ରାତି ପାହିଲେ ଝିଅ ଦେଖିବାକୁ ଯାଇଥାନ୍ତେ, ଭୁଲ ଇଞ୍ଜେକ୍ସନ୍ ନେଇଗଲା ଜୀବନ !

ଭୁବନେଶ୍ୱର ୦୨/୦୨: ଆଉ କିଛି ଦିନ ପରେ ହୋଇଥାନ୍ତା ବିବାହ । ଝିଅ ଦେଖିବାକୁ ଯାଇଥାନ୍ତେ । କିନ୍ତୁ ନିୟତିର ଖେଳ କିଛି ଅଲଗା ଥିଲା । ଅବହେଳା ପାଇଁ ଚାଲିଗଲା ଜୀବନ । କ୍ୟାପିଟାଲ ହସ୍ପିଟାଲରେ ଭୁଲ ଇଞ୍ଜେକସନ୍‌ ଯୋଗୁଁ ଜଣେ ରୋଗୀଙ୍କ ମୃତ୍ୟୁ ହୋଇଥିବା ନେଇ ଅଭିଯୋଗ ହୋଇଛି । ମୃତ ବ୍ୟକ୍ତି ହେଲେ ଭିଙ୍ଗାରପୁର ଶାସନର ସିଦ୍ଧି ନାଥ ସାହୁ । ବିହାହ ବନ୍ଧନରେ ବାନ୍ଧି ହେବା ପୂର୍ବରୁ ସାମାନ୍ୟ ଭୁଲ ଇଞ୍ଜେକ୍ସନ ତାଙ୍କ ଜୀବନ ଚାଲି ଯାଇଛି । ରାତି ପାହିଥିଲେ ସିଦ୍ଧି ବିବାହ ପାଇଁ ଝିଅ ଦେଖିବାକୁ ଯାଇଥାନ୍ତେ । ହେଲେ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ସାମାନ୍ୟ ଭୂଲ ସବୁ ସ୍ୱପ୍ନକୁ ରାତି କାଳ ଅନ୍ଧାର ଭିତରେ ହଜାଇ ଦେଲା । ସୂଚନା ଅନୁସାରେ,  ରବିବାର ରାତିରେ ଏକ ଭୋଜି ଖାଇ…

ଲାଲକିଲ୍ଲା ହିଂସା : ଯବାନଙ୍କୁ ଖଣ୍ଡାରେ ଆକ୍ରମଣ କରିଥିବା ଆକାଶପ୍ରୀତ ସିଂ ଗିରଫ

ନୂଆଦିଲ୍ଲୀ, ୦୨/୦୨:  ଦିଲ୍ଲୀରେ ଗଣତନ୍ତ୍ର ଦିବସ ଦିନ କୃଷକମାନେ କରିଥିବା ଟ୍ରାକ୍ଟର ରାଲି ବେଳେ ବ୍ୟାପକ ହିଂସାକାଣ୍ଡ ଘଟିଥିଲା । ଏହି ଘଟଣାରେ ପୋଲିସ ଆକାଶପ୍ରୀତ ସିଂ ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି । ଏବେସୁଦ୍ଧା ମୋଟ୍ ୧୨୮ ଜଣଙ୍କୁ ଗିରଫ କରାଯାଇ ସାରିଛି । ଏହାସହ ୪୪ଟି ଏଫଆଇଆର ରୁଜୁ ହୋଇଛି । ଆକାଶପ୍ରୀତ ସିଂଙ୍କ ବିରୋଧରେ ସିଆଇଏସଏଫ ଯବାନଙ୍କୁ ଖଣ୍ଡାରେ ଆକ୍ରମଣ ମାମଲା ରହିଛି । ତାଙ୍କୁ ଗିରଫ କରିବା ପାଇଁ ଦିଲ୍ଲୀ ଓ ପଞ୍ଜାବର ବିଭିନ୍ନ ସ୍ଥାନରେ ଚଢଉ କରାଯାଇଥିଲା । ଏହାପରେ ସେ ନର୍ଥ ଦିଲ୍ଲୀରୁ ଗିରଫ ହୋଇଥିଲେ । ପୋଲିସର କହିବାନୁସାରେ, ସିଆଇଏସଏଫ ଯବାନଙ୍କ ଉପରେ ଆକ୍ରମଣ କରି ଆକାଶପ୍ରୀତ ମଧ୍ୟ ଆହତ ହୋଇଥିଲେ । ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏବେସୁଦ୍ଧା ଗଣତନ୍ତ୍ର ଦିବସ ହିଂସାରେ…

