ଭିକାରୀମୁକ୍ତ ହେବ ଏକାମ୍ରକ୍ଷେତ୍ର

ଭୁବନେଶ୍ୱର,୯/ ୧୨:  ଏକାମ୍ରକ୍ଷେତ୍ର ହେବ ଭିକାରୀ ମୁକ୍ତ । ମନ୍ଦିରମାଳିନୀ ଏକାମ୍ର କ୍ଷେତ୍ର ଅଞ୍ଚଳକୁ ଭିକାରୀମୁକ୍ତ କରାଯିବା ନେଇ ସରକାର ପ୍ରୟାସ ଆରମ୍ଭ କରିଛନ୍ତି। ଏକାମ୍ର ଯୋଜନାରେ ଏହି କାର୍ଯ୍ୟକୁ ଅଗ୍ରାଧିକାର ଭିତ୍ତିରେ ହାତକୁ ନେଇଛନ୍ତି ବିଏମ୍‌ସି ଓ ବିଡିଏ । ‘ସହାୟ’ ଯୋଜନା ଆଧାରରେ ଭିକାରୀମାନଙ୍କୁ ଥଇଥାନ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି। ଏହାକୁ ସଫଳ କରିବା ଲାଗି ଏନ୍‌ଜିଓଙ୍କ ସହାୟତା ନିଆଯିବ ସୂଚନା ଦେଇଛି ଭୁବନେଶ୍ୱର ମହାନଗର ନିଗମ ବା ବିଏମସି । ଭୁବନେଶ୍ୱର ଶ୍ରୀଲିଙ୍ଗରାଜ ମନ୍ଦିର ସମେତ ଏକାମ୍ରକ୍ଷେତ୍ରର ଅନ୍ୟାନ୍ୟ ମନ୍ଦିର ନିକଟରେ ଭିକାରୀଙ୍କ ସଂଖ୍ୟା ବଢ଼ୁଛି। ଏକାମ୍ରକ୍ଷେତ୍ର ସୌନ୍ଦର୍ଯ୍ୟକରଣ ଯୋଜନାରେ,  ଭିକାରୀଙ୍କ ଭିକ୍ଷାବୃତ୍ତି ନିବାରଣ କରି ସେମାନଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରାଯିବ ।  ଏକାମ୍ରକ୍ଷେତ୍ର ଅଞ୍ଚଳରେ ଭିକାରୀ ଚିହ୍ନଟ ପାଇଁ ଏବେ ସର୍ଭେ ଚଳାଇଛି ବିଏମସି। ଚିହ୍ନଟ ଭିକାରୀଙ୍କୁ ସହାୟ ଯୋଜନା…

ଶ୍ରୀମନ୍ଦିରରେ ଅନୁଷ୍ଠିତ ହୋଇଛି ମହାପ୍ରଭୁଙ୍କ ପୋଢ଼ୁଆଁ ନୀତି

ପୁରୀ ୦୮/୧୨ : ପ୍ରଥମାଷ୍ଟମୀରେ ଶ୍ରୀମନ୍ଦିରରେ ପୋଢ଼ୁଆଁ ହୋଇଛନ୍ତି ମହାପ୍ରଭୁ । ପରମ୍ପରା ଅନୁସାରେ ମହାପ୍ରଭୁଙ୍କ ମାମୁଁ ଘର ନିଆଳି ମାଧବ ମନ୍ଦିରରୁ ଆସିଥିବା ଖଣ୍ଡୁଆ ପାଟ, ଅରୁଆ ଚାଉଳ, ବରି, ଶ୍ରୀଫଳ, ଗୁଡ଼ ପାଚିଲା କଦଳୀ ଆଦି ଲାଗି କରାଯାଇଛି । ସେପଟେ ପୁରୀରେ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ ପୋଢ଼ୁଆଁମାନେ ସିଂହଦ୍ବାର ସମ୍ମୁଖରେ ପତିତପାବନଙ୍କ ଦର୍ଶନ କରି ଆଶିଷ ଲାଭ କରିଛନ୍ତି । ଆଜି ପ୍ରଥମାଷ୍ଟମୀ । ଓଡ଼ିଆ ପରମ୍ପରା ଅନୁସାରେ ମାମୁଁ ଘରୁ ଆସିଥିବା ନୂଆ ବସ୍ତ୍ର ପିନ୍ଧି ପୋଢ଼ୁଆଁ ହୁଅନ୍ତି ଘରର ବଡ଼ ପୁଅ-ଝିଅମାନେ । ଏମିତିରେ ମାନବୀୟ ଲିଳାଖେଳା କରୁଥିବା ଜଗତ ଠାକୁରଙ୍କର ଆଜି  ଶ୍ରୀମନ୍ଦିରରେ ମଧ୍ୟ ପୋଢ଼ୁଆଁ ନୀତି ଅନୁଷ୍ଠିତ ହୋଇଛି । ମହାପ୍ରଭୁଙ୍କ ମାମୁଁ ଘର ନିଆଳି ମାଧବ ନ୍ଦିରୁ ଆସିଥିବା ନୂଆ ଖଣ୍ଡୁଆ…

