ସନ୍ଦୀପ କଟାରିଆ ହେଲେ ବାଟା ଗ୍ଲୋବାଲର ସିଇଓ

ନୂଆଦିଲ୍ଲୀ,୦୧/୧୨:  ଜୋତା କମ୍ପାନୀ ବାଟା ସୁ ଅର୍ଗାନାଇଜେସନର ନୂଆ ସିଇଓ ହେଲେ ଜଣେ ଭାରତୀୟ । ବାଟା ଇଣ୍ଡିଆର ସିଇଓ ସନ୍ଦୀପ କଟାରିଆଙ୍କୁ କମ୍ପାନୀ ଗ୍ଲୋବାଲ ଲେବୁଲ ସିଇଓ ଭାବେ ଘୋଷଣା କରିଛି । କମ୍ପାନୀ ଏକ ପ୍ରତିକ୍ରିୟାରେ କହିଛି ଯେ, ନଭେମ୍ବର ୩୦ରେ ସନ୍ଦୀପଙ୍କୁ ଏହି ପଦୋନ୍ନତି ଦିଆଯାଇଛି । କମ୍ପାନୀର ସିଇଓ ହୋଇଥିବା ସନ୍ଦୀପ ହେଉଛନ୍ତି ପ୍ରଥମ ଭାରତୀୟ । ସେ ଆଲେକ୍ସିସ୍ ନାସାର୍ଡଙ୍କ ସ୍ଥାନ ନେବେ । କଟାରିଆର ୨୦୧୭ରେ ଭାରତରେ କମ୍ପାନୀର ସିଇଓ ଭାବେ କାମ କରି ଆସୁଥିଲେ । ଏବେ ସେ ଗ୍ଲୋବାଲ ସିଇଓ ଭାବେ ଦାୟିତ୍ୱ ସମ୍ପନ୍ନ କରିବେ । ଆଇଆଇଟି ଦିଲ୍ଲୀରୁ ଇଞ୍ଜିନିୟରିଂ ଡିଗ୍ରୀ ହାସଲ କରିଥିବା ସନ୍ଦୀପ ୧୯୯୩ରେ ସ୍ୱର୍ଣ୍ଣ ପଦକ ଲାଭ କରିଥିଲେ । ତାଙ୍କ ପାଖରେ ୨୪ ବର୍ଷର ଅଭିଜ୍ଞତା ରହିଛି ।…

ଦିନେ ବଲିଉଡରେ ଦମ୍‌ଦାର ଏଣ୍ଟ୍ରି କରିଥିଲେ ଏହି ଅଭିନେତ୍ରୀ

ମୁମ୍ବାଇ ୧/୧୨: ବଲିଉଡରେ ସବୁ ଦିନ କଳାକାରଙ୍କ ଭାଗ୍ୟ ପରୀକ୍ଷା ହୋଇଥାଏ। ଗୋଟିଏ ଫିଲ୍ମ ରାତାରାତି ଷ୍ଟାର ବନାଇ ଦେଇଥାଏ ଏବଂ ସେହି ଫିଲ୍ମ ଯଦି ଫ୍ଲପ୍ ହୋଇଯାଏ ତେବେ କଳାକାରଙ୍କ ଭାଗ୍ୟ ସେଠି ଫେଲ୍ ମାରିଥାଏ। ୨୦୦୫ମସିହାରେ ‘ସରକାର’ ଫିଲ୍ମରୁ ବଲିଉଡ ଡେବ୍ୟୁ କରିଥିବା ନିଶା କୋଠାରୀଙ୍କ ଭାଗ୍ୟ ଏପରି ବଦଳି ଯାଇଥିଲା ଯେ ଗୋଟିଏ ସମୟ ପରେ ଲୋକେ କିଛି ପଚାରି ନଥିଲେ। ‘ଜେମ୍ସ’ ଏବଂ ‘ଦ କିଲର’ ଭଳି ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିବା ନିଶା ଆଜି ଫିଲ୍ମି ଦୁନିଆରୁ ଗାୟବ ହୋଇଯାଇଛନ୍ତି। ନିଶା କୋଠାରୀଙ୍କ ଅସଲି ନାଁ ପ୍ରିୟଙ୍କା କୋଠାରୀ। ସେ ୧୯୮୩ମସିହା ନଭେମ୍ବର ୩୦ତାରିଖରେ ପଶ୍ଚିମ ବଙ୍ଗରେ ଜନ୍ମ ହୋଇଥିଲେ। ‘ଚଢ଼ତି ଜଓ୍ବାନି ମେରି ଚାଲ ମସ୍ତାନୀ’ର ରିମିକ୍ସ ଗୀତରୁ ନିଶାଙ୍କୁ ଖାସ୍ ପରିଚୟ ମିଳିଥିଲା। ଆର ମାଧବନଙ୍କ ଯୋଗୁଁ ତାଙ୍କୁ ୨୦୦୩ରେ ତାମିଲ…

