ଭାରତରେ ୨ ଦିନ ଫ୍ରି’ରେ ଦେଖିପାରିବେ ନେଟଫ୍ଲିକ୍ସ

ନୂଆଦିଲ୍ଲୀ, ୨୦।୧୧:    ନେଟଫ୍ଲିକ୍ସ୍ ଭାରତରେ ଦୁଇ ଦିନ ଯାଏଁ ଫ୍ରି ସର୍ଭିସ୍ ଦେବ ବୋଲି ଘୋଷଣା କରିଛି । ନେଟଫ୍ଲିକ୍ସ୍ ଷ୍ଟ୍ରିମ୍ ଫେଷ୍ଟ୍ ଆଧାରରେ ଏହି ଫ୍ରି ସର୍ଭିସ୍ ଦିଆଯିବ ବୋଲି କମ୍ପାନୀ କହିଛି । ଏହି ଷ୍ଟ୍ରିମ୍ ଫେଷ୍ଟରେ ଭାରତରେ ନେଟଫ୍ଲିକ୍ସର ପ୍ରିମିୟମ କଣ୍ଟେଣ୍ଟ୍ ଦେଖିହେବ ।  ଏଥିପାଇଁ କୌଣସି ଅର୍ଥ ଦେବାକୁ ପଡିବ ନାହିଁ । କିନ୍ତୁ ଏଥିପାଇଁ ସର୍ଭିସ୍ ଆଇଡି କିମ୍ବା ଓ ନମ୍ବର ଜରିଆରେ ସାଇନ୍ ଅପ୍ କରିବାକୁ ହେବ । ନେଟଫ୍ଲିକ୍ସର କହିବାନୁସାରେ, ଦୁଇ ଦିନ ଯାଏଁ ୟୁଜର୍ସଙ୍କ ପାଖରେ ସମସ୍ତ ଫିଚର୍ସକୁ ଆକସେସ୍ କରିବା ପାଇଁ ଅନୁମତି ମିଳିବ ଯାହା କେବଳ ପ୍ରିମିୟମ ୟୁଜରଙ୍କୁ ଦିଆଯାଏ । ସାଇନ୍ ଅପ୍ କରିବା ପାଇଁ ଡେବିଟ୍ ଓ କ୍ରେଡିଟ୍ କାର୍ଡର ଡିଟେଲ୍ସ ମଧ୍ୟ ଦେବାକୁ ପଡିବ ନାହିଁ । ନେଟଫ୍ଲିକ୍ସ୍…

ବଜାରକୁ ଆସିବ ହ୍ୟୁଣ୍ଡାଇର ସବୁଠାରୁ ଶସ୍ତା ଏସୟୁଭି

ନୂଆଦିଲ୍ଲୀ,୧୭|୧୧: ହ୍ୟୁଣ୍ଡାଇ ଆତିଶୀଘ୍ର ବଜାରକୁ ଶସ୍ତା ଏସୟୁଭି ଆଣିବାକୁ ଯାଉଛି । ଏହି ଏସୟୁଭି ଉପରେ କାମ ମଧ୍ୟ ଆରମ୍ଭ ହୋଇଗଲାଣି । ଏହା ସ୍ମାର୍ଟ୍ ଇଭି ପ୍ରୋଜେକ୍ଚ ଆଧାରରେ ତିଆରି କରାଯାଉଛି । ଏହି ମିନି ଇଲେକ୍ଟ୍ରିକ୍ ଏସୟୁଭିର ୯୦ ପ୍ରତିଶତ ଅଂଶ ଭାରତରେ ପ୍ରସ୍ତୁତ ହୋଇଛି । ୨୦୨୩ରେ ଏହି କାର ଲଞ୍ଚ୍ ହୋଇପାରେ । ଏହି କାର୍‌ର ଦାମ୍ କେତେ ରହିବ ସେନେଇ କିଛି ସୂଚନା ମିଳିପାରି ନାହିଁ । ତେବେ ୧୦ ଲକ୍ଷ ଟଙ୍କା ମଧ୍ୟରେ ଏହାର ଦାମ୍ ରହିପାରେ ବୋଲି ଅନୁମାନ କରାଯାଉଛି । କମ୍ପାନୀ ଏହାକୁ ହ୍ୟୁଣ୍ଡାଇ ଏଏକ୍ସ ନାଁ ଦେଇଛି । ନିକଟରେ ଦକ୍ଷିଣ କୋରିଆରେ ଟେଷ୍ଟିଂ ବେଳେ ଏହାକୁ ପ୍ରଦର୍ଶନ କରାଯାଇଥିଲା । ନୂଆ ଅବତାରରେ କୋନା ଇଲେକ୍ଟ୍ରିକ୍ କମ୍ପାନୀ କିଛି ସମୟ ପୂର୍ବରୁ କୋନା…