ବିବାହ ମଣ୍ଡପରେ ବରକୁ ଛାଡି କାଉନସିଲିଂ ପାଇଁ ଚାଲିଗଲେ କନ୍ୟା

ଗୋଣ୍ଡା ୦୫/୧୨ : ସରକାରୀ ଚାକିରୀ ଖଣ୍ଡେ ପାଇବାକୁ ଲୋକେ କଣ ନ କରୁଛନ୍ତି। ଦିନ ରାତି ପାଠ ପଢି ନକେ ପରିଶ୍ରମ କଲେ ଯେଇଁ ସରକାରୀ ଚାକିରୀର୍ଟେ ମିଳିଥାଏ। ପରୀକ୍ଷାରୁ ଆରମ୍ଭ କରି ଇଣ୍ଟରଭ୍ୟୁ ଯାଏଁ ଲୋକେ ବହୁତ ପରିଶ୍ରମ କରିଥାନ୍ତି। ଯେତେବେଳେ ଚାକିରୀ ପାଇବାର ଆଶା ସଞ୍ଚାର ହୁଏ ସେତେବେଳେ ପ୍ରାର୍ଥୀ ସବୁ ପ୍ରକାର ବିପଦକୁ ଏଡେଇ ଆଗକୁ ମାଡିଯିବାକୁ ପଛାଏନାହିଁ।ଏହିଭଳି ଏକ ଘଟଣା ଘଟିଛି ଉତ୍ତର ପ୍ରଦେଶରେ। ଉତ୍ତର ପ୍ରଦେଶ ଗୋଣ୍ଡାରେ ଜଣେ କନ୍ୟା ବିବାହ ମଣ୍ଡପରେ ବରକୁ ଛାଡି କାଉନସିଲିଂ ପାଇଁ ପଳାଇଲେ। ତେବେ ବିବାହ ମଣ୍ଡପରେ ବରକୁ ଏକା ଛାଡି ଯିବାର ସୁଫଳ ତାଙ୍କୁ ମିଳିଥିଲା। ତାଙ୍କୁ ସରକାରୀ ଚାକିରୀ ମିଳିଗଲା। ଚାକିରୀ ପାଇବା ପରେ ଘରଲୋକ ବିବାହର ବାକି କାମ ସମ୍ପନ୍ନ କରି କନ୍ୟା ବିଦା କରିଥିଲେ। ଗୋଣ୍ଡା…

ଆଜି ୨୦୨୦ର ଶେଷ ଚନ୍ଦ୍ର ଗ୍ରହଣ

୨୦୨୦ମସିହାର ଶେଷ ଚନ୍ଦ୍ରଗ୍ରହଣ ଆଜି କାର୍ତ୍ତିକ ପୂର୍ଣ୍ଣିମାରେ ପଡ଼ିଛି। ଏହି ଗ୍ରହଣ ଭାରତ ସମେତ କେତେକ ଦେଶରେ ହେବ। ୨୦୨୦ ମସିହା ନଭେମ୍ବର ୩୦ରେ ପଡ଼ୁଥିବା ଚନ୍ଦ୍ରଗ୍ରହଣ ୨୦୨୦ର ଶେଷ ଚନ୍ଦ୍ରଗ୍ରହଣ ହେବ। ଗ୍ରହଣ ଦ୍ବିପ୍ରହର ୧.୦୪ରେ ଆରମ୍ଭ ହେବ ଏବଂ ସନ୍ଧ୍ୟା ୫.୨୨ରେ ଶେଷ ହେବ। ସୂଚନା ଅନୁଯାୟୀ ଏହା ଏକ ଉପଛାୟା ଗ୍ରହଣ ହେବ ଯାହାକୁ ଖାଲି ଆଖିରେ ଦେଖାଯାଇ ପାରିବ ନାହିଁ। ଭାରତରେ ଏହି ଗ୍ରହଣର ପ୍ରଭାବ କିଛି ଖାସ୍ ହେବ ନାହିଁ। ବର୍ଷର ଶେଷ ସୂର୍ଯ୍ୟ ପରାଗ ୨୦୨୦ ଡିସେମ୍ବର ୧୪ତାରିଖରେ ହେବ। ନଭେମ୍ବର ୩୦ତାରିଖରେ ପଡ଼ୁଥିବା ଚନ୍ଦ୍ର ଗ୍ରହଣ ବୃଷ ରାଶି ଏବଂ ରୋହିଣୀ ନକ୍ଷତ୍ରରେ ପଡ଼ିବ ଯାହା ଫଳରେ ଏହାର ପ୍ରଭାବ ଜ୍ୟୋତିଷ ଅନୁସାରେ ସମସ୍ତ ରାଶିର ବ୍ୟକ୍ତିଙ୍କ ଜୀବନ ଉପରେ ପଡ଼ିବ। କୁହାଯାଏ ଯେ ବ୍ୟକ୍ତିଙ୍କ ଜୀବନରେ…

କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

ମେଷ – ବିଭିନ୍ନ ସମସ୍ୟାରେ ଜଡିତ ରହିଲେ ମଧ୍ୟ ଆନନ୍ଦର ଅନୁଭୂତି ଲାଭ କରିବେ । ବନ୍ଧୁଙ୍କ ସାହାର୍ଯ୍ୟରୁ  ପ୍ରତିଦ୍ୱନ୍ଦ୍ୱିତାରେ ବିଜୟୀ ଓ ପାରିବାରିକ ସମସ୍ୟା ସାମାଧାନ ହେବ । ଶୁଭ ରଙ୍ଗ ପିଚ୍ । ଶୁଭ ଅଙ୍କ ୮ । ଚାଷୀ- ଜଳ ସଞ୍ଚୟ କରନ୍ତୁ । ରୋଗୀ- ସତର୍କତାର ଦିନ । ଛାତ୍ରଛାତ୍ରୀ- ବିଦ୍ୱାନ୍ ହେବେ । କର୍ମଜୀବି- ପ୍ରଶଂସିତ ହେବେ । ବ୍ୟବସାୟୀ- ଅର୍ଥ ହାନୀ ହେବ । ଗୃହିଣୀ- ସୁଖଭାରା ଦିନଟି । ବୃଷ – ସ୍ୱାସ୍ଥ୍ୟ ସମସ୍ୟା ପୂର୍ବପରି ରହିଲେ ମଧ୍ୟ ବିଶେଷ କିଛି ଗୁରୁତର ହେବ ନାହିଁ । ପରିବାରରୁ ପୂର୍ଣ୍ଣ ସମର୍ଥନ ନ ପାଇଲେ ମଧ୍ୟ କର୍ମକ୍ଷେତ୍ରରେ ଗଠନ ମୂଳକ କାର୍ଯ୍ୟରୁ ପ୍ରଶଂସିତ ହେବେ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୬ । ଚାଷୀ- କୀଟ…

ନିଜ ଘର ଛାତରୁ କରିପାରିବେ ଲକ୍ଷ ଲକ୍ଷ ଟଙ୍କାର ରୋଜଗାର

ନୂଆଦିଲ୍ଲୀ ୨୪/୧୧: ଯଦି ଆପଣଙ୍କ ଘରର ଛାତ ଖାଲି ପଡ଼ିଛି ତେବେ ଆପଣଙ୍କ ପାଖରେ ଆୟ କରିବାର ଭଲ ସୁଯୋଗ ରହିଛି। ଆଜି ଆପଣଙ୍କୁ ଏପରି କିଛି ବିଜନେସ୍ ଆଇଡିଆ ବିଷୟରେ କହିବା,ଯାହା ଜରିଆରେ ଆପଣ ସହଜରେ ଲକ୍ଷପତି ହୋଇ ପାରିବେ। ଏହି ବିଜନେସ୍ ଆପଣଙ୍କୁ ଘରେ ବସି ଲକ୍ଷପତି କରାଇବ। ଏଥିପାଇଁ ଆପଣଙ୍କୁ ଅଧିକ ଇନଭେଷ୍ଟମେଣ୍ଟ୍ ମଧ୍ୟ କରିବାକୁ ପଡ଼ିବ ନାହିଁ। ଏଥିପାଇଁ ଅଳ୍ପ ସାବଧାନତା ଅବଲମ୍ବନ କରିବାକୁ କରିବାକୁ ପଡ଼ିବ। ଆସନ୍ତୁ ଜାଣିବା କିପରି ଆପଣ ଏହି ବ୍ୟବସାୟ ଆରମ୍ଭ କରିବେ। ୧.ସୋଲାର ପ୍ୟାନେଲ୍ ଲଗାଇ କରିବେ ଆୟ : ସୋଲାର ପ୍ଲାଣ୍ଟ୍ ବିଜନେସକୁ ସରକାର ମଧ୍ୟ ଗୁରୁତ୍ବ ଦେଉଛନ୍ତି। ଏପରି କ୍ଷେତ୍ରରେ ଯଦି ଆପଣ ନିଜ ବିଲଡିଂର ଛାତ ଉପରେ ସୋଲାର ପ୍ଲାଣ୍ଟ୍ ଲଗାଇବାକୁ ଚାହୁଁଛନ୍ତି ତେବେ ଏହା କେବଳ ଆପଣଙ୍କ ବିଜୁଳି…

କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

ମେଷ – କଳ-ବଳ କୌଶଳ ପ୍ରୟୋଗ କରି କାର୍ଯ୍ୟ ହାତକୁ ଆଣି ପାରନ୍ତି । ଦୟାଳୁ ସ୍ୱଭାବର ହେବେ । ଆକସ୍ମିକ ଯାତ୍ରା କରିବାର ସୁବିଧା ମିଳିବ । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୬। ଚାଷୀ- ଉତ୍ତମ ଫଳ ପାଇବେ । ରୋଗୀ- ଆର୍ୟୁବେଦୀ ଚିକିତ୍ସା ଲାଭ ଦେବ । ଛାତ୍ରଛାତ୍ରୀ- ଗ୍ରୀନ୍ ରଙ୍ଗର ଆସନରେ ବସି ପଢନ୍ତୁ । କର୍ମଜୀବି- କର୍ମ କ୍ଷେତ୍ରରେ  ଉନ୍ନତି ମିଳିବ । ବ୍ୟବସାୟୀ- ଅର୍ଥ ଲାଭ ହେବ । ଗୃହିଣୀ- ଘର କାମରେ ବ୍ୟସ୍ତ ରହିବେ । ବୃଷ – ଧନ ସ୍ଥାନ ପାପଯୁକ୍ତ ଯୋଗୁ ଅର୍ଥ ସମ୍ପର୍କୀୟ ସାମାନ୍ୟ ସମସ୍ୟା ଆସିବାର ଆଶଙ୍କା ଦେଖା ଦେବ । ବନ୍ଧୁ ପରାମର୍ଶରେ କୌଣସି ନୂତନ ଯୋଜନା କରିବେ । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୩…

ମା ଭଦ୍ରକାଳୀଙ୍କ ସିଂହବାହିନୀ ବେଶ

ଭଦ୍ରକ ୧୭।୧୧: ଆଜି ମା ଭଦ୍ରକାଳୀଙ୍କ ସିଂହବାହିନୀ ବେଶ । କାଳୀପୂଜା ଉପଲକ୍ଷେ ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମା ଭଦ୍ରାକାଳିଙ୍କ ପୀଠ ରେ ସ୍ଵତନ୍ତ୍ର ନୀତିକାନ୍ତି ସହ ମା ସପ୍ତମାତୃକା ବେଶ ଧାରଣ କରୁଛନ୍ତି । ସପ୍ତମାତୃକା ବେଶରେ ସାତ ଦିନରେ ମା ଭଦ୍ରକାଳୀ ସାତଟି ବେଶ ଧାରଣ କରନ୍ତି । ତେବେ ଆଜି ସପ୍ତମାତୃକା ବେଶର ଚତୁର୍ଥ ଦିନ । ଚତୁର୍ଥ ଦିନରେ ମା ସିଂହବାହିନୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି । ମାଙ୍କ ନିକଟରେ ସିଂହ ବାହନ ରୂପରେ ପୂଜା ପାଉଛନ୍ତି । ମାଙ୍କୁ ଏହି ବେଶରେ ଦର୍ଶନ କଲେ ସକଳ ଦୁଃଖ ଦୂର ହୋଇଥାଏ ବୋଲି ଭକ୍ତଙ୍କ ବିଶ୍ବାସ ରହିଛି । କରୋନା କଟକଣା ପାଇଁ ଏଥର ଶ୍ରଦ୍ଧାଳୁ ମାନେ ମାଙ୍କର ଏହି ରୂପକୁ ଦର୍ଶନ  କରିପାରୁନାହାନ୍ତି ।

