ଲାଲକିଲ୍ଲା ହିଂସା : ଯବାନଙ୍କୁ ଖଣ୍ଡାରେ ଆକ୍ରମଣ କରିଥିବା ଆକାଶପ୍ରୀତ ସିଂ ଗିରଫ

ନୂଆଦିଲ୍ଲୀ, ୦୨/୦୨:  ଦିଲ୍ଲୀରେ ଗଣତନ୍ତ୍ର ଦିବସ ଦିନ କୃଷକମାନେ କରିଥିବା ଟ୍ରାକ୍ଟର ରାଲି ବେଳେ ବ୍ୟାପକ ହିଂସାକାଣ୍ଡ ଘଟିଥିଲା । ଏହି ଘଟଣାରେ ପୋଲିସ ଆକାଶପ୍ରୀତ ସିଂ ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି । ଏବେସୁଦ୍ଧା ମୋଟ୍ ୧୨୮ ଜଣଙ୍କୁ ଗିରଫ କରାଯାଇ ସାରିଛି । ଏହାସହ ୪୪ଟି ଏଫଆଇଆର ରୁଜୁ ହୋଇଛି । ଆକାଶପ୍ରୀତ ସିଂଙ୍କ ବିରୋଧରେ ସିଆଇଏସଏଫ ଯବାନଙ୍କୁ ଖଣ୍ଡାରେ ଆକ୍ରମଣ ମାମଲା ରହିଛି । ତାଙ୍କୁ ଗିରଫ କରିବା ପାଇଁ ଦିଲ୍ଲୀ ଓ ପଞ୍ଜାବର ବିଭିନ୍ନ ସ୍ଥାନରେ ଚଢଉ କରାଯାଇଥିଲା । ଏହାପରେ ସେ ନର୍ଥ ଦିଲ୍ଲୀରୁ ଗିରଫ ହୋଇଥିଲେ । ପୋଲିସର କହିବାନୁସାରେ, ସିଆଇଏସଏଫ ଯବାନଙ୍କ ଉପରେ ଆକ୍ରମଣ କରି ଆକାଶପ୍ରୀତ ମଧ୍ୟ ଆହତ ହୋଇଥିଲେ । ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏବେସୁଦ୍ଧା ଗଣତନ୍ତ୍ର ଦିବସ ହିଂସାରେ…

ରାଜ୍ୟ ରାଜନୀତିକୁ ପୁଣି ଫେରିଲା ଚାଷୀ ପ୍ରସଙ୍ଗ

ଭୁବନେଶ୍ବର୧୮/୧: ରାଜ୍ୟ ରାଜନୀତିକୁ ପୁଣି ଫେରିଲା ଚାଷୀ ପ୍ରସଙ୍ଗ । ଧାନ ସଂଗ୍ରହକୁ ନେଇ ମୁହାଁ ମୁହିଁ ହେଲେ ଶାସକ ଓ ବିରୋଧୀ । ରାଜ୍ୟରେ  ଚାଷୀଙ୍କଠାରୁ ସଂଗୃହୀତ ଧାନରୁ ପ୍ରସ୍ତୁତ ସବୁ ଉଷୁନା ଚାଉଳକୁ କେନ୍ଦ୍ର ନେବାକୁ ନାରାଜ । ଖରିଫରେ ସଂଗ୍ରହ  ହେଉଥିବା ଚାଉଳର ୫୦ ପ୍ରତିଶତ କେନ୍ଦ୍ର କିଣିବାକୁ କହୁଛି । ଆଜି ସାମ୍ବିଦିକ ସମ୍ମିଳନୀ କରି ବିଜେଡି କେନ୍ଦ୍ର ଆଡକୁ ଆକ୍ଷେପ କରିଥିବା ବେଳେ  ଧାନ କିଣା ବାବଦକୁ କେନ୍ଦ୍ର ଦେଉଥିବା ୬ ହଜାର ୫ ଶହ ୪୦ କୋଟି ବାକି ଅଛି ବୋଲି କହିଛି । ସେପଟେ ଜବାବ ରଖିଛି ବିଜେପି । କହିଛି କେନ୍ଦ୍ର ଓଡିଶାକୁ ବିଭିନ୍ନ ଉପାୟରେ ଅନୁଦାନ ଦେଉଛି। ଯାହାକି ଚାଷୀଙ୍କ ପାଖରେ ପହଞ୍ଚିପାରୁନି। ବିଜେଡି ମିଲରଙ୍କ ପାଇଁ ଓକିଲାତି କରୁଛି ବୋଲି ଆକ୍ଷେପ କରିଛି ବିଜେପି।…

ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଉପରେ ଆକ୍ରମଣ ପଛରେ କିଏ?

