୨୫ରୁ ପ୍ରବଳ ବର୍ଷା, ଜିଲ୍ଲାପାଳଙ୍କୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର ୨୪।୧୧: ଆସୁଛି ବାତ୍ୟା ‘ନିଭାର୍’ । ଆସନ୍ତା ୪୮ଘଣ୍ଟା ଭିତରେ ବାତ୍ୟାର ରୂପ ନେବ ଭାରତ ମହାସାଗର ଓ ସଂଲଗ୍ନ ଦକ୍ଷିଣପୂର୍ବ ବଙ୍ଗୋପ ସାଗରରେ ସୃଷ୍ଟ ଲଘୁଚାପ । ଓଡ଼ିଶାକୁ ବିପଦ ନଥିଲେ ବି ୨୫ରୁ ପ୍ରବଳ ବର୍ଷା ନେଇ ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳଙ୍କୁ ଆଲର୍ଟ କଲେ ଏସ୍.ଆର୍.ସି ଭାରତ ମହାସାଗରରେ ଆସୁଛି ଆଉ ଏକ ବାତ୍ୟା ନିଭାର୍ । ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ ଅଧିକ ଘନୀଭୂତ ହୋଇ ବାତ୍ୟା ରୂପ ନେବା ସମ୍ଭାବନା ରହିଛି ।ଆସନ୍ତା ୨୪ ଘଣ୍ଟାରେ ଏହା ସାମୁଦ୍ରିକ ଝଡ଼ର ରୂପ ନେଇପାରେ । ପରେ ବାତ୍ୟା ଉତ୍ତର-ପଶ୍ଚିମ ଦିଗକୁ ମୁହାଁଇ ତାମିଲନାଡୁ ଓ ପୁଡୁଚେରୀ ଉପକୂଳ କରାଇକାଲ୍ ଓ ମାମଲାପୁରମ୍ ମଧ୍ୟରେ ଗତି କରିବାର ସମ୍ଭାବନା ରହିଛି। ଏହାର ବିଶେଷ ପ୍ରଭାବ ଓଡ଼ିଶା ଉପରେ ନାହିଁ…

ନିଜ ଘର ଛାତରୁ କରିପାରିବେ ଲକ୍ଷ ଲକ୍ଷ ଟଙ୍କାର ରୋଜଗାର

ନୂଆଦିଲ୍ଲୀ ୨୪/୧୧: ଯଦି ଆପଣଙ୍କ ଘରର ଛାତ ଖାଲି ପଡ଼ିଛି ତେବେ ଆପଣଙ୍କ ପାଖରେ ଆୟ କରିବାର ଭଲ ସୁଯୋଗ ରହିଛି। ଆଜି ଆପଣଙ୍କୁ ଏପରି କିଛି ବିଜନେସ୍ ଆଇଡିଆ ବିଷୟରେ କହିବା,ଯାହା ଜରିଆରେ ଆପଣ ସହଜରେ ଲକ୍ଷପତି ହୋଇ ପାରିବେ। ଏହି ବିଜନେସ୍ ଆପଣଙ୍କୁ ଘରେ ବସି ଲକ୍ଷପତି କରାଇବ। ଏଥିପାଇଁ ଆପଣଙ୍କୁ ଅଧିକ ଇନଭେଷ୍ଟମେଣ୍ଟ୍ ମଧ୍ୟ କରିବାକୁ ପଡ଼ିବ ନାହିଁ। ଏଥିପାଇଁ ଅଳ୍ପ ସାବଧାନତା ଅବଲମ୍ବନ କରିବାକୁ କରିବାକୁ ପଡ଼ିବ। ଆସନ୍ତୁ ଜାଣିବା କିପରି ଆପଣ ଏହି ବ୍ୟବସାୟ ଆରମ୍ଭ କରିବେ। ୧.ସୋଲାର ପ୍ୟାନେଲ୍ ଲଗାଇ କରିବେ ଆୟ : ସୋଲାର ପ୍ଲାଣ୍ଟ୍ ବିଜନେସକୁ ସରକାର ମଧ୍ୟ ଗୁରୁତ୍ବ ଦେଉଛନ୍ତି। ଏପରି କ୍ଷେତ୍ରରେ ଯଦି ଆପଣ ନିଜ ବିଲଡିଂର ଛାତ ଉପରେ ସୋଲାର ପ୍ଲାଣ୍ଟ୍ ଲଗାଇବାକୁ ଚାହୁଁଛନ୍ତି ତେବେ ଏହା କେବଳ ଆପଣଙ୍କ ବିଜୁଳି…

