ଦେଶରେ ଗତ ୨୪ଘଣ୍ଟାରେ ୧୩,୮୨୩ କୋଭିଡ଼ ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ ୨୦।୦୧:  ଦେଶରେ କରୋନା ସଂକ୍ରମଣ ସଂଖ୍ୟା ହ୍ରାସ-ବୃଦ୍ଧି ପାଇବାରେ ଲାଗିଛି । ଗତ ୨୪ଘଣ୍ଟା ମଧ୍ୟରେ ଦେଶରେ ୧୩,୮୨୩ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୧୬୨ଜଣଙ୍କ ମୃତ୍ୟୁ ହୋଇଛି । ଦେଶରେ ଲଗାତର ଭାବେ ସୁସ୍ଥ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଅନ୍ୟପଟେ ଦେଶରେ କରୋନା ଆକ୍ଟିଭ୍‌ କେସ୍‌ ୨ଲକ୍ଷ ତଳକୁ ଆସିଛି । କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ଦେଶରେ ଗତ ୨୪ ୧୩,୮୨୩ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।  ଯାହାକୁ ମିଶାଇ ଦେଶରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧,୦୫,୯୫,୬୬୦ରେ ପହଞ୍ଚିଛି । ସେହିପରି ଗତ  ୨୪ଘଣ୍ଟାରେ ୧୬୨ଜଣଙ୍କ ମୃତ୍ୟୁ ହୋଇଛି । ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ ମୃତ୍ୟୁ ସଂଖ୍ୟା ୧,୫୨,୭୧୮ରେ ପହଞ୍ଚିଛି । ସେହିପରି ଦେଶରେ କରୋନାରୁ ସୁସ୍ଥ ହେଉଥିବା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି…

ମହଙ୍ଗା ଭତ୍ତା ବୃଦ୍ଧି କରିବେ ସରକାର

ନୂଆଦିଲ୍ଲୀ ୨୦।୧: କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ ଖୁସି ଖବର ଦେବାକୁ ଯାଉଛନ୍ତି କେନ୍ଦ୍ର ସରକାର । ଦରବୃଦ୍ଧିକୁ ଦେଖି ସରକାର ଖୁବ୍ ଶୀଘ୍ର ମହଙ୍ଗା ଭତ୍ତା ବୃଦ୍ଧି କରିବାକୁ ଯାଉଛନ୍ତି । ମହଙ୍ଗା ଭତ୍ତା ୪ ପ୍ରତିଶତ ବଢାଇବାକୁ ସରକାର ଯୋଜନା କରୁଥିବା କୁହାଯାଉଛି । ସରକାର ଏଭଳି ନିଷ୍ପତ୍ତି ନେଲେ ୫୦ ଲକ୍ଷ କର୍ମଚାରୀ ଏବଂ ୬୧ ଲକ୍ଷ ପେନସନଭୋଗୀ ଉପକୃତ ହେବେ । କରୋନା ଭାଇରସ୍ ସଂକ୍ରମଣ ଯୋଗୁଁ ଆର୍ଥିକ ମାନ୍ଦାବସ୍ଥାକୁ ଦେଖି ଅପ୍ରେଲ ୨୦୨୦ରୁ ମହଙ୍ଗା ଭତ୍ତା ବୃଦ୍ଧି କରିବା ଉପରେ ରୋକ୍ ଲଗାଇଥିଲେ ସରକାର । ମାତ୍ର ଏବେ ଅନେକ ରିପୋର୍ଟରେ ଏହା କୁହାଯାଉଛି ଯେ, ସରକାର ମହଙ୍ଗା ଭତ୍ତା ବଢାଇପାରନ୍ତି । କିନ୍ତୁ କେନ୍ଦ୍ର ସରକାରଙ୍କ ତରଫରୁ ଏହାକୁ ନେଇ ଔପଚାରିକ ଭାବେ କିଛି ଘୋଷଣା କରାଯାଇନାହିଁ । ବର୍ତ୍ତମାନ କେନ୍ଦ୍ର…

