କରୋନା ଟିକା ନେବା ପରେ ୫୧ଜଣଙ୍କ ପାଖରେ ପାର୍ଶ୍ବ ପ୍ରତିକ୍ରିୟା ଦେଖାଦେଇଛି

ନୂଆଦିଲ୍ଲୀ: ଗତକାଲିଠାରୁ ସାରା ଦେଶରେ କରୋନା ଟିକାକରଣ ଆରମ୍ଭ ହୋଇଛି। ପ୍ରଧାନମନ୍ତ୍ରୀ ମୋଦୀ ଦେଶରେ କୋଭିଡ୍‌-୧୯ ଟିକାକରଣ ଅଭିଯାନର ଶୁଭାରମ୍ଭ କରିବା ପରେ ଜାତୀୟ ରାଜଧାନୀ ଦିଲ୍ଲୀ ସମେତ ଦେଶବ୍ୟାପୀ ଟିକା ଦାନ ଆରମ୍ଭ ହୋଇଥିଲା। ଏହି ଟିକା ନିରାପଦ ବୋଲି ବୈଜ୍ଞାନିକ ଏବଂ ଡାକ୍ତରମାନେ କହିଥିବା ବେଳେ ଟିକା ନେବା ପରେ ପରେ ୫୧ଜଣଙ୍କ ପାଖରେ ପାର୍ଶ୍ବ ପ୍ରତିକ୍ରିୟା ଦେଖାଦେଇଥିବା କହିଛନ୍ତି ଦିଲ୍ଲୀ ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ।   ତାଙ୍କ କହିବା ମୁତାବକ, ପ୍ରଥମ ଦିନରେ ଦିଲ୍ଲୀରେ ୪,୩୧୯ଜଣଙ୍କୁ କରୋନା ଟିକା ଦିଆଯାଇଥିବା ବେଳେ ଜଣଙ୍କର ଗମ୍ଭୀର ପାର୍ଶ୍ବ ପ୍ରତିକ୍ରିୟା ଦେଖାଦେଇଥିଲା। ଏବେ ତାଙ୍କ ଏମ୍ସରେ ଭର୍ତ୍ତି କରାଯାଇଥିବା ବେଳେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି। ରୋଗୀ ଜଣଙ୍କ ହସ୍ପିଟାଲରେ ସୁରକ୍ଷାଗାର୍ଡ ଭାବେ କାମ କରନ୍ତି। ତେବେ ପାର୍ଶ୍ବ ପ୍ରତିକ୍ରିୟା ଦେଖାଇଥିବା ୫୧ଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି…