ରଜନୀକାନ୍ତ ଫ୍ୟାନ୍ସଙ୍କୁ କଲେ ଅପିଲ୍

ମୁମ୍ବାଇ ୧୨।୧: ତାମିଲ ସୁପରଷ୍ଟାର ରଜନୀକାନ୍ତ ଏବେ ବେଶ୍ ଚର୍ଚ୍ଚାରେ । ନିକଟରେ ରଜନୀକାନ୍ତ ରାଜନୀତିରେ ପ୍ରବେଶ କରିବାକୁ ଘୋଷଣା କରିଥିଲେ । କିନ୍ତୁ ହଠାତ୍ ତାଙ୍କ ଶରୀର ଅସୁସ୍ଥ ହେବା କାରଣରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହସ୍ପିଟାଲରୁ ସୁସ୍ଥ ହୋଇ ଘରକୁ ଫେରିବା ପରେ ସେ ଏକ ବୟାନ ଜାରି କରି ରାଜନୀତିରେ ପ୍ରବେଶ କରିବେନି ବୋଲି ମନା କରିଦେଇଛନ୍ତି ।ସୁପରଷ୍ଟାର ରଜନୀକାନ୍ତ ତାଙ୍କ ଶରୀର ଅସୁସ୍ଥ ହେବା, ଭଗବାନଙ୍କର ଚେତାବନୀ ବୋଲି କହି ରାଜନୀତିରେ ପ୍ରବେଶ କରିବାକୁ ମନା କରିଦେଇଥିଲେ । କିନ୍ତୁ ଏଭଳି ଘୋଷଣା ଦ୍ବାରା ତାଙ୍କ ଫ୍ୟାନ୍ସଙ୍କୁ ଝଟକା ଲାଗିଥିଲା ଏବଂ ସେବେଠାରୁ ଫ୍ୟାନ୍ସମାନେ ତାଙ୍କ ନିଷ୍ପତ୍ତିକୁ ବଦଳାଇବାକୁ ଅନୁରୋଧ କରୁଥିଲେ ।ଏହା ପରେ ରଜନୀକାନ୍ତ ତାମିଲ ଭାଷାରେ ଟ୍ବିଟ୍ କରି ଲେଖିଛନ୍ତି ଯେ ତାଙ୍କୁ ତାଙ୍କର ନିଷ୍ପତି ବଦଳାଇବାକୁ କେହି ବାଧ୍ୟ କରନ୍ତୁ ନାହିଁ । ଏହାଦ୍ବାରା ତାଙ୍କୁ କଷ୍ଟ ଅନୁଭବ ହେଉଛି । ରଜନୀକାନ୍ତ କହିଛନ୍ତି, ‘ଯେଉଁମାନେ ଏଭଳି ଅନୁରୋଧ କରିନାହାନ୍ତି ମୁଁ ସେମାନଙ୍କୁ ହୃଦୟରୁ ଧନ୍ୟବାଦ ଜଣାଉଛି । ମୁଁ ପ୍ରଥମରୁ ରାଜନୀତିରେ ପ୍ରବେଶ କରିବାର କାରଣ ଆପଣମାନଙ୍କୁ ଜଣାଇସାରିଛି । ମୁଁ ଆପଣମାନଙ୍କୁ ନିବେଦନ କରୁଛି ମୋତେ ଏଭଳି ଅନୁରୋଧ କରନ୍ତୁନାହିଁ । ମୋତେ ରାଜନୀତିକୁ ଆସିବା ପାଇଁ ବାଧ୍ୟ କରିବା ମୋତେ କଷ୍ଟ ଦେଉଛି ।’

Related posts

Leave a Comment