ଧାରଣାରେ ବସିଲେ ଜୟପୁର ବିଧାୟକ

ଜୟପୁର ୨୦।୦୧: ଧାରଣାରେ ତାରା ବାହିନୀପତି । ଚାଷୀଙ୍କ ସମସ୍ୟା ନେଇ ଅନେକ ଚାଷୀଙ୍କ ସହ ଧାରଣାରେ ବସିଛନ୍ତି କଂଗ୍ରେସ ବିଧାୟକ ତାରା ବାହିନୀପତି । ରାସ୍ତା ବ୍ଲକ କାରଣରୁ ଗାଡି ଚଳାଚଳ ବନ୍ଦ ରହିଛି। ଖବର ଅନୁଯାୟୀ, ଜାନୁୟାରୀ ୧୫ ତାରିଖରୁ ଜୟପୁର ଉପଖଣ୍ଡର ଅନେକ ମଣ୍ଡିରେ ହଜାର ହଜାର କ୍ବିଣ୍ଟାଲ ଧାନ ଖୋଲା ଆକାଶ ତଳେ ପଡିରହିଛି। ସପ୍ତାହେ ହେବ ଶୀତ କାକରରେ ଧାନକୁ ଜଗି ବସିଛନ୍ତି ଚାଷୀ। ହେଲେ ଖୋଲୁନି ମଣ୍ଡି କି ଉଠୁନି ଧାନ, ଯାହାକୁ ନେଇ ଚିନ୍ତାରେ ଶହ ଶହ ଚାଷୀ। ଚାଷୀଙ୍କ କଷ୍ଟ ଉପାର୍ଜିତ ଧାନ ବିକ୍ରୟ ପାଇଁ ପ୍ରଶାସନ ଉପରେ ଚାପ ପ୍ରୟୋଗ ଲାଗି ଆଗକୁ ଆସିଛି କଂଗ୍ରେସ। ଆଜି ୧୧ଟାରୁ ବୋରିଗୁମ୍ମାର ଟ୍ରାଫିକ ଛକ ନିକଟରେ ରାସ୍ତା ଅବରୋଧ କରିଛି କଂଗ୍ରେସ। ଅପରାହ୍ନ ୨ଟା ପର୍ଯ୍ୟନ୍ତ…

ବିବାହିତା ହୋଇ ପର ପୁରୁଷ ସହ ଲିଭ୍‌ଇନ୍‌ରେ ରହିବା ଅପରାଧ

ପ୍ରୟାଗରାଜ ୨୦/୦୧ : ଇଲାହାବାଦ ହାଇକୋର୍ଟ ଲିଭଇନ ରିଲେସନସିପକୁ ନେଇ ରାୟ ଶୁଣାଇଛନ୍ତି। ହାଇକୋର୍ଟ କହିଛନ୍ତି ବିବାହିତ ହୋଇ ପର ପୁରୁଷ ସହ ସ୍ୱାମୀ-ସ୍ତ୍ରୀ ଭଳି ଲିଭଇନରେ ରହିବା ସମ୍ପର୍କ ନୁହେଁ, ଏହା ଅପରାଧ। ପର ପୁରୁଷ ସହ ଲିଭଇନରେ ରହିବା ଅରପଡ଼ା ଶ୍ରେଣୀଭୁକ୍ତ। ଜଷ୍ଟିସ୍ ଏସପି କେଶରୱାନି, ଡ.ୱାଇକେ ଶ୍ରୀବାସ୍ତବଙ୍କ ଖଣ୍ଡପୀଠ ହାଥରସ ଜିଲ୍ଲା ଶାସନୀ ଥାନା ଅଞ୍ଚଳରେ ରହୁଥିବା ଆଶା ଦେବୀ ଓ ଅରବିନ୍ଦଙ୍କ ଆବେଦନକୁ ଖାରଜ କରି ଏହିଭଳି ରାୟ ଦେଇଛନ୍ତି। ଆଶା ଦେବୀଙ୍କ ବିବାହ ମହେଶ ଚନ୍ଦ୍ରଙ୍କ ସହିତ ହୋଇଛି। ଦୁହିଁଙ୍କର ବିବାହ ବିଚ୍ଛେଦ ହୋଇନି। ଏବେ ବି ସେମାନେ ସ୍ୱାମୀ-ସ୍ତ୍ରୀ। କିନ୍ତୁ ଆଶା ଦେବୀ ନିଜ ସ୍ୱାମୀଙ୍କୁ ଛାଡି ଆଉ ଜଣେ ପୁରୁଷଙ୍କ ସହ ସ୍ୱାମୀ ସ୍ତ୍ରୀ ଭଳି ରୁହନ୍ତି। ଆବେଦନକାରୀ ଆଶା ଦେବୀ ମହେଶ ଚନ୍ଦ୍ରଙ୍କ ବିବାହିତା ସ୍ତ୍ରୀ।…