ଆମାଜନରେ ଅଫର୍: ମାତ୍ର ୪ ଘଣ୍ଟା କାମ କରି ରୋଜଗାର କରିପାରିବେ ମାସିକ ୭୦ ହଜାର ଟଙ୍କା

ନୂଆଦିଲ୍ଲୀ ୧୫/୧୧ : ଯଦି ଆପଣ ଦୁନିଆର ସବୁଠାରୁ ବଡ ଇ-କମର୍ସ କମ୍ପାନୀ ଆମାଜନରେ ଚାକିରୀ କରିବାକୁ ଚାହୁଁଛନ୍ତି ତାହେଲେ ଆପଣଙ୍କ ଇଚ୍ଛା ଖୁବ ଶୀଘ୍ର ପୁରା ହୋଇପାରିବ। ଆମାଜନ ନିଜ ସହ ୨୦ ହଜାର ଲୋକଙ୍କୁ ଯୋଡିବାକୁ ଘୋଷଣା କରିଛି। ଆମାଜନ ଆପଣଙ୍କୁ ଚାକିରୀ ଦେବ। ଆପଣ ଫୁଲ୍ ଟାଇମ୍ କିମ୍ବା ପାର୍ଟ ଟାଇମ ମଧ୍ୟ କରିପାରିବେ। ଆପଣ ଚାହିଁଲେ ପାର୍ଟ ଟାଇମ୍ ୪ ଘଣ୍ଟା ଚାକିରୀ କରି ୭୦ ହଜାର ଟଙ୍କା ଯାଏଁ ରୋଜଗାର କରିପାରିବେ। ଆମାଜନରେ ଡେଲିଭରୀ ବଏ ଚାକିରୀ ପାଇଁ ପୋଷ୍ଟ ବାହାରିବ। ଏହି ଚାକିରୀ ଜରିଆରେ ଆପଣ ଅଧିକ ଟଙ୍କା ରୋଜଗାର କରିପାରିବେ। ପ୍ରାୟ ସବୁ ସହରରେ କମ୍ପାନୀର ଆମାଜନ ସେଣ୍ଟର ଅଛି। ଆପଣଙ୍କୁ ନିଜ ସହରରେ ସହଜରେ ଚାକିରୀ ମିଳିପାରିବ। ଏଥିପାଇଁ ଆପଣଙ୍କୁ ଅନ୍ୟ ସହରକୁ ଯିବାକୁ ପଡ଼ିବନି।…