ସପିଂ ମଲ୍‌ରେ ଅଗ୍ନିକାଣ୍ଡ, ଜଳିଗଲା ଲକ୍ଷାଧିକ ଟଙ୍କାର ସମ୍ପତ୍ତି

ଟାଙ୍ଗୀ ୨୪।୧୧: ସପିଂ ମଲ୍‌ରେ ଅଗ୍ନିକାଣ୍ଡ । ଜଳିଗଲା ଲକ୍ଷାଧିକ ଟଙ୍କାର ସମ୍ପତ୍ତି । ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ମାର୍କେଟ୍ ସ୍ଥିତ ସପିଂ ମଲ୍ ର ଗୋଦାମ ଘରେ ନିଆଁ ଲାଗିଛି । ସୂଚନାଯୋଗ୍ୟ ଯେ, ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ମାର୍କେଟରେ ଥିବା ଏକ ସପିଂ ମଲ୍ ର ଗୋଦାମ ଘରେ ଅଗ୍ନିକାଣ୍ଡ ହୋଇଛି । ବିଦ୍ୟୁତ ସଟ୍ ସର୍କିଟ୍ ଯୋଗୁଁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି । ଖବର ପାଇ ବାଲୁଗାଁ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।

ଦେଶରେ ଗତ ୨୪ଘଣ୍ଟାରେ ୩୭୯୭୫ କୋଭିଡ଼ ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ ୨୪।୧୧: କରୋନା ଭାଇରସର ଦୈନିକ ସଂକ୍ରମଣରେ ବଡ଼ ଧରଣର ହ୍ରାସ ପାଇଛି । ଗତ ୨୪ଘଣ୍ଟାରେ ୩୭,୯୭୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମଙ୍ଗଳବାର ଦିନ ଦେଶରେ ୪୪,୦୫୯ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ । ସେହିପରି ଦେଶରେ ଦେଶରେ ବର୍ତ୍ତମାନ ପର୍ଯ୍ୟନ୍ତ ୮୬ଲକ୍ଷରୁ ଅଧିକ ଲୋକ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ଗତ ୨୪ଘଣ୍ଟାରେ ଦେଶରେ ୩୭,୯୭୫  କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪୮୦ଜଣଙ୍କ ମୃତ୍ୟୁ ହୋଇଛି । ଦେଶର ବର୍ତ୍ତମାନ ପର୍ଯ୍ୟନ୍ତ ୯୧,୭୭,୮୪୧ ଜଣ କରୋନାରେ ଆକ୍ରାନ୍ତ ହୋଇସାରିଛନ୍ତି । ସେହିପରି ଦେଶରେ ବର୍ତ୍ତମାନ ପର୍ଯ୍ୟନ୍ତ ୮୬,୦୪,୯୫୫ଜଣ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଗତ ୨୪ଘଣ୍ଟା ମଧ୍ୟରେ ଦେଶରେ ୪୨,୩୧୪ ଜଣ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି…