ଇଂଲଣ୍ଡ ପାଇଁ ଭାରତୀୟ ସ୍କ୍ଵାଡ୍‌କୁ ଫେରିଲେ କୋହଲି, ପାଣ୍ଡ୍ୟା ଓ ଇଶାନ୍ତ

ନୂଆଦିଲ୍ଲୀ ୧୯।୦୧: ଅଷ୍ଟ୍ରେଲିଆ ବିପକ୍ଷରେ ଐତିହାସିକ ଟେଷ୍ଟ ସିରିଜ୍ ବିଜୟ ପରେ ମଙ୍ଗଳବାର ଭାରତୀୟ ଦଳର ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍ ପାଇଁ ଦଳ ଘୋଷଣା ହୋଇଛି। ଚୟନକର୍ତ୍ତା ପ୍ରଥମ ଦୁଇଟି ଟେଷ୍ଟ ପାଇଁ ଦଳ ଘୋଷଣା କରିଛନ୍ତି। ବିରାଟ କୋହଲି ଅଧିନାୟକ ଦାୟିତ୍ଵକୁ ଫେରିଛନ୍ତି। ଦଳରେ ହାର୍ଦ୍ଦିକ ପାଣ୍ଡ୍ୟା ଓ ଇଶାନ୍ତ ଶର୍ମା ପ୍ରତ୍ୟାବର୍ତ୍ତନ କରିଛନ୍ତି। ହେଲେ ଆଘାତଜନିତ ସମସ୍ୟା ଦେଇ ଗତି କରୁଥିବା ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା , ହନୁମା ବିହାରୀ, ମହମ୍ମଦ ସାମି ଓ ଉମେଶ ଯାଦବଙ୍କୁ ଦଳରେ ରଖାଯାଇ ନାହିଁ। ଅଷ୍ଟ୍ରେଲିଆ ଗସ୍ତରେ ଜାଡେଜା, ବିହାରୀ ଓ ଉମେଶ ଆହତ ହୋଇଥିଲେ। ଯଶପ୍ରୀତ ବୁମରା ଓ ଅଶ୍ଵିନ ପ୍ରଥମ ଦୁଇଟି ଟେଷ୍ଟ ପାଇଁ ଚୟନ ହୋଇଛନ୍ତି। ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍‌ ପାଇଁ ଚୟନକର୍ତ୍ତା ୧୮ ଜଣିଆ ଦଳ ଘୋଷଣା କରିଛନ୍ତି।…

