ପରଲୋକରେ ବରିଷ୍ଠ ଅଭିନେତା ରବି ମିଶ୍ର

ଭୁବନେଶ୍ୱର ୨୦।୦୧: ଓଡିଆ ସିନେ ଜଗତ ପାଇଁ ଆଉ ଏକ ଦୁଃଖ ଖବର । ପରଲୋକରେ ବରିଷ୍ଠ ଅଭିନେତା ରବି ମିଶ୍ର । ବୁଧବାର ଦିନ ରବି ମିଶ୍ରଙ୍କ ପରଲୋକ ହୋଇଯାଇଛି । ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ପରଲୋକ ହୋଇଛି । ମୃତ୍ୟୁ ବେଳକୁ ରବି ମିଶ୍ରଙ୍କୁ ୬୪ବର୍ଷ ହୋଇଥିଲା । ବିଶିଷ୍ଟ ଓଡ଼ିଆ ଅଭିନେତା ରବି ମିଶ୍ରଙ୍କ ହୃଦଘାତରେ ପରଲୋକ ହୋଇଛି । ଯାହାପରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ସେଠାରେ ତାଙ୍କର ଆଜି ପରଲୋକ ହୋଇଯାଇଛି । ତାଙ୍କର ମୃତ୍ୟୁ ଖବର ପାଇବା ପରେ ଓଲିଉଡରେ ଶୋକର ଛାୟା ଖେଳିଯାଇଛି । ରବି ମିଶ୍ର ଅନେକ ମଞ୍ଚ, ସିରିଏଲ ଓ ଫିଲ୍ମରେ ଅଭିନୟ କରିଛନ୍ତି । ଖାସ୍‌ କରି ହାସ୍ୟ…

ସିନେମାଘରେ ରିଲିଜ୍ ହେବ ଫିଲ୍ମ ‘ରାଧେ’

ନୂଆଦିଲ୍ଲୀ ୧୯।୦୧: ସଲମାନ ଖାନଙ୍କ ପ୍ରଶଂସକଙ୍କ ପାଇଁ ଗୁଡ୍ ନ୍ୟୁଜ୍। ଦବଙ୍ଗ ଖାନଙ୍କ ଅଭିନୀତ ବହୁ ପ୍ରତୀକ୍ଷିତ ଫିଲ୍ମ ରାଧେର ରିଲିଜ୍‌ ତାରିଖ ଘୋଷଣା ହୋଇଛି। ଫିଲ୍ମ ୨୦୨୧ ଇଦ୍‌ରେ ରିଲିଜ୍ ହେବ। ସବୁଠୁ ବଡ କଥା ଫିଲ୍ମ ଥିଏଟରରେ ରିଲିଜ୍ ହେବ। ସଲମାନ ବୟାନ ଜାରି କରି ମଙ୍ଗଳବାର ଏହି ବିଷୟରେ ସୂଚନା ଦେଇଛନ୍ତି। ସଲମାନ କହିଛନ୍ତି ଫିଲ୍ମକୁ ଥିଏଟରରେ ରିଲିଜ୍ କରାଯିବ। ଥିଏଟର ମାଲିକଙ୍କଠୁ ସମସ୍ତ ପ୍ରକାରର ପ୍ରତିଷେଧକମୂଳକ ବ୍ୟବସ୍ଥା ଆଶା କରୁଥିବା ସଲମାନ କହିଛନ୍ତି। ସଲମାନ ଖାନ ଲେଖିଛନ୍ତି ଯେ ସମସ୍ତ ଥିଏଟର ମାଲିକଙ୍କ ସହ ଆଲୋଚନା କରିବାକୁ କିଛିଟା ସମୟ ଲାଗିଗଲା। ଏହାକୁ ନେଇ ଏବେ ବଡ ନିର୍ଣ୍ଣୟ ହୋଇଛି। ମୁଁ ଥିଏଟର ମାଲିକ ଏବଂ ପରିଚାଳକଙ୍କ ଆର୍ଥିକ ସମସ୍ୟାକୁ ବୁଝି ପାରୁଛି।  ତେଣୁ ରାଧେକୁ ଥିଏଟରରେ ରିଲିଜ୍ କରାଯିବ। ଥିଏଟରରେ…

