ନୂଆଦିଲ୍ଲୀ ୨୧/୦୧ : ଇଣ୍ଟରନେଟ୍ ୟୁଜର୍ସଙ୍କ ସୁରକ୍ଷା ପାଇଁ ଗୁଗଲ୍ ନିଜ ସର୍ଚ୍ଚ ଇଂଜିନ ଗୁଗଲ୍ କ୍ରୋମକୁ ଲଗାତାର ଅପଡେଟ କରୁଥାଏ। ବର୍ତ୍ତମାନ ଗୁଗଲ୍ ଲେଟେଷ୍ଟ କ୍ରୋମ୍ ୮୮ ଭର୍ସନରେ ଅନେକ ଫିଚର୍ସ ଲଞ୍ଚ୍ କରିଛି ଯାହା ୟୁଜର୍ସଙ୍କ ସେଫଟି ଦୃଷ୍ଟିରୁ ମହତ୍ତ୍ୱପୂର୍ଣ୍ଣ। ଏହି ଫିଚର୍ ୟୁଜର୍ସଙ୍କ ଦୁର୍ବଳ ପାସୱାର୍ଡ଼ରେ ମଧ୍ୟ ଆଲର୍ଟ ପଠାଇବ। ଗୁଗଲ୍ ଏହି ଫିଚର୍ ରୋଲଆଉଟ୍ କରିବା ଆରମ୍ଭ କରିଛି।
ଗୁଗଲ୍ କହିଛି କ୍ରୋମ୍ ୮୮ ଭର୍ସନର ନୂଆ ପ୍ରାଇଭେସି ଫିଚର୍ ଆସିବା ପରେ ୟୁଜର୍ସଙ୍କୁ ମଜବୁତ ପାସୱାର୍ଡ଼ କ୍ରିଏଟ୍ କରିବାକୁ ଅନେକ ବିକଳ୍ପ ମିଳିବ। ୟୁଜର୍ସ କ୍ରୋମ୍ ସେଟିଙ୍ଗକୁ ଯାଇ ସରଳ ପାସୱାର୍ଡ଼ ଯାଞ୍ଚ କରି ତାକୁ ସହଜରେ ଫିକ୍ସ କରିପାରିବେ।
ଗୁଗଲ୍ କ୍ରୋମ୍ ୟୁଜର୍ସଙ୍କୁ ଏକ ସର୍ଟକର୍ଟ ଉପଲବ୍ଧ କରାଯିବ ଯାହା ସରଳ ପାସୱାର୍ଡ଼କୁ ଆଇଡେଣ୍ଟିଫାଏ କରିବ। ଏହି ପାସୱାର୍ଡ଼ରେ କ୍ଲିକ କରି ସରଳ ପାସୱାର୍ଡ଼କୁ ତତ୍କାଳ ଏଡିଟ୍ କରାଯାଇପାରିବ। ପାସୱାର୍ଡ଼ ବଦଳାଇବାକୁ ନିଜ ପ୍ରୋଫାଇଲ୍ ତଳେ ଦିଆଯାଇଥିବା ଏଡିଟ ଅପ୍ସନରେ କ୍ଲିକ୍ କରିବାକୁ ହେବ। ୟୁଜର୍ସ ମ୍ୟୁଚୁଆଲି ନିଜ ପାସୱାର୍ଡ଼ ସେଟ୍ କରିପାରିବେ। ଗୁଗଲ୍ ତରଫରୁ ୟୁଜର୍ସଙ୍କ ସୁବିଧା ପାଇଁ କିଛି ପରାମର୍ଶ ଦିଆଯାଇଛି ଯାହାଦ୍ୱାରା ୟୁଜର୍ସଙ୍କୁ ପାସୱାର୍ଡ଼ ଓ ୟୁଜର୍ ନେମ୍ ସେଟ୍ କରିବାକୁ ସହଜ ହେବ।
