ହ୍ୱାଟ୍ସ ଆପ୍‌ର ନୂଆ ପଲିସିକୁ କେନ୍ଦ୍ରର ରୋକ୍‌ ଠୋକ୍‌

ନୂଆଦିଲ୍ଲୀ, ୧୯/୦୧: ହ୍ୱାଟ୍ସ ଆପ୍‌ର ନୂଆ ପଲିସିକୁ ବିରୋଧ କରି ଭାରତ ସରକାରଙ୍କର ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ହ୍ୱାଟ୍ସ ଆପ୍‌ର ସିଇଓଙ୍କୁ ଚିଠି ଲେଖିଛନ୍ତି । ଏଥିରେ ମନ୍ତ୍ରଣାଳୟ ଭାରତୀୟ ବ୍ୟବହାରକାରୀଙ୍କ ପାଇଁ ଦିଆଯାଉଥିବା ସେବାରେ ନୂଆ ସର୍ତ୍ତ ଏବଂ ପ୍ରାଇଭେସି ପଲିସିକୁ ଫୋରାଇ ନେବା ପାଇଁ ଅନୁରୋଧ କରିଛି। ଏଥିପାଇଁ ସରକାର ହ୍ୱାଟ୍ସ ଆପ୍‌ର ଗ୍ଲୋବାଲ ସିଇଓ ବିଲ୍ କୈଥର୍ଟଙ୍କୁ ପତ୍ର ଲେଖିଛନ୍ତି । ମନ୍ତ୍ରଣାଳୟ ବ୍ୟବହାରକାରୀଙ୍କ ସହ ଜଡ଼ିତ ସୁରକ୍ଷାର ପ୍ରଶ୍ନକୁ ନେଇ କହିଛନ୍ତି ଯେ, ଚାଟ୍‌ ତଥ୍ୟ ବ୍ୟବସାୟିକ ଆକାଉଣ୍ଟରେ ସେୟାର କରାଯିବା ଦ୍ୱାରା ଫେସବୁକ୍‌ ଅନ୍ୟ କମ୍ପାନୀଙ୍କୁ ବ୍ୟବହାରକାରୀଙ୍କ ସମ୍ୱନ୍ଧରେ ସୂଚନା ମିଳିଯିବ । ଯାହାଫଳରେ ସୁରକ୍ଷାରେ ପ୍ରଶ୍ନ ଉଠିବ। ମନ୍ତ୍ରଣାଳୟଙ୍କ ଅନୁସାରେ ହ୍ୱାଟ୍ସ ଆପ୍ ପୂର୍ବରୁ କହିଥିଲା ଯେ, ସେ ପ୍ରଦାନ କରୁଥିବା ସର୍ତ୍ତକୁ ବ୍ୟବହାରକାରୀ…

ବର୍ଜ୍ୟରୁ ପ୍ରସ୍ତୁତ ହେବ ଇନ୍ଧନ: ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ବର୧୯/୧: ଉର୍ଜ।କୁ ଆତ୍ମନିର୍ଭର କରିବା ଓ ସ୍ବଚ୍ଛ ଭାରତ ମିଶନ ଦିଗରେ ଯୁଗାନ୍ତକାରୀ ପଦକ୍ଷେପ ମଙ୍ଗଳବାର କେନ୍ଦ୍ରମନ୍ତ୍ରୀ ଧର୍ମନ୍ଦ୍ରେ ପ୍ରଧାନଙ୍କ ଉପସ୍ଥିତିରେ ବର୍ଜ୍ୟବସ୍ତରୁ ଉର୍ଜ। ଉତ୍ପାଦନ କରିବା ପାଇଁ ଇଣ୍ଡିଆନ ଅଏଲ କର୍ପୋରେସନ(ଆଇଓସିଏଲ) ଏବଂ ଉତ୍ତର ଦିଲ୍ଲୀ ମହାନଗର ନିଗମ (ଏନଡ଼ିଏମସି) ମଧ୍ୟରେ ବୁଝାମଣା ପତ୍ର(ଏମଓୟୁ) ସ୍ବାକ୍ଷରିତ ହୋଇଯାଇଛି। ଏହି ଅବସରରେ ଶ୍ରୀ ପ୍ରଧାନ ଇଣ୍ଡିଆନ ଅଏଲ ଏବଂ ଏନଡ଼ିଏମସିକୁ ପ୍ରସ୍ତାବିତ ପ୍ରକଳ୍ପ ପାଇଁ ଶୁଭେଚ୍ଛା ଜଣାଇବା ସହ କହିଛନ୍ତି ଯେ ଏହି ପଦକ୍ଷେପ ଅନ୍ତର୍ଗତ ଉତ୍ତର ଦିଲ୍ଲୀ ମହାନଗର ନିଗମର ରାଣିଖେରାରେ ଏକ ପ୍ଲାଂଟ୍ ପ୍ରତିଷ୍ଠା କରାଯିବ। ଏହି ପ୍ଲାଂଟରେ ଉତ୍ତର ଦିଲ୍ଲୀର ସମସ୍ତ ବର୍ଜ୍ୟବସ୍ତୁ ବା କଠିନ ଅଳିଆ ଆବର୍ଜନାକୁ ଏକାଠି କରାଯାଇ ଏଥିରୁ ଇଣ୍ଡିଆନ ଅଏଲ ସହଯୋଗରେ ଇର୍ଜ। ଉତ୍ପାଦନ କରାଯିବ। ଜୈବିକ ବର୍ଜ୍ୟରୁ ସିବିଜି ଉତ୍ପାଦନ କରାଯିବା ସହ ପ୍ଲାଷ୍ଟିକର ପୁନଃବ୍ୟବହାର କରାଯାଇ…