ଭୁବନେଶ୍ୱର ୧୮/୦୧ : ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ  ଉପରେ ଆକ୍ରମଣ ଘଟଣାକୁ ନେଇ ରାଜନୀତି ସରଗରମ। ଆଜି କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇଛି। ଆକ୍ରମଣ ପଛରେ ବିଜେପି ହାତ ଥିବା ଅଭିଯୋଗ କରି ରାଜଧାନୀ ଭୁବନେଶ୍ବର ସମେତ କେନ୍ଦୁଝର ଓ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରତିବାଦ କରିଛି। ହେଲେ ଗତକାଲି ନିରଂଜନ ନିଜେ ଏହି ଘଟଣାରେ କୌଣସି ରାଜନୀତି ନଥିବା କହିଥିବା ବେଳେ ଆଜି ୟୁଟର୍ଣ୍ଣ ମାରିବା ନେଇ ପ୍ରଶ୍ନ ଉଠିଛି। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଉପରେ ଆକ୍ରମଣ ପଛରେ କିଏ। ଏହା  ଏକ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ନା ଏହା ନିର୍ଦ୍ଦିଷ୍ଟ ସ୍ଥାନରେ ଉପୁଜିଥିବା ଘଟଣା?  ଘଟଣାକୁ ନେଇ ଆଜି କେନ୍ଦୁଝରରେ ଛାତ୍ର କଂଗ୍ରେସ ଓ ଯୁବ କଂଗ୍ରେସ ପକ୍ଷରୁ ପ୍ରତିବାଦ ହୋଇଛି। କେବଳ କେନ୍ଦୁଝର ନୁହେଁ ରାଜଧାନୀ ଭୁବନେଶ୍ବରରେ ମଧ୍ୟ କଂଗ୍ରେସ କର୍ମୀ…

ବେଙ୍ଗଲ ରାଜନୀତିରେ ‘ନନ୍ଦିଗ୍ରାମ’ ଝଡ଼

କୋଲକାତା ୧୮/୦୧: ଆଗାମୀ ବିଧାନସଭା ନିର୍ବାଚନରେ ନନ୍ଦିଗ୍ରାମରୁ ଲଢ଼ିବେ ଟିଏମସି ମୁଖ୍ୟ ମମତା ବାନାର୍ଜୀ। ଏନେଇ ଖୋଦ ମମତା ବାନାର୍ଜୀ ଘୋଷଣା କରିବା ପରେ ପଶ୍ଚିମବଙ୍ଗରେ ରାଜନୀତି ସରଗରମ ହୋଇଛି। ଏହା ସହ ବିଜେପି ନେତା ଶୁଭେନ୍ଦୁ ଅଧିକାରୀ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପରେ ଜୋରଦାର ବର୍ଷିଛନ୍ତି। ନନ୍ଦିଗ୍ରାମର ବିଧାନସଭା ଆସନରୁ ଟିଏମସି ମୁଖ୍ୟ ୫୦ ହଜାର ଭୋଟରେ ହାରିବେ ବୋଲି ଶୁଭେନ୍ଦୁ କହିଛନ୍ତି। ପୂର୍ବତନ ଟିଏମସି ନେତା ତଥା ନିକଟରେ ବିଜେପିରେ ସାମିଲ ହୋଇଥିବା ଶୁଭେନ୍ଦୁ ଅଧିକାରୀ ନନ୍ଦିଗ୍ରାମ ଆସନରୁ ୨୦୧୬ରେ ବିଜୟୀ ହୋଇଥିଲେ। ୨୦୧୧ ବିଧାନସଭା ନିର୍ବାଚନରେ ମମତା ବାନାର୍ଜୀ, ଶୁଭେନ୍ଦୁଙ୍କ ସହ ନନ୍ଦିଗ୍ରାମ ପ୍ରଚାରରେ ବାହାରିଥିଲେ। ୩୪ ବର୍ଷ ବାମ ଦଳ କବଜାରେ ଥିବା ନନ୍ଦିଗ୍ରାମ ଟିଏମସି ଖାତାକୁ ଆସିଥିଲା। ମମତା ବାନାର୍ଜୀ ଏବେ ବଭାନୀପୁରାରୁ ବିଧାୟିକା ଅଛନ୍ତି। ସୋମବାର ମମତା ବାନାର୍ଜୀ ଏପରି…

