ସବୁଠୁ କନିଷ୍ଠ କମ୍ପ୍ୟୁଟର ପ୍ରୋଗ୍ରାମର ହେଲେ ଅରହମ୍

ଅହମଦାବାଦ ୧୦/୧୧: ୬ବର୍ଷ ବୟସରେ ପିଲାମାନେ ବହୁତ କଷ୍ଟରେ ଏବିସିଡି ଏବଂ ୧ରୁ ୧୦୦ଯାଏଁ ଗଣିବା ଶିଖିପାରୁଥିବାବେଳେ ଅହମଦାବାଦର ୬ବର୍ଷର ଅରହମ୍ ଓମ୍ ତଲସାନିଆ ଏପରି କାରନାମା କରିଛନ୍ତି ଯେ ବଡ଼ ବଡ଼ ସଫ୍ଟଓ୍ବେୟାର ଇଞ୍ଜିନିୟରମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ୬ବର୍ଷର ଏହି ଛୋଟ ପିଲାଟି କମ୍ପ୍ୟୁଟର ଦୁନିଆରେ ଏପରି କାରନାମା କରି ଦେଖାଇଛି ଯେ ଯାହା ଗିନିଜ ବୁକ୍ ଅଫ୍ ଓ୍ବାର୍ଲଡ ରେକର୍ଡ଼ରେ ସ୍ଥାନ ପାଇଛି। ଅରହମଙ୍କ ନାଁ ଗିନିଜ ବୁକ୍ ଅଫ୍ ଓ୍ବାଲର୍ଡ ରେକର୍ଡ଼ରେ ସବୁଠୁ ଯୁବ କମ୍ପ୍ୟୁଟର ପ୍ରୋଗ୍ରାମର ଭାବେ ସ୍ଥାନ ପାଇଛି। ଅରହମ୍ ତଲସାନିଆ ୬ବର୍ଷ ବୟସରେ ଶକ୍ତିଶାଳୀ ପାଇଥନ୍ ପ୍ରୋଗ୍ରାମିଂ ଭାଷା ପରୀକ୍ଷାକୁ କ୍ଲିୟର କରି ଗିନିଜ ଓ୍ବାଲର୍ଡ ରେକର୍ଡ଼ କରିଛନ୍ତି। ଏହି ପରୀକ୍ଷା ୨୦୨୦ ଜାନୁୟାରୀ ୨୩ତାରିଖରେ ମାଇକ୍ରୋସଫ୍ଟ ଦ୍ବାରା ଅଧିକୃତ ପିୟର୍ସନ ଭ୍ୟୁ ଟେଷ୍ଟ୍ ସେଣ୍ଟରରେ ଆୟୋଜିତ କରାଯାଇଥିଲା।…

ରାଜ୍ୟରେ ଏବେ ଖୋଲିବନି ସ୍କୁଲ!

ଭୁବନେଶ୍ବର ୬।୧୧: ରାଜ୍ୟରେ ଏବେ ଖୋଲିବନି ସ୍କୁଲ । ନଭେମ୍ବରରେ ସ୍କୁଲ ଖୋଲିବା ନିଷ୍ପତ୍ତି ସାମୟିକ ସ୍ଥଗିତ ରଖାଯାଇଛି । ସ୍କୁଲ ଖୋଲିବା ନିଷ୍ପତ୍ତି ନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ପ୍ରତିକ୍ରିୟା ରଖିଛନ୍ତି । ଡିସେମ୍ବରରେ କରୋନାର ଦ୍ବିତୀୟ ପର୍ଯ୍ୟାୟ ସଂକ୍ରମଣ ଆଶଙ୍କା ରହିଛି । ଏ ନେଇ ସତର୍କ ରହିବାକୁ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ପରିସ୍ଥିତିକୁ ଦୃଷ୍ଟିରେ ରଖି ନିଷ୍ପତ୍ତିରେ ପରିବର୍ତ୍ତନ କରାଯାଇଛି । ସ୍ବାସ୍ଥ୍ୟ ବିଭାଗର ପରବର୍ତ୍ତୀ ଗାଇଡ୍ ଲାଇନ୍‌କୁ ଅପେକ୍ଷା କରାଯାଇଛି । ପରବର୍ତ୍ତୀ ଗାଇଡ୍ ଲାଇନ୍ ଆସିବା ପରେ ଯାହା ନିଷ୍ପତ୍ତି ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି । ନଭେମ୍ବର ୧୬ରୁ ନବମରୁ ଦ୍ବାଦଶ ଶ୍ରେଣୀ ଯାଏଁ ଖୋଲିବାକୁ ରାଜ୍ୟ ସରକାର ଗାଇଡ୍‌ଲାଇନ୍‌ ଜାରି କରିଥିଲେ । ଏଥିପାଇଁ ବିଭାଗ ପ୍ରସ୍ତୁତ ଥିବା କହିଥିଲେ ସ୍କୁଲ ଓ ଗଣଶିକ୍ଷା…