‘ଦିଲ୍ ଟୁଟା ଆଶିକ୍-ଚାଏ ଵାଲା’: ମନ ଭାଙ୍ଗିଲା ପରେ ଆସିଲା ଆଇଡ଼ିଆ

ଡେରାଡୁନ ୧୯/୦୧ : ସୋସିଆଲ ମିଡ଼ିଆରେ ଅନେକ କାହାଣୀ ଭାଇରାଲ ହୋଇଥାଏ। କିଛି କାହାଣୀ ଲୋକଙ୍କୁ ଉତ୍ସାହିତ କରିଥାଏ। ଏହିଭଳି ଏକ କାହାଣୀ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି। ଉତ୍ତରାଖଣ୍ଡ ଡେରାଡୁନର ୨୧ ବର୍ଷ ବୟସ୍କ ଏହି ଯୁବକଙ୍କ କାହାଣୀ ଲୋକଙ୍କ ହୃଦୟ ଜିତିଛି। କାହାଣୀ ଜଣେ ହୃଦୟ ଭାଙ୍ଗି ଯାଇଥିବା ପ୍ରେମିକଙ୍କର। ଲୋକେ ତାଙ୍କ ବ୍ୟବସାୟ ଆଇଡ଼ିଆକୁ ଖୁବ ପ୍ରଶଂସା କରୁଛନ୍ତି। ଯୁବକ ଜଣକ ହେଲେ ଦିବ୍ୟାଂଶୁ ବାତ୍ରା। ୨୧ ବର୍ଷୀୟ ଦିବ୍ୟାଂଶୁଙ୍କ ଘର ଡେରାଡୁନରେ।ଲକଡାଉନ ସମୟରେ ଦିବ୍ୟାଂଶୁଙ୍କର ବ୍ରେକଅପ ହୋଇଯାଇଥିଲା। ବ୍ରେକଅପ ଯୋଗୁଁ ସେ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଥିଲେ। ସବୁବେଳେ ଏକା ଏକା ରହୁଥିଲେ। ଏକା ବସି ସବୁବେଳେ ପୁରୁଣା କଥା ମନେ ପକାଉଥିଲେ। ପ୍ରେମିକାକୁ ମନେପକାଇ ଆହୁରି ଦୁଃଖିତ ହୋଇଯାଉଥିଲେ। ୬ ମାସ ଯାଏଁ ମାନସିକ ଅବସାଦରେ ରହିବା ପରେ ତାଙ୍କ…

ସିନେମାଘରେ ରିଲିଜ୍ ହେବ ଫିଲ୍ମ ‘ରାଧେ’

ନୂଆଦିଲ୍ଲୀ ୧୯।୦୧: ସଲମାନ ଖାନଙ୍କ ପ୍ରଶଂସକଙ୍କ ପାଇଁ ଗୁଡ୍ ନ୍ୟୁଜ୍। ଦବଙ୍ଗ ଖାନଙ୍କ ଅଭିନୀତ ବହୁ ପ୍ରତୀକ୍ଷିତ ଫିଲ୍ମ ରାଧେର ରିଲିଜ୍‌ ତାରିଖ ଘୋଷଣା ହୋଇଛି। ଫିଲ୍ମ ୨୦୨୧ ଇଦ୍‌ରେ ରିଲିଜ୍ ହେବ। ସବୁଠୁ ବଡ କଥା ଫିଲ୍ମ ଥିଏଟରରେ ରିଲିଜ୍ ହେବ। ସଲମାନ ବୟାନ ଜାରି କରି ମଙ୍ଗଳବାର ଏହି ବିଷୟରେ ସୂଚନା ଦେଇଛନ୍ତି। ସଲମାନ କହିଛନ୍ତି ଫିଲ୍ମକୁ ଥିଏଟରରେ ରିଲିଜ୍ କରାଯିବ। ଥିଏଟର ମାଲିକଙ୍କଠୁ ସମସ୍ତ ପ୍ରକାରର ପ୍ରତିଷେଧକମୂଳକ ବ୍ୟବସ୍ଥା ଆଶା କରୁଥିବା ସଲମାନ କହିଛନ୍ତି। ସଲମାନ ଖାନ ଲେଖିଛନ୍ତି ଯେ ସମସ୍ତ ଥିଏଟର ମାଲିକଙ୍କ ସହ ଆଲୋଚନା କରିବାକୁ କିଛିଟା ସମୟ ଲାଗିଗଲା। ଏହାକୁ ନେଇ ଏବେ ବଡ ନିର୍ଣ୍ଣୟ ହୋଇଛି। ମୁଁ ଥିଏଟର ମାଲିକ ଏବଂ ପରିଚାଳକଙ୍କ ଆର୍ଥିକ ସମସ୍ୟାକୁ ବୁଝି ପାରୁଛି।  ତେଣୁ ରାଧେକୁ ଥିଏଟରରେ ରିଲିଜ୍ କରାଯିବ। ଥିଏଟରରେ…