ରଜନୀକାନ୍ତ ଫ୍ୟାନ୍ସଙ୍କୁ କଲେ ଅପିଲ୍

ମୁମ୍ବାଇ ୧୨।୧: ତାମିଲ ସୁପରଷ୍ଟାର ରଜନୀକାନ୍ତ ଏବେ ବେଶ୍ ଚର୍ଚ୍ଚାରେ । ନିକଟରେ ରଜନୀକାନ୍ତ ରାଜନୀତିରେ ପ୍ରବେଶ କରିବାକୁ ଘୋଷଣା କରିଥିଲେ । କିନ୍ତୁ ହଠାତ୍ ତାଙ୍କ ଶରୀର ଅସୁସ୍ଥ ହେବା କାରଣରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହସ୍ପିଟାଲରୁ ସୁସ୍ଥ ହୋଇ ଘରକୁ ଫେରିବା ପରେ ସେ ଏକ ବୟାନ ଜାରି କରି ରାଜନୀତିରେ ପ୍ରବେଶ କରିବେନି ବୋଲି ମନା କରିଦେଇଛନ୍ତି ।ସୁପରଷ୍ଟାର ରଜନୀକାନ୍ତ ତାଙ୍କ ଶରୀର ଅସୁସ୍ଥ ହେବା, ଭଗବାନଙ୍କର ଚେତାବନୀ ବୋଲି କହି ରାଜନୀତିରେ ପ୍ରବେଶ କରିବାକୁ ମନା କରିଦେଇଥିଲେ । କିନ୍ତୁ ଏଭଳି ଘୋଷଣା ଦ୍ବାରା ତାଙ୍କ ଫ୍ୟାନ୍ସଙ୍କୁ ଝଟକା ଲାଗିଥିଲା ଏବଂ ସେବେଠାରୁ ଫ୍ୟାନ୍ସମାନେ ତାଙ୍କ ନିଷ୍ପତ୍ତିକୁ ବଦଳାଇବାକୁ ଅନୁରୋଧ କରୁଥିଲେ ।ଏହା ପରେ ରଜନୀକାନ୍ତ ତାମିଲ ଭାଷାରେ ଟ୍ବିଟ୍ କରି ଲେଖିଛନ୍ତି ଯେ ତାଙ୍କୁ ତାଙ୍କର ନିଷ୍ପତି ବଦଳାଇବାକୁ…

ବଜେଟ୍ ପୂର୍ବରୁ ଅର୍ଥନୀତିଜ୍ଞଙ୍କ ପରାମର୍ଶ ନେବେ ମୋଦୀ, ଶୁକ୍ରବାର ଡାକିପାରନ୍ତି ବୈଠକ

ନୂଆଦିଲ୍ଲୀ,୦୭/୦୧: କରୋନା ସଙ୍କଟ ଭିତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କ୍ଷତିଗ୍ରସ୍ତ ହୋଇଥିବା ବିଭିନ୍ନ କ୍ଷେତ୍ର ଗୁଡ଼ିକ ପାଇଁ ୮ ତାରିଖ ଦିନ ପୁଣିଥରେ ବୈଠକ ଡାକିବାକୁ ଯାଉଛନ୍ତି। ଏହି ବୈଠକରେ ସେ ମୁଖ୍ୟ ଅର୍ଥନୀତିଜ୍ଞଙ୍କ ସହ ଅନ୍ୟାନ୍ୟ କ୍ଷେତ୍ରର ବିଶେଷଜ୍ଞଙ୍କ ସହ ଆଲୋଚନା କରିବେ। ଯାହାକି ଆଗକୁ ପ୍ରସ୍ତୁତ ହେଉଥିବା ବଜେଟ୍‌ରେ ସାମିଲ କରାଯାଇପାରିବ। ଏହି ବୈଠକ ନୀତି ଆୟୋଗ ଦ୍ୱାରା ଆୟୋଜନ କରାଯିବ। ଏଥିରେ ନୀତି ଆୟୋଗର ଉପାଧ୍ୟ୍ୟକ୍ଷ ରାଜୀବ କୁମାର ଏବଂ ନୀତି ଆୟୋଗର ସିଇଓ ଅମିତାଭ କାନ୍ତ ମଧ୍ୟ ଭାଗ ନେବେ। ଜଣେ ସରକାରୀ ଅଧିକାରୀ ନାମ ଗୋପନ ରଖି ପ୍ରଧାନମନ୍ତ୍ରୀ ଆସନ୍ତା ଶୁକ୍ରବାରକୁ ଆଗାମୀ ବଜେଟ୍ ପ୍ରସ୍ତୁତି ପାଇଁ ଅର୍ଥନୀତିଜ୍ଞଙ୍କ ସହ ବୈଠକ କରିବେ ବୋଲି କହିଛନ୍ତି। ଭାରତୀୟ ରିଜର୍ଭ ବ୍ୟାଙ୍କର ଅନୁମାନ ଅନୁସାରେ ଭାରତୀୟ ଅର୍ଥବ୍ୟବସ୍ଥା ଚଳିତ ବର୍ଷ ୭.୫…