କଲେଜ ଖୋଲିବା ଲାଗି ଗାଇଡ୍ ଲାଇନ୍ ଜାରି କଲା ୟୁଜିସି

ଭୁବନେଶ୍ବର ୬।୧୧: ବିଶ୍ବବିଦ୍ୟାଳୟ ଓ କଲେଜ ଖୋଲିବା ଲାଗି ଗାଇଡ୍ ଲାଇନ୍ ଜାରି କଲା ୟୁଜିସି । କୌଣସି କ୍ୟାମ୍ପସ୍ ଖୋଲିବା ପୂର୍ବରୁ କେନ୍ଦ୍ର କିମ୍ବା ରାଜ୍ୟ ସରକାର ସମ୍ପୃକ୍ତ ଅଞ୍ଚଳକୁ ନିରାପଦ ଘୋଷଣା କରିବା ଆବଶ୍ୟକ ବୋଲି ଏଥିରେ ପରାମର୍ଶ ଦିଆଯାଇଛି । ସୁରକ୍ଷା ଏବଂ ସ୍ବାସ୍ଥ୍ୟ ପ୍ରତିଷେଧକ ବ୍ୟବସ୍ଥାକୁ କଡାକଡି ପାଳନ କରାଯାଇ ସମ୍ଭବ ହେଲେ ହଷ୍ଟେଲ ଖୋଲାଯାଇପାରେ ବୋଲି ୟୁଜିସି କହିଛି । ତେବେ ଯେଉଁ ଛାତ୍ର ବା ଶିକ୍ଷକଙ୍କର କରୋନା ଲକ୍ଷଣ ଥିବ ସେମାନଙ୍କୁ କଲେଜ ବା ବିଶ୍ବବିଦ୍ୟାଳୟରେ ପ୍ରବେଶ ଅନୁମତି ଦିଆଯିବ ନାହିଁ ବୋଲି ୟୁଜିସି ନିର୍ଦ୍ଦେଶ ଦେଇଛି । ସେହିପରି କଣ୍ଟେନମେଣ୍ଟ ଜୋନରେ ରହୁଥିବା ଛାତ୍ର ଏବଂ କର୍ମଚାରୀମାନଙ୍କୁ କଲେଜକୁ ଆସିବାକୁ ଅନୁମତି ମିଳିବ ନାହିଁ । କେବଳ କଣ୍ଟେନମେଣ୍ଟ ଜୋନ୍ ବାହାରେ ଥିବା ବିଶ୍ବବିଦ୍ୟାଳୟ ଏବଂ କଲେଜଗୁଡିକୁ ଖୋଲିବାକୁ…

