ପରିଚୟ ବଦଳାଇ ମହିଳାଙ୍କୁ ବାରମ୍ବାର କରୁଥିଲା ଦୁଷ୍କର୍ମ

ଅହମ୍ମଦାବାଦ ୨।୨: ଗୁଜରାଟ ଅହମ୍ମଦାବାଦରେ ୩୧ ବର୍ଷ ବୟସ୍କା ମହିଳାଙ୍କୁ ଅନେକ ଥର ଦୁଷ୍କର୍ମ କରିବା ଅଭିଯୋଗରେ ଜଣେ ଯୁବକକୁ ଗିରଫ କରିଛି ପୋଲିସ । ଅଭିଯୁକ୍ତ ପରିଚୟ ବଦଳାଇ ମହିଳାଙ୍କ ସହ ପ୍ରଥମେ ବନ୍ଧୁତା ସ୍ଥାପନା କରିଥିଲା । ପରେ ତାଙ୍କ ସହ ଶାରିରୀକ ସଂପର୍କ ରଖିଥିଲେ । ଏହି ସମୟରେ ଅଭିଯୁକ୍ତ ମହିଳାଙ୍କର ଅଶ୍ଳୀଳ ଭିଡିଓ ମଧ୍ୟ ଉତ୍ତୋଳନ କରିଥିଲେ । ମହିଳାଙ୍କ ଅଭିଯୋଗ ଆଧାରରେ ପୋଲିସ ସଂପୃକ୍ତ ଯୁବକଙ୍କୁ ଗିରଫ କରିଛି । ପୀଡିତା ମହିଳାଙ୍କ ଅଭିଯୋଗ ଅନୁସାରେ ଯୁବକ ଜଣଙ୍କ ଜଣେ ଇଲେକ୍ଟ୍ରିସିଆନ । ଯିଏକି ମହିଳାଙ୍କ ଘରେ କାମ କରିବାକୁ ଆସିଥିଲା । ସେହିଠାରୁ ଉଭୟଙ୍କୁ ମଧ୍ୟରେ ବନ୍ଧୁତା ସ୍ଥାପନ ହୋଇଥିଲା । ଯୁବକ ଜଣଙ୍କ ତାଙ୍କ ନାଁ ପିଣ୍ଟୁ ବୋଲି କହିଥିଲେ । କିଛି ଦିନ କଥା ହେଲା ପରେ…

ବିବାହିତା ହୋଇ ପର ପୁରୁଷ ସହ ଲିଭ୍‌ଇନ୍‌ରେ ରହିବା ଅପରାଧ

ପ୍ରୟାଗରାଜ ୨୦/୦୧ : ଇଲାହାବାଦ ହାଇକୋର୍ଟ ଲିଭଇନ ରିଲେସନସିପକୁ ନେଇ ରାୟ ଶୁଣାଇଛନ୍ତି। ହାଇକୋର୍ଟ କହିଛନ୍ତି ବିବାହିତ ହୋଇ ପର ପୁରୁଷ ସହ ସ୍ୱାମୀ-ସ୍ତ୍ରୀ ଭଳି ଲିଭଇନରେ ରହିବା ସମ୍ପର୍କ ନୁହେଁ, ଏହା ଅପରାଧ। ପର ପୁରୁଷ ସହ ଲିଭଇନରେ ରହିବା ଅରପଡ଼ା ଶ୍ରେଣୀଭୁକ୍ତ। ଜଷ୍ଟିସ୍ ଏସପି କେଶରୱାନି, ଡ.ୱାଇକେ ଶ୍ରୀବାସ୍ତବଙ୍କ ଖଣ୍ଡପୀଠ ହାଥରସ ଜିଲ୍ଲା ଶାସନୀ ଥାନା ଅଞ୍ଚଳରେ ରହୁଥିବା ଆଶା ଦେବୀ ଓ ଅରବିନ୍ଦଙ୍କ ଆବେଦନକୁ ଖାରଜ କରି ଏହିଭଳି ରାୟ ଦେଇଛନ୍ତି। ଆଶା ଦେବୀଙ୍କ ବିବାହ ମହେଶ ଚନ୍ଦ୍ରଙ୍କ ସହିତ ହୋଇଛି। ଦୁହିଁଙ୍କର ବିବାହ ବିଚ୍ଛେଦ ହୋଇନି। ଏବେ ବି ସେମାନେ ସ୍ୱାମୀ-ସ୍ତ୍ରୀ। କିନ୍ତୁ ଆଶା ଦେବୀ ନିଜ ସ୍ୱାମୀଙ୍କୁ ଛାଡି ଆଉ ଜଣେ ପୁରୁଷଙ୍କ ସହ ସ୍ୱାମୀ ସ୍ତ୍ରୀ ଭଳି ରୁହନ୍ତି। ଆବେଦନକାରୀ ଆଶା ଦେବୀ ମହେଶ ଚନ୍ଦ୍ରଙ୍କ ବିବାହିତା ସ୍ତ୍ରୀ।…

