କଙ୍ଗନାଙ୍କୁ ଟ୍ବିଟର ଛାଡ଼ିବାକୁ ଦାବି କଲେ ପଞ୍ଜାବୀ ଫିଲ୍ମ ଇଣ୍ଡଷ୍ଟ୍ରିର କଳାକାର

ମୁମ୍ବାଇ ୪/୧୨: କଙ୍ଗନା ରଣୌତ ଏବେ ନୂଆ ବିବାଦରେ ଫସୁଥିବା ନଜର ଆସୁଛନ୍ତି। କଙ୍ଗନା ନିକଟରେ ସୋସିଆଲ୍ ମିଡିଆରେ ପୋଷ୍ଟ୍ ଯୋଗୁଁ ଚର୍ଚ୍ଚାରେ ଅଛନ୍ତି। ସେ କୌଣସି ନା କୌଣସି କାରଣରୁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି। ସାଧାରଣତଃ ବଲିଉଡକୁ ଟାର୍ଗେଟ୍ କରୁଥିବା କଙ୍ଗନାଙ୍କ ମୁହାଁମୁହିଁ ଏଥର ପଞ୍ଜାବୀ ଫିଲ୍ମ ଇଣ୍ଡଷ୍ଟ୍ରିର କଳାକାରଙ୍କ ସହ ହେଉଛି। କଙ୍ଗନା ନିକଟରେ କୃଷକଙ୍କ ଆନ୍ଦୋଳନକୁ ନେଇ କିଛି ଟ୍ବିଟ୍ କରିଥିଲେ ଯାହା ପଞ୍ଜାବୀ ଇଣ୍ଡଷ୍ଟ୍ରିର ଷ୍ଟାରଙ୍କୁ ପସନ୍ଦ ଆସିନଥିଲା। ସୁପରଷ୍ଟାର ଦିଲଜିତ ଦୋସାଞ୍ଝଙ୍କ ସହ ସୋସିଆଲ୍ ମିଡିଆରେ ତାଙ୍କ ବିବାଦ ଦେଖିବାକୁ ମିଳିଛି। ଏହା ପରେ ହିମାଂଶୀ ଖୁରାନା,ମିକା ସିଂହ ଏବଂ ଜସ୍ସି ମଧ୍ୟ କଙ୍ଗନାଙ୍କୁ ଟାର୍ଗେଟ୍ କରିଥିଲେ। କଙ୍ଗନା ରଣୌତ ନିଜ ଟ୍ବିଟରେ ଫାର୍ମ ବିଲର ସମର୍ଥନ କରିଥିଲେ। ସେ ଆନ୍ଦୋଳନରେ ଭାଗ ନେଇଥିବା ଜଣେ ବୟସ୍କ ମହିଳାଙ୍କୁ ଟାର୍ଗେଟ୍…