ନଭେମ୍ବର ୨ରୁ ଖୋଲିବ ସ୍କୁଲ, ଦିନେ ଛାଡି ଦିନେ ପିଲା ପଢ଼ିବାକୁ ଆସିବେ

ହାଇଦ୍ରାବାଦ ୨୧/୧୦: କରୋନା ଭାଇରସ ସଂକ୍ରମଣ ରୋକିବା ପାଇଁ ଦେଶବ୍ୟାପି ଲକଡାଉନ ମାର୍ଚ ମାସରୁ ଲାଗିଥିଲା। ସୋମବାରରୁ ପଞ୍ଜାବ, ୟୁପି ଓ ସିକ୍କିମରେ ସ୍କୁଲ ଖୋଲିଛି। ଏହି କ୍ରମରେ ଆନ୍ଧ୍ର ପ୍ରଦେଶରେ ନଭେମ୍ବର ୨ରେ ସ୍କୁଲ ଖୋଲିବାକୁ ଯାଉଛି। ତେବେ ଆନ୍ଧ୍ର ସରକାର ଏ ପାଇଁ କିଛି ଦିଶା-ନିର୍ଦେଶ ଜାରି କରିଛନ୍ତି। ସ୍କୁଲ ଅଡ-ଇଭେନ୍ ନମ୍ବରରେ ଚାଲିବ। ମୁଖ୍ୟମନ୍ତ୍ରୀ ଜଗମୋହନ ରେଡ୍ଡି ମଙ୍ଗଳବାର ଭିଡ଼ିଓ କନଫରେନ୍ସି ଜରିଆରେ ଏହି ସୂଚନା ପ୍ରଦାନ କରିଛନ୍ତି। ସେ କହିଛନ୍ତି ସ୍କୁଲ ଯଦିଓ ନଭେମ୍ବର ୨ରୁ ଖୋଲିବ କିନ୍ତୁ ଅଧା ଦିନ ଚାଲିବ। ଅର୍ଥାତ ସକାଳ ଓଳି ସ୍କୁଲ ଖୋଲିବ ଓ ପିଲାଙ୍କୁ ମଧ୍ୟାହ୍ନ ଭୋଜନ ଦିଆଯିବ। ମିଡ ଡେ ମିଲ ପରେ ସ୍କୁଲ ଛୁଟି ହୋଇଯିବ। ଦିନେ ଛାଡି ଦିନେ ବିଭିନ୍ନ ଶ୍ରେଣୀର ସ୍କୁଲ ଚାଲିବ। ପ୍ରଥମେ ପ୍ରଥମ, ତୃତୀୟ,…

ଆଜି ପ୍ରକାଶ ପାଇବ ନିଟ୍ ପରୀକ୍ଷା ଫଳ

ଭୁବନେଶ୍ବର ୧୬।୧୦: ଆଜି ପ୍ରକାଶ ପାଇବ ନିଟ୍ ପରୀକ୍ଷା ଫଳ । ଦେଶରେ ଥିବା ମେଡିକାଲ କଲେଜଗୁଡ଼ିକର ଏମବିବିଏସ୍  ଓ ବିଡିଏସ୍  ପାଠ୍ୟକ୍ରମରେ ନାମଲେଖା ଲାଗି ଅନୁଷ୍ଠିତ ହୋଇଥିବା ନ୍ୟାସନାଲ ଏଲିଜିବିଲିଟି କମ୍ ଏଣ୍ଟ୍ରାନ୍ସ ଟେଷ୍ଟ (ନିଟ୍) ପରୀକ୍ଷା ଫଳ ଆଜି ପ୍ରକାଶ ପାଇବ । ପରୀକ୍ଷା ଫଳ କେତେବେଳେ ବାହାରିବ ସେନେଇ ପରୀକ୍ଷା ପରିଚାଳନା କରୁଥିବା ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ପକ୍ଷରୁ କୌଣସି ସୂଚନା ଦିଆଯାଇ ନାହିଁ। ତେବେ ପରୀକ୍ଷାର୍ଥୀ ‘ntaneet.nic.in ଓ nta.ac.in’ ୱେବସାଇଟ୍  ମାଧ୍ୟମରେ ସେମାନଙ୍କ ଫଳ ଜାଣିପାରିବେ । ସେପ୍ଟେମ୍ବର ୧୩ରେ ସାରା ଦେଶରେ ଅନୁଷ୍ଠିତ ପରୀକ୍ଷାରେ ୧୪ ଲକ୍ଷ ୩୭ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। କରୋନା ଆକ୍ରାନ୍ତ ଓ କଣ୍ଟେନମେଣ୍ଟ ଜୋନରେ ରହିଥିବା କେତେଜଣ ଛାତ୍ରଛାତ୍ରୀଙ୍କ ପାଇଁ ଅକ୍ଟୋବର ୧୪ରେ ପରୀକ୍ଷା କରାଯାଇଥିଲା। ସେଥିରେ ମଧ୍ୟ କିଛି ଛାତ୍ରଛାତ୍ରୀ ଅଂଶଗ୍ରହଣ…