ପିଲା ଚୋରି ରାକେଟ୍‌ର ପର୍ଦ୍ଦାଫାସ କଲା କ୍ରାଇମବ୍ରାଞ୍ଚ

ମୁମ୍ବାଇ ୧୮/୦୧ : ନବଜାତକ ଶିଶୁମାନଙ୍କୁ ବିକ୍ରି କରୁଥିବା ଏକ ବଡଧରଣର ଗ୍ୟାଙ୍ଗ୍‌ର ପର୍ଦ୍ଦାଫାସ କରିଛି ମୁମ୍ବାଇ କ୍ରାଇମବ୍ରାଞ୍ଚ । ଏହି ପିଲା ଚୋରୀ ଗ୍ୟାଙ୍ଗ୍‌ର ମୋଟ ୯ ଜଣଙ୍କୁ ଗିରଫ କରାଯାଇଛି ଯେଉଁଥିରେ ୭ ଜଣ ମହିଳା ଏବଂ ୨ ଜଣ ପୁରୁଷ ଅଛନ୍ତି । ସମସ୍ତଙ୍କୁ ଜାନୁୟାରୀ ୨୧ ଯାଏଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ସୂଚନା ଅନୁସା​‌ରେ ଅଭିଯୁକ୍ତମାନେ, ନବଜାତକ ଶିଶୁକନ୍ୟାଙ୍କୁ ୬୦ ହାଜର ଏବଂ ଶିଶୁପୁତ୍ରମାନଙ୍କୁ ୧.୫୦ ଲକ୍ଷ ଟଙ୍କାରେ ବିକ୍ରି କରୁଥିଳେ । ଅଭିଯୁକ୍ତମାନଙ୍କ ସହ ଜଣେ ଡାକ୍ତରଙ୍କୁ ମଧ୍ୟ ଗିରଫ କରାଯାଇଛି । ଯାଞ୍ଚବେଳେ ତଦନ୍ତକାରୀ ଟିମ ଜାଣିବାକୁ ପାଇଛି ଯେ, ଅଭିଯୁକ୍ତମାନେ ଗତ ୬ ମାସ ମଧ୍ୟରେ ୪ ନବଜାତକ ଶିଶୁଙ୍କୁ ବିକ୍ରି କରିଛନ୍ତି । ଘଟଣା ବିଷୟରେ ସେତେବେଳେ ଜଣାପଡିଥିଲା ଯେତେବେଳେ ଜଣେ ମହିଳା…