ଦିନେ ପେନ୍‌କିଲର୍ ଖାଇ ପାଠ ପଢ଼ୁଥିଲେ ତେଜ ବାହାଦୁର : କେବିସିରେ ଜିତିଲେ ୫୦ଲକ୍ଷ ଟଙ୍କା

ବରେଲି ୩/୧୨: କୌନ ବନେଗା କରୋଡ଼ପତିରେ ୫୦ଲକ୍ଷ ଟଙ୍କା ଜିତିଥିବା ତେଜ ବାହାଦୁର ସିଂହ ଘର ଚଳାଇବା ପାଇଁ ଚାଷକାମ କରି ଥକିଯିବା ପରେ ପେନକିଲର ଖାଇ ପାଠ ପଢ଼ିଥିଲେ। ସେ ଏକ ସାକ୍ଷାତକାରରେ କହିଥିଲେ ଯେ ଏହି ଟଙ୍କାରେ ସେ ମାଙ୍କ ବନ୍ଧକ ରଖାଯାଇଥିବା କୁଣ୍ଡଳ ଆଣିବ,ରହିବା ପାଇଁ ଘର କରିବ ଏବଂ ସାନ ଭାଇ ଏବଂ ନିଜ ପାଠପଢ଼ାରେ ଟଙ୍କା ଲଗାଇବ। ତେଜ ବାହାଦୁରଙ୍କ ଛାତ୍ର ଜୀବନ ଅତ୍ୟନ୍ତ ସଂଘର୍ଷପୂର୍ଣ୍ଣ ଥିଲା। ଦାରିଦ୍ର୍ୟରୁ ମୁକ୍ତି ପାଇବା ପାଇଁ ତାଙ୍କୁ ଶିକ୍ଷା ଏକ ମାଧ୍ୟମ ଭାବେ ଦେଖାଯାଇଥିଲା। ବରେଲିର ବହେଡ଼ି ଅଞ୍ଚଳର ବସୁଧରନ ଗାଁ ବାସିନ୍ଦା ଚାଷୀଙ୍କ ପୁଅ ତେଜ ବାହାଦୁର କହିଛନ୍ତି ଯେ ବର୍ଷା ହେଲେ ତାଙ୍କ ଘରେ ପାଣି ଜମିଯାଏ ଏବଂ ପରିବାରକୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ। କୋଭିଡ-୧୯କାରଣରୁ ବାପାଙ୍କ…

ଟ୍ୱିଟର୍ ବିବାଦ : କଂଗ୍ରେସ ବନାମ ବିଜେପି

ନୂଆଦିଲ୍ଲୀ,୦୩/୧୨:   କୃଷକ ଆନ୍ଦୋଳନ ଥମିବାର ନାଁ ନେଉନାହିଁ । ଅନ୍ୟପଟେ ଏହାକୁ ନେଇ ରାଜନୀତି ଜୋର୍ ଧରିଛି । କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ୍ କରି ବିଜେପି ଆଇଟି ସେଲ୍ ମୁଖ୍ୟ ଅମିତ ମାଲବୀୟ ଟ୍ୱିଟରରେ ଏକ ଭିଡିଓ ପୋଷ୍ଟ କରିଛନ୍ତି । ଯାହାକୁ ନେଇ ସେ ନିଜେ ଅଡୁଆରେ ପଡିଛନ୍ତି । ଟ୍ୱିଟର୍ ଏହି ଭିଡିଓକୁ ‘ମାନିପ୍ୟୁଲେଟେଡ୍’ ବୋଲି କହିଛି । ଭିଡିଓରେ ଜଣେ ପୋଲିସ କର୍ମୀ ବୃଦ୍ଧ କୃଷକଙ୍କୁ ଲାଠି ଦେଖାଉଥିବା ନଜର ଆସିଛି । ଅମିତ ମାଲବୀୟ ଟ୍ୱିଟରରେ ରାହୁଲ ଗାନ୍ଧୀଙ୍କ ଏକ ପୋଷ୍ଟର ଜବାବ ଦେଇଥିଲେ । ଏହାକୁ ନେଇ ସେ ଏକ ଭିଡିଓ ପୋଷ୍ଟ କରିଥିଲେ । ଏହି ଭିଡିଓରେ ରାହୁଲ ଗାନ୍ଧୀଙ୍କୁ ସବୁଠାରୁ ବଦନାମ ଭାରତୀୟ ବିରୋଧୀ ଦଳର ନେତାଙ୍କ ମଧ୍ୟରୁ ଜଣେ ବୋଲି କୁହାଯାଇଥିଲା ।ନଭେମ୍ବର…