ପିଲା ଚୋରି ରାକେଟ୍‌ର ପର୍ଦ୍ଦାଫାସ କଲା କ୍ରାଇମବ୍ରାଞ୍ଚ

ମୁମ୍ବାଇ ୧୮/୦୧ : ନବଜାତକ ଶିଶୁମାନଙ୍କୁ ବିକ୍ରି କରୁଥିବା ଏକ ବଡଧରଣର ଗ୍ୟାଙ୍ଗ୍‌ର ପର୍ଦ୍ଦାଫାସ କରିଛି ମୁମ୍ବାଇ କ୍ରାଇମବ୍ରାଞ୍ଚ । ଏହି ପିଲା ଚୋରୀ ଗ୍ୟାଙ୍ଗ୍‌ର ମୋଟ ୯ ଜଣଙ୍କୁ ଗିରଫ କରାଯାଇଛି ଯେଉଁଥିରେ ୭ ଜଣ ମହିଳା ଏବଂ ୨ ଜଣ ପୁରୁଷ ଅଛନ୍ତି । ସମସ୍ତଙ୍କୁ ଜାନୁୟାରୀ ୨୧ ଯାଏଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ସୂଚନା ଅନୁସା​‌ରେ ଅଭିଯୁକ୍ତମାନେ, ନବଜାତକ ଶିଶୁକନ୍ୟାଙ୍କୁ ୬୦ ହାଜର ଏବଂ ଶିଶୁପୁତ୍ରମାନଙ୍କୁ ୧.୫୦ ଲକ୍ଷ ଟଙ୍କାରେ ବିକ୍ରି କରୁଥିଳେ । ଅଭିଯୁକ୍ତମାନଙ୍କ ସହ ଜଣେ ଡାକ୍ତରଙ୍କୁ ମଧ୍ୟ ଗିରଫ କରାଯାଇଛି । ଯାଞ୍ଚବେଳେ ତଦନ୍ତକାରୀ ଟିମ ଜାଣିବାକୁ ପାଇଛି ଯେ, ଅଭିଯୁକ୍ତମାନେ ଗତ ୬ ମାସ ମଧ୍ୟରେ ୪ ନବଜାତକ ଶିଶୁଙ୍କୁ ବିକ୍ରି କରିଛନ୍ତି । ଘଟଣା ବିଷୟରେ ସେତେବେଳେ ଜଣାପଡିଥିଲା ଯେତେବେଳେ ଜଣେ ମହିଳା…