କରୋନା କବଳରୁ ବର୍ତ୍ତିବା ପାଇଁ ଶ୍ରୀଲଙ୍କା ଜେଲ୍‌ରେ କଏଦୀଙ୍କ ଭୟଙ୍କର ଦଙ୍ଗା

କଲମ୍ବୋ ୧/୧୨: ଶ୍ରୀଲଙ୍କାର ରାଜଧାନୀ କଲମ୍ବୋର ମହାରା ଜେଲ୍‌ରେ ରବିବାର କଏଦୀମାନେ ଦଙ୍ଗା କରିଛନ୍ତି। ଏଥିରେ ୮କଏଦୀଙ୍କ ମୃତ୍ୟୁ ହୋଇଯାଇଥିବାବେଳେ ୩୭ଜଣ ଆହତ ହୋଇଛନ୍ତି। ଆହତ ମାନଙ୍କ ମଧ୍ୟରେ ୨ଜଣ ଜେଲ୍ ଅଧିକାରୀ ମଧ୍ୟ ସାମିଲ ଅଛନ୍ତି। ସହରଠୁ ୧୫କିମି ଦୂର ଏହି ଜେଲରେ ବର୍ତ୍ତମାନ ପରିସ୍ଥିତି ନିୟନ୍ତ୍ରଣରେ ରହିଛି। ଜେଲ୍‌ରେ କୋଭିଡ -୧୯ର ବର୍ଦ୍ଧିତ ପ୍ରକୋପକୁ ବିରୋଧ ପ୍ରଦର୍ଶନ କରି ଏହି ଦଙ୍ଗା ହୋଇଥିଲା। ଏହି ଜେଲ୍‌ରେ ୧୭୫ କଏଦୀ ସଂକ୍ରମିତ ହୋଇଛନ୍ତି। ରିମାଣ୍ଡରେ ଆସିଥିବା କିଛି ବନ୍ଦୀ ଜବରଦସ୍ତି ଜେଲ୍‌ର କବାଟ ଖୋଲି ଖସି ପଳାଇବାକୁ ଉଦ୍ୟମ କରିଥିଲେ। ଜେଲ୍ ପ୍ରଶାସନ ଏଥିରେ ବଳ ପ୍ରୟୋଗ କରିବାରୁ ଦଙ୍ଗା ଭୟଙ୍କର ରୂପ ଧାରଣ କରିଥିଲା। କିଛି କଏଦୀ ନିଆଁ ମଧ୍ୟ ଲଗାଇ ଦେଇଥିଲେ। ଶ୍ରୀଲଙ୍କାରେ ଜେଲଗୁଡ଼ିକ କ୍ଷମତାଠୁ ଅଧିକ ଭର୍ତ୍ତି ହୋଇ ରହିଛି। ସମସ୍ତ…

