ଟ୍ରେନ୍‌ରେ ଆରମ୍ଭ ହେବ ଇ-କ୍ୟାଟରିଂ ବ୍ୟବସ୍ଥା

ନୂଆଦିଲ୍ଲୀ ୨୧।୧: ଫେବୃଆରୀରୁ ପୁଣି ଥରେ ଆରମ୍ଭ ହେବାକୁ ଯାଉଛି ଇ-କ୍ୟାଟେରିଂ ସେବା । ଯାତ୍ରୀମାନେ ପୁଣି ଥରେ ନିଜ ମନ ପସନ୍ଦ ବ୍ରାଣ୍ଡର ଖାଇବା ଅର୍ଡର କରିପାରିବେ । ଏଥିପାଇଁ ଭାରତୀୟ ରେଳବାଇ ଏବଂ ପର୍ଯ୍ୟଟନ ନିଗମ ସମ୍ପୂର୍ଣ୍ଣ ପ୍ରସ୍ତୁତି କରିସାରିଛି ।

ମାର୍ଚ୍ଚ ୨୦୨୦ରେ କରୋନା ମହାମାରୀ ପାଇଁ ଟ୍ରେନ୍ ରେ ଖାଦ୍ୟପେୟ ବ୍ୟବସ୍ଥାକୁ ବନ୍ଦ କରାଯାଇଥିଲା । ଜୁନ୍ ୨୦୨୦ରୁ ସ୍ବତନ୍ତ୍ର ଟ୍ରେନ୍ ଆରମ୍ଭ କରାଯାଇଥିଲେ ମଧ୍ୟ ଖାଦ୍ୟପେୟ ବ୍ୟବସ୍ଥା ସୀମିତସ୍ତରରେ ଆରମ୍ଭ କରାଯାଇଥିଲା । ପ୍ୟାଣ୍ଟ୍ରି କାର୍ ସେବା ଏବେ ବନ୍ଦ ରହିଛି । ଫଳରେ ରାଜଧାନୀ, ଶତାବ୍ଦୀ, ହମସଫର ସହ ଅନ୍ୟ ଦୂରଗାମୀ ଟ୍ରେନ୍ ରେ ଯାତ୍ର କରୁଥିବା ଯାତ୍ରୀଙ୍କୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି ।

ସୂଚନା ଅନୁସାରେ ନୂଆଦିଲ୍ଲୀ, ପୁରୁଣା ଦିଲ୍ଲୀ ସହ ଦିଲ୍ଲୀର ଅନ୍ୟ ରେଲଓ୍ବେ ଷ୍ଟେସନରୁ ବର୍ତ୍ତମାନ ରାଜଧାନୀ, ଶତାବ୍ଦୀ, ହମସଫର ସହ ୮୦ରୁ ଅଧିକ ଟ୍ରେନ୍ ଚଳାଚଳା କରୁଛି । ଏହିସବୁ ରେଳଗାଡିଗୁଡିକୁ ସ୍ବତନ୍ତ୍ର ମାନ୍ୟତା ଦିଆଯାଇଛି । ଆବଶ୍ୟକତା ଅନୁସାରେ ଏହାର ସଂଖ୍ୟା ବଢୁଛି । ଏ ସମସ୍ତ ଟ୍ରେନ୍ ରେ ଇ-କ୍ୟାଟରିଂ ସେବା ଆରମ୍ବ କରିବାକୁ ଆଇଆରସିଟିସି ପ୍ରାୟସ ଆରମ୍ଭ କରିଛି । ଉଲ୍ଲେଖଯୋଗ୍ୟ ଯେ, ମ୍ୟାକ୍ ଡି, ହଲଦୀରାମ ସମେତ ୧୪ ନାମୀଦାମୀ ବ୍ରାଣ୍ଡର ଖାଦ୍ୟପେୟ ସାମଗ୍ରୀ ଉପଲବ୍ଧ ହୋଇଥାଏ ।

Related posts

Leave a Comment