ଜେଇଇ ମେନ୍ ଢାଞ୍ଚାରେ ହେବ, ୮୦ହଜାରରୁ ଅଧିକ ପରିକ୍ଷାର୍ଥୀ ଦେବେ ପରୀକ୍ଷା

ଭୁବନେଶ୍ୱର ୧୨।୧୦:  ଆଜି ଓଜେଇଇ । କରୋନା ମହାମାରୀ ଓ କଟକଣା ମଧ୍ୟରେ ଆଜି ଏହି ପରୀକ୍ଷା ଅନୁଷ୍ଠିତ ହେବ । ଜେଇଇ ମେନ୍ ଢାଞ୍ଚାରେ ଅନୁଷ୍ଠିତ ହେବ ଓଜେଇଇ ।  ଆଜିଠାରୁ ଆରମ୍ଭ ହୋଇ ୧୯ତାରିଖ ପର୍ଯ୍ୟନ୍ତ ଚାଲିବ ଓଜେଇଇ । ୨୧ଟି ସହରରେ ୫୪ଟି ପରୀକ୍ଷା କେନ୍ଦ୍ରରେ ଓଜେଇଇ ଦେବେ ୮୦ହଜାରରୁ  ଅଧିକ  ପରୀକ୍ଷାର୍ଥୀ । ଓଜେଇଇ ପାଇଁ ରାଜ୍ୟ ବାହାରେ କୋଲକାତା, ରାଞ୍ଚି, ପାଟନାରେ ମଧ୍ୟ ପରୀକ୍ଷା କେନ୍ଦ୍ର କରାଯାଇଛି ।  ପ୍ରତି ପରୀକ୍ଷା ହଲରେ ୫୦ ପ୍ରତିଶତ ପରୀକ୍ଷାର୍ଥୀ ବସିବେ ।  ପରୀକ୍ଷା ପୂର୍ବାହ୍ନ ୯ଟାରୁ ୧୧ଟା ପର୍ଯ୍ୟନ୍ତ ପ୍ରଥମ ସିଟିଂ, ମଧ୍ୟାହ୍ନ ୧୨ଟା ୩୦ରୁ ୨ଟା ୩୦ ପର୍ଯ୍ୟନ୍ତ ଦ୍ବିତୀୟ ଓ ଅପରାହ୍ଣ ୪ଟାରୁ ୬ଟା ପର୍ଯ୍ୟନ୍ତ ଏଭଳି ୩ଟି  ସିଟିଂରେ କରାଯିବ । ପରୀକ୍ଷା କେନ୍ଦ୍ର ଗୁଡିକୁ ଠିକ…