ଶିବସେନାରେ ସାମିଲ ହେବେ ଅଭିନେତ୍ରୀ ଉର୍ମିଳା ମାତୋଣ୍ଡକର

ମୁମ୍ବାଇ ୩୦।୧୧: ବଲିଉଡ୍ ଅଭିନେତ୍ରୀ ତଥା ରାଜନୀତିରେ ପାଦ ଦେଇସାରିଥିବା ଉର୍ମିଳା ମାତୋଣ୍ଡକର ସୋମବାର ଦିନ ଶିବସେନାରେ ସାମିଲ ହେବେ । ଉର୍ମିଳା ଗତ ବର୍ଷ ସକ୍ରିୟ ରାଜନୀତିରେ ପାଦ ଦେଇଥିଲେ । ସେ ୨୦୧୯ ଲୋକସଭା ନିର୍ବାଚନରେ କଂଗ୍ରେସ ଟିକେଟରେ ଲଢିଥିଲେ । ନିର୍ବାଚନର ୫ ମାସ ପରେ ହିଁ ସେ କଂଗ୍ରେସ ଛାଡିଥିଲେ । ଶିବସେବା ପକ୍ଷରୁ ଉର୍ମିଳାଙ୍କୁ ନେଇ କିଛି ସୂଚନା ଦିଆଯାଇନାହିଁ । ଉର୍ମିଳା ୨୦୧୯ ମସିହା ମାର୍ଚ୍ଚ ମାସରେ କଂଗ୍ରେସରେ ଯୋଗଦେଇଥିଲେ । ପରେ ସେପ୍ଟେମ୍ବର ମାସରେ ସେ ଦଳର କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନ ଉଠାଇବା ସହ କଂଗ୍ରେସ ଛାଡିଥିଲେ । ଉର୍ମିଳା ସେତେବେଳେ ନିଜ ବୟାନରେ କହିଥିଲେ ଯେ, ମୋର ରାଜନୈତିକ ଏବଂ ସାମାଜିକ ସମ୍ବେଦନା ମୁମ୍ବାଇ କଂଗ୍ରେସରେ ଏକ ବଡ ଲକ୍ଷ୍ୟ ଉପରେ କାମ କରିବା ପରିବର୍ତ୍ତେ ଛୋଟ…

ଅଷ୍ଟ୍ରେଲିଆକୁ ଝଟକା, ତୃତୀୟ ଦିନିକିଆ ଓ ଟି୨୦ ସିରିଜରୁ ବାଦ୍ ପଡିଲେ ଡେଭିଡ୍ ଓ୍ୱାର୍ଣ୍ଣର

ସିଡନୀ,୩୦/୧୧: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟସମ୍ୟାନ୍ ଡେଭିଡ୍ ଓ୍ୱାର୍ଣ୍ଣର ଭାରତ ବିପକ୍ଷ ବଳକା ମ୍ୟାଚରୁ ବାଦ୍ ପଡିପାରନ୍ତି । ରବିବାର ସିଡନୀରେ ଖେଳାଯାଇଥିବା ଦ୍ୱିତୀୟ ଦିନିକିଆରେ ସେ ଆହତ ହୋଇ ଷ୍ଟାଡିୟମରୁ ବାହରକୁ ଚାଲିଆସିଥିଲେ । ୩୪ ବର୍ଷୀୟ ଓ୍ୱାର୍ଣ୍ଣର ଏବେ ବୁଧବାର ଖେଳାଯିବାକୁ ଥିବା ତୃତୀୟ ଦିନିକିଆ ସହ ଟି୨୦ ସିରିଜ ମଧ୍ୟ ଖେଲିବେ ନାହିଁ । ସେ ଘରକୁ ଫେରିଆସିବେ । ସେଠାରେ ତାଙ୍କର ଚିକିତ୍ସା ଜାରି ରହିବ । କୁହାଯାଉଛି ଯେ, ଡିସେମ୍ବର ୧୭ରୁ ଆରମ୍ଭ ହେବାକୁ ଥିବା ଟେଷ୍ଟ୍ ସିରିଜ ସୁଦ୍ଧା ସେ ଠିକ୍ ହୋଇଯିବେ । ଓ୍ୱାର୍ଣ୍ଣରଙ୍କ ବ୍ୟତୀତ ପ୍ୟାଟ୍ କମିନ୍ସ ମଧ୍ୟ ଭାରତ ବିପକ୍ଷ ଅନ୍ୟ ମୁକାବିଲାରୁ ବାଦ୍ ପଡିଛନ୍ତି । ତାଙ୍କ ସ୍ଥାନରେ ଡାନସୀ ସର୍ଟଙ୍କୁ ଟି୨୦ ଟିମ୍‌ରେ ସାମିଲ କରାଯାଇଛି । ଟି୨୦ ସିରିଜର ପ୍ରଥମ ମ୍ୟାଚ୍…