ଅର୍ଥନୀତି ଉପରେ କରୋନା ଛାଇ

ନୂଆଦିଲ୍ଲୀ, ୧୨|୧୧:  ଚଳିତ ଆର୍ଥିକ ବର୍ଷର ଦ୍ୱିତୀୟ ତ୍ରୈମାସିକ ଅର୍ଥାତ ଜୁଲାଇରୁ ସେପ୍ଟେମ୍ବରରେ ଦେଶର ଘରୋଇ ଉତ୍ପାଦ ବା ଜିଡିପି ଗତ ବର୍ଷ ତୁଳନାରେ ୮.୬ ପ୍ରତିଶତ ଯାଏଁ କମ୍ ହୋଇପାରେ । ଏନେଇ ଭାରତୀୟ ରିଜର୍ଭ ବ୍ୟାଙ୍କର ଜଣେ ଅଧିକାରୀ ନିଜର ଏକ ରିପୋର୍ଟରେ ପୂର୍ବାନୁମାନ କରିଛନ୍ତି । ଏହି ରିପୋର୍ଟ ଆରବିଆଇର ମାସିକ ବୁଲେଟିନରେ ପ୍ରକାଶିତ ହୋଇଛି । ରିପୋର୍ଟ ଅନୁସାରେ, କରୋନା ଓ ଲକଡାଉନ୍ ପାଇଁ ଏପରି ସ୍ଥିତି ଉପୁଜିଛି । କୁହାଯାଉଛି ଯେ, ଲଗାତର ଦ୍ୱିତୀୟ ତ୍ରୈମାସିକରେ ଜିଡିପି ହ୍ରାସ ପାଇବା ଦ୍ୱାରା ଦେଶ ପ୍ରଥମ ଥର ପାଇଁ ଆର୍ଥିକ ସଙ୍କଟ ଘେରରେ ରହିଛି । ତେବେ ଭଲ କଥା ହେଉଛି ଯେ, ବିଭିନ୍ନ ଆର୍ଥିକ ଗତିବିଧି ଧିରେ ଧିରେ ଆରମ୍ଭ ହୋଇଛି । ଏପରିକି ଏହି ସ୍ଥିତି ଅତି ଶୀଘ୍ର…

ହ୍ବାଟ୍ସଆପ୍‌ରେ ସପିଂ କରିବା ଆହୁରି ହେବ ସହଜ, ଆସିଲା ନୂଆ ଫିଚର

ନୂଆଦିଲ୍ଲୀ ୧୧/୧୧: ଆହୁରି ମଜଭୁତ୍‌ ହେବ ହ୍ବାଟ୍ସଆପ୍‌ରେ ବିଜନେସ୍‌ ଫିଚ୍‌ର। ଆପ୍‌ରେ ଏବେ ଆଡ୍‌‌ ହେବ ଆଉ ଏକ ସପିଂ ବଟନ୍‌। ଏହି ବଟନ୍‌ ଜରିଆରେ ଏବେ ୟୁଜର ବିଜନେସ୍‌ କାଟେଲଗ୍‌ ଦେଖିପାରିବେ। କମ୍ପାନୀ ପକ୍ଷରୁ ପ୍ରଦାନ କରାଯାଉଥିବା ସେବା ଓ ବସ୍ତୁ ସମ୍ପର୍କରେ ଜାଣିବା ୟୁଜରଙ୍କ ପାଇଁ ସହଜ ହୋଇଯିବ। ପ୍ରତିଦିନ ୧୭.୫ କୋଟି ୟୁଜର ହ୍ବାଟ୍ସଆପ୍‌ ବିଜନେସ୍‌ ଆକାଉଣ୍ଟରେ ମେସେଜ୍‌ କରୁଛନ୍ତି। ପ୍ରତି ମାସ ୪ କୋଟି ୟୁଜର ବିଜନେସ୍‌ କାଟେଲଗ୍‌ ଦେଖୁଛନ୍ତି। ସେଥିମଧ୍ୟରୁ ୩୦ ଲକ୍ଷ ଲୋକ କେବେଳ ଭାରତର । ଫେଷ୍ଟିଭ୍‌ ସିଜ୍‌ନରେ ଲୋକେ ଅନଲାଇନ୍‌ ସପିଂ କରିବାକୁ ପସନ୍ଦ କରନ୍ତି। ଏହା ସହ ଅନ୍‌ଲାଇନ୍‌ରେ ବିଭିନ୍ନ ପ୍ରକାର ସେବା ସହ ସାମଗ୍ରୀ ସମ୍ପର୍କରେ ସର୍ଚ୍ଚ କରନ୍ତି। ତେଣୁ ଏହି ଅନୁଭବକୁ ସୁନ୍ଦର କରିବା ପାଇଁ କମ୍ପାନୀ ପକ୍ଷରୁ ହ୍ବାଟ୍ସଆପ୍‌ରେ କିଛି ନୂଆ…