ରାଜଧାନୀରେ ବଢିଛି ନକଲି ହେଲମେଟ୍ ବିକ୍ରି

ଭୁବନେଶ୍ବର,୧୧/ ୦୧:  ସଡ଼କ ଦୁର୍ଘଟଣାରେ ମୃତାହତ ସଂଖ୍ୟା କମାଇବାକୁ ଟ୍ରାଫିକ୍‌ ନିୟମକୁ କଡ଼ାକଡ଼ କରିଛନ୍ତି ସରକାର। ବାଇକ୍‌ ପଛରେ ବସି ଯାଉଥିବା ଆରୋହୀଙ୍କ ପାଇଁ ମଧ୍ୟ ହେଲମେଟ୍  ବାଧ୍ୟତାମୂଳକ କରାଯାଇଛି। ଅମାନିଆଙ୍କଠାରୁ କରିମାନା ବି ଆଦାୟ କରାଯାଉଛି। କିନ୍ତୁ ପୋଲିସର ଏପରି ତଣ୍ଡରୁ ବର୍ତ୍ତିବା ପାଇଁ ଲୋକେ କାମଚଳା ଉପାୟ ବାଛିଛନ୍ତି। ରାସ୍ତାକଡ଼ରେ ମିଳୁଥିବା ଶସ୍ତା ଓ ନକଲି ହେଲ୍‌ମେଟ୍‌ ପିନ୍ଧୁଛନ୍ତି। ଦୁର୍ଘଟଣା ବେଳେ ବିପଦକୁ ଆମନ୍ତ୍ରଣ କରୁଛନ୍ତି। ରାଜଧାନୀର ରାଜରାସ୍ତା ହେଉ କି ୧୬ ନମ୍ବର ଜାତୀୟ ରାଜପଥ। ସବୁଠି ରାସ୍ତାକଡ଼ରେ ଖେଳି ଯାଇଛି ନକଲି ହେଲ୍‌ମେଟ୍‌ର ପସରା। କିଛି ବେପାରୀ ଠେଲା ଦୋକାନ ଖଣ୍ଡେ ପକାଇ ସେଠି ବେନାମୀ ବ୍ରାଣ୍ଡ ହେଲମେଟ୍‌ ବିକୁଛନ୍ତି। ଏଥିରେ ଇଣ୍ଡିଆନ୍‌ ଷ୍ଟାଣ୍ଡାର୍ଡ ଇନ୍‌ଷ୍ଟିଚ୍ୟୁସନ୍‌ର ନକଲି ଜରି ଷ୍ଟିକର ଛପାଯାଇଛି। ଏସବୁ ହେଲ୍‌ମେଟ୍‌ ମାତ୍ର ୨୫୦ ଟଙ୍କାରେ ମିଳୁଛି। ଆଉ କିଛି ବ୍ରାଣ୍ଡେଡ୍‌…

ପରିବା ବୋଝେଇ ଭ୍ୟାନ୍‌ରେ ଗଞ୍ଜେଇ ଚାଲାଣ

ରାୟଗଡା ୯।୧: ବାଲେଶ୍ବର ଚାଲାଣ ବେଳେ ଗଞ୍ଜେଇ ଜବତ ହୋଇଛି । ରାୟଗଡା ଟାଉନ ଥାନା ପୋଲିସ ଦ୍ବାରା ଏହି ଗଞ୍ଜେଇ ଜବତ ହୋଇଛି । ଏକ ପରିବା ବୋଝେଇ ଭ୍ୟାନରେ ଚାଲାଣ ବେଳେ ୨୭୧ କେଜି ଗଞ୍ଜେଇ ପୋଲିସ ଜବତ କରିଛି । ଏହି ଘଟଣାରେ ଭ୍ୟାନ୍ ଡ୍ରାଇଭର ଅମରେନ୍ଦ୍ର ଦାଶକୁ ଗିରଫ କରାଯାଇଛି । ଗିରଫ ଅମରେନ୍ଦ୍ରର ଘର ବାଲେଶ୍ବର ସହରରେ ବୋଲି ଜଣାପଡିଛି । ସୂଚନାଯୋଗ୍ୟ ଯେ, ଶୁକ୍ରବାର ବିଳମ୍ବିତ ରାତିରେ ଏକ ପରିବା ବୋଝେଇ ଭ୍ୟାନରେ ପ୍ରାୟ ୧୦ ବସ୍ତା ଗଞ୍ଜେଇ ପ୍ୟାକିଂ କରି ଚାଲାଣ ହେଉଥିଲା । ଏହି ସମୟରେ ପୋଲିସ ପେଟ୍ରୋଲିଂ ଟିମ୍ ସହରର ସିରିଗୁଡା ଠାରେ ଭ୍ୟାନ୍ ଅଟକାଇ ଯାଞ୍ଚ କରିଥିଲେ । ଯାଞ୍ଚ ସମୟରେ ଗଞ୍ଜେଇ ରହିଥିବା ଜଣାପଡିଥିଲା । ତୁରନ୍ତ ଉକ୍ତ ଭ୍ୟାନ ଜବତ କରି…