ବରୁଣ ଧୱନଙ୍କ ଖୁଲାସା

ମୁମ୍ବାଇ ୦୨/୧୨ : ବଲିଉଡ ଅଭିନେତା ବରୁଣ ଧୱନ ନିଜର ଅପକମିଙ୍ଗ ଫିଲ୍ମ ‘କୁଲି ନମ୍ବର-୧’ କୁ ନେଇ ଚର୍ଚ୍ଚାରେ ଅଛନ୍ତି। ସେ ନିଜ ବ୍ୟକ୍ତିଗତ ଜୀବନ ସହ ଜଡିତ କିଛି ଖୁଲାସା କରିବାକୁ ଯାଉଛନ୍ତି। ସେ ନିଜ ଇନଷ୍ଟାଗ୍ରାମ ଷ୍ଟୋରୀରେ ଏକ ଭିଡିଓ ସେୟାର କରି ହିଣ୍ଟ ଦେଇଛନ୍ତି। ଇନଷ୍ଟାଗ୍ରାମ ଷ୍ଟୋରୀରେ ସେ ଯେଉଁ ଭିଡିଓ  ସେୟାର କରିଛନ୍ତି ସେଥିରେ କହିଛନ୍ତି, ‘ଲୁଚାଛପା ବହୁତ ହେଇଗଲା, ମୁଁ ଏବେ ଏସବୁ ଆଉ ଅଧିକ ଦିନ ଲୁଚେଇ ପାରିବିନି। ଆପଣ ସବୁବେଳେ ମିଛ ଅପପ୍ରଚାରକୁ ନେଇ ସ୍ପଷ୍ଟୀକରଣ ରଖି ପାରିବେନି। ସେଥିପାଇଁ ମୁଁ ନିଷ୍ପତ୍ତି ନେଇଛି ଯେ ଆସନ୍ତକାଲି ଆପଣ ସମସ୍ତଙ୍କୁ ଆପଣଙ୍କ ଭାଉଜ ସହ ପରିଚୟ କରାଇବି।’ ବରୁଣଙ୍କ ଏହି ଭିଡିଓ ପରେ ପ୍ରଶଂସକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି। ଏହି ଭିଡିଓକୁ ଦେଖି ଅନୁମାନ…

ଦିନେ ବଲିଉଡରେ ଦମ୍‌ଦାର ଏଣ୍ଟ୍ରି କରିଥିଲେ ଏହି ଅଭିନେତ୍ରୀ

ମୁମ୍ବାଇ ୧/୧୨: ବଲିଉଡରେ ସବୁ ଦିନ କଳାକାରଙ୍କ ଭାଗ୍ୟ ପରୀକ୍ଷା ହୋଇଥାଏ। ଗୋଟିଏ ଫିଲ୍ମ ରାତାରାତି ଷ୍ଟାର ବନାଇ ଦେଇଥାଏ ଏବଂ ସେହି ଫିଲ୍ମ ଯଦି ଫ୍ଲପ୍ ହୋଇଯାଏ ତେବେ କଳାକାରଙ୍କ ଭାଗ୍ୟ ସେଠି ଫେଲ୍ ମାରିଥାଏ। ୨୦୦୫ମସିହାରେ ‘ସରକାର’ ଫିଲ୍ମରୁ ବଲିଉଡ ଡେବ୍ୟୁ କରିଥିବା ନିଶା କୋଠାରୀଙ୍କ ଭାଗ୍ୟ ଏପରି ବଦଳି ଯାଇଥିଲା ଯେ ଗୋଟିଏ ସମୟ ପରେ ଲୋକେ କିଛି ପଚାରି ନଥିଲେ। ‘ଜେମ୍ସ’ ଏବଂ ‘ଦ କିଲର’ ଭଳି ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିବା ନିଶା ଆଜି ଫିଲ୍ମି ଦୁନିଆରୁ ଗାୟବ ହୋଇଯାଇଛନ୍ତି। ନିଶା କୋଠାରୀଙ୍କ ଅସଲି ନାଁ ପ୍ରିୟଙ୍କା କୋଠାରୀ। ସେ ୧୯୮୩ମସିହା ନଭେମ୍ବର ୩୦ତାରିଖରେ ପଶ୍ଚିମ ବଙ୍ଗରେ ଜନ୍ମ ହୋଇଥିଲେ। ‘ଚଢ଼ତି ଜଓ୍ବାନି ମେରି ଚାଲ ମସ୍ତାନୀ’ର ରିମିକ୍ସ ଗୀତରୁ ନିଶାଙ୍କୁ ଖାସ୍ ପରିଚୟ ମିଳିଥିଲା। ଆର ମାଧବନଙ୍କ ଯୋଗୁଁ ତାଙ୍କୁ ୨୦୦୩ରେ ତାମିଲ…