ଆଜି ପ୍ରଧାନମନ୍ତ୍ରୀଙ୍କ ‘ଟିକା’ ସମୀକ୍ଷା, ଭ୍ୟାକସିନ୍ ବିକାଶରେ ଲାଗିଥିବା ୩ କମ୍ପାନୀ ସହ ଆଲୋଚନା

ନୂଆଦିଲ୍ଲୀ ୩୦।୧୧:  ଖୁବ୍ ଶୀଘ୍ର ଆସିବ କରୋନା ଟିକା । ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ଟିକା ପ୍ରସ୍ତୁତି । ଦୁଇ ଦିନ ତଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟିକା ସ୍ଥିତିର ସମୀକ୍ଷା ପାଇଁ ଅହମଦାବାଦ, ପୁନେ ଏବଂ ହାଇଦ୍ରାବାଦ ଗସ୍ତ କରିଥିଲେ । ପ୍ରମୁଖ ଟିକା ପ୍ରସ୍ତୁତକାରୀ କମ୍ପାନି ଜାଇଡସ୍ କାଡିଲା ଫାର୍ମ, ହାଇଦ୍ରାବାଦର ଭାରତ ବାୟୋଟେକ୍ ଏବଂ ପୁନେର ସିରମ୍ ଇନ୍ ଷ୍ଟିଚ୍ୟୁଟ୍ ଗସ୍ତ କରି ଟିକା ସ୍ଥିତି ସମୀକ୍ଷା କରିଥିଲେ । ଆଜି ପ୍ରଧାନମନ୍ତ୍ରୀ ଭ୍ୟାକସିନ୍ ବିକାଶରେ ଲାଗିଥିବା ଅନ୍ୟ ୩ ଟି କମ୍ପାନୀ ସହ ଆଲୋଚନା କରିବେ । ଭିଡିଓ କନଫରେସିଂରେ ପ୍ରଧାନମନ୍ତ୍ରୀ ଜେନୋଭା ବାୟୋଫାର୍ମା, ବାୟୋଲୋଜିକାଲ-ଇ ଏବଂ ଡକ୍ଟର ରେଡ୍ଡି ଟିମ୍ ସହ ଆଲୋଚନା କରିବେ । ନିଜେ ପ୍ରଧାନମନ୍ତ୍ରୀ ଟୁଇଟ୍ କରି ଏହି ସୂଚନା ଦେଇଛନ୍ତି । ସେପଟେ ଭାରତ…

କମେଡିଆନ୍‌ ଭାରତୀଙ୍କ ପାଇଁ ବଢ଼ିଲା ଅଡ଼ୁଆ

ମୁମ୍ବାଇ ୨୮/୧୧: କପିଲ ଶର୍ମା ସୋ’ରେ ମନୋରଞ୍ଜନର ଉତ୍ସ ପାଲଟିଥିଲେ କମେଡିଆନ୍‌ ଭାରତୀ ସିଂହ ।ତାଙ୍କ ତିତଲିରୁ ବୁଆ ପର୍ଯ୍ୟନ୍ତ ଆକ୍ଟିଂ ଦର୍ଶକଙ୍କ ମନରେ ଏଭଳି ଘର କରିଛି ଯେ ତାଙ୍କ ବିନା ସୋ’ ଅଧୁରା। କିନ୍ତୁ ଡ୍ରଗ୍ସ ମାମଲାରେ ଯେବେଠୁ ଛନ୍ଦି ହୋଇଛନ୍ତି ଭାରତୀ ତାଙ୍କ ଲୋକପ୍ରିୟତା ବିପଦ ଆଡ଼କୁ ଠେଲି ହୋଇଯାଇଛି। ସୋସିଆଲ୍‌ ମିଡିଆରେ ଭାରତୀଙ୍କୁ ନେଇ ଭିନ୍ନ ଭିନ୍ନ କମେଣ୍ଟ ଦେଖିବାକୁ ମିଳୁଛି। ଡ୍ରଗ୍ସ ମାମଲାରେ ଭାରତୀ ସିଂହ ଗିରଫ ହେବା  କଥାକୁ ନେଇ ଏମିତି ଆକଳନ କରାଯାଉଛି ଯେ ତାଙ୍କୁ ଏବେ କପିଲ ଶର୍ମା ସୋ’ରୁ ଆଉଟ୍‌ ହେବାକୁ ପଡ଼ିପାରେ । ମିଳିଥିବା ସୂଚନା ଅନୁସାରେ ସୋ’ର ନିର୍ମାତା କୌଣସି ପ୍ରକାର ବିବାଦ ଭିତରକୁ ପଶିବାକୁ ଚାହୁଁନାହାନ୍ତି। ତେବେ ‘ସ୍ପଟ୍‌ବୟ’ରୁ ମିଳିଥିବା ଏକ ରିପୋର୍ଟ ଅନୁସାରେ ସୋ’ ନିର୍ମାତା ଏଭଳି କିଛି ଯୋଜନା…