SCBରେ ଓପନ୍ ହାର୍ଟ ସର୍ଜରୀ ବନ୍ଦ

କଟକ ୨୪।୧୧: କଟକ ବଡ଼ ଡାକ୍ତରଖାନାରେ ଓପନ୍ ହାର୍ଟ ସର୍ଜରୀକୁ ବନ୍ଦ କରାଯାଇଛି । କାର୍ଡିଓଥୋରାସିସ ବିଭାଗର ଅକ୍ସିଜେନ ପାଇପ୍‌ରେ ଲିକ୍ ଯୋଗୁଁ ଏହି ସର୍ଜରୀକୁ ବନ୍ଦ କରାଯାଇଛି । ସ୍ଥିତି ସ୍ବାଭାବିକ ହେବା ପର୍ଯ୍ୟନ୍ତ ଓପନ୍ ହାର୍ଟ ସର୍ଜରୀକୁ ବନ୍ଦ ରଖାଯିବ ବୋଲି ଡାକ୍ତରଖାନା ପକ୍ଷରୁ ସୂଚନା ମିଳିଛି । ସୂଚନାଯୋଗ୍ୟ ଯେ, ଗତ ୨୨ ତାରିଖ ବିଳମ୍ବିତ ରାତିରେ କାର୍ଡିଓଥୋରାସିସ ବିଭାଗ ଆଇସିୟୁରେ ଅକ୍ସିଜେନ ପାଇପ ଫାଟିଯିବା ଅସ୍ତ୍ରୋପଚାରକୁ ବନ୍ଦ ରଖାଯାଇଛି । ଗୁରୁତର ରୋଗୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି । ଏହି ଘଟଣା ପରେ ଅକ୍ସିଜେନ ପ୍ଲାଣ୍ଟକୁ ବନ୍ଦ କରାଯିବା ସହ ସ୍ଥିତି ସ୍ବାଭାବିକ ନ ହେବା ଯାଏଁ ଓପନ ହାର୍ଟ ସର୍ଜରୀକୁ ବନ୍ଦ ରଖାଯିବ ବୋଲି କୁହାଯାଇଛି ।

ଫିଲ୍ମ ‘୮୩’ର ନାଁ ଶୁଣି ଡରିଯାଇଥିଲେ କପିଲ୍ ଦେବ

ନୂଆଦିଲ୍ଲୀ,୨୧/୧୧ : ୧୯୮୩ ବିଶ୍ୱ ବିଜୟୀ ଭାରତୀୟ ଦଳର ପୂର୍ବତନ ଅଧିନାୟକ କପିଲ ଦେବ ‘୮୩’ ଫିଲ୍ମ ତିଆରି ପାଇଁ ପ୍ରଥମେ ରାଜି ନଥିଲେ । ଭାରତୀୟ ଦଳକୁ ପ୍ରଥମ ବିଶ୍ୱକପ୍ ବିଜୟ ଦେଇଥିବା କପିଲ ଦେବ ନିଜର ଏକ ଅନୁଭବ କହିଛନ୍ତି । ‘ନୋ ଫିଲଟର୍ ନେହା’ ସୋରେ କପିଲ ଅତିଥି ହୋଇ ଆସିଥିବା ବେଳେ ଅନେକ କଥା କହିଛନ୍ତି । ଚଳଚ୍ଚିତ୍ର ‘୮୩’ରେ କପିଲ ଦେବଙ୍କ ଭୂମିକାରେ ଅଭିନୟ କରୁଛନ୍ତି ରଣବୀର ସିଂ । ରୋମିର ଭୂମିକାରେ ଅଛନ୍ତି ଦୀପିକା ପାଦ୍ୟୁକୋନ୍ । କପିଲ କହିଛନ୍ତି ଯେ, ଯେତେବେଳେ ସେ ରଣବୀର ଓ ଦୀପିକା ବଡ ପରଦାରେ ତାଙ୍କ ଆତ୍ମଜୀବନିରେ ନଜର ଆସିବେ ବୋଲି ଜାଣିବାକୁ ପାଇଥିଲେ କିଛି ମାତ୍ରାରେ ଡରି ଯାଇଥିଲେ । କପିଲ କହିଛନ୍ତି ଯେ, ତାଙ୍କୁ ଡର ଲାଗିଥିଲା ।…