ଭ୍ୟାକସିନ ଆସିବା ପରେ ୨ ପ୍ରଜାତି ବହୁତ ଚିନ୍ତିତ, ଗୋଟିଏ କରୋନା ଭାଇରସ୍ ଏବଂ ଅନ୍ୟଟି କଂଗ୍ରେସ ପାର୍ଟି:

ନୂଆଦିଲ୍ଲୀ ୦୪।୦୧: ଭାରତୀୟ ଜନତା ପାର୍ଟିର ମୁଖପାତ୍ର ସମ୍ବିତ ପାତ୍ର ସୋମବାର କହିଛନ୍ତି ଭ୍ୟାକସିନ ଆସିବା ପରେ ୨ ପ୍ରଜାତି ବହୁତ ଚିନ୍ତିତ ଅଛନ୍ତି। ଗୋଟିଏ କରୋନା ଭାଇରସ୍ ଏବଂ ଅନ୍ୟଟି କଂଗ୍ରେସ ପାର୍ଟି। ଆମେ ସମୟ ସମୟରେ କଂଗ୍ରେସର ମ୍ୟୁଟେଣ୍ଟ ଶୈଳୀରେ ପରିବର୍ତ୍ତନ ଦେଖିଛୁ। କଂଗ୍ରେସ ଗୋଟିଏ ପରେ ଗୋଟିଏ ଭୟଙ୍କର ରୂପ ଧାରଣ କରୁଛି। ସମ୍ବିତ ପାତ୍ର କହିଛନ୍ତି ଦେଶରେ ସଂପ୍ରତି ଭାକସିନକୁ ନେଇ ଯେଉଁ ପ୍ରକାରର ରାଜନୀତି ଚାଲିଛି ସେଥିରୁ ଦୁଃଖ ଏବଂ କଷ୍ଟଦାୟକ ଆଉ କିଛି ନୁହେଁ। ସମ୍ବିତ ପାତ୍ର କହିଛନ୍ତି ବିରୋଧୀ ଏମିତି ପ୍ରସଙ୍ଗ ଘୋଷାଡୁଛନ୍ତି ଯଦ୍ଵାରା ଭ୍ୟାକସିନ ଆବିଷ୍କାର ଖବର ନଗଣ୍ୟ ହୋଇଯିବ। ଆଦରଣୀ ଜେପି ନଡ୍ଡା ମଧ୍ୟ ଏହି କଥା କହିଛନ୍ତି ଯେ କଂଗ୍ରେସ ଏବଂ ବିରୋଧୀ ଏହା ଉପରେ ରାଜନୀତି କରୁଛନ୍ତି। ସେମାନଙ୍କୁ ଆତ୍ମଚିନ୍ତନ କରିବା…