ଶ୍ବଶୁର ଘର ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଲେ ଓ୍ବାଜିଦ ଖାନଙ୍କ ପତ୍ନୀ

ମୁମ୍ବାଇ ୨୮/୧୧: ଦିବଂଗତ ସଙ୍ଗୀତ ନିର୍ଦେଶକ ଓ୍ବାଜିଦ ଖାନଙ୍କ ପରିବାର ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ତାଙ୍କ ପତ୍ନୀ କମଲରୁଖ ଖାନ। ଅନ୍ତର୍ଜାତୀୟ ବିବାହକୁ ନେଇ ପ୍ରଥମ ଥର ନିଜର ପ୍ରତିକ୍ରିୟା ରଖିଛନ୍ତି କମଲରୁଖ। କମଲରୁଖ ନିଜର ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ଏକ ବଡ଼ ପୋଷ୍ଟ ମାଧ୍ୟମରେ ନିଜ ବିବାହକୁ ନେଇ ଲେଖିଛନ୍ତି। ସେ ଲେଖିଛନ୍ତି, ‘ଓ୍ବାଜିଦଙ୍କୁ ବିବାହ କରିବା ପୂର୍ବରୁ ୧୦ ବର୍ଷ ରିଲେସନ୍‌ସିପ୍‌ରେ ଥିଲି। ମୁଁ ପାର୍ସି ଓ ସେ ମୁସଲିମ୍‌ ଥିଲେ। ଆମେ ଏମିତି ଥିଲୁ ଯାହାକୁ ଆପଣ ‘କଲେଜ୍‌ ସ୍ବିଟ୍‌ହାର୍ଟସ୍‌’ ବୋଲି କହିପାରିବେ। ଶେଷରେ ଯେତେବେଳେ ଆମେ ବିବାହ କଲୁ , ସେତେବେଳ ସ୍ବତନ୍ତ୍ର ବିବାହ ଆକ୍ଟ ଜରିଆରେ ପ୍ରେମ୍‌ ପାଇଁ ବିବାହ କରିଥିଲୁ।’ ସୂଚନାଯୋଗ୍ୟ, ଓ୍ବାଜିଦ ଖାନ ୧୯୯୮ରେ ସଲମାନ ଖାନଙ୍କ ଫିଲ୍ମ ‘ପ୍ୟାର କ୍ୟା ତୋ ଡରନା କ୍ୟା’ରୁ ନିଜର କ୍ୟାରିୟର…