ବିଶ୍ବର ସବୁଠୁ ଦାମୀ ପାରା, ଦାମ୍ ୧୪ କୋଟି ଟଙ୍କା

ନୂଆଦିଲ୍ଲୀ ୧୬।୧୧: ବିକ୍ରି ହେଲା ବିଶ୍ବର ସବୁଠୁ ଦାମିକିଆ ପାରା । ୧.୬ ମିଲିୟନ ୟୁରୋ (୧.୯ ମିଲିୟନ୍ ଡଲାର)ରେ ବିକ୍ରି ହେଲା ନ୍ୟୁ କିମ୍ ନାମକ ରେସିଂ ପାରା । ଅନଲାଇନ୍ ରେ ନିଲାମ କରୁଥିବା ପିଜିୟନ ପାରାଡାଇଜ୍ (ପିପା) କହିଛି ଯେ, କୌଣସି ଅଜଣା ଚୀନ୍ ନାଗରିକ ରବିବାର ଦିନ ନ୍ୟୁ କିମ୍ ନାମକ ପାରାକୁ କ୍ରୟ କରିଛି । ପିଜିୟନ ପାରାଡାଇଜ୍ ଅନୁସାରେ, ଗତବର୍ଷ ଏକ ଆର୍ମଡୋ ପାରାକୁ ୧.୨୫ ମିଲିୟନ ୟୁରୋରେ ବିକ୍ରି କରାଯାଇଥିଲା । ମାତ୍ର ନ୍ୟୁ କିମ୍ ଆର୍ମଡୋକୁ ପଛରେ ପକାଇ ବିଶ୍ବର ସବୁଠୁ ଦାମିକିଆ ପାରା ଭାବେ ରେକର୍ଡ କରିଛି । ପିଜିୟନ୍ ପାରାଡାଇଜ୍ ର ଅଧ୍ୟକ୍ଷ ନିକୋଲସ ଗିସେଲବ୍ରେକ୍ଟ କହିଛନ୍ତି ଯେ, ଏହା ଏକ ବିଶ୍ବ ରେକର୍ଡ । ଏତେ ଦାମ୍ ରେ ଆଗରୁ କୌଣସି ପାରା…

ଭକ୍ତଙ୍କ ପାଇଁ ଖୋଲିଲା ଶିରିଡି ସାଇ ମନ୍ଦିର

ମୁମ୍ବାଇ,୧୬|୧୧: କଟକଣାରେ ଆଜିଠାରୁ ମହାରାଷ୍ଟ୍ରର ଖୋଲିଛି ସମସ୍ତ ମନ୍ଦିର । କରୋନା କଟକଣା ମଧ୍ୟରେ ସମସ୍ତ ଧାର୍ମିକସ୍ଥଳୀ ଖୋଲିବାକୁ ସରକାର ଅନୁମତି ପ୍ରଦାନ କରିବା ପରେ ବିଭିନ୍ନ ଧାର୍ମିକ ପୀଠ ଚଳଚଞ୍ଚଳ ହୋଇଛି ।  ଏଥି ପାଇଁ ସରକାର କିଛି ଗାଇଡଲାଇନ୍ ଜାରି କରିଛନ୍ତି । ତେବେ ପ୍ରସିଦ୍ଧ ଶିରିଡି ସାଇ ମନ୍ଦିର ମଧ୍ୟ ଆଜିଠାରୁ ଭକ୍ତଙ୍କ ପାଇଁ ଖୋଲିଛି । ମହାରାଷ୍ଟ୍ରରେ ମନ୍ଦିର ଯାଉଥିବା ଶ୍ରଦ୍ଧାଳୁମାନଙ୍କୁ ସରକାରଙ୍କ ତରଫରୁ ସମସ୍ତ ନିୟମ ପାଳନ କରିବାକୁ ପଡିବ । ମାସ୍କ ପିନ୍ଧି ମନ୍ଦିର ଯିବାକୁ ବାଧ୍ୟତାମୂଳକ କରାଯାଇଛି । ସରକାରଙ୍କ ତରଫରୁ ଆହୁରି ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ଯେ, ମନ୍ଦିରରେ ସାମାଜିକ ଦୂରତା ପାଳନ କରିବାକୁ ପଡିବ । ମନ୍ଦିରରେ ଯେପରି ଅଧିକ ଗହଳି ନହେବ ସେନେଇ ନଜର ରଖାଯିବ । ମହାରାଷ୍ଟ୍ର ସରକାର ଏହି ନିର୍ଦ୍ଦେଶ…