ଶିବସେନାରେ ସାମିଲ ହେବେ ଅଭିନେତ୍ରୀ ଉର୍ମିଳା ମାତୋଣ୍ଡକର

ମୁମ୍ବାଇ ୩୦।୧୧: ବଲିଉଡ୍ ଅଭିନେତ୍ରୀ ତଥା ରାଜନୀତିରେ ପାଦ ଦେଇସାରିଥିବା ଉର୍ମିଳା ମାତୋଣ୍ଡକର ସୋମବାର ଦିନ ଶିବସେନାରେ ସାମିଲ ହେବେ । ଉର୍ମିଳା ଗତ ବର୍ଷ ସକ୍ରିୟ ରାଜନୀତିରେ ପାଦ ଦେଇଥିଲେ । ସେ ୨୦୧୯ ଲୋକସଭା ନିର୍ବାଚନରେ କଂଗ୍ରେସ ଟିକେଟରେ ଲଢିଥିଲେ । ନିର୍ବାଚନର ୫ ମାସ ପରେ ହିଁ ସେ କଂଗ୍ରେସ ଛାଡିଥିଲେ । ଶିବସେବା ପକ୍ଷରୁ ଉର୍ମିଳାଙ୍କୁ ନେଇ କିଛି ସୂଚନା ଦିଆଯାଇନାହିଁ । ଉର୍ମିଳା ୨୦୧୯ ମସିହା ମାର୍ଚ୍ଚ ମାସରେ କଂଗ୍ରେସରେ ଯୋଗଦେଇଥିଲେ । ପରେ ସେପ୍ଟେମ୍ବର ମାସରେ ସେ ଦଳର କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନ ଉଠାଇବା ସହ କଂଗ୍ରେସ ଛାଡିଥିଲେ । ଉର୍ମିଳା ସେତେବେଳେ ନିଜ ବୟାନରେ କହିଥିଲେ ଯେ, ମୋର ରାଜନୈତିକ ଏବଂ ସାମାଜିକ ସମ୍ବେଦନା ମୁମ୍ବାଇ କଂଗ୍ରେସରେ ଏକ ବଡ ଲକ୍ଷ୍ୟ ଉପରେ କାମ କରିବା ପରିବର୍ତ୍ତେ ଛୋଟ…