ବେଙ୍ଗଲ ରାଜନୀତିରେ ‘ନନ୍ଦିଗ୍ରାମ’ ଝଡ଼

କୋଲକାତା ୧୮/୦୧: ଆଗାମୀ ବିଧାନସଭା ନିର୍ବାଚନରେ ନନ୍ଦିଗ୍ରାମରୁ ଲଢ଼ିବେ ଟିଏମସି ମୁଖ୍ୟ ମମତା ବାନାର୍ଜୀ। ଏନେଇ ଖୋଦ ମମତା ବାନାର୍ଜୀ ଘୋଷଣା କରିବା ପରେ ପଶ୍ଚିମବଙ୍ଗରେ ରାଜନୀତି ସରଗରମ ହୋଇଛି। ଏହା ସହ ବିଜେପି ନେତା ଶୁଭେନ୍ଦୁ ଅଧିକାରୀ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପରେ ଜୋରଦାର ବର୍ଷିଛନ୍ତି। ନନ୍ଦିଗ୍ରାମର ବିଧାନସଭା ଆସନରୁ ଟିଏମସି ମୁଖ୍ୟ ୫୦ ହଜାର ଭୋଟରେ ହାରିବେ ବୋଲି ଶୁଭେନ୍ଦୁ କହିଛନ୍ତି। ପୂର୍ବତନ ଟିଏମସି ନେତା ତଥା ନିକଟରେ ବିଜେପିରେ ସାମିଲ ହୋଇଥିବା ଶୁଭେନ୍ଦୁ ଅଧିକାରୀ ନନ୍ଦିଗ୍ରାମ ଆସନରୁ ୨୦୧୬ରେ ବିଜୟୀ ହୋଇଥିଲେ। ୨୦୧୧ ବିଧାନସଭା ନିର୍ବାଚନରେ ମମତା ବାନାର୍ଜୀ, ଶୁଭେନ୍ଦୁଙ୍କ ସହ ନନ୍ଦିଗ୍ରାମ ପ୍ରଚାରରେ ବାହାରିଥିଲେ। ୩୪ ବର୍ଷ ବାମ ଦଳ କବଜାରେ ଥିବା ନନ୍ଦିଗ୍ରାମ ଟିଏମସି ଖାତାକୁ ଆସିଥିଲା। ମମତା ବାନାର୍ଜୀ ଏବେ ବଭାନୀପୁରାରୁ ବିଧାୟିକା ଅଛନ୍ତି। ସୋମବାର ମମତା ବାନାର୍ଜୀ ଏପରି…

ବିବାହ ନିମନ୍ତ୍ରଣ କାର୍ଡରେ କ୍ୟୁଆର କୋଡ୍‌

ମହାମାରୀ କରୋନା ଲୋକଙ୍କ ଜୀବନଶୈଳୀ ପରିବର୍ତ୍ତନ କରିବାରେ ସହାୟକ ହୋଇଛି। ବିଭିନ୍ନ ନିୟମ ମାନି ଚଳିବା ଏବେ ଅଭ୍ୟାସରେ ପରିଣତ ହୋଇଛି। ସ୍ବଚ୍ଛତା ଓ ସାମାଜିକ ଦୂରତା ରକ୍ଷା ଏକ ପ୍ରକାର ଦୈନନ୍ଦିନ ଜୀବନର ଅପରିହାର୍ଯ୍ୟ କାମ ବୋଲି ଲୋକେ ଭାବିନେଇଛନ୍ତି। ବହୁତ କିଛି ଶିଖାଇଛି କରୋନା ମହାମରୀ। ଏଇ ଯେମିତି ଏକ ବାହା ଘରରେ ଅତିଥିଙ୍କ ପାଖରୁ ଖୋଳ ଗ୍ରହଣ କରିବା ପରିବେର୍ତ ନିମନ୍ତ୍ରଣ କାର୍ଡରେ ଲାଗିଛି କ୍ୟୁଆର କୋଡ୍‌ । ଏହା ଦ୍ବାରା ଆକାଉଣ୍ଟକୁ ସିଧାସଳଖ ଟଙ୍କା ଯାଇପାରୁଛି। ମଦୁରାଇରେ ହୋଇଥିବା ଏକ ବିବାହରେ ନିମନ୍ତ୍ରଣ କାର୍ଡରେ କ୍ୟୁଆର କୋଡ୍‌ ଛପାଯାଇଥିବା ଦେଖିବାକୁ ମିଳିଛି। ଗୁଗଲ ପେ ଓ ଫୋନ୍‌ ପେ୍‌ର କ୍ୟୁଆର କୋର୍ଡ ଛପାଯାଇଥିବାରୁ ଅତିଥି ସହଜରେ ଏବଂ ବିନା ସ୍ପର୍ଶରେ ଟଙ୍କା ଟ୍ରାନ୍ସଫର କରିପାରିଛନ୍ତି। ଏପରିକି ବିବାହ ପରେ ଆଉ ଏନଭେଲପ୍‌କୁ…