ଡୋନାଲ୍ଡ ଟ୍ରମ୍ପଙ୍କ ବଡ଼ ପୁଅଙ୍କୁ କରୋନା

ଓ୍ବାଶିଂଟନ୍ ୨୧/୧୧: ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବଡ଼ ପୁଅ ଡୋନାଲ୍ଡ ଟ୍ରମ୍ପ୍ ଜୁନିୟର,କରୋନା ଭାଇସରେ ସଂକ୍ରମିତ ହୋଇଛନ୍ତି। ବର୍ତ୍ତମାନ ସେ କ୍ବାରେଣ୍ଟାଇନରେ ଅଛନ୍ତି। ତାଙ୍କର ଏହି ସପ୍ତାହରେ କରୋନା ଟେଷ୍ଟ୍ କରାଯାଇଥିଲା। ତାଙ୍କଠାରେ କୌଣସି ଲକ୍ଷଣ ନଥିଲା। ସେ ଶୁକ୍ରବାରଠୁ କ୍ବାରେଣ୍ଟାଇନରେ ଅଛନ୍ତି। ଟ୍ରମ୍ପ୍ ଜୁନିୟର ଡାକ୍ତରଙ୍କ ପରାମର୍ଶ ଅନୁସାରେ ସମସ୍ତ ନିୟମଗୁଡ଼ିକ ପାଳନ କରିଛନ୍ତି।କରୋନା ଯୋଗୁଁ ଆମେରିକାରେ ୨୫୦,୦୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇସାରିଛି। ପାଖାପାଖି ୧୨ମିଲିୟନ୍ ଲୋକେ ସଂକ୍ରମିତ ହୋଇଛନ୍ତି।

ଦେଶରେ ପୁଣି ବଢୁଛି ସଂକ୍ରମଣ

ନୂଆଦିଲ୍ଲୀ ୨୧।୧୧: ଦେଶରେ କରୋନା ଭାଇରସର ଦୈନିକ ସଂକ୍ରମଣରେ ପୁଣି ବୃଦ୍ଧି ପାଉଥିବାର ଦେଖିବାକୁ ମିଳିଛି । ଗତ ୨୪ଘଣ୍ଟାରେ ୪୬,୨୩୨ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯାହାକୁ ମିଶାଇ ଦେଶରେ ୯୦ଲକ୍ଷରୁ ଅଧିକ ଲୋକ କରୋନାରେ ସଂକ୍ରମିତ ହୋଇସାରିଛନ୍ତି । ସେପଟେ ଆଶ୍ୱସ୍ତିକର ଖବର ହେଉଛି ଯେ, ଦେଶରେ ଆକ୍ଟିଭ୍‌ କେସ୍‌ ସଂଖ୍ୟା ୫ଲକ୍ଷ ତଳେ ରହିଛି । ସେହିପରି ଦେଶରେ ସଂକ୍ରମଣମୁକ୍ତ ହୋଇଥିବା ଲୋକଙ୍କ ସଂଖ୍ୟା ୮୪ଲକ୍ଷରୁ ଅଧିକ ରହିଛି । କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ଗତ ୨୪ଘଣ୍ଟାରେ ଦେଶରେ କରୋନା ଭାଇରସରେ ୪୬,୨୩୨ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୫୬୪ଜଣଙ୍କ ମୃତ୍ୟୁ ହୋଇଯାଇଛି । ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ ୯୦,୫୦,୫୯୮ଜଣ କରୋନା ସଂକ୍ରମିତ ହୋଇସାରିଲେଣି । ଦେଶରେ କରୋନା ଭାଇରସରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୮୪,୭୮,୧୨୪ରେ ପହଞ୍ଚିଛି । ଗତ…