ଗୁଗଲର ଏହି ଅପଡେଟ୍ ସର୍ବ ପ୍ରଥମେ ଡେସ୍କଟପ୍ ଓ ଆଇଓସି ଭର୍ସନ୍ ପାଇଁ ଉପଲବ୍ଧ କରାଯିବ। ଖୁବ ଶୀଘ୍ର ଏହାକୁ ଏଣ୍ଡ୍ରଏଡ୍ ଆପ୍ ପାଇଁ ଉପଲବ୍ଧ କରାଯିବ। ନୂଆ କ୍ରୋମ୍ ସେଫଟି ଚେକକୁ ସବୁ ସପ୍ତାହରେ ୧୪ ମିଲିୟନ ସିକ୍ୟୁରିଟି ଚେକ ଦେଇ ଗତି କରିବାକୁ ପଡିଥାଏ। ଏହାଦ୍ୱାରା ଗୁଗଲ୍ ପାସୱାର୍ଡ଼ ପ୍ରୋଟେକ୍ସନର ଅନ୍ଦାଜା ଲଗାଇ ଯାଇପାରିବ। ଗୁଗଲ୍ କହିଛି ନୂଆ ଅପଡେଟରେ ଅନେକ ସୁଧାର କରାଯାଇଛି। ଏହାସହ ଏଣ୍ଡ୍ରଏଡ଼ରେ କ୍ରୋମରେ ଟଚ୍-ଟୁ-ଫିଲ୍ ଫିଚର୍ ଦିଆଯିବ ଯେପରି ଆଇଓଏସରେ ଥାଏ। ଏହାଦ୍ୱାରା ସୁରକ୍ଷିତ ପାସୱାର୍ଡ଼ ପାଇଁ ବାୟୋମେଟ୍ରିକ୍ ଆଥୋଟିଫିକେସନ୍ ସୁବିଧା ମିଳିପାରିବ।
ଗୁଗଲ୍ କହିଛି କ୍ରୋମ୍ ୮୮ ଭର୍ସନର ନୂଆ ପ୍ରାଇଭେସି ଫିଚର୍ ଆସିବା ପରେ ୟୁଜର୍ସଙ୍କୁ ମଜବୁତ ପାସୱାର୍ଡ଼ କ୍ରିଏଟ୍ କରିବାକୁ ଅନେକ ବିକଳ୍ପ ମିଳିବ। ୟୁଜର୍ସ କ୍ରୋମ୍ ସେଟିଙ୍ଗକୁ ଯାଇ ଦୁର୍ବଳ ପାସୱାର୍ଡ଼ ଯାଞ୍ଚ କରି ତାକୁ ସହଜରେ ଫିକ୍ସ କରିପାରିବେ।
ଗୁଗଲ୍ କ୍ରୋମ୍ ୟୁଜର୍ସଙ୍କୁ ଏକ ସର୍ଟକର୍ଟ ଉପଲବ୍ଧ କରାଯିବ ଯାହା ଦୁର୍ବଳ ପାସୱାର୍ଡ଼କୁ ଆଇଡେଣ୍ଟିଫାଏ କରିବ। ଏହି ପାସୱାର୍ଡ଼ରେ କ୍ଲିକ କରି ଦୁର୍ବଳ ପାସୱାର୍ଡ଼କୁ ତତ୍କାଳ ଏଡିଟ କରାଯାଇପାରିବ। ପାସୱାର୍ଡ଼ ବଦଳାଇବାକୁ ନିଜ ପ୍ରୋଫାଇଲ୍ ତଳେ ଦିଆଯାଇଥିବା ଏଡିଟ ଅପ୍ସନରେ କ୍ଲିକ୍ କରିବାକୁ ହେବ। ୟୁଜର୍ସ ମ୍ୟୁଚୁଆଲି ନିଜ ପାସୱାର୍ଡ଼ ସେଟ୍ କରିପାରିବେ। ଗୁଗଲ୍ ତରଫରୁ ୟୁଜର୍ସଙ୍କ ସୁବିଧା ପାଇଁ କିଛି ପରାମର୍ଶ ଦିଆଯାଇଛି ଯାହାଦ୍ୱାରା ୟୁଜର୍ସଙ୍କୁ ପାସୱାର୍ଡ଼ ଓ ୟୁଜର୍ ନେମ୍ ସେଟ୍ କରିବାକୁ ସହଜ ହେବ।