ଲକଡାଉନ୍ ନିୟମ ଭାଙ୍ଗି ଫସିଲେ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା

ନୂଆଦିଲ୍ଲୀ ୦୮/୦୧ : ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା କୋଭିଡ୍-୧୯ ନିୟମ ଭାଙ୍ଗି ଫସିଛନ୍ତି । ଳଣ୍ଡନର ଏକ ସେଲୁନକୁ ଯାଇଥିବା ବେଳେ ପୋଲିସ ତାଙ୍କୁ ଧରିଥିଲା । ପ୍ରିୟଙ୍କା ଚୋପ୍ରାଙ୍କ ସହ ତାଙ୍କ ମା ମଧୁ ମଧ୍ୟ ଥିଲେ । ବ୍ରିଟେନରେ ଏବେ କରୋନା ସଂକ୍ରମଣ ଦ୍ରୁତଗତିରେ ବୃଦ୍ଧି ପାଉଛି । ଏହାକୁ ଲକ୍ଷ୍ୟ କରି ସାରା ଦେଶରେ ଲକଡାଉନ ଘୋଷଣା କରିଛନ୍ତି ସରକାର । ତେବେ କୋଭିଡ୍ ନିୟମକୁ ଉଲ୍ଲଂଘନ କରିବା ଅଭିଯୋଗରେ ଲଣ୍ଡନ ପୋଲିସ, ପ୍ରିୟଙ୍କା ଚୋପ୍ରାଙ୍କୁ ଧରିଥିଲା । ସୂଚନା ଅନୁସାରେ ଅଭିନେତ୍ରୀଜଣକ ସେଲୁନ୍ ଭିତରେ ଥିଲେ । ସେହି ସମୟରେ ପୋଲିସ ସେଠାରେ ପହଞ୍ଚିଥିଲା । ସେଲୁନ୍‌ ମଧ୍ୟରେ ଉପସ୍ଥିତ ସମସ୍ତଙ୍କୁ ବାହାରକୁ ଆସିବା ପାଇଁ କହିଥିଲା ପୋଲିସ । କିନ୍ତୁ ପ୍ରିୟଙ୍କା ଏବଂ ତାଙ୍କ ମା ବାହାରକୁ ଆସିନଥିଲେ…

ମହିଳାଙ୍କୁ ଗଣଦୁଷ୍କର୍ମ ଓ ହତ୍ୟା : ଗୁପ୍ତାଙ୍ଗରେ ଭର୍ତ୍ତି କରିଦେଲେ ଲୁହା ରଡ୍, ଘର ଆଗରେ ମୃତଦେହ ଫିଙ୍ଗିଦେଲେ

ଲକ୍ଷ୍ନୌ,୦୬/୦୧:   ନିର୍ଭୟା ଗଣଦୁଷ୍କର୍ମ ଘଟଣାର ପୁନରାବୃତ୍ତି । ପୁଣି ଜଣେ ମହିଳାଙ୍କୁ କରଗଲା ନୃଂଶସ ଭାବେ ଗଣଦୁଷ୍କର୍ମ ଓ ହତ୍ୟା । ଏପରିକି ଦୁଷ୍କର୍ମକାରୀମାନେ ମହିଳାଙ୍କ ପ୍ରାଇଭେଟ୍ ପାର୍ଟରେ ଲୁହାରଡ୍ ପୁରାଇ ଦେଲେ । ଏପରି ବର୍ବୋରଚିତ କାଣ୍ଡ ଘଟିଛି ଉତ୍ତରପ୍ରଦେଶର ବଡାଓଁରେ । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ସୂଚନାନୁସାରେ, ରବିବାର ରାତିରେ ମେଓ୍ୱାଲି ଗ୍ରାମରେ ଜଣେ ମଧ୍ୟ ବୟସ୍କା ମହିଳାଙ୍କ ସହ ଏପରି ଜଘନ୍ୟ କାଣ୍ଡ ଘଟିଛି । ସେ ଏକ ମନ୍ଦିରକୁ ବୁଲି ଯାଇଥିଲେ । ଘରକୁ ଫେରିବା ସମୟରେ ୩ ଜଣ ଯୁବକ ମହିଳାଙ୍କୁ ଗଣଦୁଷ୍କର୍ମ କରିଥିଲେ । ଏପରିକି ତାଙ୍କ ପ୍ରାଇଭେଟ୍ ପାର୍ଟରେ ଲୁହ ରଡ୍ ପୁରାଇ ଦେଇଥିଲେ । ଫଳରେ ମହିଳାଙ୍କ ମୃତ୍ୟୁ ଘଟିଥିଲା ।ଆହୁରି ମଧ୍ୟ ହତ୍ୟା କରିବା ପରେ ମହିଳାଙ୍କ ମୃତଦେହକୁ ଘର…