କମେଡିଆନ୍‌ ଭାରତୀଙ୍କ ପାଇଁ ବଢ଼ିଲା ଅଡ଼ୁଆ

ମୁମ୍ବାଇ ୨୮/୧୧: କପିଲ ଶର୍ମା ସୋ’ରେ ମନୋରଞ୍ଜନର ଉତ୍ସ ପାଲଟିଥିଲେ କମେଡିଆନ୍‌ ଭାରତୀ ସିଂହ ।ତାଙ୍କ ତିତଲିରୁ ବୁଆ ପର୍ଯ୍ୟନ୍ତ ଆକ୍ଟିଂ ଦର୍ଶକଙ୍କ ମନରେ ଏଭଳି ଘର କରିଛି ଯେ ତାଙ୍କ ବିନା ସୋ’ ଅଧୁରା। କିନ୍ତୁ ଡ୍ରଗ୍ସ ମାମଲାରେ ଯେବେଠୁ ଛନ୍ଦି ହୋଇଛନ୍ତି ଭାରତୀ ତାଙ୍କ ଲୋକପ୍ରିୟତା ବିପଦ ଆଡ଼କୁ ଠେଲି ହୋଇଯାଇଛି। ସୋସିଆଲ୍‌ ମିଡିଆରେ ଭାରତୀଙ୍କୁ ନେଇ ଭିନ୍ନ ଭିନ୍ନ କମେଣ୍ଟ ଦେଖିବାକୁ ମିଳୁଛି। ଡ୍ରଗ୍ସ ମାମଲାରେ ଭାରତୀ ସିଂହ ଗିରଫ ହେବା  କଥାକୁ ନେଇ ଏମିତି ଆକଳନ କରାଯାଉଛି ଯେ ତାଙ୍କୁ ଏବେ କପିଲ ଶର୍ମା ସୋ’ରୁ ଆଉଟ୍‌ ହେବାକୁ ପଡ଼ିପାରେ । ମିଳିଥିବା ସୂଚନା ଅନୁସାରେ ସୋ’ର ନିର୍ମାତା କୌଣସି ପ୍ରକାର ବିବାଦ ଭିତରକୁ ପଶିବାକୁ ଚାହୁଁନାହାନ୍ତି। ତେବେ ‘ସ୍ପଟ୍‌ବୟ’ରୁ ମିଳିଥିବା ଏକ ରିପୋର୍ଟ ଅନୁସାରେ ସୋ’ ନିର୍ମାତା ଏଭଳି କିଛି ଯୋଜନା…

ଶ୍ବଶୁର ଘର ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଲେ ଓ୍ବାଜିଦ ଖାନଙ୍କ ପତ୍ନୀ

ମୁମ୍ବାଇ ୨୮/୧୧: ଦିବଂଗତ ସଙ୍ଗୀତ ନିର୍ଦେଶକ ଓ୍ବାଜିଦ ଖାନଙ୍କ ପରିବାର ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ତାଙ୍କ ପତ୍ନୀ କମଲରୁଖ ଖାନ। ଅନ୍ତର୍ଜାତୀୟ ବିବାହକୁ ନେଇ ପ୍ରଥମ ଥର ନିଜର ପ୍ରତିକ୍ରିୟା ରଖିଛନ୍ତି କମଲରୁଖ। କମଲରୁଖ ନିଜର ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ଏକ ବଡ଼ ପୋଷ୍ଟ ମାଧ୍ୟମରେ ନିଜ ବିବାହକୁ ନେଇ ଲେଖିଛନ୍ତି। ସେ ଲେଖିଛନ୍ତି, ‘ଓ୍ବାଜିଦଙ୍କୁ ବିବାହ କରିବା ପୂର୍ବରୁ ୧୦ ବର୍ଷ ରିଲେସନ୍‌ସିପ୍‌ରେ ଥିଲି। ମୁଁ ପାର୍ସି ଓ ସେ ମୁସଲିମ୍‌ ଥିଲେ। ଆମେ ଏମିତି ଥିଲୁ ଯାହାକୁ ଆପଣ ‘କଲେଜ୍‌ ସ୍ବିଟ୍‌ହାର୍ଟସ୍‌’ ବୋଲି କହିପାରିବେ। ଶେଷରେ ଯେତେବେଳେ ଆମେ ବିବାହ କଲୁ , ସେତେବେଳ ସ୍ବତନ୍ତ୍ର ବିବାହ ଆକ୍ଟ ଜରିଆରେ ପ୍ରେମ୍‌ ପାଇଁ ବିବାହ କରିଥିଲୁ।’ ସୂଚନାଯୋଗ୍ୟ, ଓ୍ବାଜିଦ ଖାନ ୧୯୯୮ରେ ସଲମାନ ଖାନଙ୍କ ଫିଲ୍ମ ‘ପ୍ୟାର କ୍ୟା ତୋ ଡରନା କ୍ୟା’ରୁ ନିଜର କ୍ୟାରିୟର…