ସୁଶାନ୍ତ ସିଂହ ରାଜପୁତଙ୍କୁ ଦିଆଯାଇଥିଲା ୧୭କୋଟି ଟଙ୍କା

ମୁମ୍ବାଇ ୨୧/୧୧: ସୁଶାନ୍ତ ସିଂହ ରାଜପୁତ ମାମଲାରେ ପୁଣି ଥରେ ପ୍ରବର୍ତ୍ତନ ନିର୍ଦେଶାଳୟ(ଇଡି)ତଦନ୍ତ ଜୋରସୋରରେ ଚାଲିଛି। ଏହି ମାମଲାରେ ସୁଶାନ୍ତଙ୍କୁ ଦିଆଯାଇଥିବା କୋଟି କୋଟି ଟଙ୍କାର ପେ​‌ମେଣ୍ଟକୁ ନେଇ ଏକ ​‌ତଥ୍ୟ ଇଡି ହାତରେ ଲାଗିଛି। ସୂଚନା ଅନୁଯାୟୀ ସୁଶାନ୍ତଙ୍କୁ ତାଙ୍କର ଏକ ଫିଲ୍ମ ପାଇଁ ସନ୍ଦିଗ୍ଧ ପେମେଣ୍ଟ କରାଯାଇଥିଲା। ଏହି ରକମ ୧୭କୋଟି ଟଙ୍କା ବୋଲି କୁହାଯାଉଛି। ଏହି ପେମେଣ୍ଟକୁ ନେଇ ତଦନ୍ତ ଚାଲିଛି। ୧୭କୋଟି ଟଙ୍କାର ଏହି ପେମେଣ୍ଟ ୨୦୧୭ମସିହାରେ ସୁଶାନ୍ତଙ୍କ ଫିଲ୍ମ ରାବତା ପାଇଁ କରାଯାଇଥିଲା। ଇଡି ଫିଲ୍ମର ପ୍ରଡ୍ୟୁସର ଦିନେଶ ବିଜାନଙ୍କୁ ଗତ ମାସରେ ଏବିଷୟରେ ପଚରାଉଚୁରା କରି ସାରିଛି। ଦିନେଶଙ୍କୁ ପେମେଣ୍ଟ ସମ୍ବନ୍ଧୀୟ କିଛି କାଗଜପତ୍ର ଜମା କରିବାକୁ କୁହାଯାଇଥିଲା। ସେ ହଙ୍ଗେରୀରେ ସୁଟ୍ ହୋଇଥିବା ଫିଲ୍ମର ଓଭରସିଜ ସୁଟ୍ ବଜେଟର ଡିଟେଲ୍ ଜମା କରି ପାରିନଥିଲେ। ଓଭରସିଜ ସୁଟିଂ…

ରାଜ୍ୟରେ ଚିହ୍ନଟ ହେଲେ ୭୫୭ କରୋନା ସଂକ୍ରମିତ

ଭୁବନେଶ୍ବର ୨୦।୧୧: ରାଜ୍ୟରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି । ପ୍ରତିଦିନ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା କମୁଛି । ଗତ ୨୪ ଘଣ୍ଟା ମଧ୍ୟରେ ୭୫୭ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୧୨୫୪୫ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୪୩୬ଜଣ କ୍ବାରେଣ୍ଟାଇନ୍‌ରେ ରହିଥିବା ବେଳେ ୩୨୧ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି । ତେବେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲାରୁ ୭୫ଜଣ, ବାଲେଶ୍ୱର ଜିଲ୍ଲାରୁ ୩୪ଜଣ, ବରଗଡ଼ ଜିଲ୍ଲାରୁ ୧୨ଜଣ, ଭଦ୍ରକ ଜିଲ୍ଲାରୁ ୧୯ଜଣ, ବଲାଙ୍ଗୀର ଜିଲ୍ଲାରୁ ୩୫ଜଣ, କଟକ ଜିଲ୍ଲାରୁ ୬୭ଜଣ, ଦୋଗଡ଼ ଜିଲ୍ଲାରୁ ଜଣେ, ଢେଙ୍କାନାଳ ଜିଲ୍ଲାରୁ ୯ଜଣ, ଗଜପତି…