଶ୍ୱର ଅଭିମୁଖେ ମଧ୍ୟ ବାହାରିଛି କୋଭିସିଲ୍ଡ ଟିକା ।

Related posts

Leave a Comment