ଖୁଚୁରା କ୍ଷେତ୍ରରେ ବ୍ୟାପକ ରିହାତି ସହ ଧମକା କରିବେ ଅମ୍ବାନୀ

ମୁମ୍ବାଇ : ଭାରତର ନାମୀ କମ୍ପାନୀ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲମିଟେଡ୍ ଅନଲାଇନ ରିଟେଲ ସେକ୍ଟରରେ ପ୍ରବେଶ ପ୍ରସ୍ତୁତି ଚୂଡ଼ାନ୍ତ କରିଛନ୍ତି। ଦିବାଲୀ ସେଲ ମାଧ୍ୟମରେ ରିଲାଏନ୍ସ ଇ-କମର୍ସ ବଜାରରେ ପ୍ରବେଶ କରିବାକୁ ଯାଉଥିବା ବେଳେ ବଜାରରେ ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ଫ୍ଲିପକାର୍ଟ ଓ ଆମାଜନକୁ କଡ଼ା ଟକ୍କର ଦେବେ ବୋଲି ଜଣାପଡିଛି। ଭାରତୀୟ ଇ-କମର୍ସ ବଜାରକୁ ଆମାଜନ ଓ ଫ୍ଲିପ୍ କାର୍ଟ ଦୀର୍ଘ ବର୍ଷରୁ କବଳିତ କରି ରଖିଛନ୍ତି। ଏଣୁ ରିଲାଏନ୍ସ ବମ୍ପର ଡିସ୍କାଉଣ୍ଟ ମାଧ୍ୟମରେ ନିଜ ଲାଗି ନୂଆ ବଜାର ତିଆରି କରିବା ଯୋଜନାରେ ଥିବା ଜଣାପଡିଛି। ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌  ଜିଓ ଜରିଆରେ ଟେଲିକମ୍ୟୁନିକେସନ ବଜାରକୁ ପ୍ରବେଶ କରିଥିଲେ। ନୂଆନୂଆ ବଜାର ପ୍ରବେଶ ବେଳେ ଶସ୍ତାରେ ଡାଟା ଓ ଫ୍ରି କଲିଂ ସେବା ଦେଇ ଦେଶର ମୋଟ ବଜାରକୁ ହାତେଇ ନେଇଥିଲେ। ଏବେ ରିଲାଏନ୍ସ ଠିକ୍‌ ସେହି ନୀତି…

ସବୁଠୁ କନିଷ୍ଠ କମ୍ପ୍ୟୁଟର ପ୍ରୋଗ୍ରାମର ହେଲେ ଅରହମ୍

ଅହମଦାବାଦ ୧୦/୧୧: ୬ବର୍ଷ ବୟସରେ ପିଲାମାନେ ବହୁତ କଷ୍ଟରେ ଏବିସିଡି ଏବଂ ୧ରୁ ୧୦୦ଯାଏଁ ଗଣିବା ଶିଖିପାରୁଥିବାବେଳେ ଅହମଦାବାଦର ୬ବର୍ଷର ଅରହମ୍ ଓମ୍ ତଲସାନିଆ ଏପରି କାରନାମା କରିଛନ୍ତି ଯେ ବଡ଼ ବଡ଼ ସଫ୍ଟଓ୍ବେୟାର ଇଞ୍ଜିନିୟରମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ୬ବର୍ଷର ଏହି ଛୋଟ ପିଲାଟି କମ୍ପ୍ୟୁଟର ଦୁନିଆରେ ଏପରି କାରନାମା କରି ଦେଖାଇଛି ଯେ ଯାହା ଗିନିଜ ବୁକ୍ ଅଫ୍ ଓ୍ବାର୍ଲଡ ରେକର୍ଡ଼ରେ ସ୍ଥାନ ପାଇଛି। ଅରହମଙ୍କ ନାଁ ଗିନିଜ ବୁକ୍ ଅଫ୍ ଓ୍ବାଲର୍ଡ ରେକର୍ଡ଼ରେ ସବୁଠୁ ଯୁବ କମ୍ପ୍ୟୁଟର ପ୍ରୋଗ୍ରାମର ଭାବେ ସ୍ଥାନ ପାଇଛି। ଅରହମ୍ ତଲସାନିଆ ୬ବର୍ଷ ବୟସରେ ଶକ୍ତିଶାଳୀ ପାଇଥନ୍ ପ୍ରୋଗ୍ରାମିଂ ଭାଷା ପରୀକ୍ଷାକୁ କ୍ଲିୟର କରି ଗିନିଜ ଓ୍ବାଲର୍ଡ ରେକର୍ଡ଼ କରିଛନ୍ତି। ଏହି ପରୀକ୍ଷା ୨୦୨୦ ଜାନୁୟାରୀ ୨୩ତାରିଖରେ ମାଇକ୍ରୋସଫ୍ଟ ଦ୍ବାରା ଅଧିକୃତ ପିୟର୍ସନ ଭ୍ୟୁ ଟେଷ୍ଟ୍ ସେଣ୍ଟରରେ ଆୟୋଜିତ କରାଯାଇଥିଲା।…