କରୋନା ଟିକା ନେବା ପରେ ୫୧ଜଣଙ୍କ ପାଖରେ ପାର୍ଶ୍ବ ପ୍ରତିକ୍ରିୟା ଦେଖାଦେଇଛି

ନୂଆଦିଲ୍ଲୀ: ଗତକାଲିଠାରୁ ସାରା ଦେଶରେ କରୋନା ଟିକାକରଣ ଆରମ୍ଭ ହୋଇଛି। ପ୍ରଧାନମନ୍ତ୍ରୀ ମୋଦୀ ଦେଶରେ କୋଭିଡ୍‌-୧୯ ଟିକାକରଣ ଅଭିଯାନର ଶୁଭାରମ୍ଭ କରିବା ପରେ ଜାତୀୟ ରାଜଧାନୀ ଦିଲ୍ଲୀ ସମେତ ଦେଶବ୍ୟାପୀ ଟିକା ଦାନ ଆରମ୍ଭ ହୋଇଥିଲା। ଏହି ଟିକା ନିରାପଦ ବୋଲି ବୈଜ୍ଞାନିକ ଏବଂ ଡାକ୍ତରମାନେ କହିଥିବା ବେଳେ ଟିକା ନେବା ପରେ ପରେ ୫୧ଜଣଙ୍କ ପାଖରେ ପାର୍ଶ୍ବ ପ୍ରତିକ୍ରିୟା ଦେଖାଦେଇଥିବା କହିଛନ୍ତି ଦିଲ୍ଲୀ ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ।   ତାଙ୍କ କହିବା ମୁତାବକ, ପ୍ରଥମ ଦିନରେ ଦିଲ୍ଲୀରେ ୪,୩୧୯ଜଣଙ୍କୁ କରୋନା ଟିକା ଦିଆଯାଇଥିବା ବେଳେ ଜଣଙ୍କର ଗମ୍ଭୀର ପାର୍ଶ୍ବ ପ୍ରତିକ୍ରିୟା ଦେଖାଦେଇଥିଲା। ଏବେ ତାଙ୍କ ଏମ୍ସରେ ଭର୍ତ୍ତି କରାଯାଇଥିବା ବେଳେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି। ରୋଗୀ ଜଣଙ୍କ ହସ୍ପିଟାଲରେ ସୁରକ୍ଷାଗାର୍ଡ ଭାବେ କାମ କରନ୍ତି। ତେବେ ପାର୍ଶ୍ବ ପ୍ରତିକ୍ରିୟା ଦେଖାଇଥିବା ୫୧ଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି…

ଇଂଲଣ୍ଡ ବିପକ୍ଷ ପ୍ରଥମ ଦୁଇଟି ଟେଷ୍ଟରୁ ବାଦ୍ ପଡିଲେ ଜାଡେଜା

  ନୂଆଦିଲ୍ଲୀ ୧୦।୦୧: ଅଷ୍ଟ୍ରେଲିଆ ବିପକ୍ଷ ସିଡନୀରେ ଖେଳାଯାଉଥିବା ତୃତୀୟ ଟେଷ୍ଟରେ ଶନିବାର ଆଙ୍ଗୁଠି ଭାଙ୍ଗି ଯିବାରୁ ଭାରତୀୟ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଅଷ୍ଟ୍ରେଲିଆ ବିପକ୍ଷ ଶେଷ ଟେଷ୍ଟ ମ୍ୟାଚ୍‌ରୁ ବାଦ୍ ପଡିବା ସହିତ ଇଂଲଣ୍ଡ ବିପକ୍ଷ ଆଗାମୀ ସିରିଜ୍‌ର ପ୍ରଥମ ଦୁଇଟି ଟେଷ୍ଟରୁ ମଧ୍ୟ ଦଳରୁ ବାହାରି ଯାଇଛନ୍ତି। ଭାରତର ପ୍ରଥମ ଇନିଂସରେ ବ୍ୟାଟିଂ ସମୟରେ ମିଚେଲ ଷ୍ଟାର୍କଙ୍କ ସଟ୍‌ ପିଚ୍ ବଲ୍ ଜାଡେଜାଙ୍କ ବାମହାତର ଆଙ୍ଗୁଠିରେ ବାଜିଥିଲା। ଆହତ କାରଣରୁ ସେ ଅଷ୍ଟ୍ରେଲିଆର ଦ୍ଵିତୀୟ ଇନିଂସରେ ବୋଲିଂ କରି ପାରିନଥିଲେ। ଭରାତୀୟ କ୍ରିକେଟ୍ ବୋର୍ଡ(ବିସିସିଆଇ)ର ମଧ୍ୟସ୍ଥ ସୂତ୍ର ଅନୁଯାୟୀ ରବୀନ୍ଦ୍ର ଜାଡେଜା ଇଂଲଣ୍ଡ ବିପକ୍ଷ ପ୍ରଥମ ଦୁଇଟି ଟେଷ୍ଟରୁ ବାଦ୍ ପଡିଛନ୍ତି। ତାଙ୍କୁ ସଂପୂର୍ଣ୍ଣ ଭାବେ ସୁସ୍ଥ ହେବାକକୁ ଚାରିରୁ ଛଅ ସପ୍ତାହ ସମୟ ଲାଗିପାରେ। ଇଂଲଣ୍ଡ ବିପକ୍ଷ ଚାରି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ…