ଫିଲ୍ମ ‘୮୩’ର ନାଁ ଶୁଣି ଡରିଯାଇଥିଲେ କପିଲ୍ ଦେବ

ନୂଆଦିଲ୍ଲୀ,୨୧/୧୧ : ୧୯୮୩ ବିଶ୍ୱ ବିଜୟୀ ଭାରତୀୟ ଦଳର ପୂର୍ବତନ ଅଧିନାୟକ କପିଲ ଦେବ ‘୮୩’ ଫିଲ୍ମ ତିଆରି ପାଇଁ ପ୍ରଥମେ ରାଜି ନଥିଲେ । ଭାରତୀୟ ଦଳକୁ ପ୍ରଥମ ବିଶ୍ୱକପ୍ ବିଜୟ ଦେଇଥିବା କପିଲ ଦେବ ନିଜର ଏକ ଅନୁଭବ କହିଛନ୍ତି । ‘ନୋ ଫିଲଟର୍ ନେହା’ ସୋରେ କପିଲ ଅତିଥି ହୋଇ ଆସିଥିବା ବେଳେ ଅନେକ କଥା କହିଛନ୍ତି । ଚଳଚ୍ଚିତ୍ର ‘୮୩’ରେ କପିଲ ଦେବଙ୍କ ଭୂମିକାରେ ଅଭିନୟ କରୁଛନ୍ତି ରଣବୀର ସିଂ । ରୋମିର ଭୂମିକାରେ ଅଛନ୍ତି ଦୀପିକା ପାଦ୍ୟୁକୋନ୍ । କପିଲ କହିଛନ୍ତି ଯେ, ଯେତେବେଳେ ସେ ରଣବୀର ଓ ଦୀପିକା ବଡ ପରଦାରେ ତାଙ୍କ ଆତ୍ମଜୀବନିରେ ନଜର ଆସିବେ ବୋଲି ଜାଣିବାକୁ ପାଇଥିଲେ କିଛି ମାତ୍ରାରେ ଡରି ଯାଇଥିଲେ । କପିଲ କହିଛନ୍ତି ଯେ, ତାଙ୍କୁ ଡର ଲାଗିଥିଲା ।…

ଡୋନାଲ୍ଡ ଟ୍ରମ୍ପଙ୍କ ବଡ଼ ପୁଅଙ୍କୁ କରୋନା

ଓ୍ବାଶିଂଟନ୍ ୨୧/୧୧: ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବଡ଼ ପୁଅ ଡୋନାଲ୍ଡ ଟ୍ରମ୍ପ୍ ଜୁନିୟର,କରୋନା ଭାଇସରେ ସଂକ୍ରମିତ ହୋଇଛନ୍ତି। ବର୍ତ୍ତମାନ ସେ କ୍ବାରେଣ୍ଟାଇନରେ ଅଛନ୍ତି। ତାଙ୍କର ଏହି ସପ୍ତାହରେ କରୋନା ଟେଷ୍ଟ୍ କରାଯାଇଥିଲା। ତାଙ୍କଠାରେ କୌଣସି ଲକ୍ଷଣ ନଥିଲା। ସେ ଶୁକ୍ରବାରଠୁ କ୍ବାରେଣ୍ଟାଇନରେ ଅଛନ୍ତି। ଟ୍ରମ୍ପ୍ ଜୁନିୟର ଡାକ୍ତରଙ୍କ ପରାମର୍ଶ ଅନୁସାରେ ସମସ୍ତ ନିୟମଗୁଡ଼ିକ ପାଳନ କରିଛନ୍ତି।କରୋନା ଯୋଗୁଁ ଆମେରିକାରେ ୨୫୦,୦୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇସାରିଛି। ପାଖାପାଖି ୧୨ମିଲିୟନ୍ ଲୋକେ ସଂକ୍ରମିତ ହୋଇଛନ୍ତି।