ରଜନୀକାନ୍ତ ଫ୍ୟାନ୍ସଙ୍କୁ କଲେ ଅପିଲ୍

ମୁମ୍ବାଇ ୧୨।୧: ତାମିଲ ସୁପରଷ୍ଟାର ରଜନୀକାନ୍ତ ଏବେ ବେଶ୍ ଚର୍ଚ୍ଚାରେ । ନିକଟରେ ରଜନୀକାନ୍ତ ରାଜନୀତିରେ ପ୍ରବେଶ କରିବାକୁ ଘୋଷଣା କରିଥିଲେ । କିନ୍ତୁ ହଠାତ୍ ତାଙ୍କ ଶରୀର ଅସୁସ୍ଥ ହେବା କାରଣରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହସ୍ପିଟାଲରୁ ସୁସ୍ଥ ହୋଇ ଘରକୁ ଫେରିବା ପରେ ସେ ଏକ ବୟାନ ଜାରି କରି ରାଜନୀତିରେ ପ୍ରବେଶ କରିବେନି ବୋଲି ମନା କରିଦେଇଛନ୍ତି ।ସୁପରଷ୍ଟାର ରଜନୀକାନ୍ତ ତାଙ୍କ ଶରୀର ଅସୁସ୍ଥ ହେବା, ଭଗବାନଙ୍କର ଚେତାବନୀ ବୋଲି କହି ରାଜନୀତିରେ ପ୍ରବେଶ କରିବାକୁ ମନା କରିଦେଇଥିଲେ । କିନ୍ତୁ ଏଭଳି ଘୋଷଣା ଦ୍ବାରା ତାଙ୍କ ଫ୍ୟାନ୍ସଙ୍କୁ ଝଟକା ଲାଗିଥିଲା ଏବଂ ସେବେଠାରୁ ଫ୍ୟାନ୍ସମାନେ ତାଙ୍କ ନିଷ୍ପତ୍ତିକୁ ବଦଳାଇବାକୁ ଅନୁରୋଧ କରୁଥିଲେ ।ଏହା ପରେ ରଜନୀକାନ୍ତ ତାମିଲ ଭାଷାରେ ଟ୍ବିଟ୍ କରି ଲେଖିଛନ୍ତି ଯେ ତାଙ୍କୁ ତାଙ୍କର ନିଷ୍ପତି ବଦଳାଇବାକୁ…

ବିରାଟ ଓ ଅନୁଷ୍କାଙ୍କ ଝିଅର ପ୍ରଥମ ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ।

ଗତକାଲି ଏକ କନ୍ୟା ସନ୍ତାନର ବାପାମାଆ ସାଜିଛନ୍ତି କ୍ରିକେଟର୍‌ ବିରାଟ କୋହଲି ଓ ଅଭିନେତ୍ରୀ ଅନୁଷ୍କା ଶର୍ମା। କନ୍ୟା ସନ୍ତାନର ଜନ୍ମ ପରେ ଏହି ଦମ୍ପତିଙ୍କୁ ପରିବାର, ସଂପର୍କୀୟ, ବନ୍ଧୁ ଓ ଶୁଭେଚ୍ଛୁଙ୍କ ନିକଟରୁ ଶୁଭେଚ୍ଛାର ସୁଅ ଛୁଟିଛି। ସମେସ୍ତ ଅପେକ୍ଷା କରିଛନ୍ତି ଜୁନିୟର୍‌ କୋହଲିଙ୍କର ଏକ ଫଟୋ ଦେଖିବା ପାଇଁ। ତେବେ, ବିରାଟଙ୍କ ବଡ଼ ଭାଇ ବିକାଶ କୋହଲି ପ୍ରଶଂସକ ଉଦ୍ଦେଶ୍ୟରେ ତାଙ୍କ ଝିଆରୀର ପାଦର ଫଟୋ ଉଠାଇ ଇନଷ୍ଟାଗ୍ରାମରେ ପୋଷ୍ଟ୍‌ କରିଥିବା ଦେଖିବାକୁ ମିଳିଛି। ବିକାଶ ସେୟାର୍‌ କରିଥିବା ଫଟୋରେ ବିରାଟଙ୍କ ଝିଅର ପାଦ ଏକ କମ୍ବଳରେ ଗୁଡ଼ା ହୋଇଥିବାର ଦେଖିବାକୁ ମିଳିଛି। ସେ ତାଙ୍କ ପୋଷ୍ଟରେ ଲେଖିଛନ୍ତି ଘରେ ପରୀର ପ୍ରବେଶ। ଏହା ବ୍ୟତୀତ ସେ ଫଟୋରେ ସ୍ବାଗତମ ବୋଲି ମଧ୍ୟ ଲେଖିଛନ୍ତି। ଏହି ପୋଷ୍ଟରେ ଅନେକ ସୋସିଆଲ୍‌ ମିଡିଆ ବ୍ୟବହାରକାରୀ ବିରାଟଙ୍କୁ…

