ଗତକାଲି ଏକ କନ୍ୟା ସନ୍ତାନର ବାପାମାଆ ସାଜିଛନ୍ତି କ୍ରିକେଟର୍ ବିରାଟ କୋହଲି ଓ ଅଭିନେତ୍ରୀ ଅନୁଷ୍କା ଶର୍ମା। କନ୍ୟା ସନ୍ତାନର ଜନ୍ମ ପରେ ଏହି ଦମ୍ପତିଙ୍କୁ ପରିବାର, ସଂପର୍କୀୟ, ବନ୍ଧୁ ଓ ଶୁଭେଚ୍ଛୁଙ୍କ ନିକଟରୁ ଶୁଭେଚ୍ଛାର ସୁଅ ଛୁଟିଛି। ସମେସ୍ତ ଅପେକ୍ଷା କରିଛନ୍ତି ଜୁନିୟର୍ କୋହଲିଙ୍କର ଏକ ଫଟୋ ଦେଖିବା ପାଇଁ। ତେବେ, ବିରାଟଙ୍କ ବଡ଼ ଭାଇ ବିକାଶ କୋହଲି ପ୍ରଶଂସକ ଉଦ୍ଦେଶ୍ୟରେ ତାଙ୍କ ଝିଆରୀର ପାଦର ଫଟୋ ଉଠାଇ ଇନଷ୍ଟାଗ୍ରାମରେ ପୋଷ୍ଟ୍ କରିଥିବା ଦେଖିବାକୁ ମିଳିଛି।
ବିକାଶ ସେୟାର୍ କରିଥିବା ଫଟୋରେ ବିରାଟଙ୍କ ଝିଅର ପାଦ ଏକ କମ୍ବଳରେ ଗୁଡ଼ା ହୋଇଥିବାର ଦେଖିବାକୁ ମିଳିଛି। ସେ ତାଙ୍କ ପୋଷ୍ଟରେ ଲେଖିଛନ୍ତି ଘରେ ପରୀର ପ୍ରବେଶ। ଏହା ବ୍ୟତୀତ ସେ ଫଟୋରେ ସ୍ବାଗତମ ବୋଲି ମଧ୍ୟ ଲେଖିଛନ୍ତି। ଏହି ପୋଷ୍ଟରେ ଅନେକ ସୋସିଆଲ୍ ମିଡିଆ ବ୍ୟବହାରକାରୀ ବିରାଟଙ୍କୁ ବାପା ହେବା ପାଇଁ ଓ ବିକାଶଙ୍କୁ ବଡ଼ବାପା ହୋଇଥିବା କାରଣରୁ ଅଭିନନ୍ଦନ ଜଣାଇଛନ୍ତି।