ଏବେ ବ୍ୟାଙ୍କରେ ଟଙ୍କା ରଖି ହୁଅନ୍ତୁ ନିଶ୍ଚିତ, କାରଣ ବୁଡ଼ିଗଲେ ଆପଣଙ୍କୁ ମିଳିବ ୫ ଗୁଣା ଟଙ୍କା

ନୂଆଦିଲ୍ଲୀ,୦୨/୦୨: ବ୍ୟାଙ୍କରେ ଟଙ୍କା ରଖି ଆପଣ ଡରୁଛନ୍ତି କି । ଆଶଙ୍କା ହେଉଛି କି ଟଙ୍କା ବୁଡ଼ିଯିବ । ତେବେ ବର୍ତ୍ତମାନ ମନରୁ ଏହି ଧାରଣା ଦୂରେଇ ଦିଅନ୍ତୁ । କାରଣ ବ୍ୟାଙ୍କ ବୁଡ଼ିଗଲେ ଏବେ ଖାତାଧାରୀ ବୀମା ସଂରକ୍ଷଣ ଅନୁସାରେ ଜମାର ୫ ଗୁଣ ଅଧିକ ଟଙ୍କା ଫେରିପାଇବେ । ଏଥିପାଇଁ ସରକାର ଡିଆଇସିଜିସି ଆଇନ୍‌ରେ ସଂଶୋଧନ କରିବା ପାଇଁ ପ୍ରସ୍ତାବ ଦେଇଛନ୍ତି । ଏଥିରେ ସଙ୍କଟ ସମୟରେ ଜମାକାରୀଙ୍କ ୫ ଲକ୍ଷ ଟଙ୍କାର ଜମା ରଶି ଉପରେ ବୀମା ସଂରକ୍ଷଣ ହେବ । ଅର୍ଥମନ୍ତ୍ରୀ ମନ୍ତ୍ରୀ ନିର୍ମଳା ସୀତାରମଣ ଗତକାଲି ବଜେଟ୍‌ ଭାଷଣରେ କହିଥିଲେ ଯେ, ସରକାର ଜମା ବୀମା ଏବଂ ଋଣ ଗ୍ୟାରେଣ୍ଟି ନିଗମ ଡିଆସିଜିସିର ଆଇନ୍‌ରେ ସଂଶୋଧନ କରି ବୀମା ସରକ୍ଷଣକୁ ପାଞ୍ଚଗୁଣା କରି ପାଞ୍ଚ ଲକ୍ଷ ଟଙ୍କା କରିବା ପାଇଁ…

ପରିଚୟ ବଦଳାଇ ମହିଳାଙ୍କୁ ବାରମ୍ବାର କରୁଥିଲା ଦୁଷ୍କର୍ମ

ଅହମ୍ମଦାବାଦ ୨।୨: ଗୁଜରାଟ ଅହମ୍ମଦାବାଦରେ ୩୧ ବର୍ଷ ବୟସ୍କା ମହିଳାଙ୍କୁ ଅନେକ ଥର ଦୁଷ୍କର୍ମ କରିବା ଅଭିଯୋଗରେ ଜଣେ ଯୁବକକୁ ଗିରଫ କରିଛି ପୋଲିସ । ଅଭିଯୁକ୍ତ ପରିଚୟ ବଦଳାଇ ମହିଳାଙ୍କ ସହ ପ୍ରଥମେ ବନ୍ଧୁତା ସ୍ଥାପନା କରିଥିଲା । ପରେ ତାଙ୍କ ସହ ଶାରିରୀକ ସଂପର୍କ ରଖିଥିଲେ । ଏହି ସମୟରେ ଅଭିଯୁକ୍ତ ମହିଳାଙ୍କର ଅଶ୍ଳୀଳ ଭିଡିଓ ମଧ୍ୟ ଉତ୍ତୋଳନ କରିଥିଲେ । ମହିଳାଙ୍କ ଅଭିଯୋଗ ଆଧାରରେ ପୋଲିସ ସଂପୃକ୍ତ ଯୁବକଙ୍କୁ ଗିରଫ କରିଛି । ପୀଡିତା ମହିଳାଙ୍କ ଅଭିଯୋଗ ଅନୁସାରେ ଯୁବକ ଜଣଙ୍କ ଜଣେ ଇଲେକ୍ଟ୍ରିସିଆନ । ଯିଏକି ମହିଳାଙ୍କ ଘରେ କାମ କରିବାକୁ ଆସିଥିଲା । ସେହିଠାରୁ ଉଭୟଙ୍କୁ ମଧ୍ୟରେ ବନ୍ଧୁତା ସ୍ଥାପନ ହୋଇଥିଲା । ଯୁବକ ଜଣଙ୍କ ତାଙ୍କ ନାଁ ପିଣ୍ଟୁ ବୋଲି କହିଥିଲେ । କିଛି ଦିନ କଥା ହେଲା ପରେ…