ଶ୍ମଶାନ ଘାଟରେ ଛାତ ଭୁଶୁଡ଼ିବା ଘଟଣା, ମୃତ୍ୟୁ ସଂଖ୍ୟା ୨୩କୁ ବୃଦ୍ଧି

ନୂଆଦିଲ୍ଲୀ ୦୩/୦୧: ଗାଜିଆବାଦର ଏକ ଶ୍ମଶାନରେ ଛାତ ଭୁଶୁଡ଼ିବା ଘଟଣାରେ ଏବେ ସୁଦ୍ଧା ୨୩ ଜଣଙ୍କ ଜୀବନ ଗଲାଣି। ଲଗାତର ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଉଛି। ଗୁରୁତରମାନଙ୍କୁ ହସ୍ପିଟାଲରେ ଚିକିତ୍ସା କରାଯାଉଛି। ଏବେ ସୁଦ୍ଧା ୩୮ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଏବେ ବି ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଗାଜିଆବାଦରେ ଘଟିଥିବା ଦୁଃଖଦ ଘଟଣା ପାଇଁ ଶୋକ ପ୍ରକାଶ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ନ​ରେନ୍ଦ୍ର ମୋଦି। ରାଷ୍ଟ୍ରପତି କୋବିନ୍ଦ ଟ୍ବିଟରରେ ଲେଖିଛନ୍ତି, ‘ମରାଦନଗର, ଗାଜିଆବାଦରେ ଥିବା ଶ୍ମଶାନରେ ଛାତ ଭୁଶୁଡ଼ିବା ଘଟଣା ଅତ୍ୟନ୍ତ ଦୁଃଖଦ। ମୃତକଙ୍କ ପରିବାର ପ୍ରତି ମୋର ସମବେଦନା। ମୁଁ ଆହତ ବ୍ୟକ୍ତିମାନଙ୍କ ଆଶୁ ଆରୋଗ୍ୟ କାମନା କରୁଛି।’ ସେହିଭଳି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲେଖିଛନ୍ତି, ‘ଉତ୍ତରପ୍ରଦେଶର ମୁରାଦନଗରରେ ଦୁର୍ଭାଗ୍ୟପୂର୍ଣ୍ଣ ଦୁର୍ଘଟଣା ଖବର ଅତ୍ୟନ୍ତ ମର୍ମାହତ କରିଛି। ରାଜ୍ୟ ସରକାର…

ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ୱ ନେଲେ ସୁରେଶ ମହାପାତ୍ର

ଭୁବନେଶ୍ୱର,୦୧/୦୧: ଶୁକ୍ରବାର ବରିଷ୍ଠ ଆଇଏଏସ ଅଧିକାରୀ ସୁରେଶ ମହାପାତ୍ର ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଶ୍ରୀ ଅସିତ ତ୍ରିପାଠୀଙ୍କ ଅବସର ପରେ ସୁରେଶ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ୱ ତୁଲାଇବେ । ତେବେ ଅସିତ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧକ୍ଷ ଭାବେ ଦାୟିତ୍ୱ ତୁଲାଇବେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରମୁଖ ପରାମର୍ଶଦାତା ଭାବେ ମଧ୍ୟ ଅସିତ୍‌ ଦାୟିତ୍ୱ ତୁଲାଇବେ। ଆଞ୍ଚଳିକ ବିକାଶ, ପର୍ଯ୍ୟଟନ, କୃଷି, ବ୍ୟବସାୟ ଓ ଶିଳ୍ପ କ୍ଷେତ୍ରରେ ସେ ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ଭାବେ ମଧ୍ୟ କାର୍ଯ୍ୟ କରିବେ । ଏତତ୍ ବ୍ୟତୀତ ଆଇଏଏସ ପ୍ରଦୀପ ଜେନା ଉନ୍ନୟନ କମିଶନର ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି

ନୂତନ ବର୍ଷର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର,୦୧/୦୧:  ଆଜି ସାରା ଦେଶ ପାଳନ କରୁଛି ଇଂରାଜୀ ନୂଆବର୍ଷ । କରୋନା ପାଇଁ ଚଳିତ ଥର ନୂଆବର୍ଷ ଫିକା ପଡିଥିଲେ ମଧ୍ୟ ସମସ୍ତେ ସାଙ୍ଗ, ସାଥୀ ଓ ପରିଜନଙ୍କୁ ମେସେଜ୍, ହ୍ୱାଟସଆପ୍, ଫେସବୁକରେ ଶୁଭେଚ୍ଛା ଜଣାଉଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଏକ ଭିଡିଓ ବାର୍ତ୍ତାରେ ରାଜ୍ୟବାସୀଙ୍କୁ ନବବର୍ଶର ଶୁଭକାମନା ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ ଟ୍ୱିଟରରେ ଉଲ୍ଲେଖ କରିଛନ୍ତି ଯେ, ନୂତନ ବର୍ଷ ଉପଲକ୍ଷେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ । ମହାପ୍ରଭୂଙ୍କ କୃପାରୁ ନୂଆବର୍ଷ ସମସ୍ତଙ୍କ ପାଇଁ ସୁଖ ଓ ସମୃଦ୍ଧିର ବର୍ଷ ହେଉ ବୋଲି ସେ କହିଛନ୍ତି । ଏହାସହ ସେ ଏକ ଭିଡିଓ ବାର୍ତ୍ତା ମଧ୍ୟ ଜାରି କରିଛନ୍ତି  ।