ପଳାତକ ହୀରା ବ୍ୟବସାୟୀ ନୀରବ ମୋଦୀଙ୍କ ପାଇଁ ବଢିଲା ଅଡୁଆ, ସାକ୍ଷୀ ହେବେ ଭଉଣୀ ପୂରବୀ

ମୁମ୍ବାଇ,୦୬/୦୧: ବହୁ ଚର୍ଚ୍ଚିତ ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କ ଦୁର୍ନୀତି ମାମଲାରେ ପଳାତକ ହୀରା ବ୍ୟବସାୟୀ ନୀରବ ମୋଦୀଙ୍କ ଭଉଣୀ ପୂରବୀ ସାକ୍ଷୀ ହୋଇଛନ୍ତି। ଏ ନେଇ ମୁମ୍ୱାଇର ସ୍ୱତନ୍ତ୍ର କୋର୍ଟ ତାଙ୍କୁ ଅନୁମତି ପ୍ରଦାନ କରିଛନ୍ତି। ଅର୍ଥ ହେରଫେର୍ ନିବାରଣ ଆଇନ୍ ବା ପ୍ରିଭେନ୍ସନ୍ ଅଫ ମନି ଲଣ୍ଡ୍ରିଂ ଆଇନର ବିଚାର କରୁଥିବା ସ୍ୱତନ୍ତ୍ର ଜଜ୍ ଭି.ସି. ବାର୍ଡେ ଏହି ମାମଲାରେ ସକ୍ଷୀ ହେବା ପାଇଁ ପୂରବୀଙ୍କ ପକ୍ଷରୁ ଆବେଦନ କରାଯାଇଥିବା ଆବେଦନକୁ ଗତ ସୋମବାର ଗ୍ରହଣ କରିଥିଲେ। ଏହା ପରେ କୋର୍ଟ ମଙ୍ଗଳବାର ଏ ନେଇ ନିର୍ଦ୍ଦେଶନାମା ଜାରି କରିଥିଲେ। ବେଲଜିୟମର ନାଗରିକ ପୂରବୀ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ଏକ ମାମଲାରେ ବର୍ତ୍ତମାନ ଅଭିଯୁକ୍ତ ଅଛନ୍ତି। ତେବେ ମାମଲାର ବିଚାର ସମୟରେ ସେ ସମ୍ପୂର୍ଣ୍ଣ ସହଯୋଗ କରିବା ସହ ଆବେଦନ କରିଥିବା କ୍ଷମା ପ୍ରାର୍ଥନାକୁ ଗ୍ରହଣ…