ଫିଲ୍ମ ‘ମ୍ୟାଡ଼ାମ୍ ଚିଫ୍ ମିନିଷ୍ଟର’କୁ ନେଇ ବିବାଦ

ମୁମ୍ବାଇ ୧୦/୦୧ : ୧୨ ଦିନ ପରେ ଜାନୁଆରୀ ୨୨ ତାରିଖରେ ରିଲିଜ ହେବାକୁ ଯାଉଛି ରିଚା ଚଡ୍ଢାଙ୍କ ଫିଲ୍ମ ‘ମ୍ୟାଡ଼ାମ୍ ଚିଫ୍ ମିନିଷ୍ଟର୍’। ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଜଲି ଏଲଏଲବି ନିର୍ଦ୍ଦେଶକ ସୁଭାଷ କପୁର। କାହାଣୀ ଜଣେ ଦଳିତ ଯୁବତୀର ସଂଘର୍ଷ ଉପରେ ଆଧାରିତ ଯିଏ ରାଜନୀତି ପେଞ୍ଚ ଭିତରେ ପେଷି ହୋଇ ଯାଇଥାଏ ଏବଂ ଶେଷରେ ମୁଖ୍ୟମନ୍ତ୍ରୀ ହୋଇଥାଏ। ‘ମ୍ୟାଡ଼ାମ ଚିଫ ମିନିଷ୍ଟର’ ଟ୍ରେଲର ଆରମ୍ଭରେ ହିଁ ଦର୍ଶାଯାଇଛି ଯେ ଏହା ସମ୍ପୂର୍ଣ୍ଣ କାଳ୍ପନିକ। କିନ୍ତୁ ରାଜନୀତିରେ ରୁଚି ରଖୁଥିବା ବ୍ୟକ୍ତି ସହଜରେ ଜାଣିପାରିବେ ଯେ ରିଚା ଚଡ୍ଢାଙ୍କ ଚରିତ୍ର ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ମାୟାବତୀଙ୍କ ଜୀବନିରୁ ପ୍ରେରିତ। ଚଳିତ ସପ୍ତାହରେ ଫିଲ୍ମର ଟ୍ରେଲର ରିଲିଜ ହୋଇଥିଲା। ଟ୍ରେଲର ରିଲିଜ ହେବାପରେ ରାଜନୀତି ମାହୋଲରେ ଆଲୋଚନା ଆରମ୍ଭ ହୋଇଥିଲା ଯେ ମାୟାବତୀଙ୍କ କାହାଣୀରେ ପରଦାକୁ…

ଲକଡାଉନ୍ ନିୟମ ଭାଙ୍ଗି ଫସିଲେ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା

ନୂଆଦିଲ୍ଲୀ ୦୮/୦୧ : ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା କୋଭିଡ୍-୧୯ ନିୟମ ଭାଙ୍ଗି ଫସିଛନ୍ତି । ଳଣ୍ଡନର ଏକ ସେଲୁନକୁ ଯାଇଥିବା ବେଳେ ପୋଲିସ ତାଙ୍କୁ ଧରିଥିଲା । ପ୍ରିୟଙ୍କା ଚୋପ୍ରାଙ୍କ ସହ ତାଙ୍କ ମା ମଧୁ ମଧ୍ୟ ଥିଲେ । ବ୍ରିଟେନରେ ଏବେ କରୋନା ସଂକ୍ରମଣ ଦ୍ରୁତଗତିରେ ବୃଦ୍ଧି ପାଉଛି । ଏହାକୁ ଲକ୍ଷ୍ୟ କରି ସାରା ଦେଶରେ ଲକଡାଉନ ଘୋଷଣା କରିଛନ୍ତି ସରକାର । ତେବେ କୋଭିଡ୍ ନିୟମକୁ ଉଲ୍ଲଂଘନ କରିବା ଅଭିଯୋଗରେ ଲଣ୍ଡନ ପୋଲିସ, ପ୍ରିୟଙ୍କା ଚୋପ୍ରାଙ୍କୁ ଧରିଥିଲା । ସୂଚନା ଅନୁସାରେ ଅଭିନେତ୍ରୀଜଣକ ସେଲୁନ୍ ଭିତରେ ଥିଲେ । ସେହି ସମୟରେ ପୋଲିସ ସେଠାରେ ପହଞ୍ଚିଥିଲା । ସେଲୁନ୍‌ ମଧ୍ୟରେ ଉପସ୍ଥିତ ସମସ୍ତଙ୍କୁ ବାହାରକୁ ଆସିବା ପାଇଁ କହିଥିଲା ପୋଲିସ । କିନ୍ତୁ ପ୍ରିୟଙ୍କା ଏବଂ ତାଙ୍କ ମା ବାହାରକୁ ଆସିନଥିଲେ…