ପାଟଣା: ସ୍କୁଲ-କଲେଜ ବୁଲି କରୋନା କଟକଣାର ସ୍ଥିତି ଅନୁଧ୍ୟାନ କଲେ ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶକ

ପାଟଣା୧୦/୧: ଦୀର୍ଘ ୯ ମାସ ପରେ ଖୋଲିଛି ସ୍କୁଲ। ଏ ନେଇ ସରକାରଙ୍କ ପକ୍ଷରୁ ଏସଓପି ଜାରି ହୋଇଛି। ସ୍କୁଲ ମାନଙ୍କରେ ଶିକ୍ଷକ-ଶିକ୍ଷୟତ୍ରୀମାନେ ସଠିକ ଭାବରେ  ସ୍ବଚ୍ଛତା ସହ ମାସ୍କ  ଏବଂ ସାମାଜିକ ଦୂରତା ରଖି ସ୍କୁଲ ଖୋଲାଯିବା ପାଇଁ ସରକାରଙ୍କ ପକ୍ଷରୁ ଏସ୍‌ଓପି ଜାରି ହୋଇଛି। ସ୍କୁଲରେ ଏହା ସଠିକ ଭାବେ ପାଳନ କରାଯାଉଛି କି ନାହିଁ, ଏହାର ସ୍ଥିତି ଅନୁଧ୍ୟାନ ପାଇଁ ରବିବାର ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶକ ବୃନ୍ଦାବନ ବେହେରା କେନ୍ଦୁଝର ଜିଲ୍ଲାର ପାଟଣା ବ୍ଲକ ମୁଖ୍ୟାଳୟସ୍ଥିତ ଜିଏନ୍ ହାଇସ୍କୁଲ, ବାଳିକା ହାଇସ୍କୁଲ ସମେତ ଆଞ୍ଚଳିକ ମହାବିଦ୍ୟାଳୟ, ଟାଙ୍ଗରପଡା ଉଚ୍ଚ ବିଦ୍ୟାଳୟ ଓ କେନ୍ଦେଇପଶି ଆଦି ଉଚ୍ଚ ବିଦ୍ୟାଳୟକୁ ପରିଦର୍ଶନ କରିଛନ୍ତି। ଏହି ପରିଦର୍ଶନରେ ଜିଲ୍ଲା ଶିକ୍ଷା ଅଧିକାରୀ ସଂଗ୍ରାମ ସାହୁ, ବିଜ୍ଞାନ ସୁପରଭାଇଜର କୃଷ୍ଣଚନ୍ଦ୍ର ମହାନ୍ତ, ବିଇଓ ପୂର୍ଣ୍ଣଚନ୍ଦ୍ର ଅମାତ ସିଆରସି ଓ ସି…