ଆଜି ପ୍ରକାଶ ପାଇବ ଯୁକ୍ତ ୩ ନାମଲେଖା ପାଇଁ ପ୍ରଥମ ପର୍ଯ୍ୟାୟ ମେଧା ତାଲିକା

ଭୁବନେଶ୍ବର ୨୮।୯: ଆଜି ପ୍ରକାଶ ପାଇବ ଯୁକ୍ତ ୩ ମେଧା ତାଲିକା । ୨୦୨୦-୨୧ ଶିକ୍ଷାବର୍ଷରେ ଯୁକ୍ତ ୩ କଲେଜଗୁଡିକରେ ନାମଲେଖା ଲାଗି ସୋମବାର ପୂର୍ବାହ୍ନ ୧୧ଟାରେ ପ୍ରଥମ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବ। ସୋମବାରଠାରୁ ଅକ୍ଟୋବର ୧ ତାରିଖ ରାତି ୧୧ଟା ୪୫ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ଅନ୍‌ଲାଇନ୍‌ରେ ନାମଲେଖା ସହ ଫି’ ଦାଖଲ କରିପାରିବେ। ରାଜ୍ୟର ୧ ହଜାର ୨୯ଟି କଲେଜ୍ ପାଇଁ ୨ ଲକ୍ଷ ୧୨ ହଜାର ୯୯୮ ଛାତଛାତ୍ରୀ ଆବେଦନ କରିଛନ୍ତି । ଆଜି ହିଁ ସାମ୍ସ ଆକାଉଣ୍ଟରେ ଆଡମିଶନ ଲାଗି ଇ-ଡିପୋଜିଟ୍ କରିବେ ଛାତ୍ରଛାତ୍ରୀ । ଅକ୍ଟୋବର ୮ ତାରିଖରେ ଦ୍ୱିତୀୟ ମେଧା ତାଲିକା ପ୍ରକାଶ ପାଇବ । ୧୦ ତାରିଖ ପର୍ଯ୍ୟନ୍ତ ଅନ୍‌ଲାଇନ୍‌ରେ ନାମଲେଖ‌ା ଚାଲିବ। ସେପ୍ଟେମ୍ବର ୮ରୁ ଯୁକ୍ତ ୩ ନାମଲେଖା ପାଇଁ ବିଭିନ୍ନ ବିଭାଗରେ ଆବେଦନ ଆରମ୍ଭ…

ବିଶ୍ୱବିଦ୍ୟାଳୟ ଆଇନ ସଂଶୋଧନକୁ ନେଇ ବିବାଦ । ବିଶ୍ୱବିଦ୍ୟାଳୟ ଗୁଡ଼ିକର ସ୍ୱାଧିନତାକୁ ସଂକୁଚିତ କରାଯାଉଥିବା ନେଇ ଅଭିଯୋଗ ଆଣିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସ୍ୱର ମିଳାଇଲା କଂଗ୍ରେସ, ଶିକ୍ଷାବିତ ମଧ୍ୟ ଉଠାଇଲେ ପ୍ରଶ୍ନ

ବିଶ୍ୱ ବିଦ୍ୟାଳୟ ଆଇନ ସଂଶୋଧନ ପ୍ରସଙ୍ଗକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବିରୋଧ । ଏହା ଲାଗୁ ହେବା ଦ୍ୱାରା କଣ କ୍ଷତି ହେବ ସେନେଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ନିଶଙ୍କ ପୋଖରିଆଲଙ୍କ ନିକଟକୁ ଚିଠି ଲେଖିଛନ୍ତି ଧର୍ମେନ୍ଦ୍ର । – ଓଡିଶା ବିଶ୍ୱବିଦ୍ୟାଳୟ ଆକ୍ଟ-୧୯୮୯ର ସଂଶୋଧନ ଏବଂ ରେଭେନସା ବିଶ୍ୱବିଦ୍ୟାଳୟ ଆକ୍ଟ ୨୦୦୫କୁ ରଦ୍ଦ କରିବା ଏବଂ ଉଚ୍ଚ ଶିକ୍ଷା ବିଭାଗ ଅଧିନକୁ ଏହାକୁ ଆଣିବା ଦ୍ୱାରା ବିଶ୍ୱବିଦ୍ୟାଳୟର ସ୍ୱାୟତତା କ୍ଷୁର୍ଣ୍ଣ ହେବ । – ବିଶ୍ୱବିଦ୍ୟାଳୟର ପରିଚାଳନାର ଭାର ସିନେଟ ବଦଳରେ ସିଣ୍ଡିକେଟ ହାତରେ ରହିବା ଦ୍ୱାରା ସିନେଟର ଦାୟିତ୍ୱ ଏବଂ ଗୁରୁତ୍ୱରେ ଫରକ ଆସିବ – ଭିସି ନିଯୁକ୍ତି ପାଇଁ ଥିବା କମିଟିରେ ସରକାରଙ୍କ ପକ୍ଷରୁ ଜଣେ ବିଶିଷ୍ଟ ଶିକ୍ଷାବିତ ସଦସ୍ୟ ରହିବା ଦ୍ୱାରା ଭିସି ନିଯୁକ୍ତିରେ ବାଧା ଉପୁ ଯିବ ।…