ଲଣ୍ଡନରେ କରୋନାରେ ସଂକ୍ରମିତ ହେଲେ ଗୌତମ ଗୁଲାଟି

ନୂଆଦିଲ୍ଲୀ ୦୩/୦୧ : ସୂତ୍ର ଅନୁଯାୟୀ, ବିଗ ବସ-୮ ର ବିଜେତା ଗୌତମ ଗୁଲାଟି ଦିଲ୍ଲୀରେ ହୋଟେଲ ବ୍ୟବସାୟ ଆରମ୍ଭ କରିଛନ୍ତି। ଶୋ’ ପରେ ଗୌତମ ଗୁଲାଟି ଫିଲ୍ମ ‘ବେହେନ ହୋଗୀ ତେରି’ରେ ନଜର ଆସିଥିଲେ। ଦୁନିଆର ଅନେକ ଦେଶରେ କୋଭିଡ ଭ୍ୟାକସିନ କାମ ଆରମ୍ଭ ହୋଇଯାଇଛି। ଏହି ଘାତକ ଭାଇରସ ଏବେ ବି ଲୋକଙ୍କ ମନରେ ଭୟ ସଞ୍ଚାର କରୁଛି। ଇତି ମଧ୍ୟରେ ମନୋରଞ୍ଜନ ଜଗତରୁ ଅନେକ ଖବର ସାମ୍ନାକୁ ଆସିଥିଲେ ଯେଉଁଥିରେ ଅନେକ କଳାକାର କରୋନାରେ ସଂକ୍ରମିତ ହୋଇଥିଲେ। ଏହି ତାଲିକାରେ ଆଉ ଏକ ନାଁ ସାମିଲ ହୋଇଛି। ବିଗ୍ ବସ୍ ବିଜେତା ଗୌତମ ଗୁଲାଟି କରୋନାରେ ସଂକ୍ରମିତ ହୋଇଛନ୍ତି। ଗୌତମ ଗୁଲାଟି ବର୍ତ୍ତମାନ ଲଣ୍ଡନରେ ଅଛନ୍ତି ଏବଂ ସେଠାରେ ତାଙ୍କୁ ଆଇସୋଲେସନରେ ରଖାଯାଇଛି। ସୋସିଆଲ ମିଡ଼ିଆ ପୋଷ୍ଟ ଜରିଆରେ ସେ କରୋନାରେ ସଂକ୍ରମିତ…