ଭାରତୀୟ ଛାତ୍ରଙ୍କୁ ଆଉ ନେଉନି ଚୀନ

ବେଜିଂ ୦୯/୦୧: କରୋନା ମହାମାରୀ ଅପସରି ଯାଉଛି କି କବଳିତ କରୁଛି ସେନେଇ କିଛି ସ୍ପଷ୍ଟ ହୋଇପାରୁନାହିଁ। ଗୋଟିଏ ପଟେ କରୋନା ଭୂତାଣୁ ସହ ଲଢ଼ିବାକୁ ଭ୍ୟାକସିନ୍‌ ଆସିଛି ଅନ୍ୟପଟେ ଭୂତାଣୁର ନୂଆ ରୂପ ପୁଣି ଥରେ ତାଣ୍ଡବ ଆରମ୍ଭ କରୁଛି। ଏବେ ଭାରତରେ ଦୁଇଟି କରୋନା ଟିକାକୁ ଅନୁମତି ମିଳିବା ପରେ ଲୋକଙ୍କୁ ସାମାନ୍ୟ ଆଶ୍ବସ୍ତି ମିଳିଛି। କିନ୍ତୁ ବ୍ରିଟେନ ଭଳି ଦେଶଗୁଡ଼ିକରେ କରୋନାର ନୂଆ ରୂପ ଦ୍ରୁତ ଗତିରେ ମାଡ଼ି ଚାଲିଛି। ଭାରତରେ ସଂକ୍ରମଣ କମିଥିବାରୁ ସମସ୍ତ ବିଭାଗ ଧିରେଧିରେ ପୂର୍ଣ୍ଣ କାର୍ଯ୍ୟକ୍ଷମ ହେଉଛି। ଦେଶରେ ଶିକ୍ଷାନୁଷ୍ଠାନ ମଧ୍ୟ ଖୋଲୁଛି। କିନ୍ତୁ ଚୀନର ବିଭିନ୍ନ ବିଶ୍ବବିଦ୍ୟାଳୟରେ ନାମ ଲେଖାଇଥିବା ଭାରତୀୟ ଛାତ୍ରଛାତ୍ରୀ ଚିନ୍ତାରେ।   ପୁଣିଥରେ ଫେରିବାକୁ ରେଡ୍‌ ସିଗନାଲ୍‌ ଦେଖାଇଛି ଚୀନ। ଭାରତୀୟ ଛାତ୍ରଛାତ୍ରୀ କରୋନା ମହାମାରୀ ପାଇଁ ଏବେ ଚୀନ ଯାଇପାରିବେ…

ଆରମ୍ଭ ହେବ ସୁଶାନ୍ତ ସିଂହ ରାଜପୁତଙ୍କ ଫିଲ୍ମ ‘ଚନ୍ଦା ମାମା ଦୂର କେ’,

ମୁମ୍ଵାଇ ୦୯।୦୧: ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ପ୍ରଶଂସକ ଏ ପର୍ଯ୍ୟନ୍ତ ନିଜର ପ୍ରିୟ କଳାକାରଙ୍କୁ ଭୁଲି ପାରି ନାହାନ୍ତି। ସୁଶାନ୍ତଙ୍କ ଏକ ଫିଲ୍ମ ବହୁ ପୂର୍ବରୁ ଘୋଷଣା ହୋଇଥିଲା, ଯାହାର ନାମ ‘ଚନ୍ଦା ମାମା ଦୂର କେ’ ଥିଲା। ଏହି ଫିଲ୍ମରେ ସୁଶାନ୍ତଙ୍କୁ ଜଣେ ମହାକାଶଚାରୀ ଭୂମିକାରେ ଅଭିନୟ କରିବାର ଥିଲା। ହେଲେ କିଛି କାରଣରୁ ଏହି ଫିଲ୍ମ ଅଟକି ରହିଥିଲା ଏବଂ ସୁଟିଂ ଆରମ୍ଭ ହୋଇ ପାରିନଥିଲା। ହେଲେ ଏବେ ଏହି ଫିଲ୍ମ ପୁନର୍ବାର ଆରମ୍ଭ ହେବାକୁ ଯାଉଛି।   ଖୋଦ୍ ନିର୍ଦ୍ଦେଶକ ସଞ୍ଜୟ ପୂରଣ ସିଂହ ଫିଲ୍ମ ପୁନର୍ବାର ଆରମ୍ଭ ହେବାର ସୂଚନା ଦେଇଛନ୍ତି। ସେ ଏହା ମଧ୍ୟ କହିଛନ୍ତି ସୁଶାନ୍ତଙ୍କ ଜାଗାରେ ଏହି ଫିଲ୍ମରେ ଉକ୍ତ ଚରିତ୍ରରେ ଆଉ କିଏ ଅଭିନୟ କରିବା କଳ୍ପନା କରାଯାଇ ପାରିବ ନାହିଁ। ଏହି…