ପାକିସ୍ତାନକୁ ଗୋପନୀୟ ତଥ୍ୟ ପ୍ରଦାନ କରୁଥିବା ଅଭିଯୋଗରେ ହିମାଚଳର ଦୁଇ ଯୁବକ ଗିରଫ

ଉନା ୦୨/୦୧ : ପାକିସ୍ତାନକୁ ଗୁପ୍ତ ସୂଚନା ଦେଉଥିବା ଅଭିଯୋଗରେ ପଞ୍ଜାବ ପୋଲିସ ଟିମ ହିମାଚଳ ପ୍ରଦେଶର ଦୁଇ ଯୁବକଙ୍କୁ ଗିରଫ କରିଛି। ପଞ୍ଜାବ ପୋଲିସ ଦୁଇ ଦିନ ପୂର୍ବରୁ ହିମାଚଳ ପ୍ରଦେଶ ଉନା ଜିଲ୍ଲାର ଏହି ଦୁଇ ଯୁବକଙ୍କୁ ଗିରଫ କରି ନେଇଛି। ଏହା ପୂର୍ବରୁ କାଲାଅମ୍ବର ଜଣେ ଯୁବକକୁ ମଧ୍ୟ ପଞ୍ଜାବ ପୋଲିସ ଗିରଫ କରିଥିଲା। ସୂଚନା ଅନୁଯାୟୀ, ଅଭିଯୁକ୍ତ ଯୁବକ ହଲୱାରା ଏୟାରଫୋର୍ସ ଷ୍ଟେସନ ସହ ଜଡିତ ଗୋପନୀୟ ସୂଚନା ପାକିସ୍ତାନୀ ଗୁଇନ୍ଦା ବିଭାଗ ଆଇଏସଆଇ (ISI)କୁ ଦେଉଥିଲା। ୧୯ ବର୍ଷ ବୟସ୍କ ଏହି ଯୁବକକୁ ପୋଲିସ ଉନା ଜିଲ୍ଲା ମୁଖ୍ୟାଳୟ ନିକଟସ୍ଥ ଗାଁରୁ ଗିରଫ କରିଛି। ସୂଚନା ଅନୁଯାୟୀ, ବୁଧବାର ଦିନ ପଞ୍ଜାବ ପୋଲିସ ୩ ଜଣଙ୍କୁ ଗିରଫ କରିଥିଲା ଏବଂ ଯାଞ୍ଚ ବେଳେ ଏହି ଯୁବକଙ୍କ ସହ ସେମାନଙ୍କ ଲିଙ୍କ…

ପ୍ରଦୀପ-ଆକାଶଙ୍କୁ ସାମ୍ନାସାମ୍ନି ଜେରାରେ ସାମ୍ନାକୁ ଆସିଲା ଅନେକ ସତ

ଭୁବନେଶ୍ୱର,୧୭/୧୨: ଫିଟିଲା ଗୁମର । ଭାବି ଶ୍ୱଶୂର-ଜ୍ୱାଇଁଙ୍କୁ ଜେରା ବେଳେ ସାମ୍ନାକୁ ଆସିଲା ଅନେକ କଥା । ଟାଟା ମୋଟର୍ସରେ ଚାକିରି ଦେବା ନାଁରେ ଲକ୍ଷ ଲକ୍ଷ ଟଙ୍କା ଲୁଟିଥିବା ଆକାଶ ପାଠକଙ୍କ ୫ ଦିନିଆ ରିମାଣ୍ଡ ଅବଧି ଶେଷ ହୋଇଯାଇଛି। ତାଙ୍କୁ ପୁଣି ଜେଲ୍‌କୁ ପଠାଇ ଦିଆଯାଇଛି। ରିମାଣ୍ଡ ବେଳେ ଆକାଶଙ୍କୁ କ୍ରାଇମବ୍ରାଞ୍ଚ ମାରାଥନ ଜେରା କରିଥିଲା । ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ମଧ୍ୟ ଆକାଶଙ୍କ ସାମ୍ନାରେ ଜେରା କରାଯାଇଥିଲା । ଜେରା ବେଳେ ଆକାଶଙ୍କ ବ୍ୟକ୍ତିଗତ ସହାୟକ ଡେଭିଡ୍‌ ପିଟରଙ୍କୁ ମଧ୍ୟ ସାମିଲ କରିଥିଲା କ୍ରାଇମବ୍ରାଞ୍ଚ। ଆକାଶ ଓ ପ୍ରଦୀପଙ୍କୁ ମୁହାଁମୁହିଁ ଜେରା ବେଳେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି । ଜେରାରେ ସାମ୍ନାକୁ ଆସିଛି ଯେ, ପ୍ରଦୀପ ଓ ଆକାଶ ପ୍ରଥମ ପର୍ଯ୍ୟାୟରେ ଗଞ୍ଜାମର ଶିକ୍ଷିତ ଯୁବକ ଯୁବତୀଙ୍କୁ ଟାର୍ଗେଟ୍‌…