ନୂଆ ଘର ଖୋଜୁଛନ୍ତି ରିୟା

ମୁମ୍ବାଇ ୦୩/୦୧ : ନୂଆ ଘର ଖୋଜୁଛନ୍ତି ରିୟା ଚକ୍ରବର୍ତ୍ତୀ। ନୂଆବର୍ଷରେ ଏକ ନୂଆ ଆରମ୍ଭ କରିବାକୁ ରିୟା ମୁମ୍ବାଇରେ ନିଜ ପାଇଁ ଘର ଖୋଜୁଛନ୍ତି। ରବିବାର ଦିନ ସେ ବାନ୍ଦ୍ରାରେ ଭାଇ ଷୌଭିକ ଚକ୍ରବର୍ତ୍ତୀଙ୍କ ସହ ନଜର ଆସିଥିଲେ। ଷୌଭିକ ମଧ୍ୟ ଭଉଣୀ ସହ ମିଶି ଘର ଖୋଜୁଛନ୍ତି। କରୋନା ଯୋଗୁଁ ଉଭୟ ଭାଇଭଉଣୀ ମାସ୍କ ପିନ୍ଧିଥିଲେ। ଜାମିନ ମିଳିବା ପରେ ରିୟା ପ୍ରଥମଥର ପାଇଁ ପବ୍ଲିକରେ ନଜର ଆସିଛନ୍ତି। ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାର ଯାଞ୍ଚ ବେଳେ ଏନସିବି ରିୟା ଓ ଷୌଭିକଙ୍କୁ ଜେରା କରିଥିଲା। ଡ୍ରଗ୍ସ ମାମଲା ସାମ୍ନାକୁ ଆସିବା ପରେ ଏନସିବି ଉଭୟଙ୍କୁ ଗିରଫ କରିଥିଲା। ୨୦୨୦ ରେ ଭାଇଭଉଣୀଙ୍କୁ ନାନା ସମସ୍ୟାର ସମ୍ମୁଖୀନ ହେବାକୁ ପଡିଛି। ରିୟାଙ୍କୁ ସେପ୍ଟେମ୍ବର ୮ ତାରିଖରେ ଏନସିବି ହାଜତକୁ ନେଇଥିଲା। ଏହାପରେ ସେ…

ହାଥରସ ମାମଲାରେ ମୁହଁ ଖୋଲିଲେ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା, ଦାବି କଲେ ନ୍ୟାୟ

ନୂଆଦିଲ୍ଲୀ ୦୧/୧୦: ହାଥରସ ଗଣଦୁଷ୍କର୍ମ ମାମଲା ସମସ୍ତଙ୍କୁ ଦୋହଲାଇ ରଖିଛି। ବଳିଉଡର ଅନେକ ସେଲିବ୍ରିଟି ପୀଡ଼ିତାଙ୍କୁ ନ୍ୟାୟ ଦେବା ଦାବି କରିଛନ୍ତି। ପରିବାର ଅନୁମତି ବିନା ପୀଡ଼ିତାଙ୍କ ଅନ୍ତିମ ସଂସ୍କାର କରିବା ନେଇ ଅନେକ ଏହାକୁ ତୀବ୍ର ନିନ୍ଦା କରୁଛନ୍ତି। ସେଲିବ୍ରିଟିମାନେ ମଧ୍ୟ ଏହାକୁ ବିରୋଧ କରୁଛନ୍ତି। କଙ୍ଗନା ରଣାଓ୍ବତ, ଉର୍ମିଳା ମାତୋଣ୍ଡକର, ଫରହାନ ଅଖତର, ଅନୁଷ୍କା ଶର୍ମା, ଅକ୍ଷୟ କୁମାର, ହୁମା କ୍ୟୁରେସି ଏ ଘଟଣାରେ ନ୍ୟାୟ ଦାବି କରିଛନ୍ତି। ଏ​‌ବେ ଏଥିରେ ଯୋଡି ହୋଇଛନ୍ତି ଗ୍ଲୋବାଲ ଆଇକନ ପ୍ରିୟଙ୍କା ଚୋପ୍ରା। ସେ ଇନଷ୍ଟାଗ୍ରାମ ମାଧ୍ୟମରେ ନିଜର ମତ ରଖିଛନ୍ତି। ସେ କହିଛନ୍ତି ଅପମାନ, ଦୁବର୍ବ୍ୟବହାର, ନିରାଶା, କ୍ରୋଧ, ଉଦାସୀ ସବୁ ଭାବନା ନିଜ ଭିତରେ ହିଁ ଚାଲିଚି। ଘୃଣା କ’ଣ ପାଇଁ? ବାପା ମାଆ ଯେଉଁ ପୁଅକୁ ପାଳି ପୋଷି ବଡ଼ କରିଛନ୍ତି କ’ଣ…

Quality Music

Lorem ipsum dolor sit amet, est et putant deleniti, persius oporteat mea in. Et solum lorem sea, adipiscing posidonium contentiones ei eos, eros iracundia ex pri. Ancillae similique id vix, ea modo idque ullamcorper mel. Quot debitis mnesarchum vel ne, laudem lobortis ius et. Sea cu dolor impedit adversarium, vidit autem movet te pro. No case dicant sed. Te prodesset appellantur definitiones pro. Eam ut soleat legimus. Ridens posidonium voluptatibus an quo. Pro elit clita expetenda ad, pri in molestiae dissentias. Sapientem constituto ius id. Dicant salutandi et vix, sit…