ଗୁଗଲ୍ ପେ, ପେଟିଏମ୍, ଫୋନ୍ ପେ ସମସ୍ତ ଆପ୍‌କୁ ନେଇ ଲାଗୁ ହେବ ନୂଆ ନିୟମ

ନୂଆଦିଲ୍ଲୀ ୦୭/୧୧ : ଗୁଗଲ୍ ପେ, ପେଟିଏମ୍ ଓ ଫୋନ୍ ପେ ସମେତ ଥାର୍ଡ଼ ପାର୍ଟି ପେମେଣ୍ଟ ଆପ୍ ମାଧ୍ୟମରେ ୟୁପିଆଇ (Unified Payment Interface) ପେମେଣ୍ଟ କରୁଥିବା ଲୋକଙ୍କ ପାଇଁ ବଡ ଖବର। ନ୍ୟାସନାଲ୍ ପେମେଣ୍ଟ କର୍ପୋରେସନ୍ ଅଫ୍ ଇଣ୍ଡିଆ ଥାର୍ଡ଼ ପାର୍ଟି ଆପ୍ ପ୍ରୋଭାଇଡର୍ସ ଉପରେ ୨୦୨୧ ଜାନୁଆରୀ ୧ ତାରିଖରୁ ୩୦ ପ୍ରତିଶତ କ୍ୟାପ୍ ଲାଗୁ କରିବାକୁ ନିଷ୍ପତ୍ତି ନେଇଛି। NPCI ଥାର୍ଡ଼ ପାର୍ଟି ଆପ୍ସର ଅକାଧିକରକୁ ସମାପ୍ତ କରିବାକୁ ଏହିଭଳି ନିଷ୍ପତ୍ତି ନେଇଛି। ନ୍ୟାସନାଲ୍ ପେମେଣ୍ଟ କର୍ପୋରେସନ୍ ଅଫ୍ ଇଣ୍ଡିଆ ଏକ ପ୍ରେସ ବିଜ୍ଞପ୍ତି ଜାରି କରି କହିଛି ଯେ ଥାର୍ଡ଼ ପାର୍ଟି ଆପ ପ୍ରୋଭାଇଡ଼ର୍ସ (TPAP) ରେ ୩୦ ପ୍ରତିଶତ କ୍ୟାପ୍ ଲଗାଇବାକୁ ନିଷ୍ପତ୍ତି ନିଆଯାଇଛି। ଭବିଷ୍ୟତରେ କୌଣସି ଥାର୍ଡ଼ ପାର୍ଟି ଆପର ମୋନୋପଲି ରୋକିବାକୁ ଏବଂ ସାଇଜ୍ ହିସାବରେ…

ପେଟ୍ରୋଲ୍ ଡିଜେଲ୍ ବିଲ୍ ଅଧା କରିବାକୁ ଚାହୁଁଛନ୍ତି କି ?