ହ୍ୱାଟ୍ସ ଆପ୍‌ର ନୂଆ ପଲିସିକୁ କେନ୍ଦ୍ରର ରୋକ୍‌ ଠୋକ୍‌

ନୂଆଦିଲ୍ଲୀ, ୧୯/୦୧: ହ୍ୱାଟ୍ସ ଆପ୍‌ର ନୂଆ ପଲିସିକୁ ବିରୋଧ କରି ଭାରତ ସରକାରଙ୍କର ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ହ୍ୱାଟ୍ସ ଆପ୍‌ର ସିଇଓଙ୍କୁ ଚିଠି ଲେଖିଛନ୍ତି । ଏଥିରେ ମନ୍ତ୍ରଣାଳୟ ଭାରତୀୟ ବ୍ୟବହାରକାରୀଙ୍କ ପାଇଁ ଦିଆଯାଉଥିବା ସେବାରେ ନୂଆ ସର୍ତ୍ତ ଏବଂ ପ୍ରାଇଭେସି ପଲିସିକୁ ଫୋରାଇ ନେବା ପାଇଁ ଅନୁରୋଧ କରିଛି। ଏଥିପାଇଁ ସରକାର ହ୍ୱାଟ୍ସ ଆପ୍‌ର ଗ୍ଲୋବାଲ ସିଇଓ ବିଲ୍ କୈଥର୍ଟଙ୍କୁ ପତ୍ର ଲେଖିଛନ୍ତି । ମନ୍ତ୍ରଣାଳୟ ବ୍ୟବହାରକାରୀଙ୍କ ସହ ଜଡ଼ିତ ସୁରକ୍ଷାର ପ୍ରଶ୍ନକୁ ନେଇ କହିଛନ୍ତି ଯେ, ଚାଟ୍‌ ତଥ୍ୟ ବ୍ୟବସାୟିକ ଆକାଉଣ୍ଟରେ ସେୟାର କରାଯିବା ଦ୍ୱାରା ଫେସବୁକ୍‌ ଅନ୍ୟ କମ୍ପାନୀଙ୍କୁ ବ୍ୟବହାରକାରୀଙ୍କ ସମ୍ୱନ୍ଧରେ ସୂଚନା ମିଳିଯିବ । ଯାହାଫଳରେ ସୁରକ୍ଷାରେ ପ୍ରଶ୍ନ ଉଠିବ। ମନ୍ତ୍ରଣାଳୟଙ୍କ ଅନୁସାରେ ହ୍ୱାଟ୍ସ ଆପ୍ ପୂର୍ବରୁ କହିଥିଲା ଯେ, ସେ ପ୍ରଦାନ କରୁଥିବା ସର୍ତ୍ତକୁ ବ୍ୟବହାରକାରୀ…