ଭାରତ-ଅଷ୍ଟ୍ରେଲିଆ ଦ୍ୱିତୀୟ ଦିନିକିଆ

ସିଡନୀ ୨୯।୧୧:  ଆଜି ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ ଦ୍ୱିତୀୟ ଦିନିକିଆ । ପ୍ରଥମ ମ୍ୟାଚରେ ପରାସ୍ତ ହେବା ପରେ ଆଜି ବିଜୟ ସହ ସିରିଜକୁ ପ୍ରତ୍ୟାବର୍ତ୍ତନ ପାଇଁ ଲକ୍ଷ୍ୟ ରଖିବ ବିରାଟ ବାହିନୀ । ତେବେ ମ୍ୟାଚ୍ ପୂର୍ବରୁ ଟସ୍ ଜିତିଛି ଅଷ୍ଟ୍ରେଲିଆ । ଅଧିନାୟକ ଆରୋନ ଫିଞ୍ଚ୍ ଟସ୍ ଜିତି ଭାରତକୁ ଫିଲ୍ଡିଂ ପାଇଁ ଆମନ୍ତ୍ରଣ କରିଛନ୍ତି । ଅର୍ଥାତ ପ୍ରଥମେ ବୋଲିଂ କରିବ ଭାରତ । ରବିବାର ଅଷ୍ଟ୍ରେଲିଆ ବିପକ୍ଷରେ ଦ୍ୱିତୀୟ ଦିନିକିଆ ଖେଳିବ ବିରାଟ ବାହିନୀ । ପ୍ରଥମ ମ୍ୟାଚରେ ପରାସ୍ତ ହେବା ପରେ ଆଜିର ମ୍ୟାଚ୍ ଭାରତ ପାଇଁ କର ବା ମର ସଦୃଶ । ସେପଟେ ପ୍ରଥମ ମ୍ୟାଚ୍ ଜିତି ଅଷ୍ଟ୍ରେଲିଆର ମନୋବଳ ଦୃଢ ରହିଛି । ଦ୍ୱିତୀୟ ଦିନିକିଆ ଭାରତୀୟ ସମୟାନୁସାରେ ସକାଳ ୯ଟା ୩୦…

୭ ବର୍ଷ ପରେ ପଡିଆକୁ ଫେରିବେ ଏସ ଶ୍ରୀସନ୍ଥ

ନୂଆଦିଲ୍ଲୀ ୨୮।୧୧: ପୂର୍ବତନ ଭାରତୀୟ ଦ୍ରୁତ ବୋଲର ଏସ ଶ୍ରୀସନ୍ଥ ମ୍ୟାଚ୍ ଫିକ୍ସିଂ ଅଭିଯୋଗରେ ସାତ ବର୍ଷର ବାସନ୍ଦାଦେଶ ଭୋଗିବା ପରେ କ୍ରିକେଟ୍‌ ପଡିଆକୁ ପ୍ରତ୍ୟାବର୍ତ୍ତନ କରିବାକୁ ପ୍ରସ୍ତୁତ। ଶ୍ରୀସନ୍ଥ ସ୍ଥାନୀୟ ଟି-୨୦ ଟୂର୍ଣ୍ଣାମେଣ୍ଟ ସହିତ ପ୍ରତିଯୋଗିତାମୂଳଖ କ୍ରିକେଟ୍‌କୁ ଫେରିବାକୁ ଯାଉଛନ୍ତି। କେରଳ କ୍ରିକେଟ୍ ସଂଘ ଏହି ଟୂର୍ଣ୍ଣାମେଣ୍ଟର ଆୟୋଜନ କରୁଛି। ବିସିସିଆଇ ଆଇପିଏଲରେ ସ୍ପଟ୍ ଫିକ୍ସିଂ ଅଭିଯୋଗରେ ଶ୍ରୀସନ୍ଥଙ୍କ ଉପରେ ପ୍ରତିବନ୍ଧକ ଲଗାଇଥିଲା। ଚଳିତ ବର୍ଷ ସେପ୍ଟେମ୍ବରରେ ତାଙ୍କର ବାସନ୍ଦାଦେଶ ସମାପ୍ତ ହୋଇଥିଲା। ଶ୍ରୀସନ୍ଥ ପଡିଆକୁ ଫେରିବାକୁ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି। ତାଙ୍କର ଲକ୍ଷ୍ୟ ୨୦୨୩ ବିଶ୍ଵକପରେ ଭାରତୀୟ ଦଳରେ ସାମିଲ ସାମିଲ ହେବା। ଏଥିପାଇଁ ସେ ନିଜର ଯୋଜନା ପ୍ରସ୍ତୁତ କରିଛନ୍ତି। ସେ କହିଛନ୍ତି, ସଂପ୍ରତି ତାଙ୍କର ନଜର ଡିସେମ୍ବରରେ ହେବାକୁ ଥିବା ପ୍ରେସିଡେଣ୍ଟ ଟି-୨୦ କପ୍‌ ଉପରେ ରହିଛି। ଏହା ପରେ…