ନୂଆଦିଲ୍ଲୀ ୦୫/୧୧ : କରୋନା ମହାମାରୀ ଲୋକଙ୍କ ରୋଜଗାର ପନ୍ଥା ସୀମିତ କରିଦେଇଛି | ଖାଦ୍ୟ ସାମଗ୍ରୀ ଠାରୁ ଆରମ୍ଭ କରି ପ୍ରତ୍ୟେକ ଜିନିଷ ମହଙ୍ଗା ହୋଇଛି। ମହଙ୍ଗା ଦର ଦିନକୁ ଦିନ ବଢ଼ିବାରେ ଲାଗିଛି। ଏହିଭଳି ସମୟରେ ଯଦି କିଏ ଆପଣଙ୍କୁ କିହେ ଯେ ଆପଣଙ୍କୁ ବିଲର ଅଧା ଦେବାକୁ ହେବ ତାହେଲେ ବୋଧହୁଏ ଆପଣ ବିଶ୍ୱାସ କରିବେନି। କିନ୍ତୁ ଏହା ସମ୍ଭବ। ଯଦି ଆପଣ FYOOL ଆପ ଜରିଆରେ ନିଜ ବିଲ ପେ କରିବେ ତାହେଲେ ଏହା ସମ୍ଭବ। FYOOL ଆପ ଫୋନ ପେ ଓ ପେଟିଏମ ଭଳି ଏକ ଆପ। ଏହା ଆପଣଙ୍କୁ ଆପଣଙ୍କ ବିଲର ଅଧା ରାଶି କ୍ୟାସବ୍ୟାକ ରୂପେ ପ୍ରଦାନ କରିପାରେ। ଏହି ଆପ ଆପଣ ପେଟ୍ରୋଲ, ଡିଜେଲ ଓ ସିଏନଜି ପାଇଁ ବ୍ୟବହାର କରି କ୍ୟାସବ୍ୟାକ ପାଇପାରିବେ। ୟୁଜର୍ସ…

ଜିଓ ଲଞ୍ଚ କଲା ୩ଟି All-in-One ପ୍ଲାନ୍

ନୂଆଦିଲ୍ଲୀ ୫/୧୧: ରିଲାଏନ୍ସ ଜିଓ ନିଜ ଗ୍ରାହକଙ୍କୁ ଦିପାବଳୀ ଉପହାର ଦେଇ ୩ଟି ନୂଆ ଅଲ୍ ଇନ୍ ଓ୍ବାନ୍ ପ୍ଲାନ୍ ଲଞ୍ଚ୍ କରିଛି। ଜିଓ ଏହି ସମସ୍ତ ପ୍ଲାନ୍ କେବଳ ଜିଓ ଫୋନ୍ ୟୁଜର୍ସଙ୍କ ପାଇଁ ଆରମ୍ଭ କରିଛି। ସ୍ମାର୍ଟଫୋନ୍ ୟୁଜରଙ୍କ ପାଇଁ ଜିଓ ପାଖରେ ପୂର୍ବରୁ ହିଁ ଅନେକ ଅଲ୍ ଇନ୍ ଓ୍ବାନ୍ ପ୍ଲାନ୍ ରହିଛି। ଜିଓ ଏହାର ଜିଓ ଫୋନ୍ ଗ୍ରାହକଙ୍କ ପାଇଁ ୩ଟି ପ୍ଲାନ୍ ବଜାରରେ ଆରମ୍ଭ କରିଛି ଯାହାର ମୂଲ୍ୟ ୧,୦୦୧ ଟଙ୍କା,୧୩୦୧ ଟଙ୍କା ଏବଂ ୧୫୦୧ଟଙ୍କା ରହିଛି। ଏସମସ୍ତ ପ୍ଲାନର ବୈଧତା ୩୩୬ଦିନ। ଯେଉଁମାନେ ସବୁ ମାସରେ ରିଚାର୍ଜ କରିବାକୁ ପସନ୍ଦ କରନ୍ତି ନାହିଁ ସେମାନଙ୍କ ପାଇଁ ଏହି ପ୍ଲାନ୍ ରହିଛି। ୧୦୦୧ ଟଙ୍କାର ପ୍ଲାନ୍ : ଜିଓ ଫୋନର ଏହି ପ୍ଲାନରେ ମୋଟ ୪୯ଜିବି ଡାଟା ମିଳିବ ଏବଂ…