ଘୁଞ୍ଚିଲା UGC-NET ପରୀକ୍ଷା

ଭୁବନେଶ୍ୱର ୧୫।୦୯: ଘୁଞ୍ଚିଲା UGC-NET ପରୀକ୍ଷା । ସେପ୍ଟେମ୍ବର ୧୬ରେ ହେବାକୁ ଥିବା UGC-NET ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଛି । ଏନେଇ ବିଜ୍ଞପ୍ତି ଜାରି କରିଛି ପରୀକ୍ଷା ପରିଚାଳନା କରୁଥିବା ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ବା NTA । ପରବର୍ତ୍ତୀ ପରୀକ୍ଷା ତାରିଖ ସ୍ଥିର ହେଲେ ଆଡମିଟ୍ କାର୍ଡ଼ ବିବରଣୀ ugc.nta.nic.inରେ ଉପଲବ୍ଧ ହେବ । ସେହିଭଳି ସେପ୍ଟେମ୍ବର ୧୬, ୧୭, ୨୨ ଓ ୨୩ରେ NTAର ଅନ୍ୟାନ୍ୟ ପରୀକ୍ଷା ମଧ୍ୟ ସ୍ଥଗିତ ରଖାଯାଇଛି । ଏହି ସବୁ ପରୀକ୍ଷା ବାବଦରେ ମଧ୍ୟ NTA  ବିଜ୍ଞପ୍ତି ପ୍ରକାଶ କରିବ ବୋଲି କୁହାଯାଇଛି । ସାରା ଦେଶରେ କରୋନା ପରିସ୍ଥିତିକୁ ଦେଖି ପରୀକ୍ଷା ଘୁଞ୍ଚାଇବାକୁ ପୂର୍ବରୁ ଦାବି ହୋଇ ଆସୁଥିଲା ।

ଆଜିଠୁ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା, ୧୫୩ଟି କେନ୍ଦ୍ରରେ ପରୀକ୍ଷା ଦେବେ ୩୫ ହଜାରରୁ ଅଧିକ ଛାତ୍ରଛାତ୍ରୀ

ଭୁବନେଶ୍ୱର ୧୪।୦୯: ଆଜିଠୁ ଆରମ୍ଭ ହେବ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା । ପରୀକ୍ଷା ଆଜିଠୁ ଆରମ୍ଭ ହୋଇ ସେପ୍ଟେମ୍ବର ୨୪ରେ ଶେଷ ହେବ । ପରୀକ୍ଷା ଦେବେ ମୋଟ ୩୫ ହଜାର ୫୮୮ ଛାତ୍ରଛାତ୍ରୀ । ମାଟ୍ରିକ ସପ୍ଲିମେଣ୍ଟାରୀ ପାଇଁ ୧୫୩ଟି ପରୀକ୍ଷା କେନ୍ଦ୍ର କରାଯାଇଥିବା ବେଳେ ଓପନ୍ ପରୀକ୍ଷା ପାଇଁ ୮୮ଟି ପରୀକ୍ଷା କେନ୍ଦ୍ର କରାଯାଇଥିବା ମାଧ୍ୟମିକ ଶିକ୍ଷା ପରିଷଦ ସମ୍ପାଦକ ସୂଚନା ଦେଇଛନ୍ତି । ୨୨ହଜାର ୬ଶହ ୪୯ଜଣ ଛାତ୍ରଛାତ୍ରୀ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ଦେଉଥିବା ବେଳେ ୧୨ହଜାର ୯ଶହ ୩୯ଜଣ ପରୀକ୍ଷାର୍ଥୀ ଓପନ୍ ସ୍କୁଲ ପରୀକ୍ଷା ଦେବେ । ଚଳିତ ବର୍ଷ ଶହେ ମାର୍କ ବଦଳରେ ପ୍ରତି ବିଷୟରେ ୮୦ ନମ୍ବରର ପରୀକ୍ଷା କରାଯିବ । ପୂର୍ବାହ୍ନ ୧୦ଟା ବେଳେ ପରୀକ୍ଷା ଆରମ୍ଭ ହେବ । କୋଭିଡ-19 ଗାଇଡ଼ଲାଇନ ସମ୍ପୂର୍ଣ୍ଣ ଭାବେ ପାଳନ…