ବର୍ଜ୍ୟରୁ ପ୍ରସ୍ତୁତ ହେବ ଇନ୍ଧନ: ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ବର୧୯/୧: ଉର୍ଜ।କୁ ଆତ୍ମନିର୍ଭର କରିବା ଓ ସ୍ବଚ୍ଛ ଭାରତ ମିଶନ ଦିଗରେ ଯୁଗାନ୍ତକାରୀ ପଦକ୍ଷେପ ମଙ୍ଗଳବାର କେନ୍ଦ୍ରମନ୍ତ୍ରୀ ଧର୍ମନ୍ଦ୍ରେ ପ୍ରଧାନଙ୍କ ଉପସ୍ଥିତିରେ ବର୍ଜ୍ୟବସ୍ତରୁ ଉର୍ଜ। ଉତ୍ପାଦନ କରିବା ପାଇଁ ଇଣ୍ଡିଆନ ଅଏଲ କର୍ପୋରେସନ(ଆଇଓସିଏଲ) ଏବଂ ଉତ୍ତର ଦିଲ୍ଲୀ ମହାନଗର ନିଗମ (ଏନଡ଼ିଏମସି) ମଧ୍ୟରେ ବୁଝାମଣା ପତ୍ର(ଏମଓୟୁ) ସ୍ବାକ୍ଷରିତ ହୋଇଯାଇଛି। ଏହି ଅବସରରେ ଶ୍ରୀ ପ୍ରଧାନ ଇଣ୍ଡିଆନ ଅଏଲ ଏବଂ ଏନଡ଼ିଏମସିକୁ ପ୍ରସ୍ତାବିତ ପ୍ରକଳ୍ପ ପାଇଁ ଶୁଭେଚ୍ଛା ଜଣାଇବା ସହ କହିଛନ୍ତି ଯେ ଏହି ପଦକ୍ଷେପ ଅନ୍ତର୍ଗତ ଉତ୍ତର ଦିଲ୍ଲୀ ମହାନଗର ନିଗମର ରାଣିଖେରାରେ ଏକ ପ୍ଲାଂଟ୍ ପ୍ରତିଷ୍ଠା କରାଯିବ। ଏହି ପ୍ଲାଂଟରେ ଉତ୍ତର ଦିଲ୍ଲୀର ସମସ୍ତ ବର୍ଜ୍ୟବସ୍ତୁ ବା କଠିନ ଅଳିଆ ଆବର୍ଜନାକୁ ଏକାଠି କରାଯାଇ ଏଥିରୁ ଇଣ୍ଡିଆନ ଅଏଲ ସହଯୋଗରେ ଇର୍ଜ। ଉତ୍ପାଦନ କରାଯିବ। ଜୈବିକ ବର୍ଜ୍ୟରୁ ସିବିଜି ଉତ୍ପାଦନ କରାଯିବା ସହ ପ୍ଲାଷ୍ଟିକର ପୁନଃବ୍ୟବହାର କରାଯାଇ…

ପିଲା ଚୋରି ରାକେଟ୍‌ର ପର୍ଦ୍ଦାଫାସ କଲା କ୍ରାଇମବ୍ରାଞ୍ଚ

ମୁମ୍ବାଇ ୧୮/୦୧ : ନବଜାତକ ଶିଶୁମାନଙ୍କୁ ବିକ୍ରି କରୁଥିବା ଏକ ବଡଧରଣର ଗ୍ୟାଙ୍ଗ୍‌ର ପର୍ଦ୍ଦାଫାସ କରିଛି ମୁମ୍ବାଇ କ୍ରାଇମବ୍ରାଞ୍ଚ । ଏହି ପିଲା ଚୋରୀ ଗ୍ୟାଙ୍ଗ୍‌ର ମୋଟ ୯ ଜଣଙ୍କୁ ଗିରଫ କରାଯାଇଛି ଯେଉଁଥିରେ ୭ ଜଣ ମହିଳା ଏବଂ ୨ ଜଣ ପୁରୁଷ ଅଛନ୍ତି । ସମସ୍ତଙ୍କୁ ଜାନୁୟାରୀ ୨୧ ଯାଏଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ସୂଚନା ଅନୁସା​‌ରେ ଅଭିଯୁକ୍ତମାନେ, ନବଜାତକ ଶିଶୁକନ୍ୟାଙ୍କୁ ୬୦ ହାଜର ଏବଂ ଶିଶୁପୁତ୍ରମାନଙ୍କୁ ୧.୫୦ ଲକ୍ଷ ଟଙ୍କାରେ ବିକ୍ରି କରୁଥିଳେ । ଅଭିଯୁକ୍ତମାନଙ୍କ ସହ ଜଣେ ଡାକ୍ତରଙ୍କୁ ମଧ୍ୟ ଗିରଫ କରାଯାଇଛି । ଯାଞ୍ଚବେଳେ ତଦନ୍ତକାରୀ ଟିମ ଜାଣିବାକୁ ପାଇଛି ଯେ, ଅଭିଯୁକ୍ତମାନେ ଗତ ୬ ମାସ ମଧ୍ୟରେ ୪ ନବଜାତକ ଶିଶୁଙ୍କୁ ବିକ୍ରି କରିଛନ୍ତି । ଘଟଣା ବିଷୟରେ ସେତେବେଳେ ଜଣାପଡିଥିଲା ଯେତେବେଳେ